ଖେଳ |

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ମହିଳା ଫୁଟବଲ: ହଂକଂକୁ ହରାଇଲା ଭାରତ

ହଂକଂ, ୨୨।୧(ପି.ଟି.)- ହଂକଂ ଗସ୍ତରେ ଯାଇଥିବା ଭାରତୀୟ ମହିଳା ଫୁଟବଲ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ଅନୁଷ୍ଠିତ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ୫-୨ ଗୋଲରେ ହଂକଂକୁ ପରାସ୍ତ କରିଛି। ଭାରତ ପକ୍ଷରୁ ଡାଙ୍ଗମେଇ ଗ୍ରେସ୍‌ ଦୁଇଟି ଗୋଲ ଦେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ସଞ୍ଜୁ, ସୁମିତ୍ରା ଓ ରତ୍ନବାଳା ଭାରତ ପାଇଁ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଏହି ବିଜୟ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି। ଅପରପକ୍ଷରେ ହଂକଂ ତରଫରୁ ଚେଅଙ୍ଗ ଓ୍ବାଇ କି ୧୭ତମ ମିନିଟରେ ଗୋଲ ଦେଇଥିଲେ। ସେହିପରି ୭୦ତମ ମିନିଟରେ କର୍ନରୁ ହଂକଂର ଚୁଙ୍ଗ୍‌ ପୁଇ କି ଗୋଲ ସ୍କୋର କରି ପରାଜୟ ବ୍ୟବଧାନକୁ କମାଇଥିଲେ। ବୁଧବାର ହଂକଂ ବିପକ୍ଷରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ ଖେଳିବ। 

All Right Reserved By

ଖେଳ |

ଏହି ୧୭ବର୍ଷୀୟ ଭାରତୀୟ ଖେଳାଳିଙ୍କ ଦିଓ୍ବାନା ହେଲେ ସ୍ମିଥ୍‌

ଏହି ୧୭ବର୍ଷୀୟ ଭାରତୀୟ ଖେଳାଳିଙ୍କ ଦିଓ୍ବାନା ହେଲେ ସ୍ମିଥ୍‌

ଜୟପୁର, ୨୧।୪: ରାଜସ୍ଥାନ ରୟାଲ୍ସ ପକ୍ଷରୁ ଆଇପିଏଲ ଖେଳୁଥିବା ରିୟାନ୍‌ ପରାଗଙ୍କ ଚର୍ଚ୍ଚା  ଏବେ ସବୁଠି।

ବିଶ୍ୱକପ୍‌ ପରେ କ୍ରିକେଟରୁ ସନ୍ୟାସ ନେବେ ଏହି ମହାନ ପାକିସ୍ତାନୀ ଖେଳାଳି

ବିଶ୍ୱକପ୍‌ ପରେ କ୍ରିକେଟରୁ ସନ୍ୟାସ ନେବେ ଏହି ମହାନ ପାକିସ୍ତାନୀ ଖେଳାଳି

ଇସଲମାବାଦ୍‌, ୨୧।୪:  ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ରେ ୯ଟି ଦଳ ଭାଗ ନେବେ। ଏଥିପାଇଁ ଦଳ ଘୋଷଣା ମଧ୍ୟ ସରିଛି। 

ଅଶ୍ୱିନ ଦଣ୍ଡିତ: ୧୨ଲକ୍ଷ ଟଙ୍କା ଜରିମାନା

ଅଶ୍ୱିନ ଦଣ୍ଡିତ: ୧୨ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ, ୨୧।୪: କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଦଣ୍ଡିତ ହୋଇଛନ୍ତି।

ଆଇପିଏଲରେ ସନରାଇଜର୍ସ ଟିମ୍‌କୁ ଲାଗିଲା ବଡ ଝଟକା: ଓହରିଲେ ଏହି ଖେଳାଳି

ଆଇପିଏଲରେ ସନରାଇଜର୍ସ ଟିମ୍‌କୁ ଲାଗିଲା ବଡ ଝଟକା: ଓହରିଲେ ଏହି ଖେଳାଳି

ହାଇଦ୍ରାବାଦ୍‌, ୨୧।୪: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ୍‌ ଟିମ୍‌କୁ ଲାଗିଛି ବଡ ଝଟକା।

ଆଇପିଏଲ: ଗମ୍ଭୀରଙ୍କୁ ପଛରେ ପକାଇ ଧାଓ୍ବନ ହାସଲ କଲେ ଖାସ୍‌ ରେକର୍ଡ

ଆଇପିଏଲ: ଗମ୍ଭୀରଙ୍କୁ ପଛରେ ପକାଇ ଧାଓ୍ବନ ହାସଲ କଲେ ଖାସ୍‌ ରେକର୍ଡ

ନୂଆଦିଲ୍ଲୀ, ୨୧।୪: ଆଇପିଏଲରେ ଶନିବାର କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଖାସ୍‌ ରେକର୍ଡ କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍‌ ଶିଖର ଧାଓ୍ବନ। 

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୭ ଉଇକେଟ ହରାଇ ୧୬୩ ରନ ସଂଗ୍ରହ କରିଥିଲା। 

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ  ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ ପୂର୍ବତନ ଭାରତୀୟ ଅଧିନାୟକଙ୍କଠାରୁ ଲିଖିତ ଜବାବ ଚାହିଁଛନ୍ତି। 

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର ସମ୍ପାଦକ ଅରାତି ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି।

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ ୧୫ବର୍ଷରୁ କମ୍‌ ଦଳ ଜାମସେଦପୁର ଯାତ୍ରା କରିଛି।

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

କୋଲକାତା,୨୧ା୪ (ପି.ଟି.)- ବିମାନ ବିଳମ୍ବ ଯୋଗୁ ଭାରତୀୟ ତୀରନ୍ଦାଜମାନେ ବିଶ୍ୱକପ୍‌ରୁ  ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। କଲମ୍ବିଆର ମେଡଲିନଠାରେ ସିଜନ ଆରମ୍ଭ ବିଶ୍ୱକପ୍‌ ଷ୍ଟେଜ୍‌ ଓ୍ବାନ ସୋମବାରଠାରୁ ହେବ। 

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଲୋରେଟ୍‌ କପ୍‌ରେ ଭାଗନେଇ ଫେରିଲେ ଆର୍ଯ୍ୟନ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ପେନରେ ଅନୁଷ୍ଠିତ ‘ଲୋରେଟ୍‌ କପ୍‌’ ଇଣ୍ଟରନ୍ୟାଶନାଲ ହ୍ୟାଣ୍ଡବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶାର ଆର୍ଯ୍ୟନ ବ୍ରାହ୍ମିନ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। 

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର, ୨୦।୪(ପି.ଟି.)- ଆଇପିଏଲ୍‌ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଘରୋଇ ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଉଇକେଟରେ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୫ଟି ବଲ୍‌ ଓ ୫ ଉଇକେଟ୍‌ ବଳକା ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅଧିନାୟକ ପଦକୁ ଫେରିଥିବା ଷ୍ଟିଭ ସ୍ମିଥ୍‌ ନେତୃତ୍ୱର ପ୍ରଥମ ମ୍ୟାଚ୍‌ରେ ବିଜୟ ସ୍ବାଦ ଚାଖିଛନ୍ତି। ପ୍ରତିଯୋଗିତାରେ ରାଜସ୍ଥାନ ୯ମ ମ୍ୟାଚ୍‌ରୁ ଏହା ୩ୟ ବିଜୟ ଥିଲା। ଦଳ ୬ ପଏଣ୍ଟ ସହ ଟେବୁଲ ତାଲିକାର ୭ମ ସ୍ଥାନରେ ରହିଛି। ଅପରପକ୍ଷରେ ମୁମ୍ବାଇ ୧୦ ମ୍ୟାଚ୍‌ରୁ ୪ ପରାଜୟ ଓ ୬ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଛକୁ ୨ୟ ସ୍ଥାନରେ ରହିଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri