ଅନଗୁଳ-ଢେଙ୍କାନାଳ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

୮ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା : ସାଇଣ୍ଟିଫିକ୍‌ ଟିମ୍‌ର ଅନୁସନ୍ଧାନ

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ସହର ଉପକଣ୍ଠରେ ରବିବାର ଅପରାହ୍ନରେ ଘଟିଥିବା ୮ମ ଶ୍ରେଣୀ ଛାତ୍ରୀଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତ ଜୋର୍‌ ଧରିଛି। ସୋମବାର ସକାଳୁ ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ଛାନଭିନ କରି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିଛି। ତଦନ୍ତ ସମୟରେ ନାଳ କୂଳରୁ ସାଇଣ୍ଟିଫିକ୍‌ ଟିମ୍‌କୁ ଅଭିଯୁକ୍ତ ଗୋଡ଼ିସାହିର ଅନାମ ଦେହୁରୀଙ୍କ ରକ୍ତ ଭିଜା ପୋଷାକ ଓ ଚପଲ ମିଳିଛି। ତେବେ ତାଙ୍କ ପତ୍ତା ଏଯାଏ ପୋଲିସ ଲଗାଇ ପାରି ନାହିଁ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୋଲିସ ଉପରେ ଭରସା ରଖିବାକୁ ଏସ୍‌ପି ମିତ୍ରଭାନୁ ମହାପାତ୍ର ନିବେଦନ କରିଛନ୍ତି। ଅପରପକ୍ଷରେ ନାବାଳିକାଙ୍କ ମୃତଦେହ ବ୍ୟବେଚ୍ଛଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ରବିବାର ରାତିରେ ଅନୁଗୋଳ ପୋଲିସ ପକ୍ଷରୁ ଗଢ଼ାଯାଇଥିବା ସ୍ବତନ୍ତ୍ର ଟିମ୍‌ ଅଭିଯୁକ୍ତଙ୍କ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା। ସୋମବାର ମଧ୍ୟ କେତେକ ସ୍ଥାନରେ ଚଢ଼ାଉ ସହ ସମ୍ପର୍କୀୟଙ୍କୁ ପଚରା ଉଚରା କରାଯାଇଥିଲା। ସେହିପରି ସକାଳ ସାଢ଼େ ୭ଟାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ନାଳ କୂଳ ପଥର ନିକଟରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା। ସନ୍ଧାନୀ କୁକୁର ଦ୍ୱାରା ବିଭିନ୍ନ ସ୍ଥାନ ଚିହ୍ନଟ କରାଯିବା ପରେ ସାଇଣ୍ଟିଫିକ୍‌ ଟିମ୍‌ ସେଠାକାର କିଛି ସାମଗ୍ରୀ ଯାଞ୍ଚ କରିଥିଲା। ଏହି ସମୟରେ ନାଳ କୂଳରୁ ପୋଲିସକୁ ଗୋଟିଏ ହଳ ଡ୍ରେସ ଓ ଗୋଟିଏ ଚପଲ ମିଳିଥିଲା। ଏହା ଅଭିଯୁକ୍ତ ଅନାମ ଦେହୁରୀଙ୍କର ବୋଲି ଗ୍ରାମବାସୀ ଚିହ୍ନଟ କରିବା ପରେ ତାହାକୁ ଜବତ କରାଯାଇଥିଲା। ଜବତ ସମସ୍ତ ସାମଗ୍ରୀ ଭୁବନେଶ୍ୱରସ୍ଥିତ ଫରେନ୍‌ସିକ୍‌ ଲ୍ୟାବକୁ ଯାଞ୍ଚ ନିମନ୍ତେ ପଠାଯିବ ବୋଲି ଏସ୍‌ପି ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଘଟଣାଟି ଅତି ସମ୍ବେଦନଶୀଳ ଥିବାରୁ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯାଇ ଉପଯୁକ୍ତ ଚାର୍ଜସିଟ୍‌ ଫାଇଲ କରାଯିବ। ଲୋକମାନେ ପୋଲିସ ଉପରେ ଭରସା ରଖନ୍ତୁ। ଜିଲା ପୋଲିସର ୩ଟି ଟିମ୍‌ ଗିରଫ ପାଇଁ ଜିଲା ବାହାରେ ରହିଛି। ସାଇଣ୍ଟିଫିକ୍‌ ଟିମ୍‌କୁ ମଧ୍ୟ କିଛି ତଥ୍ୟ ମିଳିଛି। ଲୋକମାନେ ଆନ୍ଦୋଳନରୁ ଦୂରେଇ ରହି ଶାନ୍ତ ରହିଲେ ପୋଲିସର କାର୍ଯ୍ୟ ଅଧିକ ସହଜ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।

All Right Reserved By

ଅନଗୁଳ-ଢେଙ୍କାନାଳ

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ  ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍‌ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ଧାର ଟଙ୍କା ପରିଶୋଧ ନ କରିପାରି ଆତ୍ମହତ୍ୟା

ବଅଁରପାଳ,୧୬।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ମହୀଧରପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଧାର ଟଙ୍କା ପରିଶୋଧ କରି ନ ପାରିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଦିଲୀପ ଜେନା(୪୫)। 

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ସହରରେ ଯାଞ୍ଚ ହେଲା ଖାଦ୍ୟର ମାନ: ୨୨ ସ୍ଥାନରୁ ନମୁନା ସଂଗ୍ରହ

ଅନୁଗୋଳ ଅଫିସ, ୧୬।୨- ଫୁଡ୍‌ ସେଫଟି ଅନ୍‌ ହୁଇଲ ମାଧ୍ୟମରେ ଅନୁଗୋଳ ସହରର ୨୨ଟି ସ୍ଥାନରେ ଶୁକ୍ରବାର ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବେଳେ ଡାଲି ଜାତୀୟ, ଦୁଗ୍ଧ ଓ ଲଙ୍କାଗୁଣ୍ଡରେ ଅପମିଶ୍ରଣ ହୋଇଥିବା ଜଣାପଡ଼ିଥିଲା। 

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ବର୍ଦ୍ଧିତ ମଜୁରି ମାଗିଲେ କେନ୍ଦୁପତ୍ର କର୍ମଚାରୀ

ଅନୁଗୋଳ ଅଫିସ, ୧୬।୨- କେନ୍ଦୁପତ୍ର ବିଭାଗରେ କାର୍ଯ୍ୟ କରୁଥିବା ଅଣକୁଶଳୀ, କୁଶଳୀ, ଅର୍ଦ୍ଧକୁଶଳୀ, ଉଚ୍ଚକୁଶଳୀ ସିଜିନାଲ କର୍ମଚାରୀଙ୍କୁ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ଦୈନିକ ମଜୁରିରୁ ବଞ୍ଚତ୍ତ କରାଯାଉଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କ ପରିବାର ପ୍ରତି ଏହା ଅନ୍ୟାୟ ବୋଲି ଅନୁଗୋଳ କେନ୍ଦୁପତ୍ର କର୍ମଚାରୀ ସଂଘ ଅଭିଯୋଗ କରିଛି। 

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଉନ୍ନୟନ କାର୍ଯ୍ୟର ସମୀକ୍ଷା, ଶିଳାନ୍ୟାସ

ଅନୁଗୋଳ ଅଫିସ, ୧୬।୨- ଅନୁଗୋଳ ବ୍ଲକ ବାରଗୌଣିଆ ପଞ୍ଚାୟତରେ ଶୁକ୍ରବାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା ସହ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ ଏହି ଉତ୍ସବରେ ଯୋଗଦେଇଥିଲେ। 

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ସିନଫେଷ୍ଟ୍‌ ଉଦ୍‌ଯାପିତ: ‘କଠିନ ପରିଶ୍ରମ ଜୀବନର ମୂଳମନ୍ତ୍ର’

ଢେଙ୍କାନାଳ ଅଫିସ, ୧୬।୨- କଠିନ ପରିଶ୍ରମ, ଉଚିତ ସମୟରେ ଠିକ୍‌ ନିର୍ଣ୍ଣୟ ନେବା ଜୀବନର ମୂଳମନ୍ତ୍ର। ଏହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଇପାରିଲେ ଭବିଷ୍ୟତ ସ୍ବର୍ଣ୍ଣିମ ହୋଇପାରିବ ବୋଲି କହିଛନ୍ତି ପଦ୍ମଶ୍ରୀ ଡି. ପ୍ରକାଶ ରାଓ। 

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ସ୍କାଉଟ୍ସ, ଗାଇଡ୍ସ କ୍ୟାମ୍ପୋରି ଉଦ୍‌ଘାଟିତ: ଭାଗନେଲେ ୫୪୪ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୧୬ା୨- ଢେଙ୍କାନାଳସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩୩ତମ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କ୍ୟାମ୍ପୋରି। ୩ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲାର ୧୭୨ ହାଇସ୍କୁଲର ୪୫୨  ବାଳକ ୯୨ ବାଳିକା, ୧୪୧ ସ୍କାଉଟ୍ସ ମାଷ୍ଟର ଏବଂ ୨୪ ଗାଇଡ୍ସ କ୍ୟାପଟେନ୍‌ ଅଂଶଗ୍ରହଣ କରିଛନ୍ତି।

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ମୌଳିକ ସୁବିଧାରୁ ବାଦ୍‌ ରାଜସ୍ବ ଗ୍ରାମ ଘଟିଟେଣ୍ଟୁଲି: ପାହାଡ଼ ଚଢ଼ିଲେ ଘରେ ପହଞ୍ଚେ ରାଶନ

ଛେଣ୍ଡିପଦା, ୧୬।୨(ଡି.ଏନ.ଏ.): ରାଜସ୍ବ ଗ୍ରାମ ମାନ୍ୟତା ପାଇ ମଧ୍ୟ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସୀମାନ୍ତ କତଡା ପଞ୍ଚାୟତ ଘଟିଟେଣ୍ଟୁଲି ଗ୍ରାମବାସୀ। ଗାଁରେ ପଶିବାକୁ କି ବାହାରିବାକୁ ରାସ୍ତା ନ ଥିବାରୁ ଦୟନୀୟ ହୋଇପଡିଛି ସେମାନଙ୍କ ଅବସ୍ଥା। 

ଲୁଣ ନ ନେଲେ ଚାଉଳ ମନା

ଲୁଣ ନ ନେଲେ ଚାଉଳ ମନା

ଓଡ଼ାପଡ଼ା, ୧୬।୨- ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଏବେ ସାମିଲ ହୋଇଛି ଆଇରନ୍‌ ଏବଂ ଆୟୋଡିନଯୁକ୍ତ ଲୁଣ। ଓଡ଼ିଶା ସ୍ମଲ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନ (ଓଏସ୍‌ଆଇସି) ଦ୍ୱାରା ପ୍ରସ୍ତୁତ ଏହି ଅତ୍ୟାବଶ୍ୟକ ସାମଗ୍ରୀ କିଲୋ ପିଛା ୨୦ଟଙ୍କା ଦରରେ ଡିଲର ପଏଣ୍ଟରେ ବିକ୍ରି କରାଯାଉଛି।

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଲକ୍ଷେ ଟଙ୍କା ଯୌତୁକ ପାଇଁ ବୋହୂକୁ ହାଣିଲେ ଶ୍ୱଶୁର

ଛେଣ୍ଡିପଦା,୧୫।୨(ସ୍ବ.ପ୍ର)- ଛେଣ୍ଡିପଦା ଥାନା ସରପାଳ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲକ୍ଷେ ଟଙ୍କା ଯୌତୁକ ପାଇଁ  ଗ୍ରାମର କେଶବ ସାହୁ ତାଙ୍କ ବୋହୂ କୁସୁମ(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି। 

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

୩୩ ତମ ଜିଲା ଭାରତ ସ୍କାଉଟ୍‌ ଗାଇଡ କ୍ୟାମ୍ପୋରୀ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୫।୨- ଢେଙ୍କାନାଳ ସହରସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ପରିସରରେ ଶୁକ୍ରବାର ଅପରାହ୍ନରେ ୩୩ତମ ଢେଙ୍କାନାଳ ଜିଲା ଭାରତ ସ୍କାଉଡ ଓ ଗାଇଡ୍‌ କ୍ୟାମ୍ପୋରି  ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ।

 ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିଶୁମାନଙ୍କ ଶିକ୍ଷା ଦାନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ପରଜଙ୍ଗ,୧୫।୨(ଡି.ଏନ.ଏ.)- ପରଜଙ୍ଗ ବ୍ଲକ କୂଆଳୋ ପଞ୍ଚାୟତ ପରମହଂସପୁର ଠାରେ ଥିବା ସେଣ୍ଟ ଜାଭିୟର ସ୍କୁଲରେ ଶୁକ୍ରବାର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।