ଅନଗୁଳ-ଢେଙ୍କାନାଳ

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଅଟକିଛି ୨୩ କୋଟିର ପାନୀୟ ଜଳ ପ୍ରକଳ୍ପ: ଧାରଣାରେ ଯୋରନ୍ଦା ସାଧୁସନ୍ନ୍ୟାସୀ

ଢେଙ୍କାନାଳ ଅଫିସ, ୨୨ା୧: ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମହିମାପୀଠ ଯୋରନ୍ଦା ସମେତ ଆଖପାଖ ଅଞ୍ଚଳର ୧୩ଟି ଗ୍ରାମ ପାଇଁ ଏକ ପାନୀୟ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ମଞ୍ଜୁର କରିଥିଲେ ୨୩ କୋଟି ୭୩ ଲକ୍ଷ ଟଙ୍କା। ହେଲେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳୁ ନ ଥିବାରୁ ୩ ବର୍ଷ ହେଲା ଟଙ୍କା ପଡିରହିଛି। ଫଳରେ ପ୍ରକଳ୍ପ କାମ ଆରମ୍ଭ ହୋଇପାରୁ ନ ଥିବାରୁ ଏହାର ପ୍ରତିବାଦ କରିଛନ୍ତି ମହିମାପୀଠ ସାଧୁସନ୍ନ୍ୟାସୀ। ଏ ନେଇ ସୋମବାର ସାଧୁସନ୍ନ୍ୟାସୀଙ୍କ ସମେତ ଅଞ୍ଚଳବାସୀ ଓ ଭାଜପା ନେତୃବୃନ୍ଦ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। 

ଅଭିଯୋଗ ମୁତାବକ, ୨୦୧୫ରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ମହିମା ଧର୍ମର ପୀଠ ଯୋରନ୍ଦା ଗସ୍ତରେ ଆସିଥିଲେ। ଏହି ସମୟରେ ଯୋରନ୍ଦାରେ ପାନୀୟଜଳ ସଙ୍କଟ ସମ୍ପର୍କରେ ମହିମା ସାଧୁସନ୍ନ୍ୟାସୀ ଓ ସ୍ଥାନୀୟ ଜନସାଧାରଣ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉକ୍ତ ମନ୍ତ୍ରାଳୟ ଅଧୀନସ୍ଥ ଓଏନ୍‌ଜିସି ପକ୍ଷରୁ ଯୋରନ୍ଦାରେ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୮ କୋଟି ୭୩ ଲକ୍ଷ ଟଙ୍କା ଓ ଏହାର ରକ୍ଷଣାବେକ୍ଷଣ ପାଇଁ ୫ କୋଟି ଟଙ୍କା ଦୀର୍ଘଦିନରୁ ମଞ୍ଜୁର କରାଯାଇ ପୈଠ କରାଯାଇଛି ା କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ଅନୁମୋଦନ ନ ହେବାରୁ ବର୍ତ୍ତମାନ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏହି ପ୍ରକଳ୍ପ ନିର୍ମାଣ ହେଲେ ମହିମାଗାଦି ଯୋରନ୍ଦା ସମେତ ୧୩ଟି ଗ୍ରାମର ବାସିନ୍ଦା ସୁବିଧାରେ ପାନୀୟଜଳ ପାଇପାରିବେ। ତେଣୁ ତୁରନ୍ତ ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ସେମାନେ ଦାବି କରିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସାମାଜିକ କର୍ମୀ ଲମ୍ବୋଦର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଧାରଣାରେ ମହିମାପୀଠର ରଘୁନାଥ ବାବା, ଅବିନାଶୀ ବାବା, ଦୀନବନ୍ଧୁ ବାବାଙ୍କ ସମେତ ଭାଜପାର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ରଙ୍କ ସମେତ ନବକିଶୋର ଗୁରୁ, ରତିକାନ୍ତ ସାହୁ, ପ୍ରେମାନନ୍ଦ ଜେନା, ମାତୃପ୍ରସାଦ ନନ୍ଦ, ମୁରଲୀଧର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ଏ ସମ୍ପର୍କରେ ଏକ ତାରିଖ ଧାର୍ଯ୍ୟ କରାଯାଇ ସ୍ବତନ୍ତ୍ର ବୈଠକ ଡକାଯିବା ସହ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଆଲେଚନା କରାଯିବ।

All Right Reserved By

ଅନଗୁଳ-ଢେଙ୍କାନାଳ

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଶୋଭାଯାତ୍ରା, ପଦଯାତ୍ରାରେ କମ୍ପୁଛି ଗ୍ରାମାଞ୍ଚଳ: ସହରରେ ବିଜେଡିର ଥ୍ରୀ ଡି ପ୍ରଚାର

ଅନୁଗୋଳ ଅଫିସ, ୧୯।୪- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ଶେଷ ହୋଇଥିବାରୁ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜୋର ଧରିଛି। ଇତିମଧ୍ୟରେ ପ୍ରଚାର ପାଇଁ ପ୍ରାର୍ଥୀଙ୍କ ହାତରେ ଆଉ ମାତ୍ର ୩ ଦିନ ବାକି ରହିଛି। 

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ମାଇକ୍ରୋ ଅବଜରଭରଙ୍କୁ ତାଲିମ କାର୍ଯ୍ୟକ୍ରମ: ବୁଥ୍‌ରେ ସ୍ବଚ୍ଛତା ମୁଖ୍ୟ ଦାୟିତ୍ୱ

ଢେଙ୍କାନାଳ ଅଫିସ, ୧୯ା୪- ଢେଙ୍କାନାଳ ଜିଲାରେ ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ନିମନ୍ତେ ନିୟୋଜିତ ମାଇକ୍ରୋ ଅବଜରଭର (ଅଣୁ ପର୍ଯ୍ୟବେକ୍ଷକ)ମାନଙ୍କର ତାଲିମ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଓ୍ବାର୍ଡକୁ ନେବାକୁ କର୍ମଚାରୀ ନାହାନ୍ତି: ଷ୍ଟ୍ରେଚରରେ ଘଣ୍ଟାଏ ପଡ଼ିରହିଲେ ରୋଗୀ

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁରୁତର ଥିବା ଜଣେ ମହିଳା ରୋଗୀଙ୍କୁ ଡାକ୍ତର ଓ୍ବାର୍ଡକୁ ରେଫର କରିଥିଲେ ବି ତାଙ୍କୁ ଷ୍ଟ୍ରେଚରରେ ଓ୍ବାର୍ଡକୁ ନେବାକୁ କୌଣସି କର୍ମଚାରୀ ନ ଥିଲେ। 

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ସେକ୍ଟର ଅଫିସରମାନଙ୍କୁ ତାଲିମ: ଗାଡ଼ିରେ ଲାଗିବ ଜିପିଏସ୍‌

ଅନୁଗୋଳ ଅଫିସ, ୧୯।୪- ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ନିୟୋଜିତ ସେକ୍ଟର ଅଫିସରମାନଙ୍କୁ ଗୁରୁବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ପ୍ରଦାନ କରାଯାଇଛି। 

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

ବିଜୟ ସଂକଳ୍ପ ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ପରଘର ତିଅଣରେ ନବୀନଙ୍କ ଅତିଥି ସତ୍କାର

କଣିହାଁ/ ଛେଣ୍ଡିପଦା/ ଭୁବନ/ ପରଜଙ୍ଗ, ୧୯।୪ (ଡି.ଏନ୍‌.ଏ.)- ରାଜ୍ୟ ସରକାର କାଳିଆ ଯୋଜନାରେ ଲୋକମାନଙ୍କୁ ଠକିଛନ୍ତି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ଭାଜପା ଉଦ୍ୟମ କରୁଥିବା ମିଛ ପ୍ରଚାର କରୁଛନ୍ତି। 

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ହିଙ୍ଗୁଳା ଦର୍ଶନ କରି ଫେରିବା ବେଳେ ଦୁର୍ଘଟଣା: ବାଇକ୍‌-କାର୍‌ ଧକ୍କା, ୨ ଗୁରୁତର

ଅନୁଗୋଳ ଅଫିସ, ୧୯।୪- ଅନୁଗୋଳ ସହର ଉପକଣ୍ଠ ଆମ୍ବପାଳ ନତଡ଼ାଠାରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। 

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଅସମ୍ମାନ ଅଭିଯୋଗ

କଣିହାଁ, ୧୯।୪(ଡି.ଏନ.ଏ.)- କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ସାଇଟ୍‌  ବଜାର  ମେଡିକାଲ ଛକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ କିଛିଦିନ ହେଲା କେହି ଦୁର୍ବୃତ୍ତ ମଇଳା କପଡା ଗୁଡାଇ ଦେଉଥିବା ନେଇ ଗୁରୁବାର ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି। 

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ-ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ମୁଁ ଥିବା ଯାଏ କାଳିଆ ଥିବ’

ଅନୁଗୋଳ ଅଫିସ/ ବନ୍ତଳା/ ପାଲଲହଡ଼ା/ ଢେଙ୍କାନାଳ ଅଫିସ/ ପରଜଙ୍ଗ/ ଓଡାପଡା, ୧୯।୪- କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି। କିନ୍ତୁ କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି। 

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ପାଳନ ହେଲାନି ବିଶ୍ୱ ଐତିହ୍ୟ ଦିବସ: ଖରାରେ ଛିଡ଼ା ହୋଇ ଫେରିଲେ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ,୧୯।୪- ଢେଙ୍କାନାଳ ଜିଲା ସଦର ମହକୁମାରେ ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସ ପାଳନ ହୋଇନାହିଁ। ଫଳରେ ସ୍କୁଲ ଛାତ୍ରୀଛାତ୍ରୀମାନେ ୨ ଘଣ୍ଟା ଖରାରେ ଛିଡ଼ା ହୋଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ଲୁହାମୁଣ୍ଡାରେ ହିଙ୍ଗୁଳା ଯାତ୍ରା

ବଇଣ୍ଡା,୧୮।୪(ଡି.ଏନ.ଏ.)- କିଶୋରନଗର ବ୍ଲକ ଲୁହାମୁଣ୍ଡା, ସୋଲଣ୍ଡା, ବଇଣ୍ଡାର ମା’ ମଙ୍ଗଳା ସାହିରେ ହିଙ୍ଗୁଳା ଠାକୁରାଣୀଙ୍କ ବାର୍ଷିକ ପୂଜା ସହ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମାଙ୍କୁ ହିଙ୍ଗୁଳା ପୀଠଠାରେ ଯଥାରୀତିରେ ପୂଜାର୍ଚ୍ଚନା କରାଯିବା ପରେ  ଏକ ପଟୁଆରେ  ନଗର ପରିକ୍ରମା କରାଯାଇଥିଲା। 

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ମା’ ହିଙ୍ଗୁଳାଙ୍କ ନବଦିନ ବ୍ୟାପୀ ଯାତ୍ରା

ତାଳଚେର,୧୮।୪(ନି.ପ୍ର)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନବ୍ୟାପୀ ଯାତ୍ରା ଓ ଲୋକ ମହୋତ୍ସବ ଗୁରୁବାରଠାରୁ ଆରମ୍ଭ ହୋଇଛି। 


Model This Week

କ୍ରିଷ୍ଣା
Why Dharitri