ମନୋରଞ୍ଜନ |

ବଲିଉଡ୍‌ର ଗ୍ଲାମର ମା’ଝିଅ

ବଲିଉଡ୍‌ର ଗ୍ଲାମର ମା’ଝିଅ

ଅଧିକାଂଶ ସମୟରେ ଝିଅମାନଙ୍କୁ ସେମାନଙ୍କୁ ବେଷ୍ଟ୍‌ଫ୍ରେଣ୍ଡ ସହିତ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାର ଦେଖିବାକୁ ମିଳିଥାଏ। କେତେକ ଝିଅ ନିଜ ଫ୍ରେଣ୍ଡକୁ ବେଷ୍ଟ ଫ୍ରେଣ୍ଡ ମଧ୍ୟ କହିଦେଇଥାନ୍ତି। ଆଉ କିଛି ଦିନ ପରେ ସେମାନେ ପରସ୍ପରର ମୁହଁ ମଧ୍ୟ ଦେଖିବାକୁ ଚାହିଁ ନ ଥାନ୍ତି। ମାତ୍ର ଗୋଟିଏ ଝିଅର ବେଷ୍ଟ ଫ୍ରେଣ୍ଡ୍‌ ହେଉଛି ତା’ର ମା’। ଝିଅ ସହିତ ମା’ର ଯେତେବି ପାଟିତୁଣ୍ଡ ହେଉ ନାଁ କାହିଁକି ସେମାନଙ୍କ ମଧ୍ୟରେ ଭଲପାଇବା କେବେ ହେଲେ କମ୍‌ ହୋଇ ନ ଥାଏ। ସେ ଗ୍ଲାମର ଓ୍ବାଲ୍ଡ ହେଉ ଅଥବା ସାଧାରଣ ଜୀବନ।  ଅଳି ଅଝଟ ଠାରୁ ଆରମ୍ଭ କରି ଜୀବନର ପ୍ରତିଟି କଠିନ ନିଷ୍ପତ୍ତି  ସମୟରେ ଝିଅଟିଏ ଲୋଡ଼ି ବସେ ତା’ର ମା’କୁ। ବଲିଉଡ ଜଗତରେ ମଧ୍ୟ ମା’-ଝିଅଙ୍କ ସମ୍ପର୍କର କିଛି ସୁନ୍ଦର ଉଦାହରଣ ଦେଖିବାକୁ ମିଳେ। ଏଠାରେ ବଲିଉଡ୍‌ର ସେମିତି କିଛି ମା’-ଝିଅଙ୍କ ବିଷୟରେ ସୂଚିତ କରାଯାଉଛି...


ସୋନୀ ରାଜଦାନ-ଆଲିୟା ଭଟ୍ଟ:

ଅଭିନେତ୍ରୀ ଆଲିୟା ଭଟ୍ଟ। ବର୍ତ୍ତମାନ ସମୟରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ନାୟିକାଙ୍କ ମଧ୍ୟରେ ସେ ଅନ୍ୟତମ। ତାଙ୍କ ମା’ ସୋନୀ ରାଜଦାନ ମଧ୍ୟ ଗ୍ଲାମରରେ କିଛି କମ୍‌ ନୁହନ୍ତି। ସୋନୀ ବିଗତ ଦିନର ଅଭିନେତ୍ରୀ। ସେ ସାରାଂଶ, ତ୍ରିକାଳ ଏବଂ ସଡ଼କ ପରି ଅନେକ ସିନେମାରେ  ଅଭିନୟ କରିଛନ୍ତି। 


ପୂଜା ବେଦୀ-ଆଲିୟା ଫର୍ଣ୍ଣିଚରଓ୍ବାଲା:

‘ଜୋ ଜିତା ଓ୍ବହି ସିକନ୍ଦର’ ଏବଂ ‘ଲୁଟେରା’ ପରି ଫିଲ୍ମରେ ଅଭିନୟ କରିଥିବା ବଲିଉଡ୍‌ ଅଭିନେତ୍ରୀ ପୂଜା ବେଦୀଙ୍କ କନ୍ୟା ହେଉଛନ୍ତି ଆଲିୟା ଫର୍ଣ୍ଣିଚରଓ୍ବାଲା। ଆଲିଆ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ। ନିତିନ କକ୍କରଙ୍କ ଆଗାମୀ ସିନେମା ‘ଜଓ୍ବାନୀ ଜାନେମନ୍‌’ ମାଧ୍ୟମରେ ଆଲିଆ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କୁ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ଚରିତ୍ରରେ ଦେଖିବାକୁ ମିଳିବ। 


ଅମ୍ରିତା ସିଂହ-ସାରା ଅଲ୍ଲୀ ଖାନ୍‌:

ସାରା ଅଲ୍ଲୀ ଖାନ୍‌ ଦେଖିବାକୁ ଠିକ୍‌ ମା’ଙ୍କ ପରି।  ସୁଶାନ୍ତ ସିଂହ ରାଜପୁତଙ୍କ ସହ ‘କେଦାରନାଥ’ ଏବଂ ରଣବୀର ସିଂହଙ୍କ ସହ ଫିଲ୍ମ ‘ସିମ୍ବା’ ମାଧ୍ୟମରେ ସେ ଦର୍ଶକଙ୍କ ସମ୍ମୁଖକୁ ଆସି ସାରିଛନ୍ତି। ଏହି ମା’ ଝିଅଙ୍କ ଫଟୋ ଦେଖିଲେ ସେମାନଙ୍କ ଗ୍ଲାମର ବିଷୟରେ ସ୍ପଷ୍ଟ ବାରି ହୋଇଯାଏ। 


ଗୌରୀ ଖାନ୍‌-ସୁହାନା ଖାନ୍‌:

ମା’ ଗୌରୀ ଖାନ୍‌ଙ୍କ ପରି ଝିଅ ସୁହାନା ବହୁତ ଷ୍ଟାଇଲିଷ୍ଟ। ତାଙ୍କୁ ସବୁବେଳେ ସୋସିଆଲ ମିଡ଼ିଆରେ ଷ୍ଟାଇଲିଷ୍ଟ ଲୁକ୍‌ରେ ଦେଖାଦେଇଥାନ୍ତି। ପ୍ରାୟ ସମୟରେ ଏହି ମା’-ଝିଅ ଯୋଡିକୁ ଏକତ୍ର ଦେଖିବାକୁ ମିଳିଥାଏ। 


ଶର୍ମିଲା ଟାଗୋର-ସୋହା ଅଲ୍ଲୀ ଖାନ୍‌:

ବିଗତ ଦିନର ଷ୍ଟାଇଲିଷ୍ଟ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ ଝିଅ ସୋହା ଅଲ୍ଲୀ ଖାନ୍‌ ପରସ୍ପରର ଖୁବ୍‌ ନିକଟତର। ମା’ଝିଅଙ୍କ ଯୋଡିକୁ ଫିଲ୍ମ ‘ରଙ୍ଗ ଦେ ବସନ୍ତି’ରେ ଦେଖିବାକୁ ମିଳିଥିଲା। 


ଡିମ୍ପଲ କପାଡ଼ିଆ-ଟ୍ବିଙ୍କଲ ଖାନ୍ନା:

ଅଭିନେତ୍ରୀ ଡିମ୍ପଲ କପାଡ଼ିଆ ଏବଂ ଝିଅ ଟ୍ବିଙ୍କଲ ଖାନ୍ନା   ଷ୍ଟାଇଲ୍‌ରେ କେହି କାହାଠାରୁ କମ୍‌ ନୁହନ୍ତି। ‘ଯୋଡି ନଂ. ୧’ ଏବଂ ‘ମେଲା’ ପରି ଫିଲ୍ମରେ ଅଭିନୟ କରିବା ପରେ ଟ୍ବିଙ୍କଲ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି। ମାତ୍ର ତାଙ୍କ ମା’ ଡିମ୍ପଲ ଆଜି ମଧ୍ୟ  ଫିଲ୍ମ ଜଗତରେ ଆକ୍ଟିଭ୍‌ ଅଛନ୍ତି। 


ଶ୍ୱେତା ବଚ୍ଚନ ନନ୍ଦା- ନବ୍ୟା ନବେଲି ନନ୍ଦା:

ଅମିତାଭ ଭଚ୍ଚନଙ୍କ ନାତୁଣୀ ନବ୍ୟା ନନ୍ଦା  ନିଜ ମା’ ଶ୍ୱେତାଙ୍କ ସହିତ ବହୁତ ନିକଟତର। ନବ୍ୟା ସୋସିଆଲ ମିଡ଼ିଆରେ ବେଶ୍‌  ଆକ୍ଟିଭ୍‌। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ  ୮୮ ହଜାର ଫଲୋୟର୍ସ ରହିଛନ୍ତି। ଖୁବ୍‌ ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। 


ଜୟା ବଚ୍ଚନ- ଶ୍ୱେତା ନନ୍ଦା ବଚ୍ଚନ:

ଜୟା ବଚ୍ଚନ ପଲିଟିକ୍ସରେ ଆକ୍ଟିଭ୍‌ ଥିବା ବେଳେ ତାଙ୍କ ଝିଅ ଶ୍ୱେତା ଲେଖାଲେଖି କରନ୍ତି। ସେ ନିଜର ଏକ ନୋବେଲ ‘ପାରାଡାଇଜ୍‌ ଟାଭର୍ସ’

ଲେଖିଛନ୍ତି। ଏହି ମା’ ଝିଅ ଗ୍ଲାମରରେ କେହି କାହାଠାରୁ କମ୍‌ ନୁହନ୍ତି। 


ନୀତୁ କପୁର- ରିଦ୍ଧିମା କପୁର ସାହିନୀ:

ନୀତୁ କପୁରଙ୍କ ଝିଅ ରିଦ୍ଧିମା ଲାଇମ୍‌ ଲାଇଟ୍‌ରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ମାତ୍ର ଷ୍ଟାଇଲ୍‌ରେ ଦେଖିବାକୁ ଗଲେ ସେ ମା’ଙ୍କ ପରି ଡିସେଣ୍ଟ। 


ହେମା ମାଲିନୀ- ଈଶା ଦେଓଲ:

ଈଶା ଦେଓଲ ବିବାହ ପରଠାରୁ ବଲିଉଡ୍‌ରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ମା’ଝିଅ ଯୋଡି ଟ୍ରେଡିସ୍‌ଲାସ୍‌ ଡ୍ରେସ୍‌ଅପ୍‌କୁ ଖୁବ୍‌ ପସନ୍ଦ କରିଥାନ୍ତି।