ବାଲେଶ୍ୱର

୫ ଦିନରେ ୨ ଥର ଆସିବେ ମୁଖ୍ୟମନ୍ତ୍ରୀ : ୩୦ ରେ ବାରିପଦା, ୩ରେ ରାଇରଙ୍ଗପୁର ଗସ୍ତ

ବାରିପଦା ଅଫିସ,୨୨।୧-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୩୦ ତାରିଖ ଓ ଫେବୃୟାରୀ ୩ ତାରିଖରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ।   ଏନେଇ ଜିଲା ବିଜେଡି ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି।  ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ବାରିପଦା ଓ   ଫେବୃୟାରୀ ୩ ତାରିଖରେ  ରାଇରଙ୍ଗପୁର  ଗସ୍ତ କାର୍ଯ୍ୟକ୍ରମ ଥିବା ସେ କହିଛନ୍ତି। ୫ ଦିନ ବ୍ୟବଧାନରେ  ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ  ଜିଲାକୁ  ଦୁଇ ଥର ଗସ୍ତ କରିବା ଏହା ପ୍ରଥମ। ତେବେ ଏଥିରେ ସରକାରୀ କାର୍ଯ୍ୟକ୍ରମ ସହିତ କିଛି ଦଳୀୟ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।  ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କମ୍‌ ଦିନ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଦୁଇଥର ଗୋଟିଏ ଜିଲା ଗସ୍ତରେ ଆସିବା ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି।   ମୋଦିଙ୍କ ଗସ୍ତ ପରେ ଏହା ଦଳର ଶକ୍ତି ପ୍ରଦର୍ଶନ ବୋଲି ମଧ୍ୟ ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁର କରିବା ଲାଗି  ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ  ଏକ ପ୍ରସ୍ତୁତି  ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଉପରୋକ୍ତ ଦୁଇଟି  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲା ପାଇଁ ସ୍ବତନ୍ତ୍ର ଘୋଷଣା କରିପାରନ୍ତି  ବୋଲି ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ବିଶେଷକରି ବୁଢ଼ାବଳଙ୍ଗରେ ଆଡି ବନ୍ଧ ନିର୍ମାଣ, ଚାଷୀଙ୍କୁ ପ୍ୟାକେଜ, ଜିଲାରେ ଶିଳ୍ପାୟନ, ଜମ୍ଭିରା ଜଳ ଯୋଗାଣ ପ୍ରକଳ୍ପର ସମୀକ୍ଷା ସହିତ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଜରିଆରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନାସ କରିବାର କାର୍ଯ୍ୟକ୍ରମ ରହିଛି। 

ପ୍ରକାଶଥାଉ କି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିଥିଲେ। ବାରିପଦା ପୋଲିସ ପଡ଼ିଆରେ ସରକାରୀ କାର୍ଯ୍ୟକ୍ରମ ଓ ଛଉ ପଡ଼ିଆରେ ଏକ ଦଳୀୟ ସମାବେଶରେ ସମବେତ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏଥିରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଥିଲେ। ବିଜେଡିକୁ ପରୋକ୍ଷରେ ଏବଂ କଂଗ୍ରେସକୁ ସିଧା ଟାର୍ଗେଟ କରି ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାନୁୟାରୀ ୧୦ ତାରିଖରେ ବାରିପଦା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା। ଜିଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରସ୍ତୁତି ବୈଠକ ମଧ୍ୟ  ହୋଇଥିଲା। ହେଲେ ଶେଷ ସମୟରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ସେହିପରି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) କେନ୍ଦ୍ରୀୟ ଅଧ୍ୟକ୍ଷ ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ପାଇଁ ମୟୂରଭଞ୍ଜ ଜିଲା ଗସ୍ତରେ ଆସିବେ। ମଙ୍ଗଳବାର କୁଲିଅଣା ନିକଟ ଖୁକୁଡିଆରେ ଏକ ଫୁଟବଲ ପ୍ରତିଯୋଗିତାର ସମାପନ କାର୍ଯ୍ୟକ୍ରମ ଓ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ବାରିପଦା ଆସି ସୁବର୍ଣ୍ଣରେଖା ଇରିଗେଶନ ଗେଷ୍ଟ ହାଉସରେ ରାତ୍ରୀ ଯାପନ କରିବେ। ଏହା ପରେ ବୁଧବାର ମୋରଡ଼ା ନିକଟସ୍ଥ ଭାତଛତର ପଡିଆଠାରେ ଦଳୀୟ ସମାବେଶରେ ଉପସ୍ଥିତ ଜନସମାବେଶକୁ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ବିଜାତଳା ବ୍ଳକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଞ୍ଚି ଫେରିଯିବାର କାର୍ଯ୍ୟକ୍ରମ ରହିଛି।  ମୋଦିଙ୍କ ବାରିପଦା ଗସ୍ତ ପରେ ମୟୂରଭଞ୍ଜ ଜିଲା ରାଜନୀତି ସରଗରମ ହୋଇଉଠିଛି। ଭାଜପା, ବିଜେଡି ଓ ଜେଏମଏମ ନିଜ କାର୍ଯ୍ୟକ୍ରମ ଚୂଡାନ୍ତ କରିସାରିଥିବାବେଳେ କଂଗ୍ରେସ କିନ୍ତୁ  ପଛରେ ପଡିଯାଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। 


 

All Right Reserved By

ବାଲେଶ୍ୱର

 ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ଜିଲା ବିଜେଡି ଉପସଭାପତି ପଦରୁ ଇସ୍ତଫା ଦେଲେ ଦେବାନନ୍ଦ

ପାଟଣା,୨୧।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବିଜେଡି ଉପସଭାପତି ଦେବାନନ୍ଦ ପୃଷ୍ଟି ରବିବାର ପଦରୁ ଇସ୍ତଫା ଦେଇଛନ୍ତି। 

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

ଅସୁସ୍ଥ ହୋଇପଡ଼ିଲେ କନଷ୍ଟେବଳ

କେନ୍ଦୁଝର,୨୧ା୪(ଡି.ଏନ୍‌.ଏ.) : ସ୍ଥାନୀୟ ମାଇନିଂ ପଡ଼ିଆରେ ସଦର ଓ ତେଲକୋଇ ନିବାଚନମଣ୍ଡଳୀରେ ନିର୍ବାଚନ ପରିଚାଳନା ଏବଂ ପୋଲିଂ ପାର୍ଟି ବିଭିନ୍ନ ବୁଥ କେନ୍ଦ୍ରକୁ ଯିବା ପାଇଁ ରବିବାର ପ୍ରସ୍ତୁତ ଚାଲିଥିଲା। 

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ଖଣି ଖାଦାନ ପୂର୍ଣ୍ଣ ହେଲେ ବି କମୁନି ଦୁଃଖ: ଦାଦନ ନେଲା ଜୀବନ

ରାଇସୁଆଁ,୨୧।୪(ଡି.ଏନ୍‌.ଏ.): କେନ୍ଦୁଝର ଖଣି ଖାଦାନପୂର୍ଣ୍ଣ ଜିଲା ହୋଇଥିଲେ ମଧ୍ୟ ଏଠାରେ ବେକାରି ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବେକାର ଯୁବକମାନେ ରୋଜଗାର ଲାଗି ଜିଲା ଓ ରାଜ୍ୟ ବାହାରକୁ ଯାଉଛନ୍ତି। ମାତ୍ର ସେଠାରେ ନିର୍ଯାତନାର ଶିକାର ହୋଇ ଅନେକଙ୍କ ମୃତ୍ୟୁ ଘଟୁଛି।

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

ନବନିର୍ମାଣ କୃଷକ ସଂଗଠନର ପୋଲିଂ ପାର୍ଟିକୁ ବିରୋଧ: ବିକ୍ଷୋଭକାରୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୧।୪(ଡି.ଏନ୍‌.ଏ): କେନ୍ଦୁଝର ଜିଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରବିବାର ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ କେନ୍ଦୁଝର ମାଇନିଂ ସ୍କୁଲ୍‌ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଦେଶୀ ମଦ ଜବତ: ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ବନ୍ତ,୨୧ା୪(ଡି.ଏନ୍‌.ଏ): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ଶନିବାର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି।

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ବୁଲେଟ୍‌କୁ ଧକ୍କା ଦେଲା ଟ୍ରେଲର: ଜଣେ ମୃତ

ରେମୁଣା,୨୧।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଶେରଗଡ଼ ଫାଣ୍ଡି ସମ୍ମୁଖରେ ରବିବାର ଏକ ଦୁର୍ଘଟଣା ଘଟିଛି।

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ

କେନ୍ଦୁଝର,୨୧ା୪(ସ୍ବ.ପ୍ର.): ଉପଯୁକ୍ତ ପରିଚାଳନା ଅଭାବରୁ କେନ୍ଦୁଝର ସହରରେ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡିଛି। ମାଧପୁର ଓ ଶିରିପୁର ରାସ୍ତାରେ ଶନିବାର ଦୀର୍ଘ ଘଣ୍ଟା ଧରି ରାସ୍ତା ଜାମ ଯୋଗୁ ଯାତାୟାତ ବ୍ୟାହତ ହୋଇଥିଲା। 

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ାରେ କଂଗ୍ରେସର ପ୍ରଚାର

ଯୋଡ଼ା, ୨୧ା୪(ଡି.ଏନ.ଏ.): ଚମ୍ପୁଆ ନିର୍ବାଚନମଣ୍ଡଳୀର ଯୋଡ଼ାଠାରେ ଶନିବାର ନିର୍ବାଚନ ପ୍ରଚାରକୁ କଂଗ୍ରେସ ଜୋରଦାର କରିଛି।  

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ: ୨ ପ୍ରାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭଦ୍ରକ ଅଫିସ, ୨୧।୪ - ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୯ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗଙ୍କ ଦ୍ୱାରା ଗତ ମାର୍ଚ୍ଚ ୧୦ରୁ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି। 

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ପାନ ଦୋକାନୀ ହତ୍ୟା ଘଟଣା: ଜଣେ ଯୁବତୀଙ୍କ ସମେତ ୨ ଗିରଫ

ରେମୁଣା, ୨୧।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ନୂଆଗଁାସ୍ଥିତ ସାଆନ୍ତା ଛକରେ ପାନ ଦୋକାନୀ ହତ୍ୟା ଘଟଣାର ୧୦ଦିନ ପରେ ପୋଲିସ ଜଣେ ଯୁବତୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। 

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା

ଖଇରା, ୨୧।୪(ଡି.ଏନ.ଏ.)-ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଅଧୀନ ତୁମ୍ବାପଦି ଗ୍ରାମର ଚାଷୀ ସୂର୍ଯ୍ୟମଣୀ ପାଢୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଏବେ ତାଙ୍କ ପରିବାରକୁ ବୀମା ଅର୍ଥ ବାବଦରେ ବର୍ତ୍ତନା ସେବା ସମବାୟ ସମିତି ତରଫରୁ ୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। 

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ମାନସଙ୍କ ମାରାଥନ୍‌ ପ୍ରଚାର: ଘରକୁ ଘର ବୁଲି ଭୋଟଭିକ୍ଷା

ବାଲେଶ୍ୱର ଅଫିସ, ୨୧।୪-ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ମାନସ ଦାସପଟ୍ଟନାୟକ ପ୍ରଚାରକୁ ଜୋରଦାର୍‌ କରିବା ସହ ନେତା ଓ କର୍ମୀଙ୍କ ସହ ମିଶି ଘରକୁ ଘର ଯାଇ ଭୋଟ ପାଇଁ ନିବେଦନ କରୁଛନ୍ତି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri