
ନୂଆଦିଲ୍ଲୀ,୨୧।୧: ଭାରତ ଫ୍ରାନ୍ସରୁ ୩ ହଜାର ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର କିଣିବ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଏଥିଲାଗି ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଭାରତୀୟ ସେନା ୭୦ ହଜାର ଆଣ୍ଟିଟ୍ୟାଙ୍କ୍ ଗାଇଡେଡ୍ କ୍ଷେପଣାସ୍ତ୍ର ସହିତ ୮୫୦ ଲଞ୍ଚର ଆବଶ୍ୟକ କରୁଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ସମ୍ପ୍ରତି ଭାରତ ପାଖରେ ମିଲନ୍-୨ଟି ଏବଂ କୋଙ୍କୁର ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ରହିଛି। ତେବେ ଫ୍ରାନ୍ସ୍ଠାରୁ ମିଳିବାକୁ ଥିବା କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ଅଧିକ ରହିବ ବୋଲି କୁହାଯାଉଛି। ଏହାଦ୍ୱାରା ଭାରତୀୟ ସେନାର ଶକ୍ତ ବୃଦ୍ଧି ପାଇପାରିବ।