ବ୍ରହ୍ମପୁର

୧୬ ଲକ୍ଷ ୮୫ ହଜାର ଟଙ୍କା ଗାଏବ୍‌: ସରପଞ୍ଚଙ୍କ ନଁ।ରେ ଅଭିଯୋଗ

ପୁରୁଷୋତ୍ତମପୁର, ୨୧।୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ପଞ୍ଚାୟତର ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନ ୧୬ ଲକ୍ଷ  ୮୫ ହଜାର ୧୨୦ ଟଙ୍କା ଗାଏବ୍‌ ହୋଇଯାଇଛି। ଏ ନେଇ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ମହାନ୍ତି ସୋମବାର ରାତିରେ ପୁରୁଷୋତ୍ତମପୁର ଥାନାରେ ସରପଞ୍ଚ ସୂର୍ଯ୍ୟନାରାୟଣ ଗୌଡ଼ଙ୍କ ନଁାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ନଂ. ୧୭/୧୯ରେ ମାମାଲା ରୁଜୁ ହୋଇଥିବା ଆଇଆଇସି ଅଜୟ କୁମାର ବାରିକ କହିଛନ୍ତିି। ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ ପ୍ରକାରେ ପଞ୍ଚାୟତ ପକ୍ଷରୁ ପୁରୁଷୋତ୍ତମପୁର ଷ୍ଟେଟବ୍ୟାଙ୍କରେ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ନାମରେ  ଜଏଣ୍ଟ ଆକାଉଣ୍ଟ ରହିଛି। ଏଥିରୁ ଗତ ମାସ ୨୪ ତାରିଖରେ ୯ଲକ୍ଷ ୨୦ ହଜାର ୬୦୫ ଟଙ୍କା ପ୍ରତାପୁର ଗ୍ରାମର ବୀରେନ୍ଦ୍ର ବେହେରା ଓ ହାଣ୍ଡିଘର ଗ୍ରାମର ସୁଦର୍ଶନ ବେହେରାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୬୪ ହଜାର ୫୧୫ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଯାଇଛି। ଏହି ଘଟଣା ସୋମବାର ନିର୍ବାହୀ ଅଧିକାରୀ ଜାଣିବାକୁ ପାଇଥିଲେ। ସରପଞ୍ଚ ଏହି କାର୍ଯ୍ୟ କରିଥିବା ନେଇ ପୋଲିସରେ ଅଭିଯୋଗକ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀ ବିଡିଓ, ଏବିଡିଓଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି। ସରପଞ୍ଚ ଫେରାର୍‌ ଥିବାରୁ ତାଙ୍କ ମତାମତ ହସ୍ତଗତ ହୋଇପାରି ନାହିଁ।

All Right Reserved By

ବ୍ରହ୍ମପୁର

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ଯୋଗାଭ୍ୟାସ ବେଳେ ବୃଦ୍ଧଙ୍କ ଜୀବନ ଗଲା

ଯୋଗାଭ୍ୟାସ ବେଳେ ବୃଦ୍ଧଙ୍କ ଜୀବନ ଗଲା

ପାରଳାଖେମୁଣ୍ଡି, ୧୮ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ରବିବାର ଏକ ଯୋଗ ଶିବିରରେ ଅଭାବନୀୟ ଘଟଣା ଘଟିଛି। ଯୋଗାଭ୍ୟାସ କରୁଥିବାବେଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ତାଙ୍କ ପରିଚୟ ମିଳିପାରିନାହିଁ। 

ଜିଲା କଂଗ୍ରେସର ସ୍ବତନ୍ତ୍ର ବୈଠକରେ ଏଆଇସିସି ସମ୍ପାଦକ:ଜନସମ୍ପର୍କକୁ ଭିତ୍ତିକରି ପ୍ରାର୍ଥୀ ଚୟନ କରାଯିବ

ଜିଲା କଂଗ୍ରେସର ସ୍ବତନ୍ତ୍ର ବୈଠକରେ ଏଆଇସିସି ସମ୍ପାଦକ:ଜନସମ୍ପର୍କକୁ ଭିତ୍ତିକରି ପ୍ରାର୍ଥୀ ଚୟନ କରାଯିବ

ବ୍ରହ୍ମପୁର ଅଫିସ,୧୮ା୨-ଗଞ୍ଜାମ ଜିଲାରେ ଲୋକ (ଭୋଟର)ଙ୍କ ମତାମତ ନେଇ କଂଗ୍ରେସ ପକ୍ଷରୁ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବ। 

ରାଜନୀତିକୁ ଓହ୍ଲାଇଲେ ପିଣ୍ଟୁ ଦାସଙ୍କ ସ୍ତ୍ରୀ

ରାଜନୀତିକୁ ଓହ୍ଲାଇଲେ ପିଣ୍ଟୁ ଦାସଙ୍କ ସ୍ତ୍ରୀ

ବ୍ରହ୍ମପୁର ଅଫିସ,୧୮ା୨-ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସଙ୍କ ସ୍ତ୍ରୀ ଆଶା ରାଜନୀତିକୁ ଓହ୍ଲାଇଛନ୍ତି।

ରାସ୍ତା କାମ ନିମ୍ନମାନର ଅଭିଯୋଗ:ଜିଲାପାଳ, ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଲେ ଅଞ୍ଚଳବାସୀ

ରାସ୍ତା କାମ ନିମ୍ନମାନର ଅଭିଯୋଗ:ଜିଲାପାଳ, ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି,୧୮।୨(ଡି.ଏନ.ଏ) -ଦାରିଙ୍ଗବାଡି ବୁଡାଗୁଡାଠାରୁ କାରିକୁଟିକୁ ସଂଯୋଗ କରୁଥିବା ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପକ୍କାରାସ୍ତା ନିର୍ମାଣ କରାଯାଉଛି। ଉକ୍ତ କାମର ମାନକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।

ପାତାଳେଶ୍ୱର ମନ୍ଦିର ଟଙ୍କା ହଡ଼ପ ଅଭିଯୋଗ:ପୂର୍ବତନ ସଭାପତି, ସମ୍ପାଦକଙ୍କ ଘର ଆଗରେ ଧାରଣା

ପାତାଳେଶ୍ୱର ମନ୍ଦିର ଟଙ୍କା ହଡ଼ପ ଅଭିଯୋଗ:ପୂର୍ବତନ ସଭାପତି, ସମ୍ପାଦକଙ୍କ ଘର ଆଗରେ ଧାରଣା

ଗୋପାଳପୁର,୧୮ା୨-ଗୋଳନ୍ଥରା ଥାନା ପଞ୍ଚମା ଗ୍ରାମସ୍ଥିତ ପାତାଳେଶ୍ୱର ମନ୍ଦିର ଟଙ୍କା ହଡ଼ପ ଅଭିଯୋଗରେ ମନ୍ଦିର କମିଟି ଓ ଗ୍ରାମବାସୀ ପୂର୍ବତନ ମନ୍ଦିର କମିଟିର ସଭାପତି ଓ ସମ୍ପାଦକଙ୍କ ଘର ଆଗରେ ରବିବାର ଧାରଣାରେ ବସିଛନ୍ତି। ସନ୍ଧ୍ୟା ସୁଦ୍ଧା ସଭାପତି ଓ ସମ୍ପାଦକ ଘରକୁ ଫେରି ନ ଥିବାବେଳେ ଧାରଣା ଜାରି ରହିଛି।

କିଣାଯିବାକୁ ଅଛି ୪ ଲକ୍ଷ କୁଇଣ୍ଟାଲ ଧାନ, ଟାର୍ଗେଟ ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ-ଜିଲାପାଳ

କିଣାଯିବାକୁ ଅଛି ୪ ଲକ୍ଷ କୁଇଣ୍ଟାଲ ଧାନ, ଟାର୍ଗେଟ ବୃଦ୍ଧି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ-ଜିଲାପାଳ

ଛତ୍ରପୁର,୧୮ା୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଚଳିତବର୍ଷ ୩୨ ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି ା ଶନିବାର ସୁଦ୍ଧା ଜିଲାରେ ୫୯,୬୫୮ ଚାଷୀଙ୍କଠାରୁ ୩୮୬ ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ୨୮ ଲକ୍ଷ ୧୬ ହଜାର ୯୦୪ କୁଇଣ୍ଟାଲ ଧାନ କିଣାଯାଇଛି ା

ଜାତିଭିତ୍ତିକ ସଂରକ୍ଷଣ ସଂପୂର୍ଣ୍ଣ ଉଚ୍ଛେଦ ହେଉ

ଜାତିଭିତ୍ତିକ ସଂରକ୍ଷଣ ସଂପୂର୍ଣ୍ଣ ଉଚ୍ଛେଦ ହେଉ

ବ୍ରହ୍ମପୁର ଅଫିସ୍‌,୧୮ା୨-ଓଡ଼ିଶା ବ୍ରାହ୍ମଣ ମହାସଂଘର ଷଷ୍ଠ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । 

୨୦ ଦିନରେ ଗୋଲଡେନ୍‌ ଲ୍ୟାଣ୍ଡ ଜମାକାରୀଙ୍କ ଧାରଣା, ସାମିଲ ହେଲେ ୨ ମହିଳା

୨୦ ଦିନରେ ଗୋଲଡେନ୍‌ ଲ୍ୟାଣ୍ଡ ଜମାକାରୀଙ୍କ ଧାରଣା, ସାମିଲ ହେଲେ ୨ ମହିଳା

ବ୍ରହ୍ମପୁର ଅଫିସ୍‌,୧୮ା୨-ଚିଟଫଣ୍ଡ୍‌ ସଂସ୍ଥା  ଗୋଲଡେନ୍‌ ଲ୍ୟାଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଧାରଣା ରବିବାର ୨୦ ଦିନରେ ପହଞ୍ଚିଛି ା ବ୍ରହ୍ମପୁର ରେଡ୍ଡୀ ଗ୍ୟାରେଜସ୍ଥିତ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ  ନିକଟରେ ଶାନ୍ତିପୂର୍ଣ୍ଣ ଭାବେ  ଏହି ଧାରଣା ଚାଲିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ସଂସ୍ଥା କର୍ତ୍ତୃପକ୍ଷ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନଚେତ ସଂସ୍ଥାର ସର୍ତ୍ତ ଅନୁଯାୟୀ ଟଙ୍କା ବଦଳରେ ଜମି ଦେବା ପ୍ରକ୍ରିୟା ଆରମ୍ଭ ନ ହେବା ଯାଏ ଧାରଣା ଅବ୍ୟାହତ ରହିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ା 

ହୋମଗାର୍ଡଙ୍କୁ ଆକ୍ରମଣ କରି ଯୁବକ ଗିରଫ

ହୋମଗାର୍ଡଙ୍କୁ ଆକ୍ରମଣ କରି ଯୁବକ ଗିରଫ

ଦାରିଙ୍ଗବାଡି,୧୭।୨(ଡି.ଏନ.ଏ)- ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ହୋମଗାର୍ଡକୁ ଆକ୍ରମଣ କରିବା ଅଭିଯୋଗରେ ଦାରିଙ୍ଗବାଡି ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି। ସେ ହେଲେ ଗ୍ରୀନବାଡି ପଞ୍ଚାୟତର ବିଘ୍ନେଶ୍ୱର ନାୟକ। ଏନେଇ ହୋମଗାର୍ଡ ଜଗନ୍ନାଥ ମୁଖି ଲିଖତ ଅଭିଯୋଗ କରିବା ପରେ ନଂ.୧୪/୧୯ରେ ଏକ ମାମଲା ରୁଜୁ କରିବା ସହ  ଆଇପିସି ଧାରା (୨୯୪/୩୨୩/୩୪୧/୩୫୩/୩୦୭/୫୦୭)ରେ ଗିରଫ କରାଯାଇଥିବା  ଆଇଆଇସି ଅଲେଖ ଗରଡିଆ କହିଛନ୍ତି।

କଇଁଛଙ୍କ ଅଣ୍ଡାଦାନ ପାଇଁ ବେଳାଭୂମି ସଫେଇ

କଇଁଛଙ୍କ ଅଣ୍ଡାଦାନ ପାଇଁ ବେଳାଭୂମି ସଫେଇ

ଗଞ୍ଜାମ,୧୭।୨(ଡି.ଏନ.ଏ.)- ଗଞ୍ଜାମ ସହର ନିକଟସ୍ଥ ଋଷିକୁଲ୍ୟା ମୁହାଣ ସମୁଦ୍ର ଉପକୂଳ ଠାରେ କିଛିଦିନ ମଧ୍ୟରେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। କଇଁଛମାନଙ୍କ ସୁରକ୍ଷା ପାଇଁ ସାମାଜିକ କର୍ମୀ ଉମାକାନ୍ତ ବେହେରାଙ୍କ ନେତୃତ୍ୱରେ ୟୁଥ୍‌ ଫର ଭିଲେଜ ମୁଖ୍ୟ ଦେବହରି ରେଡ୍ଡୀ, ଜାତୀୟ ଯୁବ ସ୍ବେଚ୍ଛାସେବୀ ଦୀପକ କୁମାର ସାହୁ, ସାଗର କନ୍ୟା ଯୁବକ ସଂଘ ସଦସ୍ୟଙ୍କ ଦ୍ୱାରା ସଫେଇ କରାଯାଇଛି।

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।