
ଚେନ୍ନାଇ,୨୧।୧: ତାମିଲନାଡୁର ପୁଡୁକୋଟାଇ ଜିଲାରେ ଚାଲିଥିବା ଜାଲିକାଟୁ ଉତ୍ସବରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି ବିପଜ୍ଜନକ ଖେଳ ଖେଳିବାକୁ ସରକାରଙ୍କ ତରଫରୁ କେତୋଟି ନିୟମ ପ୍ରଣୟନ କରାଯାଇଥିଲେ ସୁଦ୍ଧା ଏଥର ପୁଣିଥରେ ଏହି ଖେଳରେ ଲୋକଙ୍କ ମୃତ୍ୟୁ ହୋଇଛି। ଷଣ୍ଢଙ୍କୁ ଆକ୍ରମଣ କରିବା ଲାଗି ପ୍ରବର୍ତ୍ତାଇବା ପରେ ଏହାକୁ କାବୁ କରିବାକୁ କେତେଜଣ ଯୁବକ ଧାଇଁ ଆସୁଥିବା ଖେଳ ହିଁ ଜାଲିକାଟୁ। ଏଥିରେ ଅନେକ ସମୟରେ ଲୋକଙ୍କର ମୃତ୍ୟୁ ହୋଇଥାଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୧୪ରେ ସୁପ୍ରିମକୋର୍ଟ ଏହି ଖେଳକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଲୋକଙ୍କ ବିରୋଧ ପରେ ପୁଣିଥରେ କିଛି ନିର୍ଦ୍ଦିଷ୍ଟ ନିୟମ ଆଧାରରେ ଜାଲିକାଟୁର ଆୟୋଜନ ପାଇଁ ଅନୁମତି ମିଳିଥିଲା।