
ରାଉରକେଲା, ୨୧।୧: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ରେ ସୋମବାର ନିଆଁ ଲାଗିଯାଇଛି। ରାଉରକେଲା ଷ୍ଟେଶନ ପୂର୍ବରୁ ତିଲ୍କା ନଗର ନିକଟରେ ଟ୍ରେନ୍ରେ ନିଆଁ ଲାଗିଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ଟି ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲା। ରାଉରକେଲା ଷ୍ଟେଶନଠାରୁ ୧୦ କି.ମି ଦୂରରେ ଏହି ଘଟଣା ଘଟିଛି।ଟ୍ରେନ୍ର ବି-୭ ବଗିରେ ନିଆଁ ଲାଗିଥିଲା। ବଗିର ଟଏଲେଟ୍ ପାଖରେ ଥିବା ସୁଇଚ୍ବୋର୍ଡରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ଲିଭାଇ ଦିଆଯାଇଥିଲା। ତେବେ ପରେ ପୁଣି ଧୂଆଁ ବାହାରିବାରୁ ଯାତ୍ରୀମାନେ ଚେନ୍ ଟାଣି ଟ୍ରେନ୍କୁ ଅଟକାଇଥିଲେ। ପରେ ଏହାକୁ ନୟନ୍ତ୍ରଣ କରାଯାଇଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।