
ନୂଆଦିଲ୍ଲୀ,୨୧।୧: ଜମ୍ମୁରେ ନିର୍ମାଣ କରାଯାଇଥିବା କେବଲ୍ ରୋପଓ୍ବେ ପରିଯୋଜନା ଆରମ୍ଭ ହେବା ପୂର୍ବରୁ ଏକ ବଡ ଦୁର୍ଘଟଣା ଘଟିଛି। ରବିବାର କେବଲ କାର୍କୁ କିପରି ସୁରକ୍ଷା ଦିଆଯିବ ସେ ସମ୍ପର୍କରେ ଅଭ୍ୟାସ କରିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ୨ଜଣ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେବାସହ ଅନ୍ୟ ୪ଜଣ ଗୁୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଅଳ୍ପଦିନ ମଧ୍ୟରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥାଆନ୍ତେ।