ଅନଗୁଳ-ଢେଙ୍କାନାଳ

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

କିଶୋରନଗର ବ୍ଲକରେ ଭାଜପାର ଜନସମ୍ପର୍କ ପଦଯାତ୍ରା

ବଇଣ୍ଡା,୨୧।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଭୋଜିଗୋଠ, ଧଉରାଗୋଠ, କରଡ଼ାବାହାଳୀ, ବିଲେଇନାଳୀ, ବଡ଼ବାହାଳ, ଗୋବିନ୍ଦପୁର, ଗରୁଡ଼ ଗ୍ରାମରେ ଭାଜପା ପକ୍ଷରୁ  ଜନସମ୍ପର୍କ ପଦଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।  ଭେଜିଗୋଠ ଗ୍ରାମରୁ ଉକ୍ତ ପଦଯାତ୍ରା ଶୁଭାରମ୍ଭ  କରାଯାଇଥିଲା। ବିଲେଇନାଳୀ ସରପଞ୍ଚ ନବକିଶୋର ସାହୁଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ପଦଯାତ୍ରାରେ ମୁଖ୍ୟଅତିଥି ଭାବେ ଜିଲା ଭାଜପା ସଭାପତି ଭାଗିରଥି ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ  ଅବଗତ କରାଇଥିଲେ। ବଇଣ୍ଡା ମଣ୍ଡଳର ସାଧାରଣ ସମ୍ପାଦକ ଧୁର୍ବଚରଣ ସାହୁ, ଜିଲା କମିଟିର  ସଦସ୍ୟ ଅଭିରାମ ସାହୁ, ଜିଲା ଯୁବ ମୋର୍ଚ୍ଚାର ଉପସଭାପତି ରାଜେନ୍ଦ୍ର ସାହୁ, ଆଶିଷ କୁମାର ବେହେରା,  କେଶବ ଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ସାହୁ, ରମେଶ ସାହୁ, ଚଗଲା ପ୍ରଧାନଙ୍କ ସମେତ ଶତାଧିକ କର୍ମୀ  ଉପସ୍ଥିତ  ଥିଲେ। 

All Right Reserved By

ଅନଗୁଳ-ଢେଙ୍କାନାଳ

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ପରିଚାଳନାରେ ଝୁଣ୍ଟିଲା ପ୍ରଶାସନ: ଗୋଟିଏ ବୁଥ୍‌ରେ ହୋଇପାରେ ସାନି ମତଦାନ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ ଖବର ଆସିଥିଲା। ଏପରି କି କେତୋଟି ମତଦାନ କେନ୍ଦ୍ରରେ ଇଭିଏମ୍‌ରେ ଲାଗିଥିବା ବାଲାଟ ଓ କଣ୍ଟ୍ରୋଲ ୟୁନିଟ୍‌ରେ ସମସ୍ୟା ଦେଖାଦେବାରୁ ତାହାକୁ ବଦଳା ଯାଇଥିଲା।

ଦର୍ଶକଙ୍କ ମନ ମୋହିଲା କଳାହାଣ୍ଡି ଘୁମୁରା ନୃତ୍ୟ

ଦର୍ଶକଙ୍କ ମନ ମୋହିଲା କଳାହାଣ୍ଡି ଘୁମୁରା ନୃତ୍ୟ

ତାଳଚେର,୨୫ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୁରୀର ସ୍ବାମୀ ଅଖଣ୍ଡରାଜ ମହାରାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। 

ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। 

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି।

ମହିଳାଙ୍କ ମତଦାନ ହାର ବେଶୀ

ମହିଳାଙ୍କ ମତଦାନ ହାର ବେଶୀ

ଢେଙ୍କାନାଳ ଅଫିସ, ୨୫।୪- ଢେଙ୍କାନାଳ ଲୋକ ସଭା କ୍ଷେତ୍ରରେ ମଙ୍ଗଳବାର ଶାନ୍ତିଶୃଙ୍ଖଳାର ସହ ଭୋଟଗ୍ରହଣ ଶେଷହୋଇଛି। ବିଳମ୍ବିତ ରାତି ସୁଦ୍ଧା ସମସ୍ତ ପୋଲିଂ ପାର୍ଟି ଇଭିଏମ୍‌ ଏବଂ ଭିଭିପିଏଟି ମେଶିନ ସହ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳରୁ ଫେରିଛନ୍ତି। 

ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା : କଲେଜରେ ତାଲା ପକାଇଲେ ଛାତ୍ରୀଛାତ୍ର

ଭାପୁର, ୨୫।୪(ଡି.ଏନ୍‌.ଏ.)- ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ପ୍ରତିବାଦରେ ଢେଙ୍କାନାଳ ସଦର ବ୍ଲକ ଭାପୁରସ୍ଥିତ ଦେବେନ୍ଦ୍ର  ଶତପଥୀ ସ୍ମାରକୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। 

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌, ଭିଭିପିଏଟି ମେଶିନ

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌, ଭିଭିପିଏଟି ମେଶିନ

ଢେଙ୍କାନାଳ ଅଫିସ, ୨୪।୪-ଢେଙ୍କାନାଳ ଜିଲାରେ ଭୋଟଗ୍ରହଣ ପ୍ରକ୍ରିୟା ଶେଷହେବା ପରେ ମଙ୍ଗଳବାର ବିଳମ୍ବିତ ରାତି ସୁଦ୍ଧା ନିର୍ବାଚନରେ ନିୟୋଜିତ ପୋଲିଂ ପାର୍ଟି ସୁରକ୍ଷିତ ଭାବେ ଫେରିଛନ୍ତି। 

 ପରଜଙ୍ଗରେ ୭୮.୨୨% ମତଦାନ

ପରଜଙ୍ଗରେ ୭୮.୨୨% ମତଦାନ

ଢେଙ୍କାନାଳ ଅଫିସ,୨୪।୪- ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଢେଙ୍କାନାଳ ଜିଲାର ୪ଟି ନିର୍ବାଚନା ମଣ୍ଡଳୀ ମଧ୍ୟରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୭୮.୨୨%ମତଦାନ ହୋଇଛି।

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ବାହାଘରରେ ଯୋଗଦେଇ ଫେରୁଥିଲେ: ଗଛରେ ଧକ୍କା ଦେଲା ବାଇକ, ୨ ମୃତ

ଢେଙ୍କାନାଳ ଅଫିସ,୨୪।୪-ଢେଙ୍କାନାଳ ଜିଲା ରାସୋଳ ଥାନା ଗଞ୍ଜରା ଗ୍ରାମ ନିକଟରେ ବୁଧବାର ଅପରାହ୍ନ ୪ଟାବେଳେ ବାଇକ୍‌ ଦୁର୍ଘଟଣାରେ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଅନୁଗୋଳରେ ୭୭% ମତଦାନ, ପାଲଲହଡ଼ାରେ ସର୍ବାଧିକ

ଅନୁଗୋଳ ଅଫିସ,୨୪।୪: ରାଜ୍ୟରେ ୩ୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଅନୁଗୋଳ ଜିଲାରେ ୭୭% ଭୋଟଦାନ ହୋଇଛି। 

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ରାତି ୭ଟା ସୁଦ୍ଧା ୭୧.୧% ମତଦାନ

ଢେଙ୍କାନାଳ ଅଫିସ, ୨୪।୪- ତୃତୀୟ ପର୍ଯ୍ୟାୟ ନିର୍ବାଚନର ଯବନିକା ପଡ଼ିଛି। ଢେଙ୍କାନାଳ ଲୋକ ସଭା ସମେତ ଜିଲାର ୪ ନିର୍ବାଚନମଣ୍ଡଳୀର ୩୯ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇଛି ଇଭିଏମ୍‌ରେ। 

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଜିଲାରେ ୭୦ ପ୍ରତିଶତ ମତଦାନ: ଇଭିଏମ୍‌ରେ ସିଲ୍‌ ୪୨ ପ୍ରାର୍ଥୀଙ୍କ ଭାଗ୍ୟ

ଅନୁଗୋଳ ଅଫିସ, ୨୪।୪- ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ଶେଷ ହୋଇଛି। ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବିଭିନ୍ନ ବୁଥ୍‌ରେ ମତଦାନ ହୋଇଥିଲା। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri