ରାଜ୍ୟ | ସମ୍ବଲପୁର

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । ଆନ୍ଦୋଳନକାରୀ ଆଇନକୁ ହାତକୁ ନେଲେ ବଳ ପ୍ରୟୋଗ କରାଯିବ ବୋଲି ବ୍ୟାପକ ପୋଲିସ ବଳ ନେଇ ଉପଜିଲାପାଳ ସୋମବାର ପଞ୍ଚପୁର କେନାଲ ନିକଟରେ ପହଞ୍ଚତ୍ଥିଲେ । ସେଠାରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ରଖି ପୂଜାର୍ଚ୍ଚନା କରିବା ପରେ କେନାଲରେ ମହିଳା ଶିଶୁମାନେ ଜଳ ସମାଧୀ ନେବୁ ବୋଲି ବସି ରହିବାରୁ ପ୍ରଶାସନ କିଂ କର୍ତ୍ତବ୍ୟବିମୂଢ ହୋଇ ଚାହିଁ ରହିଥିଲା । ଦୀର୍ଘ ୧୨ଘଣ୍ଟା ଧରି ଜଗି ରହିବା ପରେ ରାତିରେ ଫେରିଆସିଛି ପ୍ରଶାସନ। ଗୋଟିଏପଟେ ଆନ୍ଦୋଳନକାରୀ ଧାରଣାସ୍ଥଳରେ ବସି ଭଜନ କୀର୍ତ୍ତନ କରୁଥିବା ବେଳେ ଅନ୍ୟପଟେ ପୋଲିସ ପହରାଦେଉଛି ।  

      ପ୍ରକାଶ ଯେ, ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ରବି ଚାଷ ସକାଶେ ଗତ ମାସ ୨୫ ତାରିଖଠାରୁ ତଳମୁଣ୍ଡ ପାଇଁ ପାଣି ଛଡାଯିବା କଥା। ହେଲେ ବିଭିନ୍ନ ଦାବି ନେଇ ଉପର ମୁଣ୍ଡ ଚାଷୀମାନେ ସେହି ଦିନଠାରୁ କେନାଲ ମୁଣ୍ଡରେ ଧାରଣାରେ ବସି ରହିଛନ୍ତି । ଇତିମଧ୍ୟରେ ଦିନକୁ ଦିନ ରବି ଚାଷ ସମୟ ଗଡିଯାଉଛି । ତେଣୁ ତଳମୁଣ୍ଡ ଚାଷୀ ହାଇକୋର୍ଟର ଦ୍ୱାରସ୍ଥ ହୋଇ ପାଣି ଯୋଗାଣ ସକାଶେ ନିର୍ଦ୍ଦେଶନାମା ଆଣିଛନ୍ତି । ତାହା କାର୍ଯ୍ୟକାରୀ ହେଉନାହିଁ ବୋଲି ତଳମୁଣ୍ଡ ଚାଷୀ ଶୁକ୍ରବାର ଜାତୀୟ ରାଜପଥକୁ ୧୭ ଘଣ୍ଟା ଧରି ଅବରୋଧ କରିଥିଲେ । ବର୍ତ୍ତମାନ ଏହା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଚ ହୋଇଛି । ଉପରମୁଣ୍ଡ ଚାଷୀଙ୍କ ଆନ୍ଦୋଳନ ଆଜକୁ ୨୮ ଦିନରେ ପହଞ୍ଚତ୍ଥିଲେ ହେଁ ପ୍ରଶାସନ ଗୋଟିଏ ହେଲେ ଦାବି ସମାଧାନ କରି ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ସୋମବାର ସକାଳ ୬ଟାରୁ ଉପଜିଲାପାଳ ତରଣୀସେନ ନାଏକ ଏବଂ ଏସଡିପିଓ ବିଦ୍ୟୁଚନ୍ଦ୍ର ପଣ୍ଡା ୭ ପ୍ଲାଟୁନ ପୋଲିସ ଫୋର୍ସ ନେଇ ଆନ୍ଦୋଳନସ୍ଥଳରେ ପହଞ୍ଚତ୍ଥିଲେ । ତୁରନ୍ତ ପାଣି ଛାଡିବାକୁ ଉଦ୍ୟମ କରିଥିଲେ । ହେଲେ ୫ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଅଧିକାରୀମାନଙ୍କୁ ସ୍ବାଗତ କରି ଧାରଣାଜାଗାକୁ ଡାକିଥିଲେ । ସେଠାରେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଉପଜିଲାପାଳ ଧାରଣାରୁ ନିବୃତ ରହିବାକୁ ଅନୁରୋଧ କରିଥିଲେ । ହେଲେ ଆନ୍ଦୋଳନକାରୀ ଅହିଂସାର ମାର୍ଗରେ ବସିରହିବେ ବୋଲି ଅଡିବସିଥିଲେ। ପ୍ରଶାସନ କେନାଲ ପାଣି ଛାଡିବାକୁ ପ୍ରୟାସ ଚଳାଇଲା । ହେଲେ ଏହାକୁ ଦେଖି ଶତାଧିକ ମହିଳା, ଶିଶୁ, ସ୍କୁଲ ପିଲା କେନାଲରେ ଜଳ ସମାଧି ଦେବୁ ବୋଲି ବସି ରହିଲେ । ପରେ ପ୍ରଶାସନ ନାଚାର ହୋଇପଡିଲା । ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଏବଂ ଆନ୍ଦୋଳନକାରୀଙ୍କୁ ନେଇ ବାରମ୍ବାର ମାରାଥନ ବୈଠକ ଚାଲିଥିଲା। ଦାବିଗୁଡିକ ଉପରେ ଲିଖିତ ପ୍ରତିଶ୍ରୁତି ନ ଦେଲେ ଆମେ ହଟିବୁ ନାହିଁ ବୋଲି ଅଡିବସିଥିଲେ। ପ୍ରଶାସନ ମଧ୍ୟ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇପାରି ନ ଥିଲା । ସନ୍ଧ୍ୟା ୬ଟାରେ ଶିଶୁ, ମହିଳାମାନେ ଚାଲିଯାଇଥିଲେ ମଧ୍ୟ ଅନ୍ୟ ଆନ୍ଦୋଳନକାରୀ ବସି ରହିଥିଲେ। କିନ୍ତୁ ରାତି ୯ଟାରେ ପୋଲିସ କେନାଲରେ ପକାଯାଇଥିବା ଟେଣ୍ଟକୁ ଭାଙ୍ଗିଥିଲା । ଏହି ଖବର ପାଇ ପୁଣି ଥରେ ଶତାଧିକ ମହିଳା ଆସି କେନାଲରେ ବସି ରହିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାତି ୧୦ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଥିବା ଜଣାପଡ଼ିଛି । 

All Right Reserved By

ରାଜ୍ୟ | ସମ୍ବଲପୁର

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ନରେନ୍ଦ୍ର ପୁଷ୍କରିଣୀରୁ କଢ଼ାଗଲା ଡଙ୍ଗା

ପୁରୀ ଅଫିସ, ୧୯ା୪: ଆସନ୍ତା ମେ ୭ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ବାହାର ଚନ୍ଦନଯାତ୍ରାରେ ମହାପ୍ରଭୁ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। 

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ରାତିରେ ଭୋଟ ବକ୍ସ ଧରି ଜଙ୍ଗଲରେ ୧୭କି.ମି. ଚାଲି ଚାଲି ଗଲେ ଅଧିକାରୀ

ତୁମୁଡ଼ିବନ୍ଧ,୧୯।୪(ଡି.ଏନ୍‌.ଏ.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଗୁରୁବାର ଅନୁଷ୍ଠିତ ହୋଇଥିଲା। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ୧୩୭ ଓ ୧୩୮ ନମ୍ବର ବୁଥ୍‌ରେ ଭୋଟ ଗ୍ରହଣ ହୋଇଥିଲା।

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଯାତ୍ରୀଙ୍କ ପାଇଁ ଖୁସି ଖବର:ଗଡ଼ିବ ଆଉ ୩ ମେମୁ ଟ୍ରେନ

ଭୁବନେଶ୍ୱର,୧୯ା୪:ବର୍ତ୍ତମାନ ପ୍ରଚଳିତ ୩ ଲୋକାଲ ଟ୍ରେନ ବଦଳରେ ନୂଆ କରି ଆଉ ୩ ମେମୁ ଟ୍ରେନ ଚଳାଇବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ଜିଲାରେ ହେଭିଓ୍ବେଟ୍‌ ନେତାଙ୍କ ପ୍ରଚାର ଆଜି:ରଣପୁରରେ ନବୀନ, ନୟାଗଡ଼ରେ ରାଜନାଥ ସିଂ

ନୟାଗଡ଼ ଅଫିସ,୧୯ା୪:ଜିଲାର ଦଶପଲ୍ଲା ବିଧାନସଭା ଆସନ ପାଇଁ ଗୁରୁବାର ନିର୍ବାଚନ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ଜିଲାର ଅବଶିଷ୍ଟ ୩ଟି ନିର୍ବାଚନମଣ୍ଡଳୀରେ ମତଦାନ ହେବ।

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ବଟଗୋସାଇଁଙ୍କ ମାଇପିମେଳା ଯାତ୍ରା:ଗୁହାରିଆ ପଡ଼ିଲେ ୨ଶହ ନିଃସନ୍ତାନ ମହିଳା

ନିମାପଡ଼ା,୧୯ା୪(ଡି.ଏନ୍‌.ଏ.):ପୁରୀ ଜିଲାର ନିମାପଡ଼ା ବ୍ଲକ ଅନ୍ତର୍ଗତ ଅଂଶାଲୋ, କାହ୍ନପୁର, ନଢ଼ଣା ଗ୍ରାମର କେନ୍ଦ୍ରସ୍ଥଳିରେ ଥିବା ପ୍ରଭୁ ବଟ ଗୋସାଇଁଙ୍କ ମାଇପି ମେଳା ଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି।

ଦୟଣା ଲାଗି ହେଲେ ମହାପ୍ରଭୁ

ଦୟଣା ଲାଗି ହେଲେ ମହାପ୍ରଭୁ

ପୁରୀ ଅଫିସ,୧୯ା୪:ଚୈତ୍ର ଶୁକ୍ଳ ତ୍ରୟୋଦଶୀରେ ରାମକୃଷ୍ଣ ଦୟଣା ଚୋରି କରିଥିଲେ। ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଭୋଗମଣ୍ଡପ ଘରେ ବନ୍ଧା ପଡ଼ିିଥିଲେ। 

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ଭଇଁଷାପାଲିରେ ଜଣେ ଦେଲେ ଭୋଟ

ବଲାଙ୍ଗୀର ଅଫିସ, ୧୯ା୪- ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁଇଁନ୍ତଲା ବ୍ଳକ୍‌ ଭଇଁଷାପାଲି ପ୍ରାଥମିକ ସ୍କୁଲ ବୁଥ୍‌ରେ ଜଣେ ମାତ୍ର ଭୋଟର ମତଦାନ କରିଛନ୍ତି। 

 ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ:ନବୀନ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି

କଟକ ଅଫିସ୍‌/ ପୁରୀ ଅଫିସ, ୧୯ା୪:ମହାନଦୀ ଜଳ ବିବାଦ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭ୍ରାନ୍ତ କରାଯାଇଥିଲା।

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଭାଇ ଚାପୁଡ଼ା ମାଡ଼ରେ ଭଉଣୀ ମୃତ

ଖଡିଆଳ,୧୯ା୪(ଡି.ଏନ.ଏ.):ନୂଆପଡା ଜିଲା ଖଡିଆଳ ଥାନା ନେହେନା ଗାଁରେ ଜଣେ ବ୍ୟକ୍ତି ନିଜ ଭଉଣୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି ।

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଭୋଟ ବର୍ଜନ କଲେ ୭ ଗାଁର ଭୋଟର

ଲୋଇସିଂହା/ବାଲିଗୁଡା/ବେଗୁନିଆପଡା,୧୯ା୪(ଡି.ଏନ୍‌.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନମଣ୍ଡଳୀର ୩ ଓ କନ୍ଧମାଳ ଜିଲା ବାଲିଗୁଡା ନିର୍ବାଚନମଣ୍ଡଳୀର ୪ ଗଁାର ଭୋଟର ଗୁରୁବାର ଅନୁଷ୍ଠିତ  ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। 

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

କେନ୍ଦ୍ର ଅବହେଳାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୯ା୪(ବ୍ୟୁରୋ):କେନ୍ଦ୍ର ସରକାର ଓଡ଼ିଶାକୁ ଅବହେଳା କରୁଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେଜଣ ଯୁବତୀଯୁବକଙ୍କ ସହ ଆଲୋଚନା କରୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। 

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ବଢୁଛି ବିଜେଡିର ରାଜନୈତିକ ହିଂସା:ହିଂସାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭୁବନେଶ୍ୱର,୧୯ା୪(ବ୍ୟୁରୋ):ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡିର ନେତା ଓ ଗୁଣ୍ଡାମାନେ ଭାଜପା ପ୍ରାର୍ଥୀ ଏବଂ କର୍ମୀଙ୍କୁ ଆକ୍ରମଣ କରୁଛନ୍ତି ା ରାଜନୈତିକ ହତ୍ୟାକାଣ୍ଡ  ମଧ୍ୟ ରାଜ୍ୟରେ ହୋଇସାରିଲାଣି ା


Model This Week

କ୍ରିଷ୍ଣା
Why Dharitri