ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ : କ୍ୱାର୍ଟରରେ ସେରେନା, ଜୋକୋଭିଚ୍‌

ମେଲବୋର୍ନ,୨୨।୧(ଏଏଫପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ଦୁଇ ଅଭିଜ୍ଞ ଖେଳାଳି ଆମେରିକାର ସେରେନା ଉଇଲିୟମ୍ସ ଓ ନୋଭାକ୍‌ ଜୋକୋଭିଚ୍‌ଙ୍କ ବିଜୟ ଅଭିଯାନ ଜାରି ରହିଛି। ଅନ୍ୟକେତେକ ସିଡେଡ ଖେଳାଳିଙ୍କ ସହ ଏହି ଦୁଇ ଖେଳାଳି ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୬ତମ ସିଡ ମାନ୍ୟତା ପାଇଥିବା ସେରେନା ୬-୧, ୪-୬, ୬-୪ ସେଟରେ ଟପ୍‌ ସିଡ ରୋମାନିଆର ସିମୋନା ହାଲେପଙ୍କୁ ପରାସ୍ତ କରି ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲର ନିକଟତର ହୋଇଛନ୍ତି। ମା’ ହେବାପରେ ସେରେନାଙ୍କର ଏହା ସର୍ବବୃହତ୍‌ ବିଜୟ ସାବ୍ୟସ୍ତ ହୋଇଛି। ସେହିପରି ପୁରୁଷ ସିଙ୍ଗଲ୍ସରେ ଟପ୍‌ସିଡ ଜୋକୋଭିଚ୍‌ ୬-୪, ୬-୭, ୬-୨, ୬-୩ ସେଟରେ ୧୫ତମ ସିଡ୍‌ ଖେଳାଳି ଡାନିଲି ମେଡଭେଡେଭଙ୍କୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରରେ ଜୋକୋଭିଚ୍‌ ଜାପାନର କେଇ ନିଶିକୋରୀଙ୍କୁ ଭେଟିବେ। 

ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ଅଷ୍ଟମ ସିଡ କେଇ ନିଶିକୋରୀ ୬-୭, ୪-୬, ୭-୬, ୬-୪, ୭-୬ ମାରାଥନ ସେଟରେ ସ୍ପେନର ପାବ୍ଲୋ କାରେନୋ ବୁଷ୍ଟାଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ ସ୍ପେନ୍‌ର ରାଫାଲ ନାଡାଲ ୬-୦, ୬-୧, ୭-୬ ସେଟରେ ଚେକ୍‌ ଗଣରାଜ୍ୟର ଟମାସ ବର୍ଡିଚ୍‌ଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ନାଡ଼ାଲ କ୍ୱାର୍ଟରରେ ଆମେରିକାର ଫ୍ରାନସେସ୍‌ ଟିଆଫୋଙ୍କୁ ଭେଟିବେ। ଫ୍ରାନସେସ୍‌ ୭-୫, ୭-୬, ୬-୭, ୭-୫ ସେଟରେ ୨୦ତମ ସିଡ ଗ୍ରିଗର ଡିମିଟ୍ରୋଭଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି କାନାଡ଼ାର ମିଲୋସ ରାଓନିକ୍‌ ଚତୁର୍ଥ ସିଡ ଜର୍ମାନୀର ଆଲେକଜାଣ୍ଡାର ଭେରେଭଙ୍କୁ ୬-୧, ୬-୧, ୭-୬ ସେଟରେ ହରାଇ କ୍ୱାର୍ଟରକୁ ଉଠିଛନ୍ତି। କ୍ୱାର୍ଟରରେ ସେ ଲୁକାସ ପାଓଲିଙ୍କୁ ଭେଟିବେ। ପାଓଲି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୬-୭, ୬-୪, ୭-୫, ୭-୬ ସେଟରେ ବର୍ନା କୋରିକଙ୍କୁ ହରାଇ, ସ୍ପେନର ରୋବେର୍ଟୋ ବତିସ୍ତା ଅଗୁଟ ୬-୭, ୬-୩, ୬-୨, ୪-୬, ୬-୪ ସେଟ୍‌ରେ କ୍ରୋଏସିଆର ମାରିନ ସିଲିକଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ତେବେ ଅଭିଜ୍ଞ ରୋଜର ଫେଡରରଙ୍କ ବିପର୍ଯ୍ୟୟ ଘଟିଛି। ତୃତୀୟ ସିଡ ଫେଡରର ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୭-୬, ୬-୭, ୫-୭, ୬-୭ ସେଟରେ ୧୪ତମ ସିଡ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସଙ୍କଠାରୁ ପରାସ୍ତ ହୋଇ ବିଦୟ ନେଇଛନ୍ତି। 

ମହିଳା ସିଙ୍ଗଲ୍ସରେ ସେରେନା କ୍ୱାର୍ଟର ଫାଇନାଲରେ ସପ୍ତମ ସିଡ୍‌ ଚେକ୍‌ ଗଣରାଜ୍ୟର କାରୋଲିନା ପ୍ଲିସ୍କୋଭାଙ୍କୁ ଭେଟିବେ। ପ୍ଲିସ୍କୋଭା ଚତୁର୍ଥ ରାଉଣ୍ଡରେ୬-୩,୬-୧ ସେଟରେ  ଗାର୍ବାଇନ୍‌ ମୁଗୁରୁଜାଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଚତୁର୍ଥ ସିଡ ଜାପାନର ନାଓମି ଓସାକା ୪-୬, ୬-୩, ୬-୪ ସେଟରେ ଲାଟଭିଆର ଅନାଷ୍ଟାସିଜା ସେଭାଶୋଭାଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। ତେବେ ଦ୍ୱିତୀୟ ସିଡ ଆଞ୍ଜେଲିକ୍‌ କର୍ବର ୦-୬, ୨-୬ ସେଟରେ ଆମେରିକାର ଡାନିଏଲେ କଲିନ୍ସଙ୍କଠାରୁ  ଚତୁର୍ଥ ରାଉଣ୍ଡରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେହିପରି ଅଭିଜ୍ଞ ରୁଷିଆ ଖେଳାଳି ମାରିଆ ସାରାପୋଭା ୬-୪,୧-୬ ୪-୬ ସେଟରେ ଅଷ୍ଟ୍ରେଲିଆର ଆସେଲେ ବାର୍ଟିଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭା ୬-୨, ୬-୧ ସେଟ୍‌ରେ ଆମେରିକାର ଅମାଣ୍ଡା ଆନିସିମୋଭାଙ୍କୁ ହରାଇ କ୍ୱାର୍ଟରକୁ ଉଠିଛନ୍ତି। 

All Right Reserved By

ଖେଳ |

ଇରାନୀ କପ୍‌:  ଟାଇଟଲ ବଜାୟ ରଖିଲା ବିଦର୍ଭ

ଇରାନୀ କପ୍‌: ଟାଇଟଲ ବଜାୟ ରଖିଲା ବିଦର୍ଭ

ନାଗପୁର,୧୬।୨(ପି.ଟି.)- ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇରାନୀ କପ୍‌ରେ ବିଦର୍ଭ ତାରକା ଖଚିତ ଅବଶିଷ୍ଟ ଭାରତ ଦଳକୁ ହରାଇ ଟାଇଟଲ ହାସଲ କରିଛି। ଏଥି ସହିତ ବିଦର୍ଭ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ମୁମ୍ବାଇ ଓ କର୍ନାଟକ ପରେ ବିଦର୍ଭ ତୃତୀୟ ଦଳ ଭାେବେ କ୍ରମାଗତ ଭାବେ ଦ୍ୱିତୀୟ ଇରାନୀ କପ୍‌ ଟାଇଟଲ ହାସଲ କରିଛି। ପ୍ରଥମ ଇନିଂସରେ ୧୦୨ରନର ଶତକୀୟ ପାଳି ଖେଳି ବିଦର୍ଭକୁ ଅଗ୍ରଣୀ କରାଇଥିବା ଟେଲଏଣ୍ଡର ଅକ୍ଷୟ କର୍ନଓ୍ବୋର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌:  ଟାଇଟଲ ବଜାୟ ରଖିଲେ ସାଇନା,  ସୌରଭ ତୃତୀୟ ଥର ପାଇଁ ଚାମ୍ପିୟନ

ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ଟାଇଟଲ ବଜାୟ ରଖିଲେ ସାଇନା, ସୌରଭ ତୃତୀୟ ଥର ପାଇଁ ଚାମ୍ପିୟନ

ଗୁଆହାଟୀ,୧୬।୨(ପି.ଟି.)- ଗତଥରର ଚାମ୍ପିୟନ ସାଇନା ନେହ୍ବାଲ ସ୍ଥାନୀୟ ଟିଆରପି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୮୩ତମ ଜାତୀୟ ବ୍ୟାଡିଣ୍ଟନ ଚାମ୍ପିୟନଶିପ୍‌ରେ ମହିଳା ବିଭାଗ ଟାଇଟଲ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସାଇନା ୨୧-୧୮, ୨୧-୧୫ରେ ପି.ଭି. ସିନ୍ଧୁଙ୍କୁ ହରାଇ ଚତୁର୍ଥଥର ପାଇଁ ଜାତୀୟ ଟାଇଟଲ ହାସଲ କରିଛନ୍ତି। ୩୦ ମିନିଟରୁ ସାମନ୍ୟ ଊର୍ଦ୍ଧ୍ୱ ସମୟରେ ସାଇନା ବିଜୟୀ ହୋଇଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ଦୁଇଥର ଚାମ୍ପିୟନ ହୋଇଥିବା ସିନ୍ଧୁ ଟାଇଟଲ ମୁକାବିଲାରେ ସାଇନାକୁ ରୋକିବାରେ ସଫଳ ହୋଇ ନ ଥିଲେ। ପୂର୍ବରୁ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ଗତ ବର୍ଷ ମଧ୍ୟ ସିନ୍ଧୁଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ। ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲରେ ମଧ୍ୟ ସାଇନା ୨୦୧୬ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ।

ଗୋଟେ ମାସର ଦରମା ଦେବେ ବୀଜେନ୍ଦର

ଗୋଟେ ମାସର ଦରମା ଦେବେ ବୀଜେନ୍ଦର

ନୂଆଦିଲ୍ଲୀ,୧୬।୨- ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପରୀବାରବର୍ଗଙ୍କ ଲାଗି ହରିୟାଣା ପୋଲିସରେ କାର୍ଯ୍ୟରତ ଚାମ୍ପିୟନ ବକ୍ସର ବୀଜେନ୍ଦ୍ରର ସିଂ ଗୋଟେ ମାସର ଦରମା ପ୍ରଦାନ କରିବା ନେଇ କହିଛନ୍ତି।

ସୌରଭଙ୍କୁ ୩ୟ ଟାଇଟଲ

ସୌରଭଙ୍କୁ ୩ୟ ଟାଇଟଲ

ଗୁଆହାଟୀ,୧୬।୨(ପିଟି)- ଏଠାରେ ଚାଲିଥିବା ୮୩ତମ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ  ସୌରଭ ବର୍ମା ଟାଇଟଲ ଜିତିଛନ୍ତି। 

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୨(ପିଟି)- ପୁଲଓ୍ବାନା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ। 

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ନାଗପୁର,୧୬।୨- ବିଦର୍ଭ ବୋଲର ଅକ୍ଷୟ କାର୍ନଓ୍ବୋର ବର୍ତ୍ତମାନ ଭାରତୀୟ କ୍ରିକେଟରେ ସଫଳତାର ଶୀର୍ଷକୁ ସ୍ପର୍ଶ କରୁଛନ୍ତି। ଅସାଧାରଣତଃ ବୋଲିଂ ଷ୍ଟାଇଲ ଯୋଗୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅକ୍ଷୟ।

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆରପି-ଏସ୍‌ଜି ଇଣ୍ଡିଆନ ସ୍ପୋଟର୍‌ସ ସମ୍ମାନକୁ ବାତିଲ କରିଛନ୍ତି।

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଷ୍ଟଚର୍ଚ୍ଚ,୧୬।୨- ବିସ୍ଫୋରକ ଓପନର ମାର୍ଟିନ ଗୁପଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ବାଂଲାଦେଶ ବିପକ୍ଷରେ ଏଠାରେ ଖଳାଯାଇଥିବା ୨ୟ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ବିଜୟ ହାସଲ କରିଛି। 

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ଚଣ୍ଡିଗଡ଼,୧୬।୨- କୋଚ୍‌ ପରାମର୍ଶ ଦେଇ ନ ଥିଲେ ସମ୍ଭବତଃ ମୟଙ୍କ ମାର୍କଣ୍ଡେ ଲେଗ୍‌ ସ୍ପିନ ଓ ରଙ୍ଗ ଓ୍ବାନ୍‌ସ ବୋଲିଂ କରି ନ ଥାନ୍ତେ। 

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ୱିମୁକୁଟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ସାଥୀ ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। 

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ତୁର୍କୀରେ ଏକ ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବ। ଏଥିରେ ରୋମାନିଆ, ଉଜ୍‌ବେକିସ୍ତାନ ଓ ତୁର୍କମେନିସ୍ତାନ ସହ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି।  ଗ୍ରୁପ୍‌ ବି’ରେ ଫ୍ରାନ୍ସ (ବି), ଜୋର୍ଡାନ, ନର୍ଦର୍ନ ଆୟର୍ଲାଣ୍ଡ ଏବଂ ଆୟୋଜକ ତୁର୍କୀ ରହିଛନ୍ତି। ଭାରତ ଫେବୃୟାରୀ ୨୦ରେ ଦେଶ ଛାଡ଼ିବ। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ, ୧୬।୨-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହେବାକୁ ଥିବା ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି।