ରାଜ୍ୟ |

ପାଠିକାପାଠକ ଆମର ସମ୍ପତ୍ତି

ପାଠିକାପାଠକ ଆମର ସମ୍ପତ୍ତି

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ‘ଧରିତ୍ରୀ ପୂଜା କୁଇଜ୍‌-୨୦୧୮’ର ପୁରସ୍କାର ବିତରଣ ଉତ୍ସବ ରବିବାର ମାଷ୍ଟରକ୍ୟାଣ୍ଟିନସ୍ଥିତ ପ୍ରେସ୍‌ କ୍ଲବ ଅଫ୍‌ ଓଡ଼ିଶାଠାରେ ଅନୁଷ୍ଠିତ ହୋଇଯାଇଛି। ୨୦୧୮ର ମେଗା ଓ୍ବିନରମାନଙ୍କୁ ‘ଟିଭିଏସ୍‌’ ପକ୍ଷରୁ ଦୁଇଚକିଆ ଗାଡ଼ି ପ୍ରଦାନ କରାଯାଇଛି। ପ୍ରଥମ ପୁରସ୍କାର ବିଜେତା ହେଲେ କେନ୍ଦ୍ରାପଡ଼ା ଜିଲା ଖଡ଼ିପାଳର ବାବୁରାମ ପାତ୍ର। ତାଙ୍କୁ ପୁରସ୍କାର ବାବଦରେ ଟିଭିଏସ୍‌ ଆପାଚି ୧୬୦ସିସି ବାଇକ୍‌ ଦିଆଯାଇଛି। ସେହିପରି ଦ୍ୱିତୀୟ ପୁରସ୍କାର ବିଜେତା ଢେଙ୍କାନାଳ ମୀନାବଜାରର ନାଜିଆ ସୁମ୍ବୁଲଙ୍କୁ ଜୁପିଟର ସ୍କୁଟର ଏବଂ ତୃତୀୟ ପୁରସ୍କାର ବିଜେତା କୋରାପୁଟ ଜିଲା କୋଟପାଡ଼ର ଅରୁଣ କୁମାର ବାଗ୍‌ଙ୍କୁ ସ୍କୁଟି ପେପ୍‌ ପ୍ଲସ୍‌ ପ୍ରଦାନ କରାଯାଇଛି। ୫ଜଣଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ବାବଦରେ ‘ନିକନ’ ତରଫରୁ ନିକନ କ୍ୟାମେରା ପ୍ରଦାନ କରାଯାଇଥିବାବେଳେ ୭୨ଜଣଙ୍କୁ ଡେଲି ଓ୍ବିନର୍ସ ଭାବେ ଶପିଂ ମଲ୍‌ ‘ସେଣ୍ଟ୍ରାଲ’ ପକ୍ଷରୁ ୧ ହଜାର ଟଙ୍କାର ଗିଫ୍ଟ ଭାଉଚର ଦିଆଯାଇ ପୁରସ୍କୃତ କରାଯାଇଛି। ଏଥି ସହିତ କୁମୁଦିନୀ ପଣ୍ଡାଙ୍କୁ ‘ଲକି ଫ୍ରମ୍‌ ଅନ୍‌ଲକି’ ଭାବେ ପୁରସ୍କୃତ କରାଯାଇଛି। ‘ଧରିତ୍ରୀ’ ଏବଂ ‘ଓଡ଼ିଶାପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ, ଡାଇରେକ୍ଟର(ମାର୍କେଟିଂ) ହିମାଂଶୁ ହୋତା, ଟିଭିଏସ୍‌ ମୋଟର୍ସ ଓଡ଼ିଶା ଏରିଆ ମ୍ୟାନେଜର (ସେଲ୍‌ସ) ଡି. ବାପି ରାଜୁ, ଟେରିଟୋରି ମ୍ୟାନେଜର (ସେଲ୍‌ସ) ମୟଙ୍କ ଅଗ୍ରଓ୍ବାଲ, ନିକନ ଓଡ଼ିଶା ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜର(ସେଲ୍‌ସ) ଦେବେଶ ମାଝି ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ଏହି ଅବସରରେ ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି, ମା’ର କର୍ତ୍ତବ୍ୟ ହେଉଛି ସେ ପିଲାଠାରୁ କିଛି ନିଏନାହିଁ। ଆମେ ଯଦି ମାନସିକସ୍ତରଠାରୁ ଆରମ୍ଭ କରି ସାମାଜିକ, ସାଂସ୍କୃତିକ ସବୁ ସ୍ତରରେ ଗୋଟିଏ ଜାଗାରେ ରହିପାରୁଛୁ ତାହା କେବଳ ମା’ ଯୋଗୁ ହୋଇପାରୁଛି। ମା’ ହେଉଛି ‘ଧରିତ୍ରୀ’। ‘ଧରିତ୍ରୀ’ର କର୍ତ୍ତବ୍ୟ ହେଉଛି ସିଏ ଦେବ, ନେବନି। ପାଠିକାପାଠକଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଆପଣମାନେ ହେଉଛନ୍ତି ଆମର ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି। ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଯୋଗଦେଇ କହିଛନ୍ତି, ପାଠିକାପାଠକ ହେଉଛନ୍ତି ଆମର ବଡ଼ ସମ୍ପତ୍ତି। ଆମର ସେଭଳି କୌଣସି ଖଣି, ଖାଦାନ, ବଡ଼ ବଡ଼ କଲେଜ ନାହିଁ। ତେଣୁ ରୋଜଗାର କରିବା ପାଇଁ ଆମର କୌଣସି ଉତ୍ସ ନାହିଁ। ଆମେ କେବଳ ସାମ୍ବାଦିକତା ଦ୍ୱାରା ବଞ୍ଚତ୍ଛୁ। ଯେହେତୁ ଆମର କୌଣସି ଅନ୍ୟ ବ୍ୟବସାୟ ନାହିଁ ତେଣୁ ଆମେ ନିର୍ଭୀକ ସାମ୍ବାଦିକତା କରିପାରୁଛୁ। ଯେଉଁଠି ବି ଅନ୍ୟାୟ ଦେଖୁଛୁ ତାହା ପାଠିକାପାଠକଙ୍କ ସାମ୍ନାରେ ରଖୁଛୁ।

ଏହି ପରିପ୍ରେକ୍ଷୀରେ କଣ୍ଠଶିଳ୍ପୀ କାଜୋଲ ଓ ବିଭୁଙ୍କ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ଉପସ୍ଥିତ ପାଠିକାପାଠକଙ୍କୁ ମନୋରଞ୍ଜନ କରାଇଥିଲା। କାର୍ଯ୍ୟକ୍ରମରେ ମୁକେଶ ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ, ‘ଧରିତ୍ରୀ ପୂଜା କୁଇଜ୍‌-୨୦୧୮’ ଗତ ଅକ୍ଟୋବର ୧୩ରୁ ନଭେମ୍ବର ୭ ପର୍ଯ୍ୟନ୍ତ ନିୟମିତ ପ୍ରକାଶ ପାଇଥିଲା। ଗତ ଡିସେମ୍ବର ୨୪ରେ ଏକ ଲକି ଡ୍ର କାର୍ଯ୍ୟକ୍ରମ ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା।

All Right Reserved By

ରାଜ୍ୟ |

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଚାନ୍ଦବାଲି,୧୯ା୨(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ତଥା ମତୋ ପୋଲିସ ଫାଣ୍ଡି ଅଧୀନ ପ୍ରତାପପୁର ଗାଁ ରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି ।  

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ନିର୍ବାଚନ ନେଇ ପ୍ରସ୍ତୁତି: ରାଜନଗରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ

ରାଜନଗର, ୧୯।୨(ଡି.ଏନ୍‌.ଏ.): ୨୦୧୯ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ଦିଆଯାଇଛି। 

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଟ୍ରକ୍‌-ବାଇକ୍‌ ମୁହାଁମୁହିଁ: ଜଣେ ଗୁରୁତର

ଯାଜପୁର ଅଫିସ/କୋରେଇ, ୧୯।୨(ସ୍ବ.ପ୍ର.): ଯାଜପୁର ଜିଲା ୨୦ ନଂ. ଜାତୀୟ ରାଜପଥର କୋରେଇ ଥାନା ଅନ୍ତର୍ଗତ ବେଣାପୁର ଛକରେ ମଙ୍ଗଳବାର ପୂର୍ବାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। 

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ  ରାସ୍ତା ସିଲ୍‌, ଲୋକେ  ହନ୍ତସନ୍ତ

ରାଜଧାନୀରେ ବାଘ ଆତଙ୍କ: ବାଘ ଖୋଜା ଅଭିଯାନ ପାଇଁ ରାସ୍ତା ସିଲ୍‌, ଲୋକେ ହନ୍ତସନ୍ତ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ବୁଲୁଛି। ଏହାକୁ ନେଇ ସୋମବାର ରାତିରୁ ଆରମ୍ଭ ହୋଇଛି ଅପରେଶନ। ବନ ବିଭାଗ ସହିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। 

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ପୁଣି ମାଓବାଦୀଙ୍କ ଲାଲ୍‌ ବ୍ୟାନର୍‌: ସରକାରଙ୍କ ଚାଷୀ ଦମନ ନୀତିକୁ ବିରୋଧ

ଦାରିଙ୍ଗିବାଡି,୧୯।୨(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ନିକଟ  ୫୯ନଂ ଜାତୀୟ ରାଜପଥ ର ବୁଡାଗୁଡା ଛକରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ)ଙ୍କ ପକ୍ଷରୁ ଲାଲ ବ୍ୟାନର ସହ ପୋଷ୍ଟର ଲଗାଯାଇଛି। 

ବଢ଼ିବ ତାତି

ବଢ଼ିବ ତାତି

ଭୁବନେଶ୍ୱର,୧୯।୨(ବ୍ୟୁରୋ):ବର୍ଷା ଯୋଗୁ ଗତ ଦୁଇଦିନ ହେବ ରାଜ୍ୟରେ ଥଣ୍ଡା ପାଗ ରହିଥିଲା ।

୨୦ରେ ଆସିବେ ଯୋଗୀ

୨୦ରେ ଆସିବେ ଯୋଗୀ

ଭୁବନେଶ୍ୱର, ୧୯।୨(ବ୍ୟୁରୋ):ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୨୦ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର ସକାଳ ୧୦ଟାରେ ଯୋଗୀ ରାୟପୁର ବିମାନବନ୍ଦରରେ ପହଞ୍ଚିବେ। 

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ: ଚର୍ଚ୍ଚାରେ ବିଜେଡି ଟିକେଟ

ଯାଜପୁର ଅଫିସ,୧୯।୨:ଯାଜପୁର ଜିଲା ଦାନଗଦି ଓ ସୁକିନ୍ଦା ବ୍ଲକକୁ ନେଇ ଗଠିତ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୩ ଦଶନ୍ଧି ହେଲା ଗୋଟିଏ ପରିବାର ସଦସ୍ୟ ନିର୍ବାଚିତ ହୋଇ ଆସୁଛନ୍ତି। ଶିଳ୍ପ ଓ ଖଣି ସମୃଦ୍ଧ ଏହି ନିର୍ବାଚନ ମଣ୍ଡଳୀରେ ଏଥର ପଟ ପରିବର୍ତ୍ତନ କିମ୍ବା ରାଜନୈତିକ ସମୀକରଣ ବଦଳିବାର ସମ୍ଭାବନା ରହିଥିବା ଚର୍ଚ୍ଚା ଜୋର ଧରିଛି।

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ:୬ ସ୍ଥାନରେ ମରାମତି ଆବଶ୍ୟକ

କଟକ ଅଫିସ, ୧୯।୨:କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷିତ। ମନ୍ଦିର ପ୍ରତି ସେଭଳି କୌଣସି ବିପଦ ନାହିଁ। ଏହିଭଳି କଥା ଆରମ୍ଭରୁ କହି ଆସୁଥିବା ଭାରତୀୟ ପ୍ରନତ୍ତାତ୍ତି୍ବକ ସର୍ବେକ୍ଷଣ (ଏଏସ୍‌ଆଇ) ସଂସ୍ଥା ଶେଷରେ ମାନିଛି ଯେ ମନ୍ଦିର ପ୍ରତି ବିପଦ ରହିଛି। 

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଅଭିଯୁକ୍ତଙ୍କ ଜମିରେ ଖଣିଜ ଷ୍ଟକୟାର୍ଡ

ଯୋଡ଼ା, ୧୯।୨(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ବାଂଶପାଣି ରେଳ ସାଇଡିଂ ନିକଟ ଯୋଡ଼ା-ବାମେବାରୀ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅଭିଯୁକ୍ତଙ୍କ ଜମିରେ ଏକ ଶିଳ୍ପ ସଂସ୍ଥାର ଖଣିଜ ଗଛିତ ହେଉଛି। 

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ପୁଣି ନକଲି ଜର୍ଦ୍ଦା କାରଖାନା ଠାବ

ଭଦ୍ରକ ଅଫିସ, ୧୯।୨ - ଭଦ୍ରକ ଜିଲା ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ପୁଣି ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ମୁଖ୍ୟ କାର୍ପଟଦାର ଫେରାର ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ମେଶିନ, ଏସେନ୍ସ ଓ ସିଲ୍‌ ମେଶିନ ପୋଲିସ ଜବତ କରିଛି। 

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଧାନକିଣାରେ ଅନିୟମିତତା: ଚାଷୀଙ୍କ ଧାରଣା

ଭଣ୍ଡାରିପୋଖରୀ, ୧୯।୨ (ଡି.ଏନ.ଏ.) - ଭଣ୍ଡାରିପୋଖରୀ ସଦରମହକୁମାଠାରେ  ଥିବା ନଗୁଁଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକିଣାରେ ଅନିୟମିତତା ପ୍ରତିବାଦରେ ଚାଷୀମାନେ ସୋମବାର ସମିତି କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିଲେ।