ମନୋରଞ୍ଜନ |

ସାହିଦଙ୍କ ପୂର୍ବରୁ 'ପଦ୍ମାବତ' ଚଳଚ୍ଚିତ୍ରର ଅଫର ମିଳିଥିଲା ଏହି ଅଭିନେତାଙ୍କୁ...

ସାହିଦଙ୍କ ପୂର୍ବରୁ 'ପଦ୍ମାବତ' ଚଳଚ୍ଚିତ୍ରର ଅଫର ମିଳିଥିଲା ଏହି ଅଭିନେତାଙ୍କୁ...

ସଞ୍ଜୟ ଲୀଲା ଭଁଶାଲୀ ନିର୍ମିତ ଚଳଚ୍ଚିତ୍ର "ପଦ୍ମାବତ"  ବକ୍ସ ଅଫିସରେ ସଫଳତା ପୂର୍ବକ ବ୍ୟବସାୟ କରିବା ସହ ସିନେପ୍ରେମୀମାନଙ୍କ ଦ୍ୱାରା ମଧ୍ୟ ଅନେକ ଆଦୃତ ହୋଇପାରିଛି। ଏଥିରେ ସାହିଦ କାପୁର, ଦୀପିକା ପାଦୁକନେ, ରଣବୀର ସିଂ ପ୍ରମୁଖ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଫିଲ୍ମଟି ରିଲିଜ ହେବା ପୂର୍ବରୁ ହିଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା।  ଏହି ଚଳଚ୍ଚିତ୍ରରେ ସାହିଦ କାପୁର ଏକ ରାଜପୁତ ମହାରାଜା "ମହାରବାଲ ରତନ ସିଂ" ଙ୍କ ଭୂମିକାରେ ନଜର ଆସିଥିଲେ। ମାତ୍ର ସେହି ଚରିତ୍ର ପାଇଁ ପ୍ରଥମେ ସାହିଦ କାପୁର ନୁହେଁ ବରଂ ସାଉଥ ସୁପରଷ୍ଟାର ତଥା ବାହୁବଳୀ ଚଳଚ୍ଚିତ୍ର ଅଭିନେତା ପ୍ରଭାସ ଥିଲେ ନିର୍ଦେଶକଙ୍କର ପସନ୍ଦ। ସେତେବେଳେ ପ୍ରଭାସ ନିଜର ବାହୁବଳୀ ଦ୍ଵିତୀୟ ଭାଗ ଚଳଚ୍ଚିତ୍ରର ସୁଟିଂକୁ ନେଇ ବ୍ୟସ୍ତ ଥିଲେ। ପ୍ରଭାସ ସ୍କ୍ରିପ୍ଟ ପଢି ସାରି ଏହାକୁ ମନା କରିଦେଇଥିଲେ ବୋଲି ଶୁଣିବାକୁ ମିଳୁଛି। ତେବେ ଅନ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଚରିତ୍ର ପାଇଁ ଶାହରୁଖ ଖାଁ ଙ୍କୁ ମଧ୍ୟ ଅଫର ମିଳିଥିଲା। ଶାହରୁଖ କିନ୍ତୁ ସ୍କ୍ରିପ୍ଟ ପଢି ସାରିବା ପରେ ସ୍କ୍ରିପ୍ଟରେ ରାଣୀ ପଦ୍ମାବତୀ ଏବଂ ଆଲାଉଦ୍ଦିନ ଖିଲଜୀଙ୍କ ଚରିତ୍ର ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଦର୍ଶାଇ ଏହି ଚଳଚ୍ଚିତ୍ରରୁ ଓହରି ଯାଇଥିଲେ।

All Right Reserved By

ମନୋରଞ୍ଜନ |

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ଲାଡ୍‌ଲି ସୁହାନା ଏବେ ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍‌। ସେ ଏବେ ଲଣ୍ଡନରେ ଆକ୍ଟିଙ୍ଗ କୋର୍ସ କରୁଛନ୍ତି। 

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

ମୁମ୍ବାଇ,୧୮ା୨: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଶିଷ୍ଟ ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମା ମାଳିନୀ ତୀବ୍ର ନିନ୍ଦା କରିଛନ୍ତି।

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

ବମ୍ବେ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବିଦା କରାଯାଇଛି। ପୁଲଓ୍ବାମା ଆକ୍ରମଣକୁ ନେଇ ସିଦ୍ଧୁ ପାକିସ୍ତାନର ସମର୍ଥନ କରିଥିବାରୁ ତାଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି। 

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

ମୁମ୍ବାଇ: ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। 

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

ବମ୍ବେ,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ମୃତାହତ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଦିଗରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ଏକ ହୋଇ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ଜିକାଲ ଷ୍ଟାଇକ୍‌ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘ଉରି’ର ନିର୍ମାତାମାନେ ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି।

ଏକା ହୋଇଗଲେ କି ଅର୍ଜୁନ!

ଏକା ହୋଇଗଲେ କି ଅର୍ଜୁନ!

ମୁମ୍ବାଇ: ବଲିଉଡ୍‌ ନାୟକ ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ରିଲେସନଶିପକୁ ନେଇ ପ୍ରାୟ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। 

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ମୁମ୍ବାଇ,୧୭।୨: ବଲିଉଡ୍‌ କଳାକାର ଇରଫାନ୍‌ ଖାଁ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଆଲୋଚନା ହେଉଥିଲା। କାରଣ ନିକଟରେ ସେ ଲଣ୍ଡନରୁ କ୍ୟାନସରର ଚିକିତ୍ସା କରାଇ ମୁମ୍ବାଇ ଫେରିଥିଲେ। 

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ମିଳିଗଲା ଟାଇଟଲ

ମିଳିଗଲା ଟାଇଟଲ

ସୁଶାନ୍ତ ସିଂ ରାଜପୁତଙ୍କର ଏବେ ବେଳ ଭଲ ପଡ଼ିଛି। ଦେଖୁନାହାନ୍ତି, ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି।

ମାପିଚୁପି ଚାଲିବେ କିଆରା

ମାପିଚୁପି ଚାଲିବେ କିଆରା

କିଆରା ଆଡଓ୍ବାନୀ ଏଣିକି ମାପିଚୁପି ଚାଲିବେ। ଏଣୁତେଣୁ ରୋଲ୍‌ରେ ଅଭିନୟ ନ କରିବାକୁ ସେ କୁଆଡ଼େ ମାଇଣ୍ଡ ମେକ୍‌ଅପ୍‌ କରିଛନ୍ତି।  ସେଥିପାଇଁ ତାଙ୍କ ହାତରୁ ୩-୪ଟି ଅଫର ଖସିଯାଇଛି।

ଚାଲ ଟିକେ ପ୍ରେମ କରିବା

ଚାଲ ଟିକେ ପ୍ରେମ କରିବା

‘ତୋ ପ୍ରେମରେ ପଡିଲା ପରେ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ଚିନ୍ମୟୀ ପ୍ରିୟଦର୍ଶିନୀ-ଦେବରାଜ ଯୋଡିକୁ।