ଖେଳ |

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

ଏପ୍ରିଲରେ ଓସିଏ ଘରୋଇ ଟୁର୍ନାମେଣ୍ଟ: ଦ୍ୱି-ଦିବସୀୟ ହେବ କଳାହାଣ୍ଡି କପ୍‌

କଟକ ଅଫିସ, ୨୨ା୧-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ହେବାକୁ ଥିବା ଆଗାମୀ ଘରୋଇ ଟୁର୍ନାମେଣ୍ଟଗୁଡ଼ିକର ଖେଳ ସୂଚୀ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲରୁ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ଆନ୍ତଃ ଜିଲା ମହିଳା ଓ କଳାହାଣ୍ଡି କପ୍‌ ଆରମ୍ଭ ହେବ। ପ୍ରଥମ ଥର ନିମନ୍ତେ କଳାହାଣ୍ଡି କପ ମ୍ୟାଚ୍‌ ଗୁଡ଼ିକ ଦ୍ୱି-ଦିବସୀୟ କରାଯାଇଛି। ସିନିୟର ମହିଳା ଟୁର୍ନାମେଣ୍ଟକୁ ବାଦ ଦେଇ ଅନ୍ୟ ଦୁଇଟି ଯାକ ଟୁର୍ନାମେଣ୍ଟ ମଧ୍ୟ ଏହି ପର୍ଯ୍ୟାୟରେ କରାଯିବ। ତେବେ କେବଳ ଲିଗ୍‌ ପର୍ଯ୍ୟାୟ ଦ୍ୱି-ଦିବସୀୟ ହେବାକୁ ଥିବା ବେଳେ ସୁପର ଲିଗ୍‌ ଓ ନକଆଉଟ ପର୍ଯ୍ୟାୟ ମ୍ୟାଚ ଏକଦିବସୀୟ ବିଶିଷ୍ଟ ହେବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ବିଭିନ୍ନ ବୟସ ବର୍ଗରେ ହେଉଥିବା ଟୁର୍ନାମେଣ୍ଟର ଫର୍ମାଟରେ ଓଡ଼ିଶା ଖେଳାଳିଙ୍କୁ ତାଲିମ କରିବା ଉଦ୍ଦେଶ୍ୟରେ ଦୁଇଦିନିଆ ମ୍ୟାଚ୍‌ର ଯୋଜନା ହୋଇଛି ବୋଲି ଓସିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ରବିବାର ମଧ୍ୟାହ୍ନରେ ଓସିଏ କାର୍ଯ୍ୟକାରୀ କମିଟି ପକ୍ଷରୁ ଏ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । 

ଏପ୍ରିଲ ୨ ତାରିଖରୁ ଓସିଏର ଘରୋଇ ଟୁର୍ନାମେଣ୍ଟ ଆରମ୍ଭ ହେବ। ୨ରେ ୧୬ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା ଟୁର୍ନାମେଣ୍ଟ ହେବାକୁ ଥିବା ବେଳେ ୧୫ରୁ ୧୯ ବର୍ଷରୁ କମ୍‌ ବାଳକ ଆନ୍ତଃ ଜିଲା, ୨୦ରୁ ସିନିୟର ମହିଳା ଆନ୍ତଃ ଜିଲା ଓ ୨୫ରୁ କଳାହାଣ୍ଡି କପ୍‌ ହେବ। କଟକର ବିଭିନ୍ନ ଭେନ୍ୟୁରେ ମ୍ୟାଚଗୁଡ଼ିକ ଖେଳାଯିବ। ମ୍ୟାଚ୍‌ ସୂଚୀ ଓ ନିୟମ ସମ୍ପର୍କରେ ଖୁବ୍‌ଶୀଘ୍ର ଓସିଏ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇବ। ଦଳଗୁଡ଼ିକ ପ୍ରବେଶ ଦେୟ ଦାଖଲର ଶେଷ ତାରିଖ ଫେବୃୟାରୀ ୨୦ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୩ ତାରିଖ ସୁଦ୍ଧା ଭାଗ ନେବାକୁ ଥିବା ଦଳଗୁଡ଼ିକ ସେମାନଙ୍କ ଖେଳାଳି ତାଲିକା ପଠାଇବେ। ଅତିବେଶିରେ ୨୫ଜଣ ଖେଳାଳିଙ୍କ ନାମ ଗୋଟିଏ ଟୁର୍ନାମେଣ୍ଟ ନିମନ୍ତେ ପଞ୍ଜୀକରଣ କରିପାରିବେ। ଅରିଜିନାଲ ଜନ୍ମଗତ ପ୍ରମାଣପତ୍ର ସମେତ ଏକ୍‌ଜିିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ସତ୍ୟପାଠ ଓ ବିଭିନ୍ନ ଆବଶ୍ୟକୀୟ ସାର୍ଟିଫିକେଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ୧୬ ବର୍ଷରୁ କମ୍‌ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳିଙ୍କ ଜନ୍ମ ୨୦୦୩ ସେପ୍ଟେମ୍ବର ୧ ତାରିଖ କିମ୍ବା ଏହା ପରେ ହୋଇଥିବା ଆବଶ୍ୟକ। ସେହିପରି ୧୯ ବର୍ଷରୁ କମ ଟୁର୍ନାମେଣ୍ଟରେ ଭାଗ ନେବାକୁ ଥିବା ଖେଳାଳିଙ୍କ ଜନ୍ମ ୨୦୦୦ ମସିହା ସେପ୍ଟେମ୍ବର ୧ ତାରିଖ କିମ୍ବା ଏହା ପରେ ହୋଇଥିବା ଆବଶ୍ୟକ ବୋଲି ମାପଦଣ୍ଡ ସ୍ଥିର କରାଯାଇଛି ।

All Right Reserved By

ଖେଳ |

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ଫଗ୍‌ନିନିଙ୍କୁ କ୍ୟାରିୟରର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ

ପ୍ୟାରିସ, ୨୩ା୪ (ଏଏଫ୍‌ପି)-ସୋମବାର ଏଟିପି ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଇଟାଲୀର ୩୧ ବର୍ଷୀୟା ଫାବିଓ ଫଗ୍‌ନିନି ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୨ଶ ସ୍ଥାନ ଅଧିକାର କରିଛନ୍ତି। ରବିବାର ଫାଇନାଲରେ ସେ ସର୍ବୀୟାର ଦୁସାନ ଲାଜୋଭିଚ୍‌ଙ୍କୁ ସିଧାସଳଖ ସେଟ୍‌ରେ ପରାସ୍ତ କରି ତାଙ୍କର ପ୍ରଥମ ମାଷ୍ଟର୍ସ ଟ୍ରଫି ହାସଲ କରିଥିବାରୁ ତାଙ୍କୁ ଏହି ସଫଳତା ମିଳିଛି।  ଫଗନିନି ୬ ସ୍ଥାନ ଉପରକୁ ଉଠି ଟପ୍‌ ୧୦ ନିକଟତର ହୋଇଥିବା ବେଳେ ଲାଜୋଭିଚ୍‌ ୨୪ସ୍ଥାନ ପଦୋନ୍ନତି ପାଇ ୨୪ତମ ସ୍ଥାନରେ ପହଞ୍ଚତ୍ଛନ୍ତି। ସର୍ବୀୟାର ନୋଭାକ ଜୋକୋଭିଚ୍‌ (୧୧,୧୬୦ ପଏଣ୍ଟ) ପୂର୍ବଭଳି ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିବା ସହ  ଦ୍ୱିତୀୟ ସ୍ଥାନରେ ଥିବା ସ୍ପେନର ରାଫାଲ ନାଡାଲ (୮,୦୮୫) ଙ୍କଠାରୁ ପଏଣ୍ଟ ବ୍ୟବଧାନ ବୃଦ୍ଧି କରିପାରିଛନ୍ତି।  ଗତ ସପ୍ତାହରେ ପ୍ରିନ୍ସିପାଲିଟିଠାରେ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଡାନିଲ ମେଦଭେଦେଭଙ୍କଠାରୁ ପରାଜିତ  ହୋଇଥିଲେ ମଧ୍ୟ ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ନାଡାଲଙ୍କଠାରୁ ୩୦୦୦ ପଏଣ୍ଟ ଆଗରେ ରହିଛନ୍ତି।

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନରେ ଭାଗନେବେ ପ୍ରମୋଦ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଉଗାଣ୍ଡା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ କାମ୍ପାଲାସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚଳିତମାସ ୨୩ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ୧୮୦ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତରୁ ୨୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଓଡ଼ିଶାର ପ୍ରମୋଦ ଭଗତ। ନିକଟ ଅତୀତରେ ଆକର୍ଷଣୀୟ ପ୍ରଦର୍ଶନ କରି ଆସିଥିବା ପ୍ରମୋଦ ଉଗାଣ୍ଡା ପ୍ରତିଯୋଗୀତାରେ ମଧ୍ୟ ଭଲ ଖେଳିବେ ବୋଲି ଆଶାବାଦୀ ଅଛନ୍ତି।

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

କଳିଙ୍ଗ ଫୁଟବଲ ଏକାଡେମୀ ବିଜୟୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଯାଜପୁର କଳିଙ୍ଗ ନଗରସ୍ଥିତ କଳିଙ୍ଗ ଫୁଟବଲ ଏକାଡେମୀ (କେଏଫଏ) ପ୍ରଥମଥରପାଇଁ ୧୫ ବର୍ଷରୁ କମ୍‌ ହିରୋ ଆଇ-ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛି। ଜାମସେଦପୁରଠାରେ ସୋମବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଦଳ ଜାମସେଦପୁର ଫୁଟବଲ ଏକାଡେମୀ (ଜେଏଫସି)କୁ ୨-୧ ଗୋଲରେ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବଦୁର ରହମନ ଓ ତୁଶାର ବାହାଦୂର ରଣା ଗୋଲ ଦେଇଥିଲେ। ଏହି ଦଳ ସୁପ୍ରସନ୍ନ ନାୟକ, ସୁଶାନ୍ତ ମହାନ୍ତି ଓ ଗୀତାଞ୍ଜଳି ଖୁଣ୍ଟିଆଙ୍କଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ। ଟିମ୍‌ ମ୍ୟାନେଜରଭାବେ ସେଶୁକାନ୍ତ ଛେତ୍ରୀ ଦଳସହ ଯାତ୍ରା କରିଛନ୍ତି। କେଏଫଏ ଏହାର ପରବର୍ତ୍ତୀ ମ୍ୟାଚ ୨୪ରେ ଧାନବାଦ ଫୁଟବଲ ଏକାଡେମୀ (ଡିଏଫଏ) ବିପକ୍ଷରେ ଖେଳିବ। ଏଥିରେ ଭାଗ ନେଇଥିବା ଫାଓ ଏକାଡେମୀ କିନ୍ତୁ ନିଜର ପ୍ରଥମ ମ୍ୟାଚ ହାରି ଯାଇଛି। ଏହି ଦଳ ଧାନବାଦ ଫୁଟବଲ ଏକାଡେମୀଠାରୁ ୦-୩ ଗୋଲରେ ପରାସ୍ତ ହୋଇଛି। ୨୪ ତାରିଖରେ ଫାଓ ଏହାର ପରବର୍ତ୍ତୀ ମ୍ୟାଚରେ ଜାମସେଦପୁର ଏଫସିକୁ ଭେଟିବ।

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ପୂର୍ଣ୍ଣିମାଙ୍କ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପୂର୍ଣ୍ଣିମା ହେମ୍ବ୍ରମଙ୍କ ହେପ୍‌ଟାଥଲନ ଇଭେଣ୍ଟ ଆରମ୍ଭ ହୋଇଛି। ସୋମବାର ଦ୍ୱିତୀୟ ଦିବସରେ ପ୍ରଥମେ ଅନୁଷ୍ଠିତ ୧୦୦ ମିଟର ହର୍ଡଲ୍ସରେ ପୂର୍ଣ୍ଣିମା ୧୩.୭୯ ସେକେଣ୍ଡ ସମୟ ନେଇ ନିଜ ୧ ନମ୍ବର ହିଟ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। 

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ରବିବାର ପ୍ରଥମ ଦିବସରେ ଅନୁଷ୍ଠିତ ମହିଳା ୧୦୦ ମିଟର ହିଟ୍‌ରେ ୧୧.୨୮ ସେକେଣ୍ଡ ସମୟ ନେଇ ନିଜ ନାମରେ ଥିବା ଜାତୀୟ ରେକର୍ଡରେ ଉନ୍ନତି ଆଣିଥିବା ଦୂତୀ ସୋମବାର ସେମିଫାଇନାଲରେ ୧୧.୨୬ ସେକେଣ୍ଡ ସମୟ ନେଇ ଏହାକୁ ଦ୍ୱିତୀୟଥର ଭାଙ୍ଗିଛନ୍ତି। 

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ କରିଥିଲେ ହେଁ  ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଜିତାଇପାରି ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୨ ରନର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୪ ଉଇକେଟ ବିନିମୟରେ ହାସଲ କରିନେଇଛି। ଦଳକୁ ଜିତାଇବାରେ ଉଇକେଟକିପର ରିଷଭ ପନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ୩୬ ବଲ୍‌ରେ ୬ ଚୌକା ଓ ୪ ଛକା ସହ ୭୮ ରନ କରି ଅପରାଜିତ ରହିଥିଲେ। 

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ପଦକ ନିଶ୍ଚିତ କଲେ କବିନ୍ଦର, ଅମିତ୍‌

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌: ପଦକ ନିଶ୍ଚିତ କଲେ କବିନ୍ଦର, ଅମିତ୍‌

ବ୍ୟାଙ୍କକ୍‌, ୨୨।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ରେ ସୋମବାର ଭାରତୀୟ ବକ୍ସର କବିନ୍ଦର ସିଂ ବିସ୍ତ କାଜାଖସ୍ତାନର ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ କାଇରାତ୍‌ ୟେରାଲିଏଭଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ୫୬ କିଗ୍ରା ବର୍ଗରେ କବିନ୍ଦର ଏହି ସଫଳତା ପାଇଛନ୍ତି। 

ଖେଳ ଦେଖାଇ ନ ଦେବାରୁ ତେଲୁଗୁ ଟିଭି ଅଭିନେତ୍ରୀଙ୍କ ନାମରେ ଏତଲା

ଖେଳ ଦେଖାଇ ନ ଦେବାରୁ ତେଲୁଗୁ ଟିଭି ଅଭିନେତ୍ରୀଙ୍କ ନାମରେ ଏତଲା

ହାଇଦ୍ରାବାଦ,୨୨।୪-  ସ୍ଥାନୀୟ ରାଜୀବ ଗାନ୍ଧୀ କ୍ରିକେଟ୍‌ ଷ୍ଟାଡିୟମ୍‌ଠାରେ କୋଲକାତା ନାଇଟ୍‌ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦର୍ଶକଙ୍କୁ ଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। 

ଦେଶ ପାଇଁ ନୁହେଁ ଆଇପିଏଲ୍‌ରେ ଖେଳିବେ ସାକିବ

ଦେଶ ପାଇଁ ନୁହେଁ ଆଇପିଏଲ୍‌ରେ ଖେଳିବେ ସାକିବ

ହାଇଦ୍ରାବାଦ,୨୨।୪- ଷ୍ଟାର ଅଲରାଉଣ୍ଡର ସାକିବ ଅଲ ହାସନ ତ୍ରିରାଷ୍ଟ୍ରୀୟ ସିରିଜ୍‌ ପୂର୍ବରୁ ହେବାକୁ ଥିବା ବାଂଲାଦେଶ ଅଭ୍ୟାସ ଶିବିରରେ ଯୋଗଦେବେ ନାହିଁ। 

ସିଜନ ମଝିରେ ଅଧିନାୟକ ପରିବର୍ତ୍ତନ

ସିଜନ ମଝିରେ ଅଧିନାୟକ ପରିବର୍ତ୍ତନ

ମୁମ୍ବାଇ,୨୨।୪- ନିକଟରେ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ଦାୟିତ୍ୱ ଅଜିଙ୍କ୍ୟ ରାହାନେଙ୍କ ବଦଳରେ ଷ୍ଟିଭ ସ୍ମିଥ୍‌ଙ୍କୁ ଦିଆଯାଇଥିଲା।

‘ଧୋନୀ ଅନ୍ତିମ ବଲ ମିସ କରିବେ ଚିନ୍ତା କରିି ନ ଥିଲି’

‘ଧୋନୀ ଅନ୍ତିମ ବଲ ମିସ କରିବେ ଚିନ୍ତା କରିି ନ ଥିଲି’

ବେଙ୍ଗାଲୁରୁ,୨୨।୪(ପିଟି)- ଡାଇରେକ୍ଟ ଥ୍ରୋରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଜିତାଇ ଦେଇଥିବା ପାର୍ଥତ୍ବ ପଟେଲ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ ପରେ କହିଛନ୍ତି

ଧୋନୀଙ୍କ ନାମରେ ଡବଲ ରେକର୍ଡ

ଧୋନୀଙ୍କ ନାମରେ ଡବଲ ରେକର୍ଡ

ବେଙ୍ଗାଲୁରୁ,୨୨।୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ  ଏଠାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଡବଲ ରେକର୍ଡର ଅଧିକାରୀ 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri