ବାଲେଶ୍ୱର

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ସରୁନି ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ

ଆରଡ଼ି, ୨୨।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଏବଂ ଓଳଗ ପଞ୍ଚାୟତରେ ୧୭ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିମଧ୍ୟରୁ ଅମୃତ ମଣୋହି ଓ ପାରଡିଆ-ଚମ୍ପାସାହି ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ସରିଛି। ଏହି ୨ କେନ୍ଦ୍ରରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ ଅଧ୍ୟୟନ କରୁଛନ୍ତି। ଅବଶିଷ୍ଟ ୧୫ କେନ୍ଦ୍ର ମଧ୍ୟରୁ ୨ଟିର ନୂତନ ଗୃହରେ ଛାତ ପଡ଼ିଯାଇଛି। ଅନ୍ୟ କେନ୍ଦ୍ରଗୁଡ଼ିକ ମଧ୍ୟରୁ କେଉଁଠି ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ରହିଛି ତ ଆଉ କେଉଁଠି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଅଙ୍ଗନଓ୍ବାଡି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ଫଳରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନେ କେଉଁଠି ଅଙ୍ଗନଓ୍ବାଡି କର୍ମୀଙ୍କ ଗୃହରେ ପଢୁଛନ୍ତି ତ ଆଉ କେଉଁଠି କ୍ଲବ ଘର ଏପରିକି ପରିତ୍ୟକ୍ତ ଗୃହରେ ପାଠ ପଢୁଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବରୁ ସରକାରୀ ଜମି କେବଳ ଅନାବାଦୀ, ଆବାଦୀ ଯୋଗ୍ୟ ଅନାବାଦୀ ଜାଗାରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ଲାଗି ନିୟମାନୁସାରେ ବିବେଚିତ ସ୍ଥାନ ଥିଲା। ଅନେକ ଗ୍ରାମରେ ଏହି କିସମର ଜାଗା ନ ଥିବାରୁ ସରକାର ଏହି ନିୟମକୁ କୋହଳ କରିଥିଲେ। ଗ୍ରାମର ରକ୍ଷିତ ସ୍ଥାନ ଯେପରିକି ପାଣିନାଳ ଓ ଗୋଚର ଆଦି ଜମିରେ ନିର୍ମାଣ କେନ୍ଦ୍ର ଗୃହ ହୋଇପାରିବ ବୋଲି ୩ବର୍ଷ ତଳେ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଫଳରେ ଏହି ୨ ପଞ୍ଚାୟତର ପ୍ରାୟ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ପାଇଁ ତତ୍ପରତା ପ୍ରକାଶ ପାଇଥିଲା। ନୂତନ କେନ୍ଦ୍ର ନିର୍ମାଣ ସକାଶେ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ କାର୍ଯ୍ୟ ଶେଷ କରିବାକୁ ନିୟମ ପ୍ରସ୍ତୁତ କରାଯାଇଥିଲା। ଏହି ୨ ପଞ୍ଚାୟତରେ ତାହାର ବ୍ୟତିକ୍ରମ ଘଟିଥିବା ଅଭିଯୋଗ ହେଉଛି। କେତେକ କେନ୍ଦ୍ରରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଏହାକୁ ପୂର୍ଣ୍ଣାଙ୍ଗ କରା ନ ଯାଇ ବର୍ଷ ବର୍ଷ ଧରି ପକାଇ ରଖାଯାଇଛି। ଏ ସମ୍ପର୍କରେ ଚାନ୍ଦବାଲି ଶିଶୁ ପ୍ରକଳ୍ପ ଅଧିକାରୀଙ୍କୁ ପଚାରିବାରୁ ଠିକ୍‌ ତଥ୍ୟ ପରେ ପ୍ରଦାନ କରିବେ ବୋଲି କହିଥିଲେ। ସେହିପରି ସୁନ୍ଦରପୁର ସେକ୍ଟର ମହିଳା ପରିଦର୍ଶିକା ନିର୍ମଳା ସାହୁ କହିଛନ୍ତି ଯେ, ମୋଟ ୧୭ କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରର ନୂତନ ଗୃହ ନିର୍ମାଣ ସରିଛି। ୪ କେନ୍ଦ୍ରରେ ନିର୍ମାଣ ଗୃହରେ ଛାତ ପଡିଥିଲେ ମଧ୍ୟ ଝରକା, କବାଟ ଲାଗିପାରି ନାହିଁ। ଆଉ କେତେକ କେନ୍ଦ୍ରରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ମାତ୍ର ୩ଟି କେନ୍ଦ୍ରରେ ଗ୍ରାମବାସୀଙ୍କ ଅସହଯୋଗ କାରଣରୁ ନୂତନ ଗୃହ ନିର୍ମାଣ ହୋଇପାରି ନାହିଁ। ୨୦୧୯ ଶେଷ ସୁଦ୍ଧା ପ୍ରାୟ ସମସ୍ତ କେନ୍ଦ୍ରରେ ଗୃହ ନିର୍ମାଣ ସରିବାର ଆଶା ରହିଛି।


All Right Reserved By

ବାଲେଶ୍ୱର

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ.) : ସ୍ଥାନୀୟ ମାଇନିଂ ପଡ଼ିଆରେ ସଦର ଓ ତେଲକୋଇ ନିବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ଏବଂ ପୋଲିଂ ପାର୍ଟି ବିଭିନ୍ନ ବୁଥ କେନ୍ଦ୍ରକୁ ଯିବା ପାଇଁ ରବିବାର ପ୍ରସ୍ତୁତ ଚାଲିଥିଲା। 

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ରାଇସୁଆଁ,୨୧।୪(ଡି.ଏନ୍‌.ଏ.): କେନ୍ଦୁଝର ଖଣି ଖାଦାନପୂର୍ଣ୍ଣ ଜିଲା ହୋଇଥିଲେ ମଧ୍ୟ ଏଠାରେ ବେକାରି ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବେକାର ଯୁବକମାନେ ରୋଜଗାର ଲାଗି ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ସେଠାରେ ନିର୍ଯାତନାର ଶିକାର ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି।

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ବନ୍ତ,୨୧ା୪(ଡି.ଏନ୍‌.ଏ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ଶନିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି।

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ରେମୁଣା,୨୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଶେରଗଡ଼ ଫାଣ୍ଡି ସମ୍ମୁଖରେ ରବିବାର ଏକ ଦୁର୍ଘଟଣା ଘଟିଛି।

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। 

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ - ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। 

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। 

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। 

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri