
ବମ୍ବେ: ସଲମାନ୍ଙ୍କ ବଡ଼ଭାଇ ଅରବାଜ୍ଙ୍କ ଠାରୁ ଅଲଗା ହେବା ପରେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ମଲାଇକା। ଉଭୟଙ୍କୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଫଟୋ ଓ ଖବର ଭାଇରାଲ ମଧ୍ୟ ହେଉଛି। ଯାହା ସେମାନଙ୍କ ସମ୍ପର୍କକୁ ସ୍ପଷ୍ଟ କରୁଛି ବୋଲି କୁହାଯାଇପାରେ। ତେବେ କିଛି ଦିନ ଧରି ମଲାଇକା ନିଜର ବ୍ୟକ୍ତିଗତ ତଥ୍ୟ ଲିକ୍ ହେଉଥିବା ଜାଣିବାକୁ ପାଇଥିଲେ। ସେ କାହାରିକୁ ବି ଅର୍ଜୁନଙ୍କ ସହ ତାଙ୍କର ଡେଟ୍ ବିଷୟରେ ଜଣାଇବାକୁ ଚାହୁଁ ନ ଥିବା ବେଳେ, ଏହା କିନ୍ତୁ ଲିକ୍ ହେଉଥିଲା। ଶେଷରେ ଏହା ପଛରେ ମଲାଇକାଙ୍କ ଡ୍ରାଇଭର ମୁକେଶ ଥିବା ଜଣାପଡ଼ିଥିଲା। ସେ ନିଜ ଭାଇ ବବଲୁଙ୍କୁ ମଲାଇକାଙ୍କ ବିଷୟରେ ସମସ୍ତ ସୂଚନା ଦେଉଥିଲେ। ମଲାଇକା ଏହା ଜାଣିବା ପରେ ମୁକେଶଙ୍କୁ ଚାକିରିରୁ ବାହାର କରିଛନ୍ତି।
ତେବେ ମଲାଇକା ଅରବାଜଙ୍କୁ ବିବାହ କରିବା ପୂର୍ବରୁ ମୁକେଶ ଏବଂ ବବଲୁଙ୍କୁ ଡ୍ରାଇଭର ଭାବେ ନିଯୁକ୍ତି ଦେଇଥିଲେ। ମୁକେଶ ମଲାଇକାଙ୍କ ପାଇଁ ଏବଂ ବବଲୁ ଅରବାଜଙ୍କ ପାଇଁ କାମ କରୁଥିଲେ। ଏବେ ଉଭୟ ଅଲଗା ହେବା ପରେ ମଧ୍ୟ ଉଭୟ ଭାଇ ଡ୍ରାଇଭର ରହିଥିଲେ। ମାତ୍ର ଏବେ ମଲାଇକା ମୁକେଶଙ୍କ କାର୍ଯ୍ୟକଳାପ ଯୋଗୁ ବେଶ କ୍ଷୁବ୍ଧ ହୋଇଛନ୍ତି।