ସମ୍ପାଦକୀୟ |

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି। ବିଡ଼ମ୍ବନାର ବିଷୟ ଯେ ଉତ୍ତମ ଶିଳ୍ପ ବାତାବରଣ ନ ଥିବାରୁ ଘରୋଇ ଶିଳ୍ପରେ ବିନିଯୋଗ ନେଇ ଲୋକଙ୍କ ଭରସା କମିଯାଇଛି। ଘରୋଇ ପୁଞ୍ଜିନିବେଶ ଲାଭ ଉପରେ ଆଧାରିତ । ଯେହେତୁ ଅର୍ଥନୀତିରେ ଅଭିବୃଦ୍ଧି ପ୍ରତିଫଳିତ ହେଉନାହିଁ, ସେହେତୁ ନିବେଶକମାନେ ଘରୋଇ ଶିଳ୍ପ ଉପରେ ଭରସା କରିପାରୁ ନାହାନ୍ତି। ପୂର୍ବ ସମୟ ଅପେକ୍ଷା ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ବଢ଼ିଥିଲେ ମଧ୍ୟ ଏହାର ପରିମାଣ ଅତ୍ୟନ୍ତ ନଗଣ୍ୟ ଥିବାରୁ ଅର୍ଥନୀତିରେ ଏହାର ଫରକ୍‌ ଅନୁଭବ ହୋଇପାରୁନାହିଁ। ସେହିପରି କଳାଧନ ରୋକିବାରେ ବିମୁଦ୍ରୀକରଣ ସହାୟକ ହେବା ପରିବର୍ତ୍ତେ ଏହି ଅର୍ଥନୈତିକ ଅସ୍ତ୍ର ପ୍ରୟୋଗ ଦ୍ୱାରା ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ରାଷ୍ଟ୍ରର ଅର୍ଥନୀତିକୁ ସୁଦୃଢ଼ କରିବାରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅବଦାନ ଯଥେଷ୍ଟ ରହିଥାଏ। ଏଥିରେ ଅନେକ ଲୋକ ନିଯୁକ୍ତି ପାଇଥାଆନ୍ତି। ବିମୁଦ୍ରୀକରଣ ଓ ଜିଏସ୍‌ଟି ପରେ ଏହି ଶିଳ୍ପ ଭୁଶୁଡ଼ି ପଡ଼ିଥିବାରୁ ବେକାର ସମସ୍ୟା ବଢ଼ିଯାଇଛି। କ୍ଷମତାକୁ ଆସିବା ପୂର୍ବରୁ  ବର୍ଷକୁ ୨ କୋଟି ନିଯୁକ୍ତି ଦେବେ ବୋଲି ମୋଦି ପ୍ରତିଶ୍ରୁତି ଦେଇଥିଲେ। ଏବେ ତାଙ୍କ ସରକାରଙ୍କୁ ପ୍ରଶ୍ନ କରାଯିବା ବେଳେ କିମ୍ଭୂତକିମାକାର ଉତ୍ତର ମିଳୁଛି। ମୋଦି କହୁଛନ୍ତି, ତାଙ୍କ ଶାସନ ସମୟରେ ଅର୍ଥନୀତିରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥିବାରୁ ପକୁଡ଼ିବାଲା ଆତ୍ମନିଯୁକ୍ତି ଲାଭକରି ଭଲ ପଇସା ରୋଜଗାର କରିପାରୁଛନ୍ତି। ନିଯୁକ୍ତିର ପରିଭାଷା ଏହି ସ୍ତରରେ ପହଞ୍ଚିବା ମୋଦିଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହା ଦର୍ଶାଉଛି। 

ଶିଳ୍ପାୟନ ବ୍ୟାପକ ନ ହୋଇ ନିର୍ଦ୍ଦିଷ୍ଟ କେତୋଟି ରାଜ୍ୟରେ ଓ ବ୍ୟକ୍ତିବିଶେଷଙ୍କ ହାତରେ ସୀମିତ ହୋଇ ରହିଯାଇଛି। ଲୋକଙ୍କ ଜମା ରାଶି ବ୍ୟାଙ୍କରୁ ଉଠାଇ ଶିଳ୍ପପତିଙ୍କୁ ରିହାତି ସୁଧରେ ଦିଆଯାଉଛି। ଏହାର ଫାଇଦା ହୀରା ବ୍ୟବସାୟୀ ଓ ମଦ ବେପାରୀମାନେ ଉଠାଉଛନ୍ତି। ‘ମୁଦ୍ରା ଯୋଜନା’ ହେଉ କି ‘ମେକ୍‌ ଇନ୍‌ ଇଣ୍ଡିଆ’ ଲାଭ କେଉଁମାନେ ପାଇଛନ୍ତି ଖୋଜିଲେ ବି ଜଣାପଡ଼ୁନାହିଁ। ଏଭଳି ସ୍ଥଳେ ସରକାର ଆର୍‌ବିଆଇର ସ୍ବାୟତ୍ତତାକୁ ଛଡ଼ାଇ ନେବା ଅର୍ଥନୀତି ପାଇଁ ନକାରାତ୍ମକ ସନ୍ଦେଶ ଦେଇଛି। ଅନୁରୂପ ଭାବେ ପୂର୍ବରୁ ଥିବା ଯୋଜନା କମିଶନକୁ ଭାଙ୍ଗି ଅଣାଯାଇଥିବା ‘ନୀତି ଆୟୋଗ’ ପରିସର ବାହାରକୁ ଚାଲିଯାଇ ଯେଉଁ ନୀତି ପ୍ରଣୟନ କରୁଛି ତାହାର ସୁଫଳ କେହି ପାଇପାରୁନାହାନ୍ତି। ଏହାଦ୍ୱାରା ଭାରତୀୟ ଅର୍ଥନୀତିରେ ରୂପାନ୍ତରଣ ଆଶା କରିହେଉ ନାହିଁ।  

ଏବେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହୁଛନ୍ତି ଯେ, ବିଗତ ସାଢ଼େ ୪ ବର୍ଷ ମଧ୍ୟରେ ଚାଷୀଙ୍କ ଉତ୍ପାଦନ ବୃଦ୍ଧି କରିବାରେ କେନ୍ଦ୍ର ସରକାର ସହାୟକ ହୋଇଛନ୍ତି। ଏହା ସ୍ବୀକାରଯୋଗ୍ୟ। କିନ୍ତୁ ଉତ୍ପାଦିତ ଦ୍ରବ୍ୟକୁ ସାଇତି ରଖିବା ଲାଗି ଶୀତଳଭଣ୍ଡାର ଓ ଗୋଦାମ ଭଳି ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ତାହାକୁ ଚାଷୀ କମ୍‌ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଦେଢ଼ଗୁଣା କରିଥିଲେ ମଧ୍ୟ ଏହାର ଲାଭ କୃଷକଙ୍କ ପାଖକୁ ଯାଇପାରୁନାହିଁ। କାରଣ ଉତ୍ପାଦିତ ସାମଗ୍ରୀ ମଣ୍ଡି କିମ୍ବା ବଜାର ଦେଖିବା ପୂର୍ବରୁ ଚାଷୀ ସେସବୁକୁ କମ୍‌ ଦରରେ ମଧ୍ୟସ୍ଥ ହାତରେ ଟେକିଦେଉଛି। ଫଳସ୍ବରୂପ ମୂଳ ଉତ୍ପାଦ ଖର୍ଚ୍ଚ ତ ଫେରିପାରୁ ନାହିଁ, ଓଲଟା ଅଭାବୀ ବିକ୍ରି ଓ ଋଣ ଯନ୍ତାରେ ପଡ଼ି ଚାଷୀ ଆତ୍ମହତ୍ୟା କରୁଛନ୍ତି। ଦେଖିବାକୁ ଗଲେ ଭାରତୀୟ ଅର୍ଥନୀତିର ଆଧାରଶିଳା ହେଉଛି କୃଷି। ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ଏହା ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏହି କ୍ଷେତ୍ରକୁ ଅଣଦେଖା କରାଯାଉଛି। ମୋଦି ସରକାର ବିକାଶ ନାମରେ ଇଲେକ୍‌ଟ୍ରୋନିକ୍‌, ପ୍ରଯୁକ୍ତିବିଦ୍ୟା ଓ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଏସବୁ କୃଷି କ୍ଷେତ୍ର ସହିତ ଜଡ଼ିତ ହୋଇ ନ ଥିବାରୁ ଚାଷୀ ପାଖରେ ସୁଫଳ ପହଞ୍ଚୁନାହିଁ। ଏ ଦେଶରେ ଯେଉଁ ଚାଷୀର ମୁଣିରେ ଟଙ୍କା ନାହିଁ, ଇଲେକ୍‌ଟ୍ରୋନିକ୍‌ ଟ୍ରାନ୍ସଫର, କ୍ୟାଶ୍‌ଲେସ୍‌ ଇକୋନମି ଓ କାର୍ଡ ସ୍ବାପିଂ ଭଳି ବ୍ୟବସ୍ଥା ତା’ ପାଇଁ ନିରର୍ଥକ। ବାସ୍ତବ ଦୃଷ୍ଟିରୁ ଭାରତୀୟ ଅର୍ଥନୀତିକୁ ସମୃଦ୍ଧ କରିବାକୁ ହେଲେ କୃଷି କ୍ଷେତ୍ରର ପୁନରୁତ୍ଥାନ ଜରୁରୀ। ଏଥିପାଇଁ ଲୋଡ଼ା ଏକ ବାସ୍ତବଧର୍ମୀ କୃଷିନୀତି, ଯଦ୍ଦ୍ବାରା କୃଷି ଭିତ୍ତିଭୂମିର ବିକାଶ ସଙ୍ଗେ ସଙ୍ଗେ ଏହି କ୍ଷେତ୍ର ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ଲାଭାନ୍ବିତ ହୋଇପାରିବେ। ଋଣଛାଡ଼ ଚାଷୀଙ୍କୁ ସାମୟିକ ଆଶ୍ୱସ୍ତି ଦେଇପାରେ। ହେଲେ ଏହା ସମାଧାନର ପନ୍ଥା ନୁହେଁ ବୋଲି ରାଜନୈତିକ ଦଳଗୁଡ଼ିକ ମଧ୍ୟ ମନେରଖିବା ଉଚିତ।  


All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..