ବ୍ରହ୍ମପୁର

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ

ଦେଉଳିଆ, ବଡ଼ବନ୍ଧ ଉନ୍ନତୀକରଣ ପାଇଁ ଶିଳାନ୍ୟାସ


ଗୋପାଳପୁର,୨୧।୧-ଜଳ ସମ୍ପଦ ବିଭାଗ ରଙ୍ଗେଇଲୁଣ୍ଡା ବ୍ଲକରେ ୨ଟି ବନ୍ଧର ଉନ୍ନତୀକରଣ ନିମନ୍ତେ ସୋମବାର ଶିଳାନ୍ୟାସ ସହ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇଯାଇଛି। ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷ ସୁବାସ ବେହେରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ୍‌ ଉଷାରାଣୀ, ଉପାଧ୍ୟକ୍ଷ ଅଜିତ ଦାଶ ଯୋଗ ଦେଇଥିଲେ। ୪୦ ଲକ୍ଷ ଟଙ୍କା ବ୍ୟୟରେ ରାଳବସ୍ଥିତ ଦେଉଳିଆ ବନ୍ଧର ଉନ୍ନତୀକରଣ ଏବଂ ୬୦ ଲକ୍ଷ ବ୍ୟୟରେ ଶାସନପଦରସ୍ଥିତ ବଡ଼ବନ୍ଧର ଉନ୍ନତିକରଣ ନିମନ୍ତେ ବିଧାୟକ ପାଣିଗ୍ରାହୀ ଶିଳାନ୍ୟାସ କରିଥିଲେ। ଏଥିସହ ପାଣି ପଞ୍ଚାୟତ ପକ୍ଷ ପାଳନ ସମାରୋହରେ ବିଧାୟକ ଡ଼. ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଭିଭାଷଣ ରଖିଥିଲେ। ଦକ୍ଷିଣାଞ୍ଚଳ କ୍ଷୁଦ୍ର ଜଳସେଚନ ମଣ୍ଡଳର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପଟ୍ଟନାୟକ, ନିର୍ବାହୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଦାଶ, ଅରୁଣ କୁମାର ଶୁକ୍ଲା, ସରପଞ୍ଚ ସୁପ୍ରଭା ବେହେରା, ଲୋକନାଥ ବେହେରା, ସଂଗ୍ରାମ ମହାନ୍ତି, ଦୀପୁ ସାମନ୍ତ, ଦଣ୍ଡ ପାଣିଗ୍ରାହୀ, ସିଏଚ୍‌ ନରେଶ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

All Right Reserved By

ବ୍ରହ୍ମପୁର

ଖରାଦିନେ ବରଡ଼ା ଶାଗ ଚାହିଦା

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୩ା ୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ। କନ୍ଧମାଳ ହଳଦୀ ବିଶ୍ୱ ପ୍ରସିଦ୍ଧ। ଜୈବିକ ପଦ୍ଧତିରେ ଚାଷ ହେଉଥିବା ଏହି ହଳଦୀକୁ ନିକଟରେ ମିଳିଛି ଜିଆଇ ମାନ୍ୟତା। ବର୍ଷାଦିନେ ବାଟି ଛତୁ, ଶ୍ରାବଣ କଢ଼ର ଚାହିଦା ମଧ୍ୟ ରହିଛି। ଯାହାକୁ କିଲୋ ପ୍ରତି ୪୦୦ରୁ ୫୦୦ ଟଙ୍କାରେ ବିକ୍ରି କରାଯାଏ। ସେହିପରି ଖରାଦିନ ଆରମ୍ଭରୁ ଜିଲାରେ ମିଳେ ବରଡା ଶାଗ। ପ୍ରାୟ ଏପ୍ରିଲ ମାସ ତୃତୀୟ ସପ୍ତାହରୁ ଜୁନ ଶେଷ ପର୍ଯ୍ୟନ୍ତ ଏହା ବଜାରରେ ମିଳେ। ସାଧାରଣତଃ ଶାଗକୁ ବିଡ଼ାରେ ବିକ୍ରି କରା ଯାଉଥିବା ବେଳେ ବରଡ଼ା ଶାଗକୁ ଓଜନରେ  ବିକ୍ରି କରାଯାଏ। ଯାହାର ଦର କେଜି ପ୍ରତି ୧୦୦ ଟଙ୍କା। ଋତୁକାଳୀନ ଏହି ଶାଗ ବିକି ବ୍ୟବସାୟୀ ଲାଭବାନ ହେଉଛନ୍ତି। ଏପରିକି ଜଣେ ଜଣେ ଦିନକୁ ୨ରୁ ୩ ହଜାର ଟଙ୍କାର କେବଳ ବରଡା ଶାଗ ବିକିଥାନ୍ତି। 

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୩ା ୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ। ଗତ ସେପ୍ଟେମ୍ବର ମାସରେ ଏନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ସେତବେଳେ କୁହାଗଲା ତାଙ୍କ ନାମ ଏସଇସିସି(ସାମାଜିକ ଅର୍ଥନୈତିକ ଜାତି ଗଣନା) ତାଲିକାରେ ଥିଲେ ନିଶ୍ଚିତ ଘର ମିଳିବ। ଯଦି ନାମ ନ ଥିବ, ତାହାଲେ ସର୍ଭେ କରାଯିବ। ସେଥିରେ ତାଙ୍କୁ ସାମିଲ କରି ଆବାସ ଯୋଜନାରେ ଘର ଦିଆଯିବ। ଏକଥା କହିଥିଲେ ଫିରିଙ୍ଗିଆ ବିଡିଓ। ଇତିମଧ୍ୟରେ ୭ ମାସ ବିତିଯାଇଥିଲେ ମଧ୍ୟ କାଣ୍ଡୁଲୁଙ୍କ ନଁା ଏସ୍‌ଇସିସି ତାଲିକାରେ ପ୍ରଶାସନ ଖୋଜୁଛି ା ଆଉ କେତେ ଦିନ ଲାଗିବ ଜଣାନାହିଁ। ମାତ୍ର ଏଥର ନିଶ୍ଚିତ ତାଙ୍କୁ ଘର ମିଳିବ ବୋଲି କହିଛନ୍ତି ସରପଞ୍ଚ।

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଆନ୍ଦୋଳନକୁ ପୂରିବ ୧୨ ବର୍ଷ

ବ୍ରହ୍ମପୁର ଅଫିସ,୨୩ା୪- ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଜୋରଦାର ଆନ୍ଦୋଳନ ୨୦୦୭ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। ଏମିତିକି ସେ ସମୟରେ ଗଞ୍ଜାମ ଓକିଲ ସଂଘ ତରଫରୁ ପ୍ରାୟ ୬ ମାସ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଇଥିଲା। ଏଥିଯୋଗୁ ବିଚାର ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଥିବା ବେଳେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରେ ପୋଲିସ ଜବରଦସ୍ତ ବଳ ପ୍ରୟୋଗ କରି କୋର୍ଟ ଖୋଲିଥିଲା। ଏହି ଆନ୍ଦୋଳନ ସମୟରେ ପ୍ରାୟ ୩୦ ଆଇନଜୀବୀ ଆହତ  ହେବା ସହ ଜେଲ ଯାଇଥିଲେ । ଏହା ପରଠାରୁ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପ୍ରତି ମାସର ଶେଷ ୪ ଦିନ ପ୍ରତିକାତ୍ମକ ଭାବେ ଗଞ୍ଜାମ ଓକିଲ ସଂଘ ପକ୍ଷରୁ କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଇଛି ବୋଲି ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶିଶିର କୁମାର ପାଢ଼ୀ ସୂଚନା ଦେଇଛନ୍ତି। ଏହି ଆନ୍ଦୋଳନକୁ ଇତିମଧ୍ୟରେ ୧୨ ବର୍ଷ ପୂରଣ ହେବାକୁ ଯାଉଛି । ପୁଣି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ଉପରେ ସରକାର ବସାଇଥିବା ପାଲ୍‌ କମିଶନ ତାଙ୍କର ରିପୋର୍ଟ ଦାଖଲ କରି ସାରିଛନ୍ତି। ହେଲେ ସରକାର ତାହା ସାର୍ବଜନୀନ ନ କରି ନାଲି ଫିତା ତଳେ ବାନ୍ଧି ପକାଇ ରଖିଛନ୍ତି । 

ଠେଙ୍ଗାରେ ଆକ୍ରମଣ ମାମଲା, ୨ ଭାଇ ଗିରଫ

ବୁଗୁଡ଼ା,୨୨।୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ ମତାଝରି ଗ୍ରାମରେ ହୋଇଥିବା ଠେଙ୍ଗା ଆକ୍ରମଣ ମାମଲାରେ ବୁଗୁଡ଼ା ପୋଲିସ ସୋମବାର ୨ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସେମାନେ ହେଲେ ମତାଝରି ଗ୍ରାମର ଅମର ପ୍ରଧାନ ଓ କଂଗ୍ରେସ ପ୍ରଧାନ । ଏନେଇ ବୁଗୁଡ଼ା ଥାନରେ  ନଂ ୭୩/୧୯ରେ ଏକ ମାମଲା ରୁଜୁ ହୋଇଥିଲା ।

ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗ: ଭାଜପା ବିଧାୟକ ପ୍ରାର୍ଥୀ, ସହଯୋଗୀଙ୍କ ନାମରେ ମାମଲା

ଗୋପାଳପୁର,୨୨ା୪-ରାଜନୀତିକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଅଭିଯୋଗରେ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ନାମରେ ଗୋଳନ୍ଥରା ଥାନାରେ  ମାମଲା ରୁଜୁ ହୋଇଛି।
 ଗତ ୧୯ ତାରିଖ ରାତିରେ ୧୮ ନଂ. ଜୋନ ଜିଲା ପରିଷଦ ସଭ୍ୟ ଗୋବିନ୍ଦ ବେହେରାଙ୍କ ବାପା ତଥା ଗୋଳନ୍ଥରା ଥାନା ଆରୁଆସୁନାପୁର ଗ୍ରାମର ଜୀବନ ବେହେରା ଓ ତାଙ୍କ ସାଙ୍ଗ ଶଙ୍କର ବେହେରା ବାଇକ ଯୋଗେ ଘରକୁ ଫେରୁଥିଲେ। ଝାଟିପଦର ଗ୍ରାମ କେନାଲ ନିକଟରେ ସେମାନଙ୍କୁ ଭାଜପାର ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ  ଦ୍ୟାନସାମନ୍ତରା, ପିଣ୍ଟୁ ସେଠୀ, ଚନ୍ଦ୍ରଶେଖର ବେହେରା ଓ ଅନ୍ୟ ସହଯୋଗୀମାନେ ଅଟକାଇ ଭୋଟକୁ ନେଇ ଯୁକ୍ତିତର୍କ କରିଥିଲେ। ପରେ ସେମାନେ ବନ୍ଧୁକ ଦେଖାଇ ଧମକ ଦେବା ସହ ନିସ୍ତୁକ ମାଡ ମାରିଥିଲେ ବୋଲି ଜୀବନ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ ।

ନାବାଳିକାଙ୍କୁ ବଳାତ୍କାର ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ

ପୋଲସରା,୨୨।୪(ଡି.ଏନ.ଏ.)-ପୋଲସରା ଥାନା ଅଞ୍ଚଳରେ ଜଣେ ୧୩ ବର୍ଷିୟା  ନାବାଳିକାଙ୍କୁ ବଳାକତ୍ାର କରାଯାଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକଙ୍କୁ ପୋଲିସ ରବିବାର ଗିରଫ କରିଛି ।

ରୁଟିରେ ନିଶା ଦେଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ଜି.ଉଦୟଗିରି,୨୨ା୪(ଡି.ଏନ.ଏ.)-କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ରୁଟିରେ ନିଶା ଦେଇ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ସୋମବାର ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜିତେନ୍ଦ୍ର କୁମାର ଦିଗାଲ। ତାଙ୍କୁ ଫୁଲବାଣୀସ୍ଥିତ ପୋକ୍‌ସୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଜୀବନାନନ୍ଦ ଜେନା କହିଛନ୍ତି ।

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ଦେଶୀ ବିହନର ବ୍ୟବହାରକୁ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୨୨।୪: ଲୋକଶକ୍ତି ନିର୍ମାଣ ଟ୍ରଷ୍ଟ ଏବଂ ରୁଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସୋମବାର ଗଞ୍ଜାମ କଳା ପରିଷଦଠାରେ ବିଶ୍ୱ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଚାଷ ନିମନ୍ତେ ଦେଶୀ ବିହନର ବ୍ୟବହାର ପାଇଁ ଏହି ଅବସରରେ ଚାଷୀଙ୍କୁ ଆହ୍ବାନ ଦିଆଯାଇଥିଲା।

ରଞ୍ଜିତାଙ୍କୁ ଦୁଇଟି ପଦକ

ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି।

ଖରାଦିନେ ବରଡ଼ା ଶାଗ ଚାହିଦା

ଖରାଦିନେ ବରଡ଼ା ଶାଗ ଚାହିଦା

ଫୁଲବାଣୀ ଅଫିସ, ୨୨ା୪- କନ୍ଧମାଳ ଜିଲା ପଛୁଆ ଅଞ୍ଚଳ ଭାବେ ପରିଚିତ ହେଲେ ମଧ୍ୟ ଏଠାରେ ମିଳୁଥିବା କେତେକ ଦ୍ରବ୍ୟର ଚାହିଦା ବହୁ ଉଚ୍ଚରେ।

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

୭ ମାସ ହେଲା ଏସଇସିସି ଲିଷ୍ଟ ଖୋଜୁଛି ପ୍ରଶାସନ

ଫିରିଙ୍ଗିଆ,୨୨ା୪- ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ତେଜାମାହା ଗ୍ରାମର କାଣ୍ଡୁଲୁ ଅମାତ। ବୟସ ୬୧ ଟପିଲାଣି। ସ୍ତ୍ରୀ, ଝିଅ ଓ ପୁଅଙ୍କୁ ହରାଇ ବେସାହାରା ହୋଇ ପଡିଥିବାବେଳେ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ।

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଆବାସ ଯୋଜନାରେ ସାମିଲରୁ ବଞ୍ଚିତ ପ୍ରସଙ୍ଗ ପଦକ୍ଷେପ ନେବାକୁ ବିଏମ୍‌ସିକୁ ଆସିଲା ଚିଠି

ଛତ୍ରପୁର,୨୨ା୪(ଡି.ଏନ.ଏ.)- ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗର ନିଗମ ରାଜୀବ ଆବାସ ଯୋଜନାରେ ଖଳାସାହିରୁ ଉଚ୍ଛେଦ ୭ ପରିବାର ସାମିଲ ହୋଇନାହାନ୍ତି। ଏହି ପ୍ରସଙ୍ଗ ଏବେ ଭିନ୍ନ ମୋଡ ନେଇଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri