ସମ୍ପାଦକୀୟ |

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ଚାକିରି ପାଇଁ ଆବେଦନ କରୁଛନ୍ତି ବା ସମାଜ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି ତେବେ ନିଶ୍ଚିତ ଭାବରେ ଆମର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାରେ କିଛି ଭୁଲ୍‌ଭ୍ରାନ୍ତି ରହିଛି। ଶସ୍ତା ଜନପ୍ରିୟତା ଦ୍ୱାରା ଭୋଟ ହାସଲ ପାଇଁ ବିଦ୍ୟାଳୟ ସ୍ତରରେ ଫେଲ୍‌ ଶବ୍ଦ ଲୋପ କରାଗଲା। ଧୁଆମୂଳା ଅଧୁଆମୂଳା ସବୁ ଛାତ୍ର ଉପର କକ୍ଷକୁ ଉତ୍ତୀର୍ଣ୍ଣ ହେଲେ। ସରକାର ଆଶ୍ୱସ୍ତ। ପିଲା ଆଶ୍ୱସ୍ତ। ଅଭିଭାବକମାନେ ମଧ୍ୟ ଆଶ୍ୱସ୍ତ। ଶିକ୍ଷକମାନେ ମଧ୍ୟ ଦାୟିିତ୍ୱମୁକ୍ତ ହୋଇଗଲେ। ଅନେକ ସ୍ଥଳରେ ମଧ୍ୟାହ୍ନଭୋଜନ ଆୟୋଜନ ମୁଖ୍ୟ ଲକ୍ଷ୍ୟ ଏବଂ ପାଠପଢ଼ା ଗୌଣ ହୋଇଗଲା। ସାଧାରଣ ଜନତାକୁ ଅନେକ ଦ୍ରବ୍ୟ ସରକାର ମାଗଣାରେ ଦେବା ଦ୍ୱାରା ସମାଜରେ ଆଳସ୍ୟ ଓ ତାମସିକ ପ୍ରବୃତ୍ତି ବୃଦ୍ଧି ପାଇଛି। ବଞ୍ଚତ୍ବା ପାଇଁ ସଂଗ୍ରାମର ଆବଶ୍ୟକତା ହ୍ରାସ ପାଉଛି। ସଂରକ୍ଷଣର ସୁଦୂରପ୍ରସାରୀ ପ୍ରଭାବ ଡାରଉଇନ୍‌ଙ୍କ ଯୋଗ୍ୟତମର ଉଦ୍‌ବର୍ତ୍ତନ ତତ୍ତ୍ୱକୁ ତାଚ୍ଛଲ୍ୟ କରୁଛି। ଏସବୁର ପ୍ରଭାବ ପିଲାଙ୍କ ଉପରେ ପଡୁଛି। ମୋବାଇଲ-ଇଣ୍ଟରନେଟ୍‌ର ଲଗାମଛଡ଼ା ବ୍ୟବହାର ବ୍ୟାଧିରୂପେ ପିଲାଙ୍କୁ ଲକ୍ଷ୍ୟଭ୍ରଷ୍ଟ ଓ ବିଳାସମୁଖୀ କରୁଛି। ବ୍ୟକ୍ତି ଚରିତ୍ରରେ ନୈତିକ ମୂଲ୍ୟବୋଧ, ଚାରିତ୍ରିକ ଶୃଙ୍ଖଳା, ବିବେକ, ସଂଯମ ଓ ମହତ୍‌ ଲକ୍ଷ୍ୟରେ ଅଧ୍ୟବସାୟ ଲୋପ ପାଉଛି।

ପ୍ରାଚୀନ ଭାରତର ସଭ୍ୟତା ଓ ସଂସ୍କୃତି ଯୁଗେ ଯୁଗେ ବିଶ୍ୱବାସୀଙ୍କର ମାର୍ଗଦର୍ଶକ ହୋଇଆସିଛି। ଏହାର ଭୂୟସୀ ପ୍ରଶଂସା କରି ପାଶ୍ଚାତ୍ୟ ଐତିହାସିକ ଟଏନ୍‌ବି ଯଥାର୍ଥରେ କହିଥିଲେ, ପାଶ୍ଚାତ୍ୟ ସଭ୍ୟତା ଓ ଜୀବନଶୈଳୀରେ ଆରମ୍ଭ ହେଉଥିବା ସମସ୍ତ କ୍ରିୟାକଳାପ ଭାରତୀୟ ସଂସ୍କୃତି ଓ ଜୀବନଦର୍ଶନ ଦ୍ୱାରା ସଂସ୍କୃତ ଓ ସମୃଦ୍ଧ ନ ହେଲେ ଆତ୍ମଘାତର ସମ୍ମୁଖୀନ ହେବ। ଭାରତୀୟ ସଂସ୍କୃତିର ମୁଖ୍ୟ ଆଧାର ହେଉଛି ବେଦସର୍ବସ୍ବ ଜୀବନଧାରା ଓ ଗୁରୁକୁଳ ଆଶ୍ରମର ଶିକ୍ଷା ବ୍ୟବସ୍ଥା। ଶିଷ୍ୟ ପରମ୍ପରା କ୍ରମେ ବିସ୍ତୃତ ବୈଦିକ ଜ୍ଞାନ ଓ ବିଦ୍ୟା ଭାରତୀୟ ଜୀବନଦର୍ଶନ ଓ ମୂଲ୍ୟବୋଧକୁ ସମୃଦ୍ଧ କରିଥିଲା। ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରେ ଚାରି ବେଦ ଚାରି ଉପବେଦ, ଛ ବେଦାଙ୍ଗ, ଇତିହାସ, ପୁରାଣ, ନ୍ୟାୟ, ମୀମାଂସା, ସାଂଖ୍ୟ, ଯୋଗ ଆଦି ବତିଶ ବିଦ୍ୟା ପ୍ରଦାନର ବ୍ୟବସ୍ଥା ଥିଲା।

ଭାରତୀୟ ଶିକ୍ଷା ବ୍ୟବସ୍ଥା, ସଂସ୍କୃତି ଓ ଜାତୀୟ ମୂଲ୍ୟବୋଧ ଧ୍ୱଂସ ନ କଲେ ଭାରତରେ ଇଂରେଜ ଶାସନର ସ୍ଥାୟିତ୍ୱ ଅସମ୍ଭବ ହୃଦ୍‌ବୋଧ କରି ମାକଲେ ୧୮୩୫ରେ ବ୍ରିଟିଶ ସଂସଦକୁ ଏକ ଚିଠି ଦେଇଥିଲେ। ତା’ ପରେ ଭାରତରେ ଇଂଲିଶ ଶିକ୍ଷା ପ୍ରଚଳନ ଦ୍ୱାରା ଲକ୍ଷ ଲକ୍ଷ ଡାକମୁନସି ବାବୁ ସୃଷ୍ଟିକରି ଭାରତୀୟ ସମାଜରେ ବିଭେଦ, ବିଦ୍ୱେଷ, ବିଦେଶୀ ଦ୍ରବ୍ୟର ପ୍ରୀତି ଓ ଭାରତୀୟତାର ଅନାଦର ଭାବ ସୃଷ୍ଟିକରି ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରିଦିଆଗଲା, ଯାହାର ଫଳ ଆଜି ସର୍ବତ୍ର ପ୍ରତିଫଳିତ।

ବୈଦିକ ଶିକ୍ଷାର ଲକ୍ଷ୍ୟ ଜ୍ଞାନାର୍ଜନ, ଚରିତ୍ର ଗଠନ, ସମୃଦ୍ଧ ସମାଜ, ଜନସେବା ଏବଂ ଦେଶ ଓ ଦଶର ସମୃଦ୍ଧି ସହ ଧର୍ମ, ଅର୍ଥ, କାମ ଓ ମୋକ୍ଷରୂପକ ଚତୁର୍ବର୍ଗ ଲକ୍ଷ୍ୟସିଦ୍ଧି। ଭଗବତ୍‌ ସାନ୍ନିଧ୍ୟ ଓ ଆତ୍ମ ସାକ୍ଷାତ୍‌କାର ହିଁ ଶିକ୍ଷାର ମୂଳ ଲକ୍ଷ୍ୟ। ଶିକ୍ଷାଦାନରେ ଗୁରୁଙ୍କର ମହନୀୟ ଅବଦାନ ଥିଲା। ଶିଷ୍ୟ ପାଇଁ ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ତଥା ଶିବ ତୁଲ୍ୟ ବନ୍ଦନୀୟ। ଶିଷ୍ୟର ଜ୍ଞାନଚକ୍ଷୁ ଉନ୍ମୀଳିତ କରି ଅଜ୍ଞାନତାରୂପକ ଅନ୍ଧକାର ଦୂର କରିପାରୁଥିବାରୁ ଗୁରୁ ଚିରନମସ୍ୟ। ଶିଷ୍ୟ ଉପରେ ଗୁରୁ ପ୍ରସନ୍ନ ହେଲେ ଅନ୍ୟ ସମସ୍ତେ ପ୍ରସନ୍ନ ହୁଅନ୍ତି। ବୈଦିକ ଗୁରୁକୁଳ ଆଶ୍ରମରେ ଶିଷ୍ୟମାନେ ମିଳିମିଶି ଅଗ୍ରସର ହେବା, ଆଳାପ କରିବା ଏବଂ ଜ୍ଞାନାର୍ଜନ କରି ଈଶ୍ୱର ସମର୍ପିତ ହେବା ପାଇଁ ଗୁରୁ ଶିଷ୍ୟଙ୍କୁ ପ୍ରେରଣା ଦିଅନ୍ତି। ଋଗ୍‌ବେଦ (୧/୧୧୧/୨)ର ଏ ସମ୍ପର୍କିତ ମନ୍ତ୍ରଟି ହେଉଛି- ‘ସଂଗଚ୍ଛଧ୍ୱଂ ସଂବଦଧ୍ୱଂ ଶଂ ବୋ ମନାଂସି ଜାନତାମ୍‌’। ହାର୍ଦ୍ଦିକ ମିଳନ ଓ ମାନସିକ ଏକତା ସହ ଏକ ଲକ୍ଷ୍ୟ ବା ସଂକଳ୍ପରେ ସାଧନା କଲେ ଅବଶ୍ୟ ସିଦ୍ଧି ପାଇବେ ବୋଲି ଗୁରୁ ଶିଷ୍ୟଙ୍କୁ ପ୍ରେରଣା ଦେଇଥାନ୍ତି- ”ସମାନୀ ବ ଆକୂତିଃ ସମାନା ହୃଦୟାନି ବଃ ସମାନମସ୍ତୁ ବୋ ମନୋ ଯଥା ବଃ ସୁସହାସତି।“  (ଋକ୍‌ବେଦ ୧୦/୧୧୧/୪)  ଶ୍ୱେତାଶ୍ୱେତରୋପନିଷଦରେ ଗୁରୁ ଶିଷ୍ୟଙ୍କୁ ରକ୍ଷା ଓ ପାଳନ କରିବା, ଶକ୍ତି ସାମର୍ଥ୍ୟ ଦେବା, ସେମାନଙ୍କର ଜ୍ଞାନର ମହତ୍ତ୍ୱ ବୃଦ୍ଧି କରିବା ଓ ବିଦ୍ୱେଷଶୂନ୍ୟ ସମ୍ପର୍କ ବଜାୟ ରଖିବାକୁ ପ୍ରାର୍ଥନା କରାଯାଇଛି- ”ଓଁ ସହନାବବତୁ । ସହ ନୌ ଭୁନକ୍ତୁ। ସହବୀର୍ଯ୍ୟ କରବାବହୈ। ତେଜସ୍ବିନାବଧୀତମସ୍ତୁ। ମା ବିଦ୍ୱିଷାବହୈ।“ ପୁତ୍ର ପିତାର ବ୍ରତ ପାଳନ କରିବା ଓ ମାତାର ଆଜ୍ଞାଧୀନ ହେବା, ସ୍ତ୍ରୀ ଶାନ୍ତିପ୍ରିୟ ଓ ମଧୁର ଭାଷୀ ହେବା ପାଇଁ ଭାଇ-ଭାଇ ଓ ଭାଇ-ଭଉଣୀ ମଧୁର ସମ୍ପର୍କ ରଖିବାକୁ ଅଥର୍ବ ବେଦ ୩୦ା୩ା୨-୩ ମନ୍ତ୍ରଦ୍ୱୟରେ ସମୃଦ୍ଧ ପାରିବାରିକ ଜୀବନର ପ୍ରେରଣା ଦିଆଯାଇଛି। ବିଶ୍ୱଗୁରୁ ବ୍ୟାସ ”ପରୋପକାରଃ ସ୍ବର୍ଗାୟ ପାପାୟ ପରପୀଡନମ୍‌’ ମନ୍ତ୍ର ଦେଇ ସେବା ଓ ତ୍ୟାଗସର୍ବସ୍ବ ଜୀବନ ଓ ଚରିତ୍ର ଗଠନ ପାଇଁ ପ୍ରେରଣା ଦେଇଥିଲେ।

ଶିଷ୍ୟ ଗୁରୁଙ୍କୁ ପ୍ରଣାମ କଲେ- ‘ମନୁର୍ଭବ’ ଅର୍ଥାତ୍‌ ମନୁଙ୍କ ପରି ସତ୍‌ ସିଦ୍ଧ ଓ ସମୃଦ୍ଧ ହେବାର ଆଶୀର୍ବାଦ ମିଳେ। ମନୁଙ୍କର ମନୁସ୍ମୃତି ୨/୧୨୧ରେ ଜ୍ଞାନବୃଦ୍ଧ ଓ ବୟୋବୃଦ୍ଧଙ୍କର ସେବା ଓ ସମ୍ମାନ କଲେ ପ୍ରଜ୍ଞା, ବିତ୍ତ, ଯଶ ଓ ବୀର୍ଯ୍ୟ ବୃଦ୍ଧି ହୁଏ ବୋଲି ପ୍ରେରଣା ଦିଆଯାଇଛି। ଆଧୁନିକ ଶିକ୍ଷା ବ୍ୟବସ୍ଥାରେ ଜ୍ଞାନ ଲାଭ ହୁଏ। ମାତ୍ର ବୈଦିକ ଶିକ୍ଷା ବ୍ୟବସ୍ଥା ଜ୍ଞାନ ଦାନ ସହ ଚରିତ୍ର ଗଠନ କରି ଦୈବୀ ଗୁଣରେ ସମୃଦ୍ଧ କରେ। ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର। ଭାରତୀୟ ସଂସ୍କୃତିର ମହାମନ୍ତ୍ର- ‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍‌ ଦୁଃଖଭାଗ୍‌ ଭବେତ୍‌’ ଛାତ୍ର-ଶିକ୍ଷକ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। (ଶ୍ୟାମସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉପଲକ୍ଷେ)

ପ୍ରାକ୍ତନ ଛାତ୍ର, ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟ, ମିର୍ଜାପୁର, ଯାଜପୁର, ମୋ: ୮୨୪୯୬୯୭୯୪୪

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ଆଜିର ଅର୍ଥନୀତି/ ଛୋଟ ପଦକ୍ଷେପ

ପୁଲଓ୍ବାମା ଆକ୍ରମଣର ଦିନକ ପରେ କ୍ଷୁବ୍ଧ ଭାରତ ପାକିସ୍ତାନଠାରୁ ସବୁଠୁ ଅନୁଗୃହୀତ ରାଷ୍ଟ୍ର (ଏମ୍‌ଏଫ୍‌ଏନ୍‌) ମାନ୍ୟତା ପ୍ରତ୍ୟାହାର କରିନେଇଛି। ଏହି ପଡ଼ୋଶୀ ଦେଶକୁ ଆର୍ଥିକ ଓ କୂଟନୈତିକ ସ୍ତରରେ ଏକଘରିଆ କରିବା ପାଇଁ ଭାରତ ନେଇଥିବା କେତେଗୁଡ଼ିଏ ଆକ୍ରମଣାତ୍ମକ ପଦକ୍ଷେପ ମଧ୍ୟରୁ ଏହା ହେଉଛି ପ୍ରଥମ। ତେବେ ପାକିସ୍ତାନକୁ ଏମ୍‌ଏଫ୍‌ଏନ୍‌ ମାନ୍ୟତା ଦେବା ଓ ତାକୁ ପୁଣି..

ଶିଷ୍ୟତ୍ୱର ପରିଭାଷା

ଶିଷ୍ୟତ୍ୱର ପରିଭାଷା

ଡ. ଛାୟାକାନ୍ତ ଷଡ଼ଙ୍ଗୀ

ମଣିଷ ଜନ୍ମରୁ ଅଜ୍ଞାନ ଥାଏ। ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ସେ ଅଜ୍ଞାନତାରୁ ମୁକ୍ତ ହୁଏ। ଅଜ୍ଞାନ ଅନ୍ଧକାରରୁ ଜ୍ଞାନାଲୋକକୁ ଯିବା ପାଇଁ ସେ ଜଣେ ପ୍ରାଜ୍ଞ ପୁରୁଷଙ୍କ ଶିଷ୍ୟତ୍ୱ ଗ୍ରହଣ କରେ। ଗୁରୁଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ସେ ଅନେକ ସନ୍ଦେହର ସମ୍ମୁଖୀନ ହୁଏ ଏବଂ ତା’ର ନିରାକରଣ ପାଇଁ ସେ ବିନମ୍ରତା ସହ ଅନେକ ପ୍ରଶ୍ନ ପଚାରେ। ଶେଷରେ ସେ ଯେତେବେଳେ ନିଜକୁ ଗୁରୁଙ୍କ ପାଖରେ ସମର୍ପି ଦିଏ, ଗୁରୁ ତାକୁ ସମୁଚିତ ମାର୍ଗଦର୍ଶନ କରାନ୍ତି ଓ ଶିଷ୍ୟ ନିଜ ସନ୍ଦେହ ନିରାକରଣ ହେଲାପରେ ଗୁରୁ..

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଉତ୍ତରପୂର୍ବ ଭାରତରେ କୃଷ୍ଣପ୍ରେମ

ଦେବଦତ୍ତ ପଟ୍ଟନାୟକ

ଯେତେବେଳେ କେହି ଭଗବାନ୍‌ କୃଷ୍ଣଙ୍କ କଥା କୁହେ, ସେ ସାଧାରଣତଃ ସୁରଦାସ ଓ ମୀରାବାଈଙ୍କ ପରି ଉତ୍ତରଭାରତୀୟ ପରମ୍ପରା ବା ଆଣ୍ଡାଲ ଓ ଅଲ୍‌ଓ୍ବାରଙ୍କ ଭଳି ଦକ୍ଷିଣଭାରତୀୟ ପରମ୍ପରା ବିଷୟରେ କୁହେ। ଚୈତନ୍ୟ ମହାପ୍ରଭୁ ପୂର୍ବଭାରତରେ କୃଷ୍ଣଭକ୍ତି ପରମ୍ପରାକୁ ଆଗେଇ ନେଇଥିବା ବେଳେ ବଲ୍ଲଭାଚାର୍ଯ୍ୟ ଓ ଧ୍ୟାନେଶ୍ୱର ପଶ୍ଚିମଭାରତୀୟ ପରମ୍ପରାର ମୁଖ୍ୟ ପୁରୋଧା ଥିଲେ। କିନ୍ତୁ ଆମେ କୃଷ୍ଣଭକ୍ତିର ଉତ୍ତରପୂର୍ବ ଭାରତୀୟ (ଆସାମ ଓ ତା’ ଆଗକୁ) ପରମ୍ପରା ପ୍ରତି ସାଧାରଣତଃ କେହି ଧ୍ୟାନ ..

ଏଇ ଭାରତରେ

ଏଇ ଭାରତରେ

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ଙ୍କ ପରିବାରଙ୍କୁ ଦେଶର ବିଭିନ୍ନ ବର୍ଗ ସହାୟତାର ହାତ ବଢ଼ାଇଛନ୍ତି। ଏହି ମର୍ମରେ ଅଜମେର ବଜରଙ୍ଗଗଡ଼ ମାତା ଅମ୍ବେ ମନ୍ଦିରଠାରେ ୭ ବର୍ଷ ଧରି ଭିକ୍ଷାବୃତ୍ତି କରୁଥିବା ବୃଦ୍ଧା ଦେବକୀ ଶର୍ମାଙ୍କ କାର୍ଯ୍ୟ ସୃଷ୍ଟି କରିଛି ଏକ ଉଦାହରଣ। ଦେବକୀ ଦୁନିଆରେ ନ ଥିଲେ ମଧ୍ୟ ତାଙ୍କ ମହାନ୍‌ ଇଚ୍ଛା ତାଙ୍କୁ ଅମର କରି କରିଛି। ମୃତ୍ୟୁ ପୂର୍ବରୁ ଦେବକୀ ଶର୍ମା ..

ପ୍ରାଣୀ ଦେବତା

ପ୍ରାଣୀ ଦେବତା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଭାରତରେ ବଳିପ୍ରଥା ଏବଂ ଶବରମାନଙ୍କ ପଶୁ ଶିକାର ପ୍ରଥା ଥିଲେ ମଧ୍ୟ ମୋଟାମୋଟି ଭାବେ ଏହା ଏକ ଶାନ୍ତିପୂର୍ଣ୍ଣ ଦେଶ ଥିଲା ଏବଂ ଲୋକମାନେ ପ୍ରାଣୀମାନଙ୍କ ସହ ଏକାଠି ବାସ କରୁଥିଲେ। ଗତ ୫୦ ବର୍ଷ ହେଲା ଏଥିରେ ପରିବର୍ତ୍ତନ ଘଟିଛି। ଏବେ ପ୍ରାଣୀମାନଙ୍କୁ ଆଘାତ ଦେବା ବା ମାରିବାକୁ କେହି ଖରାପ ଭାବୁ ନାହାନ୍ତି। ଯେଉଁ ଦେଶର ସରକାର ଆମ ରପ୍ତାନିର ୫୨% ..

ଅତି ଦୃଶ୍ୟମାନ ସରକାର

ଅତି ଦୃଶ୍ୟମାନ ସରକାର

ଡ. ସୁବାସ ଚନ୍ଦ୍ର ପାତ୍ର

ଏକ ସୁସ୍ଥ, ଆଦର୍ଶ ସମାଜ ଚାହେଁ ସରକାରର ଆତ୍ମସମ୍ବରଣ, ବିଲୋପ ନୁହେଁ, ବରଂ ଏକ ଅଦୃଶ୍ୟ ଉପସ୍ଥିତି। ସହଯୋଗ ନାମରେ ଏବେ ସରକାର ସର୍ବତ୍ର ବିଦ୍ୟମାନ, ସଦା ଦୃଶ୍ୟମାନ। ଆଗରୁ ସହରକୁ ଆସିଲେ ସରକାର ଅଛନ୍ତି ବୋଲି ଜଣାପଡୁଥିଲା। ଗାଁ ଗହଳର ଲୋକେ ନିଜ ଭାଗ୍ୟ, ନିଜ ସ୍ବାଭିମାନ, ନିଜ ସୃଜନଶୀଳତା, ନିଜର ଦକ୍ଷତା ଓ ଜିଇବାର କଳା ନେଇ ଅସୁବି..

ଦିବ୍ୟ ଜନନୀଙ୍କ ପ୍ରେରଣା

ଦିବ୍ୟ ଜନନୀଙ୍କ ପ୍ରେରଣା

ମିତାଲି ମହାନ୍ତି

ଏ ବିଶାଳ ଦୁନିଆରେ ଆମ ପରି ସାଧାରଣ ମଣିଷଙ୍କ ପାଇଁ ଶ୍ରୀମାଙ୍କ ଆଧ୍ୟାତ୍ମିକ ଜୀବନ ଏକ ବତିଘର ସଦୃଶ। ଶ୍ରୀମାଙ୍କ ମୂଳ ନାମ ମୀରା ଆଲ୍‌ଫାସା ଓ ତାଙ୍କ ଜନ୍ମସ୍ଥାନ ସୁଦୂର ଫ୍ରାନ୍ସ ହୋଇଥିଲେ ମଧ୍ୟ ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଦର୍ଶନରେ ଅନୁପ୍ରାଣିତ ହୋଇ ସେ ଭାରତର ପଣ୍ଡିଚେରୀକୁ ନିଜ କର୍ମକ୍ଷେତ୍ର ଭାବେ ଆଦରି ନେଇ ଲକ୍ଷ ଲକ୍ଷ ଅଧ୍ୟାତ୍ମପିପାସୁଙ୍କୁ ଉଦ୍‌ବୁଦ୍ଧ କରିଛନ୍ତି। ..

ଏଇ ଭାରତରେ

ଏଇ ଭାରତରେ

ଯୌତୁକ ପ୍ରସଙ୍ଗକୁ ନେଇ କନ୍ୟାପିତା ହଟହଟା ହେଉଥିବା ଅନେକ ସମୟରେ ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଦତିଆରେ ଜଣେ କନ୍ୟା ଯୌତୁକଲୋଭୀ ବର ସାଙ୍ଗରେ ଯିବାକୁ ମନାକରି ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଦତିଆନିବାସୀ ଦ୍ୱାରିକା ପ୍ରସାଦ..

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ସମ୍ପାଦକୀୟ/ ଟ୍ରାଙ୍କୁଲାଇଜର, ବନ୍ଧୁକ

ରାଜଧାନୀରେ ବାଘ ବୁଲୁଛିି ବୋଲି ଫେବୃୟାରୀ ୧୮ରେ କଥା ବ୍ୟାପିବା ପରେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବିଶେଷକରି ପଳାଶପଲ୍ଲୀ ଅଞ୍ଚଳରେ ଏ ନେଇ କୋକୁଆଭୟ ସୃଷ୍ଟି ହୋଇଥିଲା। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସଠାରୁ  ଚିତାବାଘ ଦୃଶ୍ୟମାନ ହେଉଥିବା  ବ୍ୟକ୍ତିଙ୍କ ଘର ମାତ୍ର ଏକ କିଲୋମିଟର ଅ..

 ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ନିଆଁ ସଙ୍ଗେ ଖେଳୁଛି ପାକିସ୍ତାନ

ବିପିନ ବିହାରୀ ମିଶ୍ର 

କଶ୍ମୀରର ପୁଲଓ୍ବାମା ଜିଲାର ଅବନ୍ତିପୁରା ନିକଟରେ ସିଆର୍‌ପି ଗାଡ଼ି ଉପରେ ଯେଭଳି ବିସ୍ଫୋରକ ଦ୍ରବ୍ୟ ଭର୍ତ୍ତିକରି ଏକ କାର ଧକ୍କା ଦେଲା ଓ ସଙ୍ଗେସଙ୍ଗେ ଲୁଚିଥିବା ସନ୍ତ୍ରାସବାଦୀମାନେ ଗୁଳି ଚଳେଇଲେ, ତାହା ସାରା ଦେଶକୁ ବିବ୍ରତ ଓ କ୍ଷୁବ୍ଧ କରିଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌, ରୁଷ୍‌ର ପୁଟିନ୍‌ ଏବଂ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡର ପ୍ରଧାନମନ୍ତ୍ରୀମାନେ ଏହାର ଘୋର ନିନ୍ଦା କରିଛ..

ଭାଷା, ଜାତି ଓ ଜାତୀୟତା

ଭାଷା, ଜାତି ଓ ଜାତୀୟତା

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ଭାଷା ହେଉଛି ବ୍ୟକ୍ତି ଓ ଜାତିର ପରିଚୟ। ଭାଷାକୁ ଆଧାର କରି ପୃଥିବୀର ସକଳ ସଭ୍ୟଜାତି ବିକଶିତ ହୋଇଛନ୍ତି। ଭାଷା ହିଁ ଜାତୀୟତାର ପ୍ରଧାନ ପ୍ରତୀକ। କୌଣସି ବଙ୍ଗାଳି ଓଡ଼ିଆ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ ବା କୌଣସି ଇଂରେଜ ଫରାସୀ ଭାଷାରେ ନିଜକୁ ପ୍ରକାଶ କରନ୍ତି ନାହିଁ। ସଭିଏଁ ନିଜ ନିଜ ଭାଷାରେ ଆପଣାକୁ ପ୍ରକାଶ କରିଥାନ୍ତି। କିନ୍ତୁ ଆମ ଓ..

ଏଇ ଭାରତରେ

ଏଇ ଭାରତରେ

ମାନସିକ ପୂରଣ ପାଇଁ କିଏ କେତେ ପ୍ରକାର ପନ୍ଥା ଅବଲମ୍ବନ କରନ୍ତି। କିନ୍ତୁ ଏଥିପାଇଁ ସମାଧିପୀଠରେ ଜୋତାମାଡ କରାଯିବା କଥା ନିଆରା ନିଶ୍ଚୟ। ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ମୁଖ୍ୟ କାର୍ଯ୍ୟାଳୟଠାରୁ ୩ କି.ମି. ଦୂର ଇଟାଓ୍ବା-ବରେଲୀ ରାଜମାର୍ଗ ଉପରେ ଭୋଲୁ ସୟଦ୍‌ଙ୍କର ପୁରୁଣା ମକ୍‌ବରା ରହିଛି। ଏଠାରେ ବାବାଙ୍କ ସମାଧି ଉପରେ ଫୁଲ ନୁହେଁ, ବରଂ ଜୋତାମାଡ଼ କରାଯାଏ। ଶ୍ରଦ୍ଧାଳୁଙ୍କ..