
ବ୍ରହ୍ମପୁର ଅଫିସ,୨୧।୧: ଓଡ଼ିଶାରେ ମଦ ବିକ୍ରି ବନ୍ଦ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)। ସୋମବାର ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ରହ୍ମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମୋନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ଏହି ଧାରଣାରେ ବ୍ରହ୍ମପୁରର ବିଭିନ୍ନ ସଂଗଠନ ସାମିଲ ହୋଇଛନ୍ତି। ନିଶା ନିବାରଣ ଆଇନ-୧୯୫୬କୁ କାର୍ଯ୍ୟକାରୀ ପାଇଁ ଦାବି କରାଯାଇଛି। ମୋନାର ଜିଲା ସଭାପତି ରାଧା ଚରଣ ନାୟକ, ସମ୍ପାଦକ ଗୁପ୍ତେଶର ଷଡ଼ଙ୍ଗୀ, ଶିବ ପ୍ରସାଦ ମିଶ୍ର, ସବିତା ସାହୁକାର, ରାଜେନ୍ଦ୍ର କୁମାର ପଣ୍ଡା, ପ୍ରଶାନ୍ତ କୁମାର ମହାରଣାଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।