ରାଜ୍ୟ | ବାଲେଶ୍ୱର

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ

ପାଟଣା, ୨୨। ୧(ସ୍ବ.ପ୍ର): ୧୧ ବର୍ଷ ପରେ ଘରକୁ ଫେରିଲେ ହଜିଲା ପୁଅ। ପୁଅକୁ  ପାଇ ପରିବାରରେ ଖେଳିଯାଇଛି ଖୁସିର ଲହରୀ। କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ନିହ୍ନୁଆଁ ଗ୍ରାମର ଢିପା ସାହିର ବସନ୍ତ ନାଏକଙ୍କ ମଝିଆଁ ପୁଅ ରଜତ ନାଏକ ୨୦୦୮ ମସିହାରେ ଗାଁ ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ତୁରୁମୁଙ୍ଗାରୁ ନିଖୋଜ ହୋଇଯାଇଥିଲେ। ବହୁ ଖୋଜଚାଖୋଜି ପରେ ମଧ୍ୟ ରଜତଙ୍କ ସନ୍ଧାନ ମିଳିପାରି ନ ଥିଲା।  ହେଲେ ଦଇବ ହଜିଲା ପୁଅକୁ ଦୀର୍ଘ ୧୧ ବର୍ଷପରେ ମା’ ପାଖରେ ପହଞ୍ଚାଇଛି। ନିଖୋଜ ଥିବା ରଜତର ମା’ ସୁକାନ୍ତି, ବାପା ବସନ୍ତ ନାଏକ ଓ ମାମୁ ଗଗନ ନାଏକ ରବିବାର କଟକ ଜଗତପୁରସ୍ଥିତ ପୋଡାବର ଗ୍ରାମର ସ୍ବର୍ଗତ ବିପନ ବେହେରାଙ୍କ ଘରୁ ପୁଅ ରଜତଙ୍କୁ ନେଇ ଫେରିଛନ୍ତି। ରଜତ ଦୀର୍ଘ ୧୧ବର୍ଷ ପରେ ଗାଁକୁ ଫେରିବା ପରେ ଆତ୍ମୀୟ ସ୍ବଜନ ଓ ଗାଁ ଲୋକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଅନୁଯାୟୀ, ବସନ୍ତ ନାଏକଙ୍କ ମଝିଆଁ ପୁଅ  ରଜତ ୧୧ବର୍ଷ ତଳେ ତୁରୁମୁଙ୍ଗାରୁ ନିଖୋଜ ହୋଇଯାଇଥିଲେ। ପରେ  ପରିବାର ଲୋକେ ଦୁଇ ଦୁଇ ଥର ଥାନା ରେ ଦ୍ୱାରସ୍ଥ ହେବା ପରେ ଥାନାରୁ କୋଣସି  ସହଯୋଗ ନପାଇ ପରିବାର ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ ନିକଟରେ ଦ୍ୱାରସ୍ଥ  ହେବାକୁ ପଡିଥିଲା। ଫଳରେ  ୨୦୧୪   ମସିହାରେ  ତୁରୁମୁଙ୍ଗା ଥାନା ରେ ୧୩୬/(୧୬/୧୨/୨୦୧୪) ନମ୍ବର ରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଏଥିରୁ ମଧ୍ୟ  କୌଣସି  ସୁଫଳ ମିଳିନଥିଲା। ପୁଅ ରଜତକୁ ନପାଇ ମା’ବାପା ମ୍ରିୟମାଣ ହୋଇପଡିଥିଲେ। ଏଭଳି ପରିସ୍ଥିତିରେ ଚେମେଣା ପଞ୍ଚାୟତ ବଳିଆ ପଶି ଗ୍ରାମର ଜଣେ ଗାଡି ଚାଳକଙ୍କ ସହ ମାସେ ପୂର୍ବେ ମହାନଦୀରେ ଗାଧୋଉଥିବାବେଳେ ରଜତଙ୍କ ସହ ପରିଚୟ ହୋଇଥିଲା। ଉକ୍ତ ଗାଡି ଚାଳକଙ୍କଠାରୁ ଖବର ପାଇବା ପରେ ପରିବାର ଲୋକେ ରବିବାର ରଜତଙ୍କୁ ନେଇ  ଗାଁକୁ ଫେରିଛନ୍ତି।

All Right Reserved By

ରାଜ୍ୟ | ବାଲେଶ୍ୱର

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.):ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି।