ଜୀବନଚର୍ଯ୍ୟା |

ଫିଟ୍‌ ରଖେ ଯୋଗାସନ

ଫିଟ୍‌ ରଖେ ଯୋଗାସନ

ଦୈନିକ ଯୋଗାସନ କରିବା ମହିଳାଙ୍କ ଲାଗି ବେଶ୍‌ ଲାଭପ୍ରଦ। ଏହା ଶରୀରକୁ ଫିଟ୍‌ ଏବଂ ରୋଗମୁକ୍ତ ରଖିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ଏହାର ବିଭିନ୍ନ ଉପକାରିତା ସମ୍ପର୍କରେ...

ଯୋଗ କରିବା ସମୟରେ ବିଭିନ୍ନ ଯୋଗମୁଦ୍ରା ଏବଂ ଶ୍ୱାସକ୍ରିୟା ମଧ୍ୟରେ ସାମଞ୍ଜସ୍ୟ ଯୋଗୁ  ଶରୀରର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସୁଚାରୁରୂପେ ହୋଇଥାଏ। ଫଳରେ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ଭଲ ଭାବେ ପହଞ୍ଚତ୍ବା ଯୋଗୁ ତ୍ବଚା ଏବଂ ଅନ୍ତଃ ଅଙ୍ଗଗୁଡିକ ମଧ୍ୟ ସୁସ୍ଥ ରହିଥାଏ।
ନିୟମିତ ଯୋଗାସନ ମାନସିକ ସନ୍ତୁଳନ ରକ୍ଷା କରିଥାଏ। ଫଳରେ ମସ୍ତିଷ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ହୋଇଥାଏ। ଚିଡିଚିଡା ପଣ, ଅବସାଦ ଆଦି ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ। 
ଶରୀରରେ ହରମୋନ୍‌ ପରିବର୍ତ୍ତନ ଯୋଗୁ ବିଶେଷ କରି ଋତୁସ୍ରାବ ବିରତି ପରେ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ଯୋଗାସନ ସାହାଯ୍ୟ କରିଥାଏ। ଶରୀରରେ ନମନୀୟତା ଏବଂ ଶକ୍ତି ବୃଦ୍ଧିପାଉଥିବାରୁ ପିଠି, ଆଣ୍ଠୁ ଗଣ୍ଠି, ବେକ ଆଦି ସ୍ଥାନରେ ହେଉଥିବା ଯନ୍ତ୍ରଣା ଶୀଘ୍ର ଭଲ ହୋଇଯାଇଥାଏ।  
ବିଭିନ୍ନ ଯୋଗାସନ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟର ଉନ୍ନତି କରିବା ସହ ମଣିଷକୁ  ନୀରୋଗ, ଗତିଶୀଳ ଏବଂ ଖୁସି ରଖିଥାଏ।
ବର୍ତ୍ତମାନ ମେଦବହୁଳତା ପାଲଟିଛି ଅଧିକାଂଶ ମହିଳାଙ୍କ ଲାଗି ଏକ ବଡ ସମସ୍ୟା। ଏଥିଯୋଗୁ ଡାଇବେଟିସ୍‌, ରକ୍ତଚାପ ଭଳି ସମସ୍ୟା କମାଇ ଫିଟ୍‌ ରଖିବା ଲାଗି ଯୋଗାସନ କରିବା ବେଶ୍‌ ଲାଭଦାୟକ।  
ଯୋଗାସନ କରିବାଦ୍ବାରା ହାର୍ଟ ଏବଂ ଧମନୀ ସୁସ୍ଥ ରହିଥାଏ। ଅପରପକ୍ଷେ ରକ୍ତ ସଞ୍ଚାଳନ ଭଲ ଭାବେ ହେବା କାରଣରୁ ମଧ୍ୟ ହୃଦ୍‌ରୋଗ ଆଶଙ୍କା କମିଥାଏ।
ନିୟମିତ ଯୋଗାଭ୍ୟାସ କଲେ ଦୃଷ୍ଟିଶକ୍ତି ଏବଂ ପାଚନଶକ୍ତି ବୃଦ୍ଧି ପାଇଥାଏ।
ଏହା ମାଂସପେଶୀଗୁଡିକୁ ଶକ୍ତି ପ୍ରଦାନ କରିବା ସହ ମେଦ ହ୍ରାସ ଏବଂ ପତଳା ଶରୀରକୁ ବଳିଷ୍ଠ କରିଥାଏ।
ମାସିକ ଋତୁସ୍ରାବ ସମୟରେ ଯନ୍ତ୍ରଣା କମାଇବାରେ ମଧ୍ୟ ଯୋଗାସନ ଫଳପ୍ରଦ। କେବଳ ଏତିକି ନୁହେଁ ନିୟମିତ ଯୋଗ କରିବା ଦ୍ବାରା ସ୍ତନକର୍କଟ ଆଶଙ୍କା ମଧ୍ୟ କମିଥାଏ।
ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଏହା ନିଦ୍ରାହୀନତା ସମସ୍ୟା ଭୋଗୁଥିବା ମହିଳାଙ୍କ ଲାଗି ଅତି ଉତ୍ତମ। 
ଯୋଗ କରିବା ଦ୍ବାରା ଚର୍ମ ଚିକ୍କଣ ଏବଂ ସୁନ୍ଦର ରହିବା ସହ କେଶ ମଜଭୁତ ରହିଥାଏ। ଶରୀର ଗଠନକୁ ସୁଠାମ କରିଥାଏ।
All Right Reserved By

ଜୀବନଚର୍ଯ୍ୟା |

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଆପଣାନ୍ତୁ ଏହି ସହଜ ଉପାୟ...

ସକାଳୁ କିଛି ସମୟ ବ୍ୟାୟାମ କରିବା ପରେ କିଛି ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। ନିୟମିତ ଏପରିକଲେ କିଡ୍‌ନୀ ଷ୍ଟୋନରୁ ମୁକ୍ତି ମିଳିଥାଏ।

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ଅବସାଦରୁ ଦୂରେଇ ରହିବା ପାଇଁ ସପ୍ତାହରେ ଥରେ କରନ୍ତୁ ଏପରି...

ପରିବର୍ତ୍ତିତ ଜୀବନଶୈଳୀରେ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ରହିଛି ସହଜ ଉପାୟ।

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଦାନ୍ତ ପାଇଁ...

ସୁସ୍ଥ ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ। କାରଣ ଏହା ମୁଖମଣ୍ଡଳର ସୌନ୍ଦଯ୍ୟ ବୃଦ୍ଧି କରିଥାଏ। ଦାନ୍ତ ଅସୁସ୍ଥ ହେଲେ ଏହା ସମ୍ପୂର୍ଣ୍ଣ ଶରୀରକୁ ଅସୁସ୍ଥ କରିଦିଏ ବୋଲି ଡାକ୍ତର କୁହନ୍ତି। 

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଖରାଦିନେ କାହିଁକି ପିଅନ୍ତି ମାଠିଆ ପାଣି

ଗରମରେ ଥଣ୍ଡା ପାଣି ପିଇବାକୁ ମନ ହୁଏ। ଏଥିପାଇଁ ଘରେ ଲୋକେ ଫ୍ରିଜ ବ୍ୟବହାର କରିଥାନ୍ତି। ଫ୍ରିଜ ପାଣି ପାଟିକୁ ଭଲ ଲାଗିଥାଏ ହେଲେ ପେଟ ଗରମ ହୋଇଥାଏ। 

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

ଗର୍ଭବସ୍ଥାରେ ଭ୍ରମଣ କରୁଥିଲେ...

କୁହାଯାଏ ଗର୍ଭବତୀମାନେ ସବୁବେଳେ ଅଧିକ ଖୁସିରେ ରହିବା ଆବଶ୍ୟକ। କାରଣ ଏହାର ପ୍ରଭାବ ଜନ୍ମିତ ଶିଶୁ ଉପରେ ପଡିଥାଏ। ସେଥିପାଇଁ ଅନ୍ତଃସତ୍ତ୍ୱାମାନଙ୍କୁ ଖୁସିରେ ରଖାଯାଇଥାଏ।

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ମହିଳାମାନେ ଡେଟ୍‌ରେ ଗଲାବେଳେ ବ୍ୟାଗ୍‌ରେ ରଖନ୍ତୁ ଏହି ଜିନିଷ: ରହିବେ ସୁରକ୍ଷିତ

ବର୍ତ୍ତମାନ ସମୟର ଯୁବପିଢ଼ି ପାର୍ଟନରଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି। ସେଥିଲାଗି ସେମାନେ ନିଜ ନିଜ ପାର୍ଟନରଙ୍କ ସହ ଡେଟ୍‌ରେ ଯିବାକୁ ପସନ୍ଦ କରିଥାନ୍ତି।

ମଲାଇ କୁଲ୍‌ଫି

ମଲାଇ କୁଲ୍‌ଫି

ବାହାରେ ବିକ୍ରି ହେଉଥିବା ମଲାଇ କୁଲଫିକୁ ଆପଣ ନିଜ ଘରେ ବି ତିଆରି କରିପାରିବେ। ଆସନ୍ତୁ ଜାଣିବା ଏହାର ପ୍ରଣାଳୀ...

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ତ୍ୱଚାକୁ ଦିଅନ୍ତୁ ଫ୍ରେଶ୍‌ ଲୁକ୍‌

ଯଦି ପାଖରେ କୌଣସି ମେକ୍‌ଅପ ପ୍ରଡକ୍ଟ ନାହିଁ ଏବଂ ଆପଣ ତ୍ୱଚାକୁ ଫ୍ରେଶ୍‌ ଲୁକ୍‌ ଦେବାକୁ ଚାହୁଁଛନ୍ତି ତେବେ ଆପଣାନ୍ତୁ କିଛି ଟିପ୍ସ ...

କୁକିଂ ଟିପ୍ସ...

କୁକିଂ ଟିପ୍ସ...

ଭାତ ପ୍ରସ୍ତୁତ କଲାବେଳେ ପେଯ ବା ମଣ୍ଡରେ ଲେମ୍ବୁ ପାଣି ମିଶାଇ କେଶରେ ଲଗାନ୍ତୁ। ଅଧଘଣ୍ଟା ପରେ ଏହାକୁ ଧୋଇ ଦିଅନ୍ତୁ। କେଶ କୋମଳ ହେବା ସହ ଚମକ ବି ଆସିବ।

ମନି ମ୍ୟାନେଜ୍‌ମେଣ୍ଟ୍‌

ମନି ମ୍ୟାନେଜ୍‌ମେଣ୍ଟ୍‌

ବର୍ତ୍ତମାନ ସମୟରେ କର୍ମଜୀବୀ ଦମ୍ପତିଙ୍କୁ ମନି ମ୍ୟାନେଜ୍‌ମେଣ୍ଟ୍‌ କରିବା ଏତେ ସହଜ ନୁହେଁ। କାରଣ ଖର୍ଚ୍ଚ ଉପରେ ଠିକ୍‌ ଭାବରେ ନଜର ରଖିବା ସହ ଅଯଥା ଖର୍ଚ୍ଚରେ ଲଗାମ ଦେବାକୁ ପଡ଼ିଥାଏ। ତେବେ ଏହି ମନି ମ୍ୟାନେଜମେଣ୍ଟ କିପରି କରିବେ ଜାଣନ୍ତୁ ସେ ସମ୍ପର୍କରେ...

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ହରମୋନସ୍ତର ନିୟନ୍ତ୍ରଣ ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌....

ବାୟୁପ୍ରଦୂଷଣ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କର ହରମୋନସ୍ତରରେ ଅନିୟମିତତା ଦେଖାଦେଇଥାଏ।

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ମାନସିକ ଶାନ୍ତି ଆଣିଥାଏ ଏହି ବ୍ୟାୟାମ...

ଆଖି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ପ୍ରତିଦିନ ଆଖିର ବ୍ୟାୟାମ କଲେ ସୁଫଳ ମିଳିଥାଏ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri