ମନୋରଞ୍ଜନ |

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

କେବଳ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସଲମାନଙ୍କ ପ୍ରଶଂସକ କରିଥିଲେ ପୁରା ଫିଲ୍ମହଲ ର ବୁକିଂ…

ସଲମାନ ଖାଁ, ଯାହାଙ୍କୁ କି ତାଙ୍କ ଫ୍ୟାନମାନେ ଭାଇଜାନ ବୋଲି କୁହନ୍ତି ଏବଂ ଫିଲ୍ମ ର ଟିକେଟ ବ୍ଲାକରେ ବି କିଣି ସିନେମା ଦେଖିବାକୁ ପଛାନ୍ତି ନାହିଁ । ସାରା ଦେଶରେ ତାଙ୍କର ଅଗଣିତ ଫ୍ୟାନ। ଏପରିକି ଖୋଦ ବଲିଉଡ଼ରେ ବି ଆଜିକାଲିର ସିନେତାରକା ମାନେ ଖୁବ ମନଖୋଲି  ପ୍ରଶଂସା କରନ୍ତି ସଲମାନଙ୍କର। ଓଡ଼ିଶାର ସିନେତାରକା  ଅନୁଭବ ମହାନ୍ତି ମଧ୍ୟ ସଲମାନଙ୍କୁ ନିଜ ଆଦର୍ଶ ବୋଲି କହିଥାନ୍ତି।  ତେବେ ହିମାଚଳ ପ୍ରଦେଶର ଶଙ୍କର ମୁସାଫିର ନାମକ ବ୍ୟକ୍ତିଙ୍କ କଥା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।  ଏହି ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଇମ୍ପ୍ରେସ କରିବାକୁ ସୁଲତାନ ଫିଲ୍ମ ପ୍ରଦର୍ଶିତ ହେଉଥବା ଥିଏଟରରେ ଗୋଟିଏ ଶୋ' ର ସବୁତକ ଟିକେଟ  ବୁକିଂ  କରିନେଇଥିଲେ। ସେ କରିଥିବା ବୁକିଂ ପଛରେ ବି ରହିଛି କାରଣ।  ତାଙ୍କ ସ୍ତ୍ରୀଙ୍କ ନାମ  ଗୀତାଞ୍ଜଳି ଯିଏକି ସଲମାନଙ୍କର ଜଣେ ବଡ଼ ଫ୍ୟାନ। "ବଜରଂଗୀ ଭାଇଜାନ" ଚଳଚିତ୍ର ରିଲିଜ ହେବା ସମୟରେ ଗୀତାଞ୍ଜଳି ନିଜ ସ୍ୱାମୀଙ୍କୁ ପାଞ୍ଚଟି ଟିକେଟ ଆଣିବାକୁ କହିଥିଲେ। ଯାହାକି ସେହି  ସମୟରେ ତାଙ୍କ ସ୍ୱାମୀ ଆଣିବାକୁ ଅସମର୍ଥ  ହୋଇଥିଲେ। ତେଣୁ ଯେତେବେଳେ ତାହା ପରେ "ସୁଲତାନ" ଚଳଚିତ୍ର ରିଲିଜ ହେବାର ଥିଲା, ସେତେବେଳେ ସେ ଆଗୁଆ ଗୋଟିଏ ଶୋ'ର ସବୁତକ ଟିକେଟ ବୁକିଂ କରି ନିଜ ସ୍ତ୍ରୀଙ୍କୁ ସରପ୍ରାଇଜ ଦେବାକୁ ଚିନ୍ତା କରିଥିଲେ।  ତେବେ ଏହାଦ୍ୱାରା ତାଙ୍କ ସ୍ତ୍ରୀ ମଧ୍ୟ ଖୁବ ଖୁସି ହୋଇଥିଲେ।    

All Right Reserved By

ମନୋରଞ୍ଜନ |

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ଇଶା ଅମ୍ବାନୀଙ୍କ ବଙ୍ଗଳାର ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ସେଲିବ୍ରିଟିମାନେ ନୂଆ ନୂଆ ବଙ୍ଗଳା କିଣୁଥିବା ଖବର ବରାବର ଆସୁଛି। ବଲିଉଡ୍‌ର ଶାହାରୁଖ୍‌, ଅମିତାଭ  ବଚ୍ଚନ, ସୈଫ୍‌ ଅଲ୍ଲୀ ଖାନ୍‌, ଶିଳ୍ପା ସେଟ୍ଟୀ, ଅକ୍ଷୟ କୁମାର, ଅମୀର ଖାନ୍‌ଙ୍କଠାରୁ ବି ଦାମୀ ବଙ୍ଗଳା କିଣିଛନ୍ତି ଇଶା ଅମ୍ବାନୀ। 

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। 

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। 

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

‘ରାଇଜିଂ ଷ୍ଟାର-୩’ ମଞ୍ଚରେ ପୁଣି ଆସିବେ ସଲମାନ, ଗୀତଗାଇବେ ରେଖା

ମୁମ୍ବାଇ: ଟେଲିଭିଜନ ପରଦାରେ ରୂପେଲି ପରଦାର ନାୟକ ନାୟିକାଙ୍କୁ ଦେଖିଲେ ଦର୍ଶକେ ଅଧିକ ଖୁସି ହୁଅନ୍ତି। ତେବେ ଏଥର ଛୋଟ ପରଦାର ରିୟଲିଟି ଶୋ’ ‘ରାଇଜିଂ ଷ୍ଟାର-୩’ ମଞ୍ଚରେ ଏକାଠି ନଜର ଆସିବେ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଓ ବଲିଉଡ୍‌ ଅରିଜନାଲ୍‌ ଦିଭା ଭାନୁରେଖା ଗଣେଶନ୍‌(ରେଖା)।

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ତୈମୁରଙ୍କ ଫିଲ୍ମକୁ ନେଇ ମୁହଁ ଖୋଲିଲେ ମଧୁର ଭଣ୍ଡାରକର

ମୁମ୍ବାଇ: ନିକଟରେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ତୈମୁରଙ୍କୁ ନେଇ ନିର୍ମାତା ନିର୍ଦ୍ଦେଶକ ମଧୁର ଭଣ୍ଡାରକର କୁଆଡେ ଫିଲ୍ମର ଟାଇଟଲ ରେଜିଷ୍ଟର କରି ସାରିଛନ୍ତି ବୋଲି ଶୁଣିବାକୁ ମିଳିଥିଲା। 

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। 

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମକୁ ନେଇ କ୍ୟାଟ୍ରିନାଙ୍କ ସଫେଇ

‘ଭାରତ’ ଫିଲ୍ମରେ ସଲମାନ ଏବଂ କ୍ୟାଟ୍ରିନା ନଜରକୁ ଆସିବେ। ଏହି ଫିଲ୍ମ ପାଇଁ ପ୍ରଥମେ ପ୍ରିୟଙ୍କାଙ୍କୁ ବଛାଯାଇଥିଲା। ପରେ କ୍ୟାଟି୍ରିନାଙ୍କୁ ନିଆଯାଇଛି। 

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବଲିଉଡ୍‌ରେ କଟିଲାଣି ୯ବର୍ଷ, ଏବେ ବି ସଫଳ ନୁହନ୍ତି ଦବଙ୍ଗ ଗର୍ଲ ‘ସୋନାକ୍ଷୀ’

ବମ୍ବେ: ୨୦୧୦ରେ ବଲିଉଡରେ ଡେବ୍ୟୁ କରିଥିଲେ ଶତ୍ରୁଘ୍ନ ସିହ୍ନାଙ୍କ ଲଳନା ସୋନାକ୍ଷୀ। ସଲମାନ ଖାନଙ୍କ ନାୟିକା ଭାବେ ‘ଦବଙ୍ଗ’ରେ କାମ କରିବା ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। 

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

କିଛି ନ କହି ଲୋକଙ୍କୁ ହସାଇ ପାରୁଥିବା ଅଭିନେତା ଚାର୍ଲି

ହଲିଉଡ୍‌ର କମିକ୍‌ ବା ହାସ୍ୟ ଅଭିନେତା ତଥା ଫିଲ୍ମ ନିର୍ମାତା ଚାର୍ଲି ଚାପ୍‌ଲିନ୍‌ଙ୍କୁ କିଏ ବା ନ ଜାଣେ। ଏହି ନାଁଟି ଶୁଣିବା ମାତ୍ରେ ମୁଣ୍ଡରେ ଟୋପି, ହାତରେ ବାଡ଼ି ଏବଂ ଛୋଟ ନିଶ ଥିବା ସେହି ବ୍ୟକ୍ତିଙ୍କ ମୁହଁଟି ଆଖି ଆଗରେ ନାଚିଉଠେ। 

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ପୁଣି ଆରମ୍ଭ ହେବ ‘କେବିସି’: ମେ’ ୧ରୁ କରିପାରିବେ ରେଜିଷ୍ଟ୍ରେଶନ

ବମ୍ବେ: ପୁଣି ଛୋଟ ପରଦାକୁ ଫେରୁଛି ‘କୌନ ବନେଗା କରୋଡପତି’ର ଆଉ ଏକ ସଂସ୍କରଣ। ପୁଣିଥରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଏହାକୁ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ। 

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧୀ କଂଗ୍ରେସ ଏପରି ନ ହେବାକୁ ପ୍ରାଣପଣେ ଚେଷ୍ଟା କରୁଛି।

ପରଦାରେ ‘କଲଙ୍କ’: ମିଳୁଛି ଫାଷ୍ଟ କ୍ଲାସ୍‌ ରିଭ୍ୟୁ

ପରଦାରେ ‘କଲଙ୍କ’: ମିଳୁଛି ଫାଷ୍ଟ କ୍ଲାସ୍‌ ରିଭ୍ୟୁ

ବମ୍ବେ: ପରଦାରେ ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କଲଙ୍କ’। ପୂର୍ବରୁ ଏହାର ଗୀତଗୁଡ଼ିକ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏହାର କାହାଣୀ ମଧ୍ୟ ଦର୍ଶକଙ୍କ ମନ ମୋହୁଛି।


Model This Week

କ୍ରିଷ୍ଣା
Why Dharitri