ଫୁରସତ |

ପ୍ରାକୃତିକ ପେନ୍‌କିଲର

ପ୍ରାକୃତିକ ପେନ୍‌କିଲର

”ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ, ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି, ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ।“

ସୁସ୍ଥ ଶରୀରରେ ସ୍ନାୟୁମାନଙ୍କରେ ବାୟୁ ସୁଚାରୁରୂପେ ପ୍ରବାହିତ ଯୋଗୁ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଚାଲିଥାଏ। ଏହି ବାୟୁ କୌଣସି କାରଣରୁ ଅବରୋଧ ହେଲେ ସେହି ପ୍ରବାହିତ ହେଉଥିବା ସ୍ଥାନରେ ଯନ୍ତ୍ରଣା ଉତ୍ପନ୍ନ ହୋଇ ସେ ଅଞ୍ଚଳଟି କାର୍ଯ୍ୟାକ୍ଷମ ହୋଇପଡ଼େ ଏବଂ ସନ୍ଧିସ୍ଥାନକୁ ଆକ୍ରାନ୍ତ କଲେ ଫୁଲା, ଯନ୍ତ୍ରଣା ସହ ପାଣି ଜମିବାକୁ ଲାଗେ ଏବଂ ସ୍ନାୟୁ ସମ୍ପର୍କୀୟ ଅଙ୍ଗଗୁଡ଼ିକ କାଲୁଆ ଓ ଦୁର୍ବଳ ହୋଇ ଅକାମୀ ହେବାକୁ ବସେ। ଏଥିପାଇଁ ଶୋଥ, ବେଦନା ନାଶକ ଓ କାଲୁଆବସ୍ଥାକୁ ଲକ୍ଷ୍ୟ କରି ସ୍ନାୟୁ ଉତ୍ତେଜକ ଔଷଧ ଦେବାକୁ ପଡ଼େ। ଯଦ୍ଦ୍ବାରା ସ୍ନାୟୁର କ୍ଷତ ଦୂର ହୋଇ ବାୟୁ ଚାଳାଚଳ ପଥକୁ ସୁଗମ କରେ।

ଏତଦ୍‌ବ୍ୟତୀତ ଉଚ୍ଚ ରକ୍ତଚାପ ବା ଆଘାତଜନିତ ଅନ୍ତ ମସ୍ତିଷ୍କ ରକ୍ତନଳୀରୁ ରକ୍ତସ୍ରାବ ହେବା ଯୋଗୁ ସେହି ଅଞ୍ଚଳକୁ ରକ୍ତ ନ ପହଞ୍ଚତ୍ବା କାରଣରୁ ସେ ଅଞ୍ଚଳଟି ଅକାମୀ ହୋଇଯାଏ, ଫଳରେ ସେଠାରୁ ପ୍ରେରିତ ସ୍ନାୟୁ ଅପରପାର୍ଶ୍ୱ ଅଙ୍ଗକୁ ଅକାମୀ କରି ଏକାଙ୍ଗୀବାତ ବା ସର୍ବାଙ୍ଗବାତ ଏପରି ପରିସ୍ଥିିତି ନେଇ ରୋଗ ସୃଷ୍ଟି ହୋଇଥାଏ। ଏହି ଅବରୋଧ ରକ୍ତକୁ ତରଳାଇ ପୁନଃ କାର୍ଯ୍ୟଶୀଳ କରିବାରେ ଓ ସ୍ନାୟୁକୁ ବଲ୍ୟପ୍ରଦାନକାରୀ ଔଷଧର ପ୍ରୟୋଗ ଅନେକ କ୍ଷେତ୍ରରେ ସଫଳତା ଦେଇଥାଏ।

ଏହି ଯନ୍ତ୍ରଣା ସାମୟିକ ଲାଘବ ନିମନ୍ତେ କୃତ୍ରିମ ରାସାୟନିକ ଯୌଗିକ ଔଷଧ ବଟିକାର ସେବନ ପାକସ୍ଥଳୀ ଅନ୍ତରେ କ୍ଷତି ପହଞ୍ଚାଇବା ସମୟରେ ବୃକକ୍‌ ନଷ୍ଟର କାରଣ ଅଟେ। ଏହା ସେବନ ଦ୍ୱାରା ସାମୟିକ ଆରାମ ମିଳେ। ମାତ୍ର ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏପରି ଭସ୍ମଘଟିତ ଔଷଧ ବନୌଷଧି ଓ ରସଘଟିତ (ପାରଦ, ଗନ୍ଧକ) ଔଷଧ ରହିଅଛି, ଯାହା ରୋଗ ସହ ଏହାର ଯନ୍ତ୍ରଣାକୁ ଦୂର କରେ, ସେଥିମଧ୍ୟରୁ ଅଳ୍ପକିଛି ତଳେ ଉଲ୍ଲେଖ କରାଯାଇଅଛି: ଯଥା:-

ଅଶ୍ୱଗନ୍ଧା: ଫୁଲା ଯନ୍ତ୍ରଣା ହେଉଥିବା ସ୍ଥାନରେ ଏହାକୁ ବାଟି ଲେପଦେଲେ ଶୀଘ୍ର ଉପଶମ ମିଳେ, ବାତବ୍ୟାଧିଜନିତ ଦୁର୍ବଳତାରେ ଏହାର କ୍ଷୀରପାକ ସେହି ଅଙ୍ଗରେ ଅଭ୍ୟଙ୍ଗ କଲେ ଅଙ୍ଗର ସ୍ନାୟୁ ସକ୍ରିୟ ହୋଇ ଶକ୍ତିଶାଳୀ ହୋଇଥାଏ। ଏତଦ୍‌ବ୍ୟତୀତ ଏହାର ଚୂର୍ଣ୍ଣ ଭ୍ରମ, ମୂର୍ଚ୍ଛା, ନିଦ୍ରାହୀନତା, ଶ୍ୱାସ ଓ ଧାତୁଦୌର୍ବଲ୍ୟରେ ଗାଈକ୍ଷୀର ସହ ସେବନ କଲେ ସୁଫଳ ମିଳେ।

ଶୋଧିତ ଗୁଗ୍ଗୁଳ: ସାଇଟିକା, ରିଉମାଟିଡ୍‌ ଆର୍ଥାରାଇଟିସ୍‌ ଇତ୍ୟାଦି ବାତବ୍ୟାଧି ଜନିତ ଯନ୍ତ୍ରଣାରୁ ଶୀଘ୍ର ଉପଶମ ମିଳେ।

ଅପାମାର୍ଗ ପତ୍ର: ଯୋନି ଶୂଳେ ଅପାମାର୍ଗ ପତ୍ର ଦୁଇଟି ଯୋନିରେ ଧାରଣ କଲେ ଶୀଘ୍ର ଶୂଳ ପ୍ରଶମିତ ହୋଇଥାଏ।

ଶୋଧିତ ବୃଦ୍ଧଦାରକ ବୀଜ- ଏହା ସେବନ କଲେ  ଗାଉଟ୍‌, ଗଣ୍ଠିବାତ ଓ ପ୍ରମେହ ଜନ୍ୟ ପୀଡ଼ାରେ ଲାଭଦାୟକ।

ରାସ୍ନା- ସାଇଟିକ୍‌ ଓ ସମସ୍ତ ସ୍ନାୟବିକ ବ୍ୟାଧିରେ ଲାଭଦାୟକ।

ଶୋଧିତ ହେଙ୍ଗୁ- ଗୁଳ୍ମ, ଉଦରଶୂଳ, ଆଧ୍ନାନ, ହୃଦ୍‌ରୋଗ, ରଜଃ ଅବରୋଧଜନିତ ବ୍ୟଥା, ବାଳକମାନଙ୍କ ଅବିଚ୍ଛିନ୍ନ କାଶ ନିବାରକ ସହ ପ୍ରସବା ନାରୀଙ୍କ ଦୂଷିତ ରକ୍ତ ବହିଃନିସରଣରେ ସହାୟକ ହୋଇଥାଏ।

ହିଙ୍ଗୁଳ- ବଳବୀର୍ଯ୍ୟ ବର୍ଦ୍ଧକ, ଆମବାତ (ରିଉମାଟିଜିମ୍‌) ପାଇଁ ଉପକାରୀ।

ନବସାଦର- ଶିରଃଶୂଳ, ଅର୍ବୁଦ, ମୂତ୍ରକୁଚ୍ଛ୍ର, ଅସ୍ଥିଭଗ୍ନରେ ନବସାଦର ଜଳ ଲେପ୍‌ ଓ ପୁରାତନ ଘା’ରେ ଏହାର ଚୂର୍ଣ୍ଣ କନାପଟି ଦେଇ ଲଗାଇଲେ ଘା’ଟି ଶୁଖିଯାଏ ଓ ବେଦନା ଦୂରୀଭୂତ ହୋଇଥାଏ।

ଗୋଲମରିଚ- ଯନ୍ତ୍ରଣା ନିବାରକ, ହୃଦ୍‌ରୋଗ, ପୁରାତନ ଜ୍ୱର ଓ ଦନ୍ତଶୂଳ ଓ ଅମ୍ଳଜନିତ ପେଟ ବ୍ୟଥାରେ ଆଶୁ ଲାଭକାରୀ।

ଅସ୍ଥି ସଂହାର- ଏହାକୁ ବାଟି ଲେପ ଦେଲେ ଭଗ୍ନାସ୍ଥି ଯୋଡ଼ିଯିବା ସହ ସ୍ନାୟବିକ ପୀଡ଼ା ଦୂରୀଭୂତ ହୋଇଥାଏ।

ଗଙ୍ଗଶିଉଳି ମୂଳ- ସାଇଟିକା ରୋଗୀକୁ ଏହାର କ୍ୱାଥ ପାନ କରାଇଲେ ଶୀଘ୍ର ଆରୋଗ୍ୟ ମିଳେ।

ଗଜପିପ୍ପଳି-ପେଟଫାମ୍ପି  ଯନ୍ତ୍ରଣାରେ ଏହାର ଚୂର୍ଣ୍ଣ ଉଷୁମ ପାଣିରେ ସେବନ କଲେ ଶୀଘ୍ର ବ୍ୟଥା ଦୂରହୋଇ ଉପଶମ ମିଳେ। 

ଶୋଧିତ ଅହିଫେନ- ବାତିକ ବେଦନାକୁ ତୁରନ୍ତ ଶାନ୍ତ କରେ।

ସଜନା ଛାଲି- ଦନ୍ତଶୂଳ, ପକ୍ଷାଘାତ, ଗୃଧ୍ରସୀ, ପେଟର ଟ୍ୟୁମରକୁ ଭଲ କଲେ।

ବେଗନିଆ ପତ୍ର ଓ ଗନ୍ଧାଳି ପତ୍ର ସ୍ବରସ ଉଷୁମ କରି ସେବନ କଲେ ଗଣ୍ଠିବାତ ବେଦନା ଦୂର ହୁଏ।

ଶୋଧିତ କୁଚିଲା ବୀଜ- ମୁଖମଣ୍ଡଳ ଓ ସର୍ବାଙ୍ଗ ପକ୍ଷାଘାତ, ଅଙ୍ଗ ଦୁର୍ବଳତା, ହିଷ୍ଟ୍ରିଆ, ଅଣ୍ଟାଧରା ଓ ଛାତି ବ୍ୟଥାରେ ଲାଭକାରୀ।

ଶଙ୍ଖଭସ୍ମ- ଉଦରଶୂଳ, ପରିଣାମ ଶୂଳରେ ଉଷୁମ ପାଣି ସହ ସେବ୍ୟ। ଏହି ଔଷଧି ଦ୍ରବ୍ୟଗୁଡ଼ିକ ଗୋଟିକିଆ ବଦଳରେ ବିଭିନ୍ନ ଯୋଗ ସହ କୋଡ଼ିଏରୁ ଊର୍ଦ୍ଧ୍ୱ ଦ୍ରବ୍ୟ ମିଶି ଔଷଧ ପ୍ରସ୍ତୁତ କରାଯାଇଥାଏ। ତତ୍‌ସଙ୍ଗେ ସ୍ବର୍ଣ୍ଣ, ମୁକ୍ତା, ଲୌହ, କାନ୍ତଲୌହ, ସ୍ବର୍ଣ୍ଣମାକ୍ଷିକ, ବଙ୍ଗଭସ୍ମ, ଶୁଦ୍ଧ ଶିଲା ଜତୁ, ରସ ସିନ୍ଦୂର, ରସକର୍ପୁର ଇତ୍ୟାଦି ଔଷଧର ମିଶ୍ରଣ ବାତ ବ୍ୟାଧିକୁ ନାଶ କରି ବ୍ୟଥା ଦୂର କରିଥାଏ। 

ବାହ୍ୟ ଅଭ୍ୟଙ୍ଗାର୍ଥେ- କର୍ପୂର, ପିପରମେଣ୍ଟ, ଯୁଆଣିଫୁଲ, ନୀଳଗିରି ତେଲ, ତାରପିନ୍‌ ତେଲ,  ଲବଙ୍ଗ ତେଲ, ଇଉକାଲିପଟାସ ତେଲର ଯୌଗିକ ମିଶ୍ରଣ ମାଲିସ ଦ୍ୱାରା ବ୍ୟଥା ଦୂର ହୁଏ।

ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନରେ ଚିକିତ୍ସା ଦ୍ୱାରା କେତେକ ରୋଗରୁ ସାମୟିକ ଉପଶମ ମିଳୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଆଶା କ୍ଷୀଣ। କିନ୍ତୁ ଏପରି ଆୟୁର୍ବେଦ ଶାସ୍ତ୍ରରେ ଲକ୍ଷାଧିକ ଔଷଧ ଦ୍ରବ୍ୟର ବର୍ଣ୍ଣନା ରହିଅଛି ଯାହାକି ବ୍ୟକ୍ତିଙ୍କୁ ଜରାବ୍ୟାଧିରୁ ମୁକ୍ତି ଦେଇ ନୀରୋଗ କରିପାରିବ ଏହା ମୁନି ଋଷିମାନଙ୍କ ଦିବ୍ୟ ଦୃଷ୍ଟି ଓ ସାଧନା ବଳରେ ସମ୍ଭବ ହୋଇପାରିଛି ଯାହାକି ଦୁରାରୋଗ୍ୟ ବ୍ୟାଧି ମଧ୍ୟ ଚିର ଆରୋଗ୍ୟ ହୋଇପାରିବ। ପ୍ରୋତ୍ସାହନ ଅଭାବରୁ ଆୟୁର୍ବେଦରେ ଗବେଷଣା କରି ଔଷଧ ଉଦ୍ଧାର କରିଥିବା ଆୟୁର୍ବେଦ ଡାକ୍ତରମାନେ ଲୋକଲୋଚନକୁ ଆସି ପାରୁନାହାନ୍ତି ଏବଂ ବହୁ ଦୁର୍ଲଭ ବୃକ୍ଷ ଜ୍ଞାନାଭାବରୁ ଅଦରକାରୀ ଭାବେ ଲୋପ ହେବାକୁ ବସିଲାଣି। ଯଦି ଏହି ବିଜ୍ଞାନକୁ  ପ୍ରୋତ୍ସାହନ ମିଳେ ତେବେ ଏହା ବିଶ୍ୱକୁ ଚିକିତ୍ସା ବିଜ୍ଞାନରେ ଦିଗ୍‌ଦର୍ଶନ ଦେବାକୁ ସକ୍ଷମ ହେବ।

-ଆନନ୍ଦବଜାର, ବେତନଟୀ, ମୟୂରଭଞ୍ଜ 

ମୋ:୯୮୬୧୩୭୪୩୮୫

All Right Reserved By

ଫୁରସତ |

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ଏହି ଗଛକୁ ଯିଏ ବି କାଟିବାକୁ ଯାଇଛିି ତା’ର ମୃତ୍ୟୁ ହୋଇଛି...

ପୃଥିବୀରେ ରହିଛି ଅନେକ ଅଜଣା ରହସ୍ୟ। ଯାହା ଆଧୁନିକ ବିଜ୍ଞାନ ମଧ୍ୟ ସମାଧାନ କରି ପାରିନି। ଜାପାନର ଟୋକିଓରେ ରହିଛି ଏକ ୭ଶହ ବର୍ଷର ପୁରୁଣା କର୍ପୂର ଗଛ। ଏହି ଗଛକୁ ନେଇ ସ୍ଥାନୀୟ ଲୋକେ ଅନେକ କଥା କହିଥାନ୍ତି। 

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଏମିତି ଗାଁ ଯେଉଁଠି ଦୁଇ ଦଶକ ହେବ ହୋଇ ପାରୁନାହିଁ ବାହାଘର

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୁହନ୍ତୁ ଅବା ଆଧୁନିକ ସହର ସବୁଠି ବିବାହ ସୁରୁଖୁରୁରେ ହେଉଥିବା ଦେଖାଯାଏ। କିନ୍ତୁ ବିହାରରେ ଏମିତି ଏକ ଗାଁ ରହିଛି ଯେଉଁଠି ଦୁଇ ଦଶକ ହେବ ଶାହାନାଇ ବାଜିନାହିଁ ଅର୍ଥାତ୍‌ କାହାର ବାହାଘର ହୋଇନାହିଁ। 

କାହିଁକି ଏ ଶୁକ୍ରଦଶା

କାହିଁକି ଏ ଶୁକ୍ରଦଶା

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ନିରାପଦ ସୀମା ୩୫୦ପିପିଏମ୍‌ ଥିବା ବେଳେ ବର୍ତ୍ତମାନ ଏହା ୪୦୦ ପିପିଏମ୍‌କୁ ଛୁଇଁଲାଣି। ୨୦୦୧ ମସିହା ପରେ ଏହି ବାଷ୍ପର ମାତ୍ରା ଅସ୍ବାଭାବିକ ଭାବରେ ବୃଦ୍ଧି ପାଇଛି।

ଜନବସତିମୁହାଁ ତୁଷାର ଭାଲୁ

ଜନବସତିମୁହାଁ ତୁଷାର ଭାଲୁ

ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ମେରୁ ଅଞ୍ଚଳରେ ଥିବା ପ୍ରାଣୀ ତଥା ଉଦ୍ଭିଦ ଜଗତ ପ୍ରଭାବିତ ହେବାରେ ଲାଗିଛି। ଏଠାରେ ଲଗାତର ବରଫ ପାହାଡ଼ ତରଳିବାରେ ଲାଗିଛି। ଫଳରେ ଆବଶ୍ୟକ ତାପମାତ୍ରା ଅଭାବ ଏବଂ ଖାଦ୍ୟ ସଙ୍କଟ ଯୋଗୁ ଏଠାରେ ବାସ କରୁଥିବା ତୁଷାର ଭାଲୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି। 

ଆଉ ଅଧିକ  ବୋଝ ଦେବା ନାହିଁ

ଆଉ ଅଧିକ ବୋଝ ଦେବା ନାହିଁ

ସାଧାରଣ ଭାବରେ ବର୍ଷକୁ ୧-୫ ଭିତରେ ଜୀବଜାତି ଲୁପ୍ତ ହୋଇଥାଏ। କିନ୍ତୁ ଗତ କିଛିବର୍ଷ ମଧ୍ୟରେ ଏହା ୧୦୦୦-୧୦,୦୦୦ ଗୁଣ ବୃଦ୍ଧି ପାଇଛି, ଯାହା ପରିବେଶବିତ୍‌ମାନଙ୍କର ଚିନ୍ତାର କାରଣ ହୋଇଛି। 

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଏହି ବ୍ୟକ୍ତି କରନ୍ତି ଏମିତି କାମ, ଜାଣିଲେ କରିବେ ତାରିଫ

ଦୁନିଆରେ ଏମିତି କିଛି ଲୋକ ଅଛନ୍ତି,  କେବେ କାହାକୁ ସେମାନେ ସାହାଯ୍ୟ କରିବାକୁ ଆସନ୍ତି ନାହିଁ। ମାତ୍ର ଜଣେ ଜଣେ ଅଛନ୍ତି, ଯିଏ କି ସାହାଯ୍ୟକାରୀ। ସେହି ବ୍ୟକ୍ତି ଜଣକ ହେଉଛନ୍ତି କେରଳର ଅଖିଳେଶ କୁମାର। 

ଜୀବ ସଂରକ୍ଷଣ

ଜୀବ ସଂରକ୍ଷଣ

ଧରିତ୍ରୀ ମା’କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖରେ ‘ବିଶ୍‌ ଧରିତ୍ରୀ ଦିବସ’ ପାଳିତ ହୋଇଥାଏ। ପ୍ରଥମେ ୧୯୭୦ ମସିହାରେ ଏହି ଦିବସ ପାଳିତ ହୋଇଥିବା ବେଳେ ୧୯୯୦ରେ ଆହୁରି ବ୍ୟାପକ ହୋଇଥିଲା।

ତରଳୁଛି ବରଫ ପାହାଡ଼

ତରଳୁଛି ବରଫ ପାହାଡ଼

ବିଭିନ୍ନ ପ୍ରଦୂଷଣ ଯୋଗୁ ବିପଦ ମାଡି ଆସୁଛି। ମେରୁ ଅଞ୍ଚଳରେ ଥିବା ବରଫ ପାହାଡ଼ ତରଳିବାରେ ଲାଗିଛି। ଏହାଦ୍ୱାରା ବିଭିନ୍ନ ମହାସାଗର ତଥା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ସୁମେରୁ ତୁଷାରହୀନ ହେବାର ଆଶଙ୍କା ବଢ଼ିବାରେ ଲାଗିଛି।

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ଯେଉଁ ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ଆସନ୍ତି ପର୍ଯ୍ୟଟକ...

ମରୁଭୂମିର ଉତ୍ତପ୍ତ ବାଲିରେ ପୋତି ହେବାକୁ ଦେଶବିଦେଶରୁ ପର୍ଯ୍ୟଟକ ଆସିବା କଥା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ତେବେ ଏଭଳି ଏକ ମରୁଭୂମି ରହିଛି ସୌଦିରେ। ଏଠାରେ ବିଭିନ୍ନ ଆଣ୍ଠୁଗଣ୍ଠି ସମସ୍ୟାର ଚିକିତ୍ସା ପାଇଁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ରୋଗୀଙ୍କ ପୋଷାକ ଓହ୍ଲାଇ ତାଙ୍କୁ ଉତ୍ତପ୍ତ ବାଲିରେ ବେକ ପର୍ଯ୍ୟନ୍ତ ପୋତି ଦିଆଯାଏ। ପ୍ରାୟ ୧୫ ମିନିଟ୍‌ ପର୍ଯ୍ୟନ୍ତ ଏଭଳି ରହିବା ପରେ ରୋଗୀଙ୍କୁ ବାହାରକୁ କଢ଼ାଯାଇଥାଏ। ଏହି ଚିକିତ୍ସା ୩ରୁ୯ ଦିନ ପର୍ଯ୍ୟନ୍ତ କରାଯାଇଥାଏ। ରୋଗୀଙ୍କୁ ଚିକିତ୍ସା ସମୟ ମଧ୍ୟରେ ଗାଧୋଇବାକୁ ବାରଣ କରାଯାଇଥାଏ। ବାଲିରେ କ୍ୟାଲସିୟମ୍‌ ସହିତ ଅନ୍ୟ କେତେକ ଖଣିଜ ଦ୍ରବ୍ୟ ରହିଥାଏ। ଏହା ଆଣ୍ଠୁଗଣ୍ଠି ସମସ୍ୟାକୁ ଭଲ କରିଥାଏ। ଏହି ଚିକିତ୍ସା ପାଇଁ ଅଢ଼େଇରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ଯେଉଁଠି ମୃତ ଶରୀରକୁ କାଟି ଶାଗୁଣାଙ୍କୁ ଖାଇବାକୁ ଦିଆଯାଏ

ତିବ୍ବତର ଲାରୁଙ୍ଗଓ୍ବେଲିରେ ରହୁଥିବା ବୌଦ୍ଧ ଭିକ୍ଷୁ ଓ ନନ୍‌ ମାନେ ଏକ ଅଜବ ପ୍ରଥାକୁ ଆପଣେଇ ନେଇଛନ୍ତି। କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେହି ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ସେମାନେ ଶାଗୁଣାଙ୍କୁ ଖାଇବାକୁ ଦେଇଥାଆନ୍ତି।

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ।

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ନିଆରା ପ୍ରାର୍ଥୀ: ପ୍ରତିଦିନ ୬୦ କିମି ସାଇକେଲ ଚଲାଇ କରୁଛନ୍ତି ପ୍ରଚାର, ପ୍ରଦୂଷଣ ମୁକ୍ତ ପାଇଁ ମୋତେ ଦିଅନ୍ତୁ ଭୋଟ

ପୁଣେ, ୨୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ଜୋରଦାର ପ୍ରଚାର। ପ୍ରାର୍ଥୀମାନେ ସୁସଜ୍ଜିତ ଗାଡିରେ ବସି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri