ବାଲେଶ୍ୱର

ଅର୍ଥ ହଡ଼ପ ଲାଗି ମସୁଧା

ଅର୍ଥ ହଡ଼ପ ଲାଗି ମସୁଧା

କେନ୍ଦୁଝର,୨୨ା୧(ସ୍ବ.ପ୍ର.): ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତରେ ବାର୍ଷିକ ପ୍ରକଳ୍ପ ତାଲିକାରେ ହେରଫେର କରି ଅର୍ଥ ହଡ଼ପ ଲାଗି ମସୁଧା କରାଯାଇଥିବା କେତେକ ଓ୍ବାର୍ଡ ମେମ୍ବର ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଭାଲୁପାହାଡ଼ି ବନ୍ଧ ପୁନରୁଦ୍ଧାର କାମ ପାଇଁ ୬୦ ହଜାର ଟଙ୍କା ବ୍ୟୟ ବରାଦ ହୋଇଛି। ବୈଠକରେ ଆଲୋଚନା ହୋଇ ପ୍ରସ୍ତାବ ଗୃହିତ ହୋଇଥିଲା।  ପରବର୍ତ୍ତୀ ସମୟରେ ସରପଞ୍ଚ, ଓ୍ବାର୍ଡମେମ୍ବର ଓ ଅନ୍ୟମାନଙ୍କୁ ସୂଚିତ ନ କରି ପ୍ରକଳ୍ପ ତାଲିକା ଦ୍ୱାରା ତଞ୍ଚକତା କରି ଉକ୍ତ କାମରେ କେନାଲ କାମ ଯୋଡି ବ୍ୟୟ ଅଟକଳ ୨ ଲକ୍ଷ ୮୦ ହଜାର କରାଯାଇଥିବା ଅଭି;ଯୋଗ ହୋଇଛି। ବନ୍ଧ ଓ କେନାଲ କାମ ବିଭାଗ ଦ୍ୱାରା କରାଯାଉଥିବା ବେଳେ ଜଣେ ଠିକାଦାର କାର୍ଯ୍ୟ କରୁଛନ୍ତି। ହେରଫେର କରି ଉକ୍ତ କାମ ପାଇଁ କିପରି ଅଧିକ ଟଙ୍କା ମଞ୍ଜୁର ହେଲା ତାହାର ତଦନ୍ତ ଲାଗି ସରପଞ୍ଚ ସୁନୀତା ନାଏକ ଦାବି କରିଛନ୍ତି। ଅଭିଯୋଗରେ ସତ୍ୟତା ଥାଏ ତେବେ ଏହା ବେଆଇନ ବୋଲି ମତପ୍ରକାଶ ପାଉଛି।

ଏ ନେଇ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଆନନ୍ଦ ଚରଣ ପଣ୍ଡା କହିଛନ୍ତି ଯେ, ମୋ ସମୟରେ ବାର୍ଷିକ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇନାହିଁ। ତାଲିକା ବ୍ୟୟ ଅଟକଳରେ ପରିବର୍ତ୍ତନ ବିଷୟରେ ଜାଣିନାହିଁ। ଓ୍ବାର୍ଡ ମେମ୍ବରମାନେ ଉକ୍ତ କାମ କରିବାକୁ ଚାହୁଁ ଥିଲେ ନ ପାଇବାରୁ ଏଭଳି ଅଭିଯୋଗ କରୁଛନ୍ତି। ଏହି ହେରଫେର କାମ ପଛରେ ଠିକାଦାର ଓ ଅସାଧୁ କର୍ମଚାରୀଙ୍କ ହାତ ଥିବା ଓ୍ବାର୍ଡମେମ୍ବରମାନେ ସନ୍ଦେହ କରି ତଦନ୍ତ ଦାବି କରିଛନ୍ତି। ଓ୍ବାର୍ଡ ମେମ୍ବର ଲକ୍ଷ୍ମୀପ୍ରିୟା ସାହୁ, ଚିତ୍ତରଞ୍ଜନ ମହାନ୍ତ, ଯଶୋଦା ମହାନ୍ତ, ଶୈଳେନ୍ଦ୍ର ଗିରି, ଶକୁନ୍ତଳା ପାତ୍ର, ମାଳତୀଲତା ମହାନ୍ତ ସମେତ ୧୪ ଜଣ ଓ୍ବାର୍ଡ ମେମ୍ବର ଲିଖିତ ଭାବେ ଅଭିଯୋଗ କରିଛନ୍ତି। 


All Right Reserved By

ବାଲେଶ୍ୱର

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ରେମୁଣାରେ ରାହୁଲ: କହିଲେ ଦେଶରେ ବେରୋଜଗାରୀର ପ୍ରମୁଖ କାରଣ ବିମୁଦ୍ରିକରଣ, ଜିଏସ୍‌ଟି

ବାଲେଶ୍ୱର ଅଫିସ,୨୬।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନ ୧ଟା ୫୦ରେ ରାହୁଲ ରେମୁଣା ନିର୍ବାଚନମଣ୍ଡଳୀରେ ଆୟୋଜିତ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲା। 

ଝାଡ଼ଖଣ୍ଡକୁ ଚୋରାରେ ଚାଲାଣ ହେଉଛି ଲୁହାପଥର: ୨୦ ମେଟ୍ରିକ୍‌ ଟନ୍‌ ଲୁହାପଥର ସହ ୨ ଡମ୍ପର ଜବତ, ଦୁଇ ଗିରଫ

ଝାଡ଼ଖଣ୍ଡକୁ ଚୋରାରେ ଚାଲାଣ ହେଉଛି ଲୁହାପଥର: ୨୦ ମେଟ୍ରିକ୍‌ ଟନ୍‌ ଲୁହାପଥର ସହ ୨ ଡମ୍ପର ଜବତ, ଦୁଇ ଗିରଫ

ବଡ଼ବିଲ, ୨୬।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଯୋଡ଼ା ଖଣି ସର୍କଲରେ ଖଣି ଦୁର୍ନୀତି ପଦାକୁ ଆସିବା ପରେ ଅନେକ ଖଣିକୁ ଜରିମାନା କରାଯାଇଛି। ଫଳରେ ଅନେକ ଖଣି ବନ୍ଦ ହୋଇଛି।

ଧକୋଠା ଗ୍ରାମରେ ବୋମା ପକାଇବା ଘଟଣା: ଥାନାରେ ମାମଲା ରୁଜୁ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଧକୋଠା ଗ୍ରାମରେ ଗୁରୁବାର ଜିଲା ପରିଷଦ ସଭ୍ୟାଙ୍କ ସ୍ବାମୀ ରଞ୍ଜିତ ପୃଷ୍ଟିଙ୍କ ଘର ଉପରକୁ କେହି ଦୁର୍ବୃତ୍ତ ବୋମାମାଡ କରିଥିଲୋ।

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ବୁଥ୍‌ ରିଗିଂ ଅଭିଯୋଗ: ଭୋଟ ଦେଇ ନ ପାରି ଆକ୍ରମଣର ଶିକାର ଯୁବକ ଥାନାର ଦ୍ୱାରସ୍ଥ

ଆନନ୍ଦପୁର,୨୬।୪(ସ୍ବ.ପ୍ର.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ଘସିପୁରା ଥାନା ଖଡିବିଲ ଗ୍ରାମର ବିନ ଜେନାଙ୍କ ପୁଅ ନରେନ୍ଦ୍ର ଜେନା ୨୩ ତାରିଖ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ ରିଗିଂର ଶିକାର ହୋଇ ଭୋଟ ଦେଇପାରି ନ ଥିବା ଘସିପୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। 

ବିଷ୍ଣୁବ୍ରତଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ଇପ୍‌ସିତା

ବିଷ୍ଣୁବ୍ରତଙ୍କ ପାଇଁ ପ୍ରଚାର କଲେ ଅଭିନେତ୍ରୀ ଇପ୍‌ସିତା

ତିହିଡ଼ି,୨୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନମଣ୍ତଳୀ ଅଧୀନ ତିହିଡ଼ି ବ୍ଲକର ୯ପଞ୍ଚାୟତରେ ଶୁକ୍ରବାର ବିଜେଡି ପକ୍ଷରୁ ରୋଡ ଶୋ’ ଓ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ପାଟଣା,୨୬ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି  ଗ୍ରାମରେ  ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଜଣେ ଯୁବକଙ୍କୁ ଘର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

  ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ସହ ମୋବାଇଲ ଛଡ଼ାଇନେଲେ ଲୁଟେରା

କେନ୍ଦୁଝର,୨୬ା୪(ସ୍ବ.ପ୍ର.):କେନ୍ଦୁଝର ମାଇନିଂଛକଠାରୁ ଡିମ୍ବୋ ରାସ୍ତା ମଧ୍ୟରେ ଥିବା ସାଇମନ୍ଦିର ନିକଟରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ୧୫ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇ ପଳାଇଲେ  ଲୁଟେରା। 

ଚାନ୍ଦବାଲି ନେତାଙ୍କ ଫୋକସ୍‌ରେ ଧାମରା

ଚାନ୍ଦବାଲି ନେତାଙ୍କ ଫୋକସ୍‌ରେ ଧାମରା

ଚାନ୍ଦବାଲି,  ୨୬।୪ (ଡି.ଏନ.ଏ.):ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ। ଏଠାରେ ସାମୁଦ୍ରିକ ବନ୍ଦର ସାଙ୍ଗକୁ ରେଳ ଲାଇନ ସଂଯୋଗ ରାଜ୍ୟ ଓ ଦେଶର ଅର୍ଥନୀତିରେ ଏକ ପ୍ରମୁଖ ଭୂମିକା ନେଇଛି।

ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠାକୁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ: ମୁଖ୍ୟମନ୍ତ୍ରୀ

ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠାକୁ ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ବିରୋଧ କରୁଥିଲେ: ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ, ୨୬।୪:ଜଣେ ଓଡ଼ିିଆ କେନ୍ଦ୍ରମନ୍ତ୍ରୀ ବାରିପଦା ମେଡିକାଲ କଲେଜ ପ୍ରତିଷ୍ଠାକୁ ବିରୋଧ କରୁଥିଲେ। ଏଥିପାଇଁ କେନ୍ଦ୍ର ଅନୁମତି ନ ଦେବାରୁ ସୁପ୍ରିମକୋର୍ଟ ଏମ୍‌ପାୱାରର୍ଡ କମିଟିରୁ ରାଜ୍ୟ ସରକାର ଅନୁମତି ଆଣିଥିଲେ। 

ଫେରାର ଅଭିଯୁକ୍ତ ଗିରଫ 

ଯୋଡ଼ା, ୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବଡବିଲ ଜେଏମ୍‌ଏଫସି କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପୋଲିସ କବଳରୁ ଫେରାର ହୋଇଯାଇଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗୁରୁବାର ଗିରଫ କରିଛି| 

ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ପତ

ରାଇସୁଆଁ,୨୬।୪(ଡି.ଏନ.ଏ.)-ଦିବ୍ୟାଙ୍ଗଙ୍କ ଥାଇଥାନ ପାଇଁ ବହୁ ଯୋଜନା କରାଯାଉଛି। ମାତ୍ର ପ୍ରଶାସନିକସ୍ତରରେ କେତେକ ନେତାଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ବହୁ ଗରିବ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।

ଭଦ୍ରକ ଜିଲାରେ କଂଗ୍ରେସ ରାଜନୀତି:  ନୂଆ ମୁହଁକୁ ନେଇ ଆଶା,ଆଶଙ୍କା 

ଭଦ୍ରକ ଜିଲାରେ କଂଗ୍ରେସ ରାଜନୀତି: ନୂଆ ମୁହଁକୁ ନେଇ ଆଶା,ଆଶଙ୍କା 

ଭଦ୍ରକ ଅଫିସ, ୨୬ା୪-ଭଦ୍ରକ ଜିଲାରେ କଂଗ୍ରେସ ୫ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଛାଡିଛି| ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ ନିଜ ଜିଲା ଛାଡ଼ି ଭଣ୍ଡାରିପୋଖରୀ ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟ ୪ଜଣ ତାଙ୍କ ଅନୁଗାମୀ ବୋଲି ଚର୍ଚ୍ଚା ହେଉଛି। ଭଦ୍ରକ ବିଧାୟକ ପ୍ରାର୍ଥୀଭାବେ ନଳିନୀକାନ୍ତ ମହାନ୍ତି ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି|  


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri