ସମ୍ପାଦକୀୟ |

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହାନ୍ତି କି ଭାରତରେ ଗରିବୀ କମୁନାହିଁ। ଏହାର କାରଣ ସୁଶାସନର ଅଭାବ। ରୋମ୍‌ସ୍ଥିତ ବିଶ୍ୱ ଖାଦ୍ୟ ଓ କୃଷି ସଂସ୍ଥା ତରଫରୁ ୧୯୯୬ରେ ହୋଇଥିବା ବିଶ୍ୱ ଖାଦ୍ୟ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଆଶ୍ୱାସନା ଦେଇଥିଲେ ୨୦୧୫ ସୁଦ୍ଧା (ପୃଥିବୀରେ) କ୍ଷୁଧିତମାନଙ୍କ ସଂଖ୍ୟା ୫୦% କମାଇବେ। ବର୍ତ୍ତମାନ ଯେଉଁ ରୀତିରେ ବିଭିନ୍ନ ଦେଶର ସରକାର କାମ କରୁଛନ୍ତି, ୨୦୩୦ ସୁଦ୍ଧା ବି ଏ ଲକ୍ଷ୍ୟ ହାସଲ ହେବ ନାହିଁ। 

ଆଫ୍ରିକାର ସାହାରା ପାଖ ଅଞ୍ଚଳରେ କ୍ଷୁଧା ବଢ଼ିଛି। ଚାଇନା ଓ ଭାରତରେ କ୍ଷୁଧା କମିଛି, ମାତ୍ର ତାହା ଯଥେଷ୍ଟ ନୁହେଁ। ଆଫ୍ରିକୀୟ ଦେଶଗୁଡ଼ିକ ଭଳି ରୋଗବାଗ, ଗୃହଯୁଦ୍ଧ ଆଦି ଆମ ଦେଶରେ ନାହିଁ, ପ୍ରତିକୂଳ ପାଣିପାଗ ବି ଏତେ କ୍ଷତି କରେ ନାହିଁ। ତେଣୁ କ୍ଷୁଧା ମୂଳପୋଛ ନ ହେବାର ପ୍ରକୃତ କାରଣ ସୁଶାସନର ଅଭାବ। ଚାରିଆଡେ ଲାଞ୍ଚମିଛ କାରବାର, ସ୍ବଚ୍ଛଳ ଲୋକେ ଗରିବୀ ସାର୍ଟିଫିକେଟ କିଣିପାରୁଛନ୍ତି, ବିତରଣ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଖାଦ୍ୟ ବୁଭୁକ୍ଷିତ ପାଖରେ ପହଞ୍ଚିପାରୁ ନାହିଁ, ବାଟମାରଣା ହେଉଛି- ଏ କଥା ସମସ୍ତେ ଜାଣନ୍ତି, କେବଳ ଆମ ରାଜ୍ୟରେ ନୁହେଁ ଅନ୍ୟ ରାଜ୍ୟରେ ବି। ଖାଦ୍ୟ ଥାଇ ମଧ୍ୟ ଲୋକେ କ୍ଷୁଧାରେ ଓ ଅଖାଦ୍ୟ ଖାଇ ମରୁଛନ୍ତି, ସେମାନଙ୍କୁ ଆବଶ୍ୟକ ଖାଦ୍ୟ ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀ ବା କୁଜିନେତା, ଠିକାଦାର ବା ତାଙ୍କ ସହାୟକ-ରାଜନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ପଞ୍ଚାୟତ ସ୍ତରର ନିର୍ବାଚିତ ପ୍ରତିନିଧି ବା ହାରିଥିବା ଶାସକ ଦଳର ପ୍ରାର୍ଥୀ ବିନା ଲାଞ୍ଚରେ ଉପଭୋକ୍ତା ଚିହ୍ନଟ କରିବାରେ ଏବଂ ଚିହ୍ନିତ ବ୍ୟକ୍ତିକୁ ଖାଦ୍ୟ ବା ଖାଦ୍ୟଶସ୍ୟ ଯୋଗାଇବାରେ ହେଳା କରୁଛନ୍ତି ବା ତା’ ପାଇଁ ଥିବା ସାମଗ୍ରୀର ବାଟମାରଣା କରୁଛନ୍ତି।

ଆମେ ୨୦୦୧-୦୨ ପର୍ଯ୍ୟନ୍ତ ବାହାରର ସାହାଯ୍ୟ ନେଉଥିଲୁ। ସେ ବର୍ଷ ବିଶ୍ୱ ଖାଦ୍ୟ ଯୋଜନା (ୱାର୍ଲ୍‌ଡ ଫୁଡ୍‌ ପ୍ରୋଗ୍ରାମ୍‌) ପୃଥିବୀ ସାରା ସାଢେ ଚାରି କୋଟି ଲୋକଙ୍କ ପାଇଁ ୨୭ ଲକ୍ଷ ଟନ୍‌ ଜରୁରୀ ଖାଦ୍ୟ ଯୋଗାଇଥିଲା। ଏବେ ଖାଦ୍ୟଶସ୍ୟ ଆକାରରେ ଦିଆଯାଉ ନାହିଁ, କେଉଁଠି ଦୁର୍ଭିକ୍ଷ ଭଳି ଅବସ୍ଥା ସୃଷ୍ଟି ହେଲେ ଟଙ୍କା ଆକାରରେ ସାହାଯ୍ୟ ମିଳୁଛି। ଲୋକଙ୍କ ସାମୟିକ ଅଭାବ ନିଶ୍ଚୟ ମେଣ୍ଟୁଛି। ଏ ହେଉଛି ଜଳଜଳ ଦିଶୁଥିବା କ୍ଷୁଧାରୁ ମୁକ୍ତି। କିନ୍ତୁ ଧୀରେ ଧୀରେ ଯେଉଁମାନେ କ୍ଷୁଧାରେ ମରୁଛନ୍ତି, ସେମାନଙ୍କ ପାଇଁ କିଛି କରାଯାଉଛି କି? କେବଳ କ୍ୟାଲୋରି କମ୍‌ ନୁହେଁ, ଖାଦ୍ୟରେ ଖାଦ୍ୟସାର ଓ ଖଣିଜ ପଦାର୍ଥର ଅଭାବ ଗରିବକୁ ଦୁର୍ବଳ କରୁଛି, ସେ ମଣିଷ ଭଳି ବଞ୍ଚିିପାରୁ ନାହିଁ, ତାହାର ପୂର୍ଣ୍ଣ ବିକାଶ ଘଟୁନାହିଁ। ତେଣୁ ଦେଶର ସମୃଦ୍ଧିରେ, ଯାହାକୁ ଜିଡିପି ବୃଦ୍ଧି ହାର ଦ୍ୱାରା ମପାଯାଏ, ସେଥିରେ ଗରିବ ଭାଗ ନେଇ ପାରୁ ନାହିଁ।

ଏହା ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହେବା ଉଚିତ। ଦରକାର ସୁଶାସନ, କାହାରି ବଦାନ୍ୟତା ନୁହେଁ। କ୍ଷୁଧାର ପ୍ରଭାବ ଜନ୍ମ ପୂର୍ବରୁ ପଡ଼ିଥାଏ। ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ମାନସିକ ଓ ଶାରୀରିକ ବିକାଶ ବ୍ୟାହତ ହୁଏ। ସ୍କୁଲକୁ ତ ପିଲା ଯାଆନ୍ତି ନାହିଁ, ଯେଉଁମାନେ ଯାଆନ୍ତି ଭଲ କରନ୍ତି ନାହିଁ। ସେମାନଙ୍କ ମସ୍ତିଷ୍କ ସୁବିକଶିତ ହୋଇ ନ ଥାଏ। ଖାଦ୍ୟଚିନ୍ତା ଓ ରୋଗଣା ଦେହ ପିଲାଙ୍କୁ ଓ ସେହି କାରଣରୁ ସେମାନଙ୍କ ବାପାମାଆଙ୍କୁ ନିକମା କରିଦିଏ, ଭିକାରି କରିଦିଏ, ଖାଦ୍ୟ ଚୋରି ପ୍ରବୃତ୍ତି ବଢ଼ାଏ, ପରେ ଗରିବର ଅପରାଧପ୍ରବଣତା ସମାଜରେ ବିଶୃଙ୍ଖଳାର କାରଣ ହୁଏ (ଧନୀ ଓ ଜ୍ଞାନୀମାନେ ଯେଉଁ ପ୍ରକାରର ଅପରାଧ କରନ୍ତି ତାହା ଏଠାରେ ଆଲୋଚ୍ୟ ବିଷୟ ନୁହେଁ)। ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ହିସାବ କରି ଦେଖାଇଥିଲେ ଯେ, ୨୦୧୫ ସୁଦ୍ଧା କ୍ଷୁଧା ଅଧା କମିଗଲେ ଲୋକଙ୍କର କାର୍ଯ୍ୟକ୍ଷମତା ବଢ଼ିବ ଏବଂ ୧୨ କୋଟି ଡଲାର ପରିମାଣର ବାର୍ଷିକ ଲାଭ ହେବ। କେମିତି ଲାଭ ହେବ ଯଦି କେହି ପଚାରେ- ସେ ଆମ ଦେଶର ରାଜପଥଗୁଡିକ ଚାରି କି ଛ’ ଲେନ୍‌ ପକ୍କା ହେଲେ କିପରି ବର୍ଷକୁ ୧୫୦୦ କୋଟି ଟଙ୍କା ବଞ୍ଚୁଛି ତାକୁ ବି ବୁଝିପାରୁ ନ ଥିବ। ଭିଡ଼, ଅଣଓସାରିଆ ରାସ୍ତାରେ ଗାଡ଼ି ଅଟକି ଅଟକି ଯିବା ଯୋଗୁ ତେଲ ଖର୍ଚ୍ଚ, ରାସ୍ତା ଖରାପ ଯୋଗୁ ଗାଡ଼ିର ମରାମତି ଖର୍ଚ୍ଚ, ବିଳମ୍ବରେ ପହଞ୍ଚିବା ଯୋଗୁ ଚାଳକ ଆଦିଙ୍କ ମଜୁରି ବଢ଼ିବା ତଥା ମାଲପତ୍ର ଖରାପ ହେବା ଯୋଗୁ କ୍ଷତି- ସବୁ ମିଶିଲେ ଗାଡ଼ି ପିଛା ବର୍ଷକୁ ହାରାହାରି ୧୫୦୦ ଟଙ୍କା ଧରିଲେ ଦେଶସାରା ଚାଲୁଥିବା କୋଟିଏ ଗାଡ଼ିରେ ୧୫୦୦ କୋଟି ବଞ୍ଚିବ ନାହିଁ କି? ପୁଣି ତେଲ କମ୍‌ ଖର୍ଚ୍ଚ ହେଉଥିବାରୁ ତା’ର ଆମଦାନି ବାବଦ ବୈଦେଶିକ ମୁଦ୍ରା କିଛି ବଞ୍ଚିବ ନାହିଁ କି? 

ଶିଶୁର ସ୍ବାସ୍ଥ୍ୟ ଓ ଶିକ୍ଷା ଭଲ ହେଲେ ସେହିଭଳି ଅନେକ ଲାଭ ମିଳିଥାଏ। ପିଲା ଭଲ ବଢ଼ିଲେ, ସୁସ୍ଥ ରହିଲେ ବେଶି ତ ଖଟିବ, ଉଚ୍ଚ ଶିକ୍ଷା ପାଇଲେ ବେଶି ରୋଜଗାରର କାମ ପାଇବ। ରୋଗବାଗ ଯୋଗୁ ନଷ୍ଟ ହୋଇଥିବା ସମୟର ମୂଲ୍ୟ, ଖର୍ଚ୍ଚ ହେଉଥିବା ଔଷଧର ତଥା ଚିକିତ୍ସକମାନଙ୍କ ସମୟର ମୂଲ୍ୟ ମିଶାନ୍ତୁ, କେତେ ଟଙ୍କା ନଷ୍ଟ ନ ହେଉଛି! ଏହାଛଡା ଦେଶ ବି ସେମାନଙ୍କ ନିକମା କାରଣରୁ ଅର୍ଥନୈତିକ ଅଭିବୃଦ୍ଧି ହରାଉଛି। ତେଣୁ କୁହାଯାଉଛି, କ୍ଷୁଧା ଦାରିଦ୍ର୍ୟର ଯେତିକି କାରଣ, ଦାରିଦ୍ର୍ୟ କ୍ଷୁଧାର ସେତିକି କାରଣ, ଗୋଟିଏ ଅନ୍ୟଟିକୁ ସାଙ୍ଗରେ ନେଉଛି। ତେଣୁ ଖାଦ୍ୟ ମହଜୁଦ କରି ରଖିବାଠାରୁ ମିଳୁଥିବା ଖାଦ୍ୟକୁ ସୁଷମ ଭାବରେ ବଣ୍ଟନ କରିବା ଅର୍ଥାତ୍‌ ଭଲ ଶାସନ କରିବା ଦାରିଦ୍ର୍ୟରୁ ମୁକ୍ତି ମିଳିବାର ବଡ଼ ଉପାୟ। ଏ କଥା ରାଜନେତାମାନେ ଜାଣି ବି ବୁଝୁନାହାନ୍ତି। କାରଣ ଲୋକେ ଦରିଦ୍ର ରହିଲେ ଅଳପ ପଇସାରେ ସେମାନଙ୍କ ଭୋଟ କିଣିହେବ, କାର୍ଯ୍ୟକ୍ଷମ ବା ରୋଜଗାର କରୁଥିବା ଲୋକ ଓ ସେହି କାରଣରୁ ଶିକ୍ଷିତ ହୋଇଥିବା ତା’ର ପିଲାଏ ହାତଗୁଞ୍ଜାରେ ଖୁସିହେବେ ନାହିଁ କି ହାତୀ ଦେବି ଘୋଡ଼ା ଦେବି ଭଳି ତୁଚ୍ଛା ପ୍ରଲୋଭନ ଦେଖାଉଥିବା ନେତାକୁ ଭୋଟ ଦେବେ ନାହିଁ।

ଭାରତ ଭୂଖଣ୍ଡର (ପାକିସ୍ତାନ, ବାଂଲାଦେଶ ସମେତ) ସଂସ୍କୃତି ସ୍ତ୍ରୀ ଓ ପିଲାମାନଙ୍କୁ ଭୋକିଲା ବା ଅଧାଖିଆ ରଖେ। ପୁରୁଷମାନେ ଆଗେ ଖାଆନ୍ତି, ବଳିଲା ଜିନିଷ ମା’ ଖାଏ, ତେଣୁ ମା’ ପେଟରେ ଥିବା ଛୁଆ ଓ କାଖରେ ଥିବା ଛୁଆ କମ୍‌ ପୁଷ୍ଟି ପାଏ। ତେଣୁ ମା’ ଓ ଶିଶୁ ଉଭୟ ପୁଷ୍ଟିକର ଖାଦ୍ୟର ଅଭାବଜନିତ ରୋଗରେ ପଡ଼ନ୍ତି। ସୁତରାଂ ଗରିବୀ ହଟାଇବାରେ ପ୍ରଥମ ଆବଶ୍ୟକତା ହେଉଛି ମା’ର ଯତ୍ନ। ସୁସ୍ଥ ଓ ଶିକ୍ଷିତ ଜନନୀ ହିଁ ସୁସ୍ଥ ଓ ଶିକ୍ଷିତ ପିଲା ଗଢ଼େ, ତେଣୁ ଖାଦ୍ୟ ସୁରକ୍ଷା ଅଧିକାର ନାମରେ ଜନନୀକୁ ଉପଯୁକ୍ତ ସୁଷମ ଖାଦ୍ୟ ଦିଆଯିବା ଦରକାର। ଦେଶ ଯଦି ଖାଦ୍ୟଶସ୍ୟରେ ସ୍ବୟଂସମ୍ପନ୍ନ ତେବେ କେତେକ ଲୋକ ଅନାହାରରେ ବା ପୁଷ୍ଟିହୀନତାରେ ମରୁଛନ୍ତି କାହିଁକି? ଗରିବ ରାଜ୍ୟରେ କ୍ଷୁଧା ଓ କୁପୁଷ୍ଟି ସମସ୍ୟାର ସମାଧାନ ବିଦେଶୀ ସାହାଯ୍ୟ ବା କମ୍ପାନୀମାନଙ୍କ ସିଏସ୍‌ଆର୍‌ (କର୍ପୋରେଟ୍‌ ସୋସିଆଲ୍‌ ରେସ୍ପନସିବିଲିଟି) ଟଙ୍କା ନୁହେଁ, ଭଲ ଶାସନ ହେଉଛି ଏକମାତ୍ର ସମାଧାନ। ପଞ୍ଚାୟତ ସ୍ତରରେ ଗରିବ ଚିହ୍ନଟ କରୁଥିବା ଶାସକଦଳର ଲୋକେ ଉପୁରି ନ ପାଇଲେ ସୁପାରିସ କରୁନାହାନ୍ତି, ଗରିବ ଗରିବ ବୋଲି ଚିହ୍ନଟ ପାଇବାକୁ ଲାଞ୍ଚ ଦେବାକୁ ବାଧ୍ୟ ହେଉଛି, ଘରଦ୍ୱାର ବନ୍ଧା ପକାଇ ବା ନିଜେ ଶରୀରକୁ ବିକି ଘୁସ୍‌ ପଇସା ଆଣୁଛି ା ଗଣତନ୍ତ୍ରକୁ ଏଭଳି ଏକ ‘ପିସି’ତନ୍ତ୍ରରୁ ରକ୍ଷା କରିବା ଲାଗି ସୁଶାସନ ଦରକାର।

ଇ-ମେଲ୍‌: sahadevas@yahoo.com

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..