
ମେଲବୋର୍ନ, ୨୧।୧(ଏଏଫ୍ପି)- ଜାପାନ ଟେନିସ ତାରକା ନାଓମି ଓସାକା ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ରାଉଣ୍ଡ-୧୬’ର ଏକ ମୁକାବିଲାରେ ଓସାକା ୪-୬, ୬-୩, ୬-୪ ସେଟ୍ରେ ଲାକ୍ଟିଭିଆର ଆନାସ୍ତାସିଜା ସେବାସ୍ତୋଭଙ୍କୁ ପରାସ୍ତ କରିଛନ୍ତି। ୨୧ ବର୍ଷୀୟା ଓସାକା କ୍ୱାର୍ଟର ଫାଇନାଲରେ ୟୁକ୍ରେନର ଏଲିନା ସ୍ବେତଲିନାଙ୍କୁ ଭେଟିବେ। ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲରେ ୨୪ ବର୍ଷୀୟା ସ୍ବେତଲିନା ୬-୨, ୧-୬, ୬-୧ ସେଟ୍ରେ ଆମେରିକାର ମାଡିସନ କିଜ୍ଙ୍କୁ ପରାସ୍ତ କରିଥିଲେ।