ଖେଳ |

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

କ୍ରିକେଟରେ ଅଜବ ରେକର୍ଡ: ଯାହା ଭାଙ୍ଗିବା କଷ୍ଟ

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା ଆଜି ବି କାଏମ ରହିଛି। ସେମିତି କିଛି ରେକର୍ଡ ସମ୍ପର୍କରେ....

କ୍ରିକେଟ ଜଗତର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ସାର୍‌ ଡନ୍‌ ବ୍ରାଡମ୍ୟାନ ନିଜ କ୍ୟାରିୟରରେ ୫୨ଟି ଟେଷ୍ଟରୁ ମାତ୍ର ୬ଟି ଛକା ମାରିଥିଲେ। ଏହାସତ୍ତ୍ୱେ ସେ ସାରା ବିଶ୍ୱରେ ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଥିଲେ।

ଟେଷ୍ଟ ମ୍ୟାଚର ପ୍ରଥମ ବଲରେ ଛକା ମାରିବାର ରେକର୍ଡ ରହିଛି ଓ୍ବେଷ୍ଟଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲଙ୍କ ନାଁରେ।

ଟେଷ୍ଟ ମ୍ୟାଚରେ ୫ଦିନ ବ୍ୟାଟିଂ କରିବାର ରେକର୍ଡ ଭାରତର ଦୁଇଜଣ ନାଁରେ ରହିଛି। ସେ ହେଉଛନ୍ତି ଏମ.ଏଲ ଜୟସିହ୍ନା ଓ ଭାରତୀୟ କ୍ରିକେଟ ଦଳର ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ। ରୋଚକ କଥା ହେଉଛି ଦୁଇଜଣଯାକ କୋଲକତାର ଇଡେନ ଗାର୍ଡେନରେ ହିଁ ଏହି ଉପଲବ୍ଧି ହାସଲ କରିଥିଲେ।

ଇଂଲଣ୍ଡର ପୂର୍ବତନ ଓ୍ବିକେଟକିପର ତଥା ଅଧିନାୟକ ଆଲେକ ଷ୍ଟିଓ୍ବାର୍ଟଙ୍କ ଜନ୍ମ ତାରିଖ ଓ ସେ ଟେଷ୍ଟ କ୍ରିକେଟରେ କରିଥିବା ରନ୍‌ ମଧ୍ୟରେ ରହିଛି ଅଜବ ସମାନତା। ଆଲେକଙ୍କ ଜନ୍ମ ୮-୪-୧୯୬୩ରେ ହୋଇଥିବାବେଳେ ସେ ଟେଷ୍ଟରେ ୮୪୬୩ରନ୍‌ କରିଥିଲେ। 

ବିଶ୍ୱ ଏକଦିବସୀୟ କ୍ରିକେଟରେ ୪ଜଣ ଏମିତି ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ୧-୧୦ପର୍ଯ୍ୟନ୍ତ ସବୁ ସ୍ଥାନରେ ବ୍ୟାଟିଂ କରିସାରିଛନ୍ତି। ସେମାନେ ହେଉଛନ୍ତି ପାକିସ୍ତାନର ସୋଏବ ମଲିକ ଓ ଅବଦୁଲ ରଜ୍ଜାକ, ଦକ୍ଷିଣ ଆଫ୍ରିକାର ଲାନ୍ସ କ୍ଲୁଜନର୍‌ ଓ ଶ୍ରୀଲଙ୍କାର ହାସନ ତିଲକରତ୍ନେ। 

ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଗ୍ରେମ ସ୍ମିଥ୍‌ ଏକମାତ୍ର ଖେଳାଳି ଭାବେ ୧୦୦ରୁ ଉର୍ଦ୍ଧ୍ୱ ଟେଷ୍ଟରେ ଟିମ୍‌ର ନେତୃତ୍ୱ ନେଇସାରିଛନ୍ତି।

ଥାର୍ଡ ଅମ୍ପାୟାର କେଉଁ ଖେଳାଳିଙ୍କୁ ପ୍ରଥମେ ରନ୍‌ ଆଉଟ୍‌ ଘୋଷଣା କରିଥିଲେ ଜାଣନ୍ତି? ସେହି ଖେଳାଳି ହେଉଛନ୍ତି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର। ୧୯୯୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ଜଣ୍ଟି ରୋଡସ୍‌ ତାଙ୍କୁ ରନ ଆଉଟ କରିଥିଲେ। ଏହି ମ୍ୟାଚରେ ଆଉ ଏକ ଅଜବ ସଂଯୋଗ ଦେଖାଯାଇଥିଲା। ଦକ୍ଷିଣଆଫ୍ରିକା ଇନିଂସରେ ମଧ୍ୟ ଜଣ୍ଟି ରୋଡସଙ୍କ ରନ୍‌ ଆଉଟ୍‌ ନିଷ୍ପତ୍ତି ନେଇଥିଲେ ଥାର୍ଡ ଅମ୍ପାୟାର। ତାଙ୍କୁ ରନ୍‌ ଆଉଟ୍‌ କରିଥିଲେ ସଚିନ ତେନ୍ଦୁଲକର।

ଲଗାତାର ୧୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର ରେକର୍ଡ ରହିଛି ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକୁଲମଙ୍କ ନାଁରେ। ଡେବ୍ୟୁରୁ ଆରମ୍ଭ କରି ସନ୍ୟାସ ନେବା ପର୍ଯ୍ୟନ୍ତ ସେ ଲଗାତାର  ୧୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ।

୧୯୬୪, ଜାନୁଆରୀ ୧୨ରେ ଚେନ୍ନାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଏକ ଟେଷ୍ଟ ମ୍ୟାଚରେ ଭାରତର ସ୍ପିନ ବୋଲର ବାପୁ ନାଦକର୍ଣ୍ଣୀ ଲଗାତାର ୨୧ଓଭର ମେଡେନ ପକାଇଥିଲେ।

ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ ଏମିତି ଏକ ବ୍ୟାଟ୍ସମ୍ୟାନ ଯେ କି ବିଶ୍ୱକପରେ ସେମିଫାଇନାଲ ଓ ଫାଇନାଲରେ ଶତକ ଅର୍ଜନ କରିଛନ୍ତି। ୨୦୦୭ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୧୦୯ଟି ବଲରୁ ୧୧୫ ଓ ୨୦୧୧ ବିଶ୍ୱକପ ଫାଇନାଲରେ ୮୮ଟି ବଲ୍‌ ଅପରାଜିତ ୧୦୩ ରନ୍‌ କରିଥିଲେ।

ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ନାଁରେ ରହିଛି ଅଜବ ରେକର୍ଡ। ସେ ୪ଟି ମ୍ୟାଚରେ ଲଗାତାର ୪ଥର ମ୍ୟାନ ଅଫ ଦି ମ୍ୟାଚ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

All Right Reserved By

ଖେଳ |

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଗୋଲ୍ଡ କପ୍‌ ମହିଳା ଫୁଟବଲ: ମ୍ୟାନ୍‌ମାର ଚାମ୍ପିୟନ

ଭୁବନେଶ୍ୱର, ୧୫।୨(କ୍ରୀଡ଼ା ପ୍ରତିନିଧି)-

କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ଗୋଲ୍ଡ କପ୍‌ ଚତୁଃରାଷ୍ଟ୍ରୀୟ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ବାଜି ମାରିଛି ମ୍ୟାନ୍‌ମାର। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ୪୪ ର଼୍ୟାଙ୍କ୍‌ପ୍ରାପ୍ତ ଏହି ଦଳ ୧୦୮ ନମ୍ବର ନେପାଳକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମ୍ୟାନ୍‌ମାର ପକ୍ଷରୁ ୟି ୟି ଉ ୨ଟି, ୱିନ୍‌ ଥିଙ୍ଗ୍‌ ଟୁନ୍‌ ଗୋଟିଏ ଗୋଲ ଦେଇଥିବାବେଳେ ନେପାଳର ମଞ୍ଜଲି କୁମାରୀ ୟୋନଜାନ ଗୋଟିଏ ଗୋଲ ପରିଶୋଧ କରିିଥିଲେ।

  ସିନ୍ଧୁ-ସାଇନା ଫାଇନାଲ

ସିନ୍ଧୁ-ସାଇନା ଫାଇନାଲ

ଗୁଆହାଟୀ, ୧୫ା୨ (ପି.ଟି.)-ଚଳିତ ୮୩ତମ  ୟୋନେକ୍ସ-ସନ୍‌ରାଇଜ୍‌ ସିନିୟର ନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ପି. ଭି. ସିନ୍ଧୁ ଓ ସାଇନା ନେହ୍ବାଲ ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଫଳରେ ନାଗପୁରଠାରେ ଟୁର୍ନାମେଣ୍ଟର ଗତ ସଂସ୍କରଣରେ  ଦୁଇ ଖେଳାଳିଙ୍କ ମଧ୍ୟରେ ହୋଇଥିବା ଟାଇଟଲ ମୁକାବିଲାର ପୁନରାବୃତ୍ତି ଦେଖିବାକୁ ମିଳିବ।

 ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଆର୍ଯ୍ୟନ

ନୂଆଦିଲ୍ଲୀ, ୧୫ା୨ (ପି.ଟି.)-୧୬ ବର୍ଷୀୟ ଟେନିସ ଖେଳାଳି ଆର୍ଯ୍ୟନ ଭାଟିଆ ଡୋପ୍‌ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି। ନ୍ୟାଶନାଲ ଆଣ୍ଟିଂ ଡୋପିଙ୍ଗ  ଏଜେନ୍ସି  (ନାଡା) ତରଫରୁ ଶୁକ୍ରବାର ଏ ବିଷୟରେ ସୂଚନା ଦିଆଯାଇଛି। ଡୋପ୍‌ ଟେଷ୍ଟରେ ଧରାପଡ଼ିବାରେ ଆର୍ଯ୍ୟନ ହେଉଛନ୍ତି ପ୍ରଥମ ଭାରତୀୟ ଟେନିସ୍‌ ଖେଳାଳି। ଗତବର୍ଷ ଏଠାରେ ଅନୁଷ୍ଠିତ ଫେନେଷ୍ଟା ଓପନ୍‌ ନ୍ୟାଶନାଲ ଟେନିସ ଚାମ୍ପିୟନଶିପ୍‌ ବେଳେ  ଭାଟିଆଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଚାମ୍ପିୟନଶିପ୍‌ ବେଳେ ନାଡା ପକ୍ଷରୁ ପ୍ରଥମଥର ଟେନିସ୍‌ ଖେଳାଳିଙ୍କଠାରୁ ସାମ୍ପଲ ସଂଗ୍ରହ କରାଯାଇଥିଲା।

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ଷ୍ଟ୍ରାଣ୍ଡଜା ବକ୍ସିଂ: ଲାଥରଙ୍କ ପଦକ ନିଶ୍ଚିତ

ନୂଆଦିଲ୍ଲୀ,୧୫।୨(ପିଟି)- ପୂର୍ବତନ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକଧାରୀ ସୋନିଆ ଲାଥର (୫୭ କିଗ୍ରା)ଙ୍କ ସମେତ ୩ ଜଣ ଭାରତୀୟ ବକ୍ସର ବୁଲଗେରିଆର ସୋଫିଆଠାରେ ଚାଲିଥିବା ଷ୍ଟ୍ରାଣ୍ଡଜା ମେମୋରିଆଲ ଟୁର୍ନାମେଣ୍ଟରେ ପଦକ ନିଶ୍ଚିତ କରିଛନ୍ତି।

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ବାକୁ ବିଶ୍ୱକପ୍‌ରେ ଖେଳିବେନାହିଁ ଜିମ୍ନାଷ୍ଟ ଆଶିଷ

ଗୁଆହାଟୀ,୧୫।୨- ଏସିଆନ୍‌ ଗେମ୍ସ ବ୍ରୋଞ୍ଜ ପଦକଧାରୀ ଆଶିଷ କୁମାର ଦୋହା ବିଶ୍ୱକପ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମାତ୍ର ବାକୁଠାରେ ହେବାକୁ ଥିବା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ।

କପିଳ ଦେବଙ୍କୁ ଅତିକ୍ରମ କଲେ ଷ୍ଟେଇନ

କପିଳ ଦେବଙ୍କୁ ଅତିକ୍ରମ କଲେ ଷ୍ଟେଇନ

ଡର୍ବାନ,୧୫।୨- ଦକ୍ଷିଣ ଆଫ୍ରିକାର ବରିଷ୍ଠ ପେସର ଡେଲ ଷ୍ଟେଇନ ସର୍ବାଧିକ ସଂଖ୍ୟକ ଟେଷ୍ଟ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର କପିଳ ଦେବଙ୍କୁ ଅତିକ୍ରମ କରିଛନ୍ତି। 

ଭାରତୀୟ ଦଳ ଘୋଷିତ: ଫେରିଲେ କୋହଲି, ରାହୁଲ

ଭାରତୀୟ ଦଳ ଘୋଷିତ: ଫେରିଲେ କୋହଲି, ରାହୁଲ

ନୂଆଦିଲ୍ଲୀ,୧୫।୨- ବହୁ ପ୍ରତିକ୍ଷିତ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଓ ଦିନିକିଆ ସିରିଜ୍‌ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୁକ୍ରବାର ଭାରତୀୟ ଦଳ ଘୋଷଣା କରାଯାଇଛି। 

ବିରଳ ରେକର୍ଡ ଅଧିକାରୀ ହନୁମା ବିହାରୀ

ବିରଳ ରେକର୍ଡ ଅଧିକାରୀ ହନୁମା ବିହାରୀ

ନାଗପୁର,୧୫।୨- ଭାରତୀୟ ଦଳର ମିଡ୍‌ଲ ଅର୍ଡର ବ୍ୟାଟ୍ସମ୍ୟାନ ହନୁମା ବିହାରୀ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେମିରେ ସାଇନା, କାଶ୍ୟପ, ସୌରଭ

ସେମିରେ ସାଇନା, କାଶ୍ୟପ, ସୌରଭ

ଗୁଆହାଟୀ,୧୫।୨(ପିଟି)- ପୂର୍ବତନ ଚାମ୍ପିୟନ ସାଇନା ନେହ୍ବାଲ ତାଙ୍କ ସ୍ବାମୀ ପାରୁପଲ୍ଲୀ କାଶ୍ୟପ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୮୩ତମ ଜାତୀୟ ସିନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। 

ପଣ୍ଟିଂଙ୍କୁ ଆଇପିଏଲରୁ ବାସନ୍ଦ କରାଯାଉ -ଓ୍ବର୍ନ

ପଣ୍ଟିଂଙ୍କୁ ଆଇପିଏଲରୁ ବାସନ୍ଦ କରାଯାଉ -ଓ୍ବର୍ନ

ନୂଆଦିଲ୍ଲୀ,୧୫।୨- ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଅଧିନାୟକ ରିକି ପଣ୍ଟିଂଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଫ୍ରାଞ୍ଚାଇଜର କୋଚ ପଦରେ ରହିବାରୁ ବାରଣ କରାଯିବା ଦରକାର ବୋଲି ଶେନ ଓ୍ବର୍ନ ଅନୁଭବ କରିଛନ୍ତି। 

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟରଙ୍କ ପ୍ରତିକ୍ରିୟା

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ କ୍ରିକେଟରଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫।୨- ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ଏହାପରେ ପୂରା ଦେଶ ବାସୀଙ୍କ ଭଳି ଭାରତୀୟ କ୍ରିକେଟରମାନେ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। 

ଓଡ଼ିଶା ମହିଳା ଦଳର ହ୍ୟାଟ୍ରିକ ବିଜୟ

ଓଡ଼ିଶା ମହିଳା ଦଳର ହ୍ୟାଟ୍ରିକ ବିଜୟ

କଟକ ଅଫିସ,୧୫ା୨- ଗୋଆର ସାନଗୁଏମ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ୧୯ବର୍ଷରୁ କମ୍‌ ମହିଳା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ମ୍ୟାଚ୍‌ରେ ଓଡ଼ିଶା ୧୧୧ରନରେ ସୌରାଷ୍ଟ୍ରକୁ ପରାସ୍ତ କରିଛି ।