
ମୁମ୍ବାଇ: ମହିଳାଙ୍କ ବୟସ ଅଥବା ଜୀବନର ପର୍ଯ୍ୟାୟ ସେମାନଙ୍କ କ୍ୟାରିୟରକୁ ପ୍ରଭାବିତ କରେନାହିଁ ବୋଲି ବଲିଉଡ୍ ଅଭିନେତ୍ରୀ କରିନା କପୁର ପ୍ରକାଶ କରିଛନ୍ତି। ଆଗଧାଡିର ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରୁ କରିନା ଅନ୍ୟତମ। ସେ ବର୍ତ୍ତମାନ ଏକ ଶିଶୁ ସନ୍ତାନର ଜନନୀ। ସେ ‘କୋର୍କାଲ ବୋନ୍ ଆଣ୍ଡ ବିଉଟି’ର ଏକ ପ୍ରମୁଖ ପ୍ରଚାରିକା। ଏହା ଆଗାମୀ ଲାକ୍ମେ ଫ୍ୟାଶନ ଓ୍ବିକ୍ (ଏଲ୍ଏଫ୍ଡବ୍ଲ୍ୟୁ) ସମର/ରିସର୍ଟ ୨୦୧୯ ସଂସ୍କରଣରେ ଲଞ୍ଚ୍ ହେବାକୁ ଯାଉଛି। ସୁନ୍ଦରୀ ଏବଂ ବଳିଷ୍ଠ ମହିଳାଙ୍କୁ ର଼୍ୟାମ୍ଫ୍କୁ ଆଣିବା ଏହାର ଉଦ୍ଦେଶ୍ୟ। ଏହି ଅବସରରେ ଡିଜାଇନର ରିନା ସିଂ ତାଙ୍କର ସମର କଲେକ୍ସନ୍ ଲଞ୍ଚ୍ କରିବା କାର୍ଯ୍ୟକ୍ରମ ରହିଛି। କରିନା ଏକ ବିବୃତିରେ କହନ୍ତି, ବୟସ କିମ୍ବା ଜୀବନର ପର୍ଯ୍ୟାୟ ମହିଳାଙ୍କ କ୍ୟାରିୟରକୁ ପ୍ରଭାବିତ କରେ ବୋଲି ମୁଁ ବିଶ୍ୱାସ କରୁନାହିଁ। ସେଥିପାଇଁ ମହିଳାମାନେ ନିଜ ମଧ୍ୟରେ ସୀମିତ ବା ସଙ୍କୁଚିତ ହୋଇପଡିବା ଉଚିତ ନୁହେଁ। ରିଲ୍ ଲାଇଫ୍ରେ ବିଭିନ୍ନ ଭୂମିକାରେ ଅଭିନୟ କରି ଖୁସି ହୋଇଛି। ଅଭିନୟରେ ଜଣେ ଯୋଦ୍ଧା ରାଜକୁମାରୀ, ମଡେଲ ଏବଂ ମା’ର ଭୂମିକା ନେଇଥିବା ବେଳେ ବାସ୍ତବ ଜୀବନରେ ମଧ୍ୟ ତାହା କରୁଛି। ବାହାରକୁ ସୁନ୍ଦର ଦେଖାଯିବା ପାଇଁ ଭିତରେ ସୁସ୍ଥ ରହିବା ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ସମ୍ଭବ ହୋଇପାରିଛି।
ଏଲ୍ଏଫ୍ଡବ୍ଲ୍ୟୁରେ ସୌନ୍ଦର୍ଯ୍ୟ ଏବଂ ଫ୍ୟାଶନକୁ ନେଇ ଯାହା ପ୍ରଦର୍ଶନ ହେବାକୁ ଯାଉଛି ସେଥିରେ ମହିଳାମାନେ ସେମାନଙ୍କ ଦୃଢ଼ ମନୋବଳ ଏବଂ ସୌନ୍ଦର୍ଯ୍ୟର କାହାଣୀ ଶେୟାର କରିପାରିବେ ବୋଲି କରିନା ବର୍ଣ୍ଣନା କରିଛନ୍ତି।