ରାଜ୍ୟ | ଉପକୂଳ ଓଡିଶା

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ଖେଳିଯାଇଥିଲା। ଉଭୟ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ସମସ୍ତ ଡଙ୍ଗାର ପଞ୍ଜୀକରଣ ଯାଞ୍ଚ, ସୁରକ୍ଷା ଉପକରଣ ବାଧ୍ୟତାମୂଳକ କରିବା ଓ ବିପଜ୍ଜନକ ଯାତ୍ରା ବନ୍ଦ କରିବା ଆଦି ପ୍ରସଙ୍ଗ ଉଠିଥିଲା। କିନ୍ତୁ ନିପାଣିଆ ଡଙ୍ଗା ବୁଡ଼ି ଘଟଣାକୁ ଇତିମଧ୍ୟରେ ମାସେ ପୂରି ନ ଥିବାବେଳେ ଅବସ୍ଥା ପୂର୍ବଭଳି ହୋଇଛି। ଲୋକେ ପୂର୍ବଭଳି ବିପଜ୍ଜନକ ଭାବେ ଡଙ୍ଗାରେ ଯାତ୍ରା କରୁଛନ୍ତି। ପ୍ରଶାସନ ଲୋକଦେଖାଣିଆ ଯାଞ୍ଚ କରି ଚୁପ୍‌ ବସିଛି।

କେନ୍ଦ୍ରାପଡ଼ା-ଜଗତ୍‌ସିଂହପୁର ଜିଲାର ଚର୍ଚ୍ଚିତ ବାହାକୁଦ ଘାଟରେ ଏଭଳି ଦେଖିବାକୁ ମିଳିଛି। ଯେଉଁ ଡଙ୍ଗାରେ ସର୍ବାଧିକ ୧୦ଟି ବାଇକ୍‌ ସହ ୫୦ ଲୋକ ନେବାର  କ୍ଷମତା ରହିଛି, ସେଠାରେ ୧୮ରୁ ଊର୍ଦ୍ଧ୍ୱ ବାଇକ ଓ ୬୦ ଲୋକ ଯାତାୟାତ କରୁଛନ୍ତି। ରବିବାର ଅପରାହ୍ନରେ ଇଫ୍‌କୋ ପଛପାଖ ବାହାକୁଦରୁ ଗୋଟିଏ ଡଙ୍ଗା ଏଭଳି ବିପଜ୍ଜନକ ଭାବେ ମହାକାଳପଡ଼ା ସୀମା ବାହାକୁଦକୁ ଯାଇଥିଲା। ଉଲ୍ଲେଖନୀୟ କଥା ହେଲା ଉକ୍ତ ଡଙ୍ଗାରେ କୌଣସି ସୁରକ୍ଷା ଉପକରଣ ନ ଥିଲା। ଏ ସମ୍ପର୍କରେ ସମ୍ପୃକ୍ତ ଘାଟିଆଙ୍କୁ ପଚାରିବାରୁ ସେ ଅତ୍ୟନ୍ତ ହାଲୁକା ଭାବେ କହିଲେ ଯେ ଏମିତି ଚାଲେ। ଆଗକୁ ମଧ୍ୟ ଏଭଳି ଚାଲିବ। ସୂଚନାଯୋଗ୍ୟ, ସେହି ବାହାକୁଦ ଘାଟରେ ୨୦୦୪ ମାର୍ଚ୍ଚ ୧ରେ ଏକ ଡଙ୍ଗା ବୁଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ନୂଆଗଡ଼ର ୧୩ ଜଣ ପିଲା କ୍ରିକେଟ ଖେଳିବାକୁ ଯାଉଥିବାବେଳେ ଡଙ୍ଗା ବୁଡ଼ିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ ପ୍ରସଙ୍ଗ ହେଲା ବାହାକୁଦ ଘାଟ ଦୁଇ ଜିଲାକୁ ସଂଯୋଗ କରୁଥିଲେ ହେଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥାଏ। ମହାକାଳପଡ଼ା ବ୍ଲକର ଲୋକମାନେ ଦୈନିକ କାମ ଅନ୍ବେଷଣରେ ପାରାଦୀପ ଆସୁଥିବାରୁ ଘାଟ ନିଲାମ କେନ୍ଦ୍ରାପଡ଼ା ପ୍ରଶାସନ କରିଥାଏ। ନିଲାମ ଅର୍ଥର ୮୦ ପ୍ରତିଶତ ବାହାକୁଦ ପଞ୍ଚାୟତ ପାଇଥାଏ। ଅବଶିଷ୍ଟ ୨୦ ପ୍ରତିଶତ କୁଜଙ୍ଗ ବ୍ଲକର ନୂଆଗଡ଼ ପଞ୍ଚାୟତକୁ ଯାଇଥାଏ। ଗତ ୨ ତାରିଖ ଡଙ୍ଗାବୁଡ଼ି ଘଟଣା ପରେ ଦୁଇ ଜିଲା ପ୍ରଶାସନ ସେହି ବାହାକୁଦ ଘାଟରେ ଲୋକଦେଖାଣିଆ ଯାଞ୍ଚ କରିଥିଲେ। ଏବେ ସବୁ ଢିଲା ବୋଲି ପାରାଦୀପର ସ୍ବେଚ୍ଛାସେବୀ ସଙ୍ଗଠନ ଆଦର୍ଶ ପ୍ରୟାସ ପକ୍ଷରୁ ଅଭିଯୋଗ ହୋଇଛି। ସଙ୍ଗଠନର ଦେବକଲ୍ୟାଣ ମହାପାତ୍ର, ଅମରେଶ  ମଣ୍ଡଳ କୁହନ୍ତି, ଏ ସମ୍ପର୍କରେ ଘାଟର ନାଉରୀ ଓ ଲୋକଙ୍କୁ ଏକାଧିକଥର ଅବଗତ କରିବା ସତ୍ତ୍ୱେ କେହି ସୁଧୁରିବା ମାନସିକତାରେ ନାହାନ୍ତି। ଏହାକୁ ନେଇ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବା ସହ ପ୍ରଶାସନକୁ ଲେଖିବୁ ବୋଲି ସେମାନେ କହିଛନ୍ତି। 

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ମହାପ୍ରଭୁଙ୍କୁ ଦର୍ଶନ କଲେ ମିଥୁନ ଚକ୍ରବର୍ତ୍ତି

ପୁରୀ ଅଫିସ,୨୫ା୪: ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଗୁରୁବାର ସକାଳେ ପତ୍ନୀଙ୍କ ସହ ମିଥୁନ ସିଂହଦ୍ୱାରରେ ପହଞ୍ଚିଥିଲେ। 

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ର ୩ ବୁଥରେ ଚାଲିଛି ସାନି ମତଦାନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଥ୍‌କୁ ମନା

ବରଗଡ଼ ଅଫିସ,୨୫।୪- ବରଗଡ଼ ଜିଲାର ୩ ଭୋଟ ଗ୍ରହଣ କେନ୍ଦ୍ର(ବୁଥ୍‌)ରେ ଗୁରୁବାର ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି। ଜିଲାର ମାଓବାଦୀ ଅଧ୍ୟୁଷିତ ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ ସ୍କୁଲ(ବୁଥ୍‌ ନଂ-୧୬)ରେ ଏହା ୪ଟା ପର୍ଯ୍ୟନ୍ତ ଚାଲିବ । 

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ହାଇଟେକ୍‌ ପ୍ରଚାର: ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରଚାରରେ ବାହାରିଲେ

ବାରିପଦା ଅଫିସ,୨୫।୪- ମୟୂରଭଞ୍ଜ ଜିଲାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଟେକ୍‌ ପ୍ରଚାର। ବୁଧବାର ସନ୍ଧ୍ୟାରେ  ବାରିପଦା ସହରରେ ମୁଖ୍ୟମନ୍ତ୍ରୀ ବସ୍‌ ଯୋଗେ ପ୍ରଚାର କରିଥିବା ବେଳେ ସ୍ଥାନୀୟ ସର୍କିଟ ହାଉସ୍‌ରେ ରାତ୍ରୀଯାପନ କରିଥିଲେ।

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଡବଲ୍‌ ଇଞ୍ଜିନ୍‌ ଥିଓରୀକୁ ରାମଦାସ ଅଠଓ୍ବାଲେଙ୍କ ସମର୍ଥନ: କହିଲେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ସରକାର ହେବା ଜରୁରୀ

ଭୁବନେଶ୍ୱର,୨୫।୪(ବ୍ୟୁରୋ): କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳ କିମ୍ବା ମେଣ୍ଟ ସରକାର ହେବା ଜରୁରୀ। ତେଣୁୁ ଓଡ଼ିଶାବାସୀ ଏହାକୁ ଚାହିଁ ଭୋଟଦାନ କରନ୍ତୁ। ଆରପିଆଇ(ଅ) ଡବଲ ଇଞ୍ଜିନକୁ ସମର୍ଥନ କରୁଥିବା ଏହାର ନେତା ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠଓ୍ବାଲେ କହିଛନ୍ତି। 

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ରାଜ୍ୟର ୯ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ରାଜ୍ୟର ୯ଟି ବୁଥ୍‌ରେ ଗୁରୁବାର ସକାଳ ୭ଟାରୁ ଚାଲିଛି ସାନି ମତଦାନ।

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ନବଜ୍ୟୋତିଙ୍କ ମୁଣ୍ଡରେ ସର୍ବାଧିକ ଋଣ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ। ରାଜ୍ୟରେ ଏକସଙ୍ଗରେ ଲୋକ ସଭା ସହ ବିଧାନସଭା ନିର୍ବାଚନ ହେଉଛି। 

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ସତ୍ୟବାଦୀ ନିର୍ବାଚନମଣ୍ଡଳୀ: ୧୧ ବୁଥ୍‌ରେ ସାନି ମତଦାନ ଦାବି

ପୁରୀ ଅଫିସ,୨୫ା୪: ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ. ବୁଥ୍‌ରେ ଭାଜପା ଏଜେଣ୍ଟଙ୍କୁ ପୂରାଇ ଦିଆଯାଇ ନ ଥିବା ଅଭିଯୋଗ ଆଣିଛନ୍ତି ଭାଜପାର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦ୍ଦେବ ।

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବଦଳିପାରେ ସମୀକରଣ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଚଳିତ ଥର ରାଜ୍ୟର ୨୧ଲୋକ ସଭା ଏବଂ ୧୪୭ ବିଧାନସଭା ଆସନ ପାଇଁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ଗତ ମଙ୍ଗଳବାର ସୁଦ୍ଧା ୩ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଯାଇଛି। 

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ଧର୍ମେନ୍ଦ୍ରଙ୍କ ରୋଡ ଶୋରେ ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ବାରିପଦା ଅଫିସ,୨୫।୪: ମୟୂରଭଞ୍ଜ ଜିଲା ଅଧୀନ ଲୋକ ସଭା ଓ ୭ ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। 

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ଓଡ଼ିଶାରେ ଡବଲ ଇଞ୍ଜିନ ଆଣନ୍ତୁ, ବିକାଶ ନିଶ୍ଚିତ’:ନୀତିନ ଗଡ଼କରୀ

ବାସୁଦେବପୁର/ବନ୍ତ, ୨୫।୪ (ଡି.ଏନ.ଏ.): ଓଡ଼ିଶାରେ ବିଜେଡି ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ଶିଳ୍ପର ବିକାଶ ଦିଗରେ କୌଣସି କାମ କରୁନାହିଁ। ସେଥିପାଇଁ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ବହୁ ପଛରେ ପଡ଼ିଛି ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି।

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। 

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଶୀତଲଙ୍କୁ ‘ମିସ୍‌ ଇଣ୍ଡିଆ ଓଡ଼ିଶା-୨୦୧୯’ ଟାଇଟଲ୍‌

ଭୁବନେଶ୍ୱର,୨୪।୪(ବ୍ୟୁରୋ)- ୨୦୧୯ ବର୍ଷ ପାଇଁ ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା ଟାଇଟଲ୍‌ ଜିତିଛନ୍ତି ରାୟଗଡାର ଶୀତଲ ସାହୁ। ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ଏଫ୍‌ବିବି କଲର୍ସ ଫେମିନା ମିସ୍‌ ଇଣ୍ଡିଆର ଇଷ୍ଟ୍‌ ଜୋନାଲ କ୍ରାଉନିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଶ୍ରେଷ୍ଠ ବିବେଚିତ ହୋଇ ସେ ଏହି ଟାଇଟଲ୍‌ ଜିତିଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri