ଅନ୍ତର୍ଜାତୀୟ |

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ଦୁଇଟି ଜାହାଜରେ ଲାଗିଲା ନିଆଁ: ୧୧ ମୃତ

ମସ୍କୋ,୨୨।୧: ଭାରତ, ତୁର୍କୀ ଓ ଲିବିୟାର କ୍ରିଉ ମେମ୍ବରଙ୍କୁ ନେଇ ଯାଉଥିବା ୨ଟି ଜାହାଜ ରୁଷ ଉପକୂଳରେ ନିଆଁ ଲାଗିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ଘଟିଛି ଏମିତି ଏକ ଦୁର୍ଘଟଣା। ତାଞ୍ଜାନିଆ ପତାକା ଲଗାଇ ଯାଉଥିବା ଦୁଇଟି ଯାକ ଜାହାଜ ମଧ୍ୟରୁ ଗୋଟିଏରେ ଲିକ୍ୟୁଫାଏଡ୍‌ ନ୍ୟାଚୁରାଲ ଗ୍ୟାସ(ଏଲ୍‌ଏନ୍‌ଜି) ଥିବା ବେଳେ ଅନ୍ୟଟି ଥିଲା ଟ୍ୟାଙ୍କର। ଉଭୟ ଫୁଏଲ ବା ଇନ୍ଧନ ବଦଳ କରିବା ସମୟରେ ଜାହାଜରେ ନିଆଁ ଲାଗିଯାଇଥିଲା। କ୍ୟାଣ୍ଡି ନାମକ ଜାହାଜରେ ୧୭ ଜଣ କ୍ରିଉ ମେମ୍ବର ଥିବା ବେଳେ ସେମାନଙ୍କ ମଧ୍ୟରେ ୯ତୁର୍କୀର ଓ ୮ ଥିଲେ ଭାରତୀୟ। ସେହିପରି ମାଏଷ୍ଟ୍ରୋରେ ୧୫ ଜଣ କ୍ରିଉ ମେମ୍ବର ଥିବା ବେଳେ ସେମାନଙ୍କ ମଧ୍ୟରେ ୭ ତୁର୍କୀ ଓ ୭ ଭାରତୀୟଙ୍କ ସହ ଜଣେ ଲିବିୟା ଟ୍ରେନି ମେମ୍ବର ରହିଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ସମୁଦ୍ରକୁ ଡେଇଁ ପଡିବାରୁ ବଞ୍ଚିଯାଇଥିବା କହୁଛି ରୁଷ ନ୍ୟୁଜ ଏଜେନ୍ସି। 

All Right Reserved By

ଅନ୍ତର୍ଜାତୀୟ |

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଭାରତ ସହ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ରାମାୟଣ ଉପରେ ଡାକ ଟିକଟ ଜାରି କଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୪।୪: ଭାରତ ସହିତ ୭୦ ବର୍ଷର କୂଟନୈତିକ ସମ୍ପର୍କ ସ୍ମୃତିରେ ଇଣ୍ଡୋନେସିଆ ରାମାୟଣ ଉପରେ ସ୍ବତନ୍ତ୍ର ଡାକ ଟିକଟ ଜାରି କରିଛି। 

୩ ବର୍ଷ ପରେ ପୁଣି ଥରିଲା ନେପାଳ

୩ ବର୍ଷ ପରେ ପୁଣି ଥରିଲା ନେପାଳ

କାଠମାଣ୍ଡୁ,୨୪।୪: ନେପାଳ ସମେତ ଉତ୍ତରପ୍ରଦେଶର କେତେକ ସ୍ଥାନରେ ବୁଧବାର ସକାଳ ୬ଟା ୨୯ରେ ଭୂକମ୍ପ ଅନୁଭୁତ ହୋଇଛି। 

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। 

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

ଶ୍ରୀଲଙ୍କା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍‌: ଗଲାଣି ୩୦୦ ଜୀବନ

କଲମ୍ବୋ,୨୩।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ ସ୍ଥାନରେ ରବିବାର ହୋଇଥିବା ସିରିଜ୍‌ ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନ। 

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କୁକୁର ଛୁଆଙ୍କୁ ଅଳିଆ ଗଦାରେ ପକାଇବାରୁ ଗିରଫ ହେଲେ ମହିଳା

କାଲିଫର୍ନିଆ,୨୩।୪: ଆମେରିକାର କାଲିଫର୍ନିଆରେ ଜଣେ ମହିଳା ୭ଟି କୁକୁର ଛୁଆଙ୍କୁ ଏକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ଜିପ୍‌ରେ ଆସି ରାସ୍ତା କଡରେ ରଖାଯାଇଥିବା ଏକ ଡଷ୍ଟ ବିନ୍‌ରେ ପକାଇ ଦେଇଥିଲେ। 

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ  ଅଗ୍ନି  ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। 

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଫିଲିପାଇନ୍ସ ଭୂକମ୍ପ: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ମାନିଲା,୨୩।୪: ଫିଲିପାଇନ୍ସର ଲୁଜନ ଦ୍ୱୀପରେ ସୋମବାର ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ଏବେ ମୃତ୍ୟୁ ସଂଖ୍ୟା ବଢି ୯ରେ ପହଞ୍ଚିଛି। 

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

ଶ୍ରୀଲଙ୍କା ବିସ୍ଫୋରଣରେ ଡେନମାର୍କର ଧନୀବ୍ୟକ୍ତିଙ୍କ ୩ ସନ୍ତାନ ମୃତ

କୋପେନହାଗେନ,୨୨।୪: ଡେନମାର୍କର ଧନୀବ୍ୟକ୍ତି ଆଣ୍ଡର୍ସ ହୋଲଚ୍‌ ପୋଭଲସେନ୍‌ଙ୍କର  ୪ଟି ସନ୍ତାନ ମଧ୍ୟରେ ୩ଜଣଙ୍କର ଶ୍ରୀଲଙ୍କା ବିସ୍ଫୋରଣରେ ମୃତ୍ୟୁ ହୋଇଛି। 

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

ଶ୍ରୀଲଙ୍କା ବିସ୍ଫୋରଣ ପଛରେ ଇସଲାମିଷ୍ଟ ଗ୍ରୁପର ହାତ ଥିବା ସନ୍ଦେହ କଲେ ସରକାର

କଲମ୍ବୋ,୨୨।୪: ଶ୍ରୀଲଙ୍କାରେ ହୋଇଥିବା ୮ଟି ସିରିଏଲ ବୋମା ବିସ୍ଫୋରଣ ପଛରେ ସ୍ଥାନୀୟ ଇସ୍‌ଲାମିଷ୍ଟ ଏକ୍ସଟ୍ରିମିଷ୍ଟ ଗ୍ରୁପ ବା ନ୍ୟାଶନାଲ ତୋହିଥ ଜମାଥ(ଏନ୍‌ଟିଜେ)ର ହାତ ଥିବା ସନ୍ଦେହ କରିଥିବା ପ୍ରକାଶ କରିଛନ୍ତି ସରକାରୀ ପ୍ରବକ୍ତା ରଜିଥା ସେନାରତ୍ନେ। 

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

ଶ୍ରୀଲଙ୍କାରେ ସୋମବାର ମଧ୍ୟରାତ୍ର୍ରରୁ ଜରୁରୀକାଳୀନ ପରିସ୍ଥିତି ହେବ ଜାରି

କଲମ୍ବୋ, ୨୨।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ସମେତ ଦେଶର ୮ଟି ସ୍ଥାନରେ ରବିବାର ହୋଇଥିବା ସିରିଜ ବୋମା ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ହୋଇଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା  ରଙ୍ଗବେରଙ୍ଗ ଗୁଡ଼ି

ଚାଇନା ମନାଇଲା ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ: ଆକାଶରେ ଉଡ଼ିଲା ରଙ୍ଗବେରଙ୍ଗ ଗୁଡ଼ି

ଚାଇନା,୨୨।୪: ଚାଇନାର ଓ୍ବିଫାଙ୍ଗରେ ବହୁ ଧୁମ୍‌ଧାମ୍‌ରେ ୩୬ତମ ଇଣ୍ଟରନ୍ୟାସନାଲ କାଇଟ ଫେଷ୍ଟିଭାଲ ପାଳିତ ହୋଇଛି। ଏହି ଅବସରରେ ୩୦ ଦେଶରୁ ୪ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri