ମନୋରଞ୍ଜନ |

ମାଆ ହେବେ ଇଶା

ମାଆ ହେବେ ଇଶା

ମୁମ୍ବାଇ: ବଲିଉଡ୍‌ ନାୟିକା ଇଶା ଦଓ୍ବେଲ ପୁଣି ମାଆ ହେବାକୁ ଯାଉଛନ୍ତି। ବିବାହ ପରେ ବଡ ପରଦାରୁ ଦୂରେଇ ରହିଥିବା ଇଶା ତାଙ୍କ ପିଲାଦିନର ସାଥୀ ଭରତ ତଖତାନୀଙ୍କୁ ବିବାହ କରିବା ପରେ ସୁଖରେ ସମୟ କାଟୁଛନ୍ତି। ୨୦୧୭ରେ ତାଙ୍କର ଏକ କନ୍ୟା ସନ୍ତାନ ପ୍ରସବ ହେବା ପରେ ଏବେ ସେମାନେ ଛୋଟ ପରିବାରରେ ଖୁସିରେ ଅଛନ୍ତି। ଆଉ ଅଭିନୟ କଥା ଚିନ୍ତା କରି ନ ଥିବା ଇଶା କିନ୍ତୁ ପୁଣି ଥରେ ମାଆ ହେବାର ଖୁସିକୁ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଇଶା ଅନେକ ଥର ତାଙ୍କ ଝିଅ ରାଧ୍ୟାଙ୍କ ଫଟୋ ଶେୟାର କରିବା ଦେଖାଯାଇଛି। ଏଥିର ସେ ଝିଅ ରାଧ୍ୟାଙ୍କ ଫଟୋ ସହ ଏମିତି ଏକ କ୍ୟାପଶନ୍‌ ଲେଖିଛନ୍ତି ଯାହା ଇଶା ଗର୍ଭବତୀ ଥିବା ଦର୍ଶାଇଛି। ଝିଅ ରାଧ୍ୟା ଶୋଫା ଉପରେ ବସି ଖୁବ୍‌ କ୍ୟୁଟ ଲାଗୁଥିବା ବେଳେ ସେଥିରେ ଲେଖାଅଛି, ‘ମୋତେ ଖୁବ୍‌ ଶୀଘ୍ର ବଡ ଭଉଣୀର ପ୍ରମୋଶନ ମିଳିବ’। ଏଥିରୁ ଜଣାପଡୁଛି ଇଶା ଏଇ ନିକଟରେ ପୁଣିଥରେ ମାଆ ହେବାକୁ ଯାଉଛନ୍ତି। 

All Right Reserved By

ମନୋରଞ୍ଜନ |

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ପପ୍‌ ଗାୟକଙ୍କୁ ଡେଟ୍‌ କରିବାକୁ ଚାହୁଁଛନ୍ତି ସୁହାନା

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁଙ୍କ ଲାଡ୍‌ଲି ସୁହାନା ଏବେ ସବୁଠାରୁ ଚର୍ଚ୍ଚିତ ଷ୍ଟାର କିଡ୍‌। ସେ ଏବେ ଲଣ୍ଡନରେ ଆକ୍ଟିଙ୍ଗ କୋର୍ସ କରୁଛନ୍ତି। 

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

କାର୍ଯ୍ୟାନୁଷ୍ଠାନ ଦାବିକଲେ ହେମା

ମୁମ୍ବାଇ,୧୮ା୨: ଜମ୍ମୁ-କଶ୍ମୀର୍‌ର ପୁଲ୍‌ଓ୍ବାମାଠାରେ ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣକୁ ବିଶିଷ୍ଟ ଅଭିନେତ୍ରୀ ତଥା ଭାଜପା ଏମ୍‌ପି ହେମା ମାଳିନୀ ତୀବ୍ର ନିନ୍ଦା କରିଛନ୍ତି।

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

କପିଲଙ୍କ ଶୋ’ରୁ ସିଦ୍ଧୁ ବିଦା

ବମ୍ବେ: ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଦ କପିଲ ଶର୍ମା ଶୋ’ରୁ ନବଜୋତ ସିଂ ସିଦ୍ଧୁଙ୍କୁ ବିଦା କରାଯାଇଛି। ପୁଲଓ୍ବାମା ଆକ୍ରମଣକୁ ନେଇ ସିଦ୍ଧୁ ପାକିସ୍ତାନର ସମର୍ଥନ କରିଥିବାରୁ ତାଙ୍କୁ ଶୋ’ରୁ ବାହାର କରାଯାଇଥିବା ଜଣାପଡ଼ିଛି। 

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

୨୪ ଫିଲ୍ମରେ ଏକାଠି ନଜର ଆସିଥିବା ଏହି ଯୋଡି ୨୪ ବର୍ଷ ପରେ ପୁଣି ଏକାଠି ହେବେ

ମୁମ୍ବାଇ: ବିଗତ ଦିନର ନାୟିକା ଜୟା ପ୍ରଦା ଓ ନାୟକ ଜିତେନ୍ଦ୍ର ଆଜିବି ଦର୍ଶକଙ୍କ ହୃଦୟରେ ଅଭୁଲା ହୋଇ ରହିଛନ୍ତି। ୮୦-୯୦ ଦଶକରେ ଏମାନେ ଏକାଠି ପାଖାପାଖି ୨୪ଟି ଚଳଚ୍ଚିତ୍ରରେ କାମ କରିଥିଲେ। 

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

‘ଉରି’ ଟିମ୍‌ ପକ୍ଷରୁ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଦିଆଯିବ ଏକ କୋଟି

ବମ୍ବେ,୧୭।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏଥିରେ ମୃତାହତ ହୋଇଥିବା ଯବାନଙ୍କ ପରିବାରକୁ ବିଭିନ୍ନ ଦିଗରୁ ସମବେଦନାର ସୁଅ ଛୁଟୁଛି। ସମସ୍ତେ ଏକ ହୋଇ ସହାୟତାର ହାତ ବଢ଼ାଉଛନ୍ତି। ଏହି ପରିପ୍ରେକ୍ଷୀରେ ସର୍ଜିକାଲ ଷ୍ଟାଇକ୍‌ ଉପରେ ପର୍ଯ୍ୟବେଶିତ ଫିଲ୍ମ ‘ଉରି’ର ନିର୍ମାତାମାନେ ଶହୀଦଙ୍କ ପରିବାରକୁ ଏକ କୋଟି ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି।

ଏକା ହୋଇଗଲେ କି ଅର୍ଜୁନ!

ଏକା ହୋଇଗଲେ କି ଅର୍ଜୁନ!

ମୁମ୍ବାଇ: ବଲିଉଡ୍‌ ନାୟକ ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ରିଲେସନଶିପକୁ ନେଇ ପ୍ରାୟ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି। 

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ବର୍ଷେ ବିଶ୍ରାମ କରିବେ ଇରଫାନ୍‌

ମୁମ୍ବାଇ,୧୭।୨: ବଲିଉଡ୍‌ କଳାକାର ଇରଫାନ୍‌ ଖାଁ ଖୁବ୍‌ଶୀଘ୍ର ଅଭିନୟ ଦୁନିଆକୁ ଫେରିବେ ବୋଲି ଆଲୋଚନା ହେଉଥିଲା। କାରଣ ନିକଟରେ ସେ ଲଣ୍ଡନରୁ କ୍ୟାନସରର ଚିକିତ୍ସା କରାଇ ମୁମ୍ବାଇ ଫେରିଥିଲେ। 

ଲାସ୍ୟମୟୀ ମାମା

ଲାସ୍ୟମୟୀ ମାମା

ମଧୁସ୍ମିତା ରାଉତ କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ମାମା ବୋଲି କହିଲେ ସମସ୍ତେ ତାଙ୍କୁ ଚିହ୍ନିଦେବେ। ଜଣେ ଶିଶୁ କଳାକାର ଭାବରେ ମାମା ‘ରୁକ୍ମିଣୀ ଗଣନାଟ୍ୟ’ରେ ଯୋଗଦେଇ ତାଙ୍କର ଯାତ୍ରା ଜୀବନ ଆରମ୍ଭ କରିଥିଲେ। 

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ମୁଁ କୌଣସି କମ୍ପ୍ରମାଇଜ୍‌ରେ ନାହିଁ’

‘ସଙ୍ଗୀତ ମୋର ବନ୍ଧୁ। ସଙ୍ଗୀତ ମୋର ପ୍ରାଣ। ସଙ୍ଗୀତକୁ ମୁଁ ପୂଜା କରେ। ସଙ୍ଗୀତକୁ ମୁଁ ପ୍ରାଣ ଦେଇ ଭଲପାଏ।’ ଏକଥା କହନ୍ତି ଯାତ୍ରା ଇଣ୍ଡଷ୍ଟ୍ରିର ସବୁଠୁ ବ୍ୟସ୍ତ ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଶୁକ୍ଳା। 

ମିଳିଗଲା ଟାଇଟଲ

ମିଳିଗଲା ଟାଇଟଲ

ସୁଶାନ୍ତ ସିଂ ରାଜପୁତଙ୍କର ଏବେ ବେଳ ଭଲ ପଡ଼ିଛି। ଦେଖୁନାହାନ୍ତି, ଚଳିତବର୍ଷ ତାଙ୍କର ଦୁଇଟି ସିନେମା ରିଲିଜ ଅପେକ୍ଷାରେ ରହିଛି। ପୁଣି ୩-୪ଟି ଅଫର ବିଷୟରେ କଥାବାର୍ତ୍ତା ଚାଲିଛି।

ମାପିଚୁପି ଚାଲିବେ କିଆରା

ମାପିଚୁପି ଚାଲିବେ କିଆରା

କିଆରା ଆଡଓ୍ବାନୀ ଏଣିକି ମାପିଚୁପି ଚାଲିବେ। ଏଣୁତେଣୁ ରୋଲ୍‌ରେ ଅଭିନୟ ନ କରିବାକୁ ସେ କୁଆଡ଼େ ମାଇଣ୍ଡ ମେକ୍‌ଅପ୍‌ କରିଛନ୍ତି।  ସେଥିପାଇଁ ତାଙ୍କ ହାତରୁ ୩-୪ଟି ଅଫର ଖସିଯାଇଛି।

ଚାଲ ଟିକେ ପ୍ରେମ କରିବା

ଚାଲ ଟିକେ ପ୍ରେମ କରିବା

‘ତୋ ପ୍ରେମରେ ପଡିଲା ପରେ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ଚିନ୍ମୟୀ ପ୍ରିୟଦର୍ଶିନୀ-ଦେବରାଜ ଯୋଡିକୁ।