
ନୂଆଦିଲ୍ଲୀ,୨୨-୧: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଫେବୃୟାରୀ ପହିଲାରେ ଅନ୍ତରୀଣ ତଥା ତାଙ୍କର ଶେଷ ବଜେଟ୍ ଉପସ୍ଥାପନ କରିବେ। ଆସନ୍ତା ଶୁକ୍ରବାର ସନ୍ଧ୍ୟାରେ ସେ ଆମେରିକାରୁ ଫେରିବେ ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୋମବାର ପ୍ରକାଶ କରିଛନ୍ତି। ୬୬ ବର୍ଷୀୟ ଜେଟ୍ଲୀ ଗତ ୧୩ରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆମେରିକା ଯାଇଛନ୍ତି। ୨୦୧୮ ମେ’ରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ବଜେଟ ପାଖେଇ ଆସୁଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଚାନକ ଆମେରିକା ଗସ୍ତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ଜେଟ୍ଲୀ ଏନ୍ଡିଏ ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପନ କରିପାରିବେ ନାହିଁ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା।