ଅନଗୁଳ-ଢେଙ୍କାନାଳ

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା: ଅନୁଗୋଳରେ ୯, ୫୬, ୭୬୧ ଭୋଟର

ଅନୁଗୋଳ ଅଫିସ, ୨୨।୧: ଅନୁଗୋଳ ଜିଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧୬୩ଟି ମତଦାନ କେନ୍ଦ୍ରର ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଅନିଲ କୁମାର ସାମଲ ଯୋଗଦେଇ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରଦାନ କରଥିଲେ। ଏଥିସହ ଜିଲା କଲ୍‌ ସେଣ୍ଟର (ଟୋଲ ଫ୍ରି ନମ୍ବର- ୧୯୫୦)କୁ ସୋମବାର ଠାରୁ କାର୍ଯ୍ୟକ୍ଷମ କରିଥିଲେ। ଏହା ମାଧ୍ୟମରେ ମତଦାତାମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ତ୍ୱରିତ ସମାଧାନ ହୋଇପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ। ଆସନ୍ତା ନିର୍ବାଚନରେ ଯେପରି କେହି ଜଣେ ମତଦାନରୁ ବାଦ ନ ପଡ଼ନ୍ତି ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ।

ପ୍ରକାଶିତ ତାଲିକା ଅନୁଯାୟୀ, ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ମୋଟ୍‌ ୯ ଲକ୍ଷ ୫୬ ହଜାର ୭୬୧ ଜଣ ମତଦାତା ଅଛନ୍ତି। ଏଥିରେ ପୁରୁଷଙ୍କ ସଂଖ୍ୟା ୪ ଲକ୍ଷ ୯୯ ହଜାର ୩୯୧, ମହିଳା ମତଦାତାଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୩୨୬। ଅନ୍ୟାନ୍ୟ ଭୋଟର ହେଉଛନ୍ତି ୪୪। ପ୍ରକାଶଥାଉ କି, ଗତବର୍ଷ ସେପ୍ଟେମ୍ବର ୧ ସୁଦ୍ଧା ଭୋଟର ତାଲିକାରେ ୯ ଲକ୍ଷ ୩୮ ହଜାର ୩୬୩ ମତଦାତାଙ୍କ ନାମ ଥିଲା। ନୂଆ ତାଲିକା ଅନୁଯାୟୀ ଏଥିରେ ୧୮ ହଜାର ୩୯୮ ଜଣ ଭୋଟର ଯୋଡ଼ି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୁରୁଷ ୭୯୬୯, ମହିଳା ୧୦୪୨୧ ଓ ଅନ୍ୟାନ୍ୟ ୮ ଜଣ ଅଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ବଇତୁରା ଦୀପ୍‌, ଆସଷ୍ଟାଣ୍ଟ କଲେକ୍ଟର ଲମ୍ବୋଦର ମାରାଣ୍ଡି, ଭାଜପା ପ୍ରତିନିଧି ଦିଲେଶ୍ୱର ପ୍ରଧାନ, ଜାତୀୟ କଂଗ୍ରେସ ପ୍ରତିନିଧି ଆଲୋକ କୁମାର ଦାସ ଓ ବିଏସ୍‌ପି ପ୍ରତିନିଧି କୁମୁଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଅନଗୁଳ-ଢେଙ୍କାନାଳ

କିଶୋରନଗର ତହସିଲ ଅଧୀନରେ  ଗଢି ଉଠିଛି ଶତାଧିକ ବେଆଇନ ଇଟାଭାଟି :   ବଢୁଛି ପ୍ରଦୂଷଣ, ପ୍ରଶାସନ ନୀରବ

କିଶୋରନଗର ତହସିଲ ଅଧୀନରେ ଗଢି ଉଠିଛି ଶତାଧିକ ବେଆଇନ ଇଟାଭାଟି : ବଢୁଛି ପ୍ରଦୂଷଣ, ପ୍ରଶାସନ ନୀରବ


ବଇଣ୍ଡା,୨୬।୪(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ତହସିଲ ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ବେଆଇନ ଭାବେ ଶତାଧିକ ଇଟାଭାଟି ଗଢି ଉଠିଛି। ଏଥିପ୍ରତି ପ୍ରଶାସନର ଲଗାମ ନ ଥିବାବେଳେ  ପ୍ରଦୂଷଣ ବଢିବାରେ ଲାଗିଛି। ବିଶେଷ କରି ବ୍ଲକର ଜାମ୍ବୁନାଳୀ, ନୁନୁକାପଶି, ଗାଁ ବଇଣ୍ଡା, ଧରଡ଼ପାଳ, ଝରାବେରେଣୀ, କଣ୍ଟେଇକୁଳିଆ, ଆମ୍ବପାଳ, ବାମୁର, ହିମିତିରା, ଉରୁକୁଳା, ଧରଡ଼ପାଳ, ଅଙ୍ଗପଡ଼ା, ସଞ୍ଜାମୁରା ଆଦି ୧୫ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ବିଭିନ୍ନ ଗ୍ରାମରେ ବହୁ ଇଟାଭାଟି  ପୋଡ଼ାଯାଉଛି। 

କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍‌ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ

କଣିହାଁରେ ଅମାନବୀୟ ଦୃଶ୍ୟ: ବସ୍ତା ପରି ବାଇକ୍‌ରେ ଜ୍ୱାଇଁଙ୍କୁ ବାନ୍ଧିନେଲେ

କଣିହାଁ, ୨୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକରେ ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପାରିବାରିକ ଗଣ୍ଡଗୋଳକୁ କେନ୍ଦ୍ର କରି ଜ୍ୱାଇଁଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ ମାରି ଏକ ବାଇକ ପଛରେ ବସ୍ତା ପରି ବାନ୍ଧି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ନାଲ୍‌କୋ ସ୍କୁଲରେ ପାତରଅନ୍ତର ଅଭିଯୋଗ: କ୍ଷତିଗ୍ରସ୍ତଙ୍କ ପିଲାଙ୍କୁ ଅଣଦେଖା

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଅନୁଗୋଳ ଜିଲାର ବଅଁରପାଳଠାରେ ଥିବା ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ପାଇଁ ବହୁ ଲୋକ ଚାଷ ଜମି ଓ ଭିଟା ମାଟି ହରାଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନାଲ୍‌କୋ ପକ୍ଷରୁ ନିଯୁକ୍ତି ଦିଆଯାଇଥିଲେ ବି ଆହୁରି ଅନେକ କ୍ଷତିଗ୍ରସ୍ତଙ୍କୁ ଚାକିରି ତ ଦୂରର କଥା ଠିକାରେ କାମଟିଏ ଦିଆଯାଉ ନାହିଁ।

ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ଅନୁଗୋଳ ଅଫିସ, ୨୬।୪- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନ ହେଉଛି।

ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ ଛାନିଆ ହୋଇପଡ଼ିଛନ୍ତି।

ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ସକାଳୁଆ କାର୍ଯ୍ୟାଳୟ, ଚୌକି ଖାଲି

ବଅଁରପାଳ, ୨୬।୪ (ଡି.ଏନ୍‌.ଏ.)- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସରକାର ସକାଳୁଆ କରିଛନ୍ତି। ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ହିତାଧିକାରୀମାନେ ଯେପରି ତାତିରୁ ରକ୍ଷା ପାଇବା ସହ ସୁବିଧାରେ କାମ ହାସଲ କରି ଫେରିପାରିବେ ସେଥିପାଇଁ ସରକାର ଏପରି ବ୍ୟବସ୍ଥା କରିଛନ୍ତି।

କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ

କଡା ସୁରକ୍ଷା ବଳୟରେ ଭୋଟିଂ ମେଶିନ

ଆଠମଲ୍ଲିକ,୨୬।୩(ଡି.ଏନ.ଏ.)- ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। 

ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ହିଙ୍ଗୁଳା ଲୋକ ମହୋତ୍ସବର ୭ମ ସନ୍ଧ୍ୟା: ଗୋଟିପୁଅ ନୃତ୍ୟରେ ଝୁମିଲେ ଦର୍ଶକ

ତାଳଚେର,୨୬।୪(ନି.ପ୍ର)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ  ଚାଲିଥିବା ୧୭ତମ ଲୋକମହୋତ୍ସବର ୭ମ ସା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। 

ଅଭିମନ୍ୟୁ ସାହୁ ହତ୍ୟା ମାମଲା:   ୩ ଜଣଙ୍କୁ ଆଜୀବନ ଜେଲ

ଅଭିମନ୍ୟୁ ସାହୁ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ ଜେଲ

ଢେଙ୍କାନାଳ ଅଫିସ, ୨୫ା୪- ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଚରଣପୁର ଗ୍ରାମର ଅଭିମନ୍ୟୁ ସାହୁ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି ା ଜିଲା ଦୌରାଜଜ୍‌ ଗଜେନ୍ଦ୍ର ମହାପାତ୍ର ଏହି ମାମଲାର ରାୟ ପ୍ରକାଶ କରି ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି ା

ଛେଣ୍ଡିପଦା ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ,  ଲୋକେ ଆତଙ୍କିତ

ଛେଣ୍ଡିପଦା ବନାଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ, ଲୋକେ ଆତଙ୍କିତ

ଛେଣ୍ଡିପଦା,୨୫।୪(ଡି.ଏନ.ଏ.)-ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଛେଣ୍ଡିପଦା ବନାଞ୍ଚଳ ଇଲାକାରେ ଏକ ସପ୍ତାହ ହେବ ହାତୀ ଉପଦ୍ରବ ଚଳାଇଛନ୍ତି।

ଆଠମଲ୍ଲିକରେ ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ଆଠମଲ୍ଲିକରେ ବଢୁଛି ତାତି, ଜନଜୀବନ ଅସ୍ତବ୍ୟସ୍ତ

ବଇଣ୍ଡା,୨୫।୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅବାଧ ଗଛ କଟା ଓ ଜଙ୍ଗଲ କ୍ଷୟ ଯୋଗୁ ତାପମାତ୍ରା ବଢୁଥିବାବେଳେ  ଗୁରୁବାର ବଇଣ୍ଡା ତଥା ଆଠମଲ୍ଲିକ ଅଞ୍ଚଳରେ ୪୨ଂ ସେଲସିଅସ ତାପମାତ୍ରା ଥିବା ଏକ ଘରୋଇ ତାପମାତ୍ରା ଯନ୍ତ୍ରରୁ ଜଣାପଡ଼ିଛି। 

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଲାଗିଥିବା ବାଲାଟ ଓ କଣ୍ଟ୍ରୋଲ ୟୁନିଟ୍‌ରେ ସମସ୍ୟା ଦେଖାଦେବାରୁ ତାହାକୁ ବଦଳା ଯାଇଥିଲା।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri