ଖେଳ |

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ବ୍ରିସବେନଠାରେ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ କର୍ଟିସ ପାଟରେଶନଙ୍କୁ ସାମିଲ କରାଯାଇଛି। ୨୫ ବର୍ଷୀୟ ଏହି ନ୍ୟୁ ସାଉଥ୍‌ ଓ୍ବେଲ୍ସ ବାମହାତୀ ବ୍ୟାଟ୍ସମ୍ୟାନ ନିକଟରେ ଘରୋଇ କ୍ରିକେଟରେ ଲଗାତର ୨ଟି ଅପରାଜିତ ଶତକ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଥିଲେ। ତେଣୁ ସେ ଦଳରେ ସ୍ଥାନ ପାଇବାକୁ ହକ୍‌ଦାର ଥିଲେ ବୋଲି ଅଷ୍ଟ୍ରେଲିଆ ଚୟନ କମିଟିର ସଦସ୍ୟ ଟ୍ରେଭର ହେନ୍ସ କହିଛନ୍ତି। ଅଷ୍ଟ୍ରେଲିଆ ଟିମ୍‌ ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୨-୧ରେ ପରାଜୟବରଣ କରିଥିଲା। ଏହି ସିରିଜରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ଅପ୍‌ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ଏପରିକି ସିରିଜରେ କୌଣସି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଶତକ ହାସଲ କରିପାରି ନ ଥିଲେ, ଯାହାକି ୩୬ ବର୍ଷ ଇତିହାସରେ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ଘଟଣା ଥିଲା। ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଦିବାରାତ୍ର ହେବ।   

All Right Reserved By

ଖେଳ |

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ମ୍ୟାକଗ୍ରାଥଙ୍କ ପରେ ପ୍ରଥମ ଅଷ୍ଟ୍ରେଲିଆନ କୁମିନ୍ସ

ଦୁବାଇ,୧୮।୨- ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ପାଟ୍‌ କମିନ୍ସ ରବିବାର ଆଇସିସି ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛନ୍ତି। ଏହି କ୍ରିକେଟର ଦୁଇ ସ୍ଥାନ ଉପରକୁ ଉଠି ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ହଟାଇ ନମ୍ବର ଓ୍ବାନ ଟେଷ୍ଟ ବୋଲର ହୋଇପାରିଛନ୍ତି।

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ଶହୀଦଙ୍କ ପରିବାରଙ୍କୁ ସହାୟତା ଦେବେ ଧାଓ୍ବନ

ନୂଆଦିଲ୍ଲୀ,୧୮।୨- ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ଓ ଗୌତମ ଗମ୍ଭୀରଙ୍କ ଭଳି ଭାରତୀୟ ଓପନର ଶିଖର ଧାଓ୍ବନ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିତ୍ବା ଯବାନଙ୍କ ପରିବାରକୁ ସହାୟତା ପାଇଁ ଆଗକୁ ଆସିଛନ୍ତି। 

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ପିଏସ୍‌ଏଲ୍‌ କଭରେଜ କରିବନି କ୍ରିକ୍‌ବଜ

ମୁମ୍ବାଇ,୧୮।୨- ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫ୍‌ ଯବାନ ଶହୀଦ ଘଟଣାକୁ ନେଇ ଦେଶରେ ଜନାତାଙ୍କ ମଧ୍ୟରେ ଆକ୍ରୋଷ ବୃଦ୍ଧି ପାଇବାରେ ଲାଗିଛି।

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ରାଜ୍ୟ ବଡ଼ି ବିଲ୍ଡିଂ ଉଦ୍‌ଯାପିତ

ଭୁବନେଶ୍ୱର, ୧୮।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଅଲ୍‌ ଓଡ଼ିଶା ବଡ଼ି ବିଲ୍ଡିଂ ଓ ଫିଟନେସ୍‌ ସଂଘ, ଖୋର୍ଦ୍ଧା ଜିଲା ବଡ଼ି ବିଲ୍ଡିଂ ଓ ଫିଟ୍‌ନେସ ସଂଘ, ଜାଗୁଆର ଜିମ୍‌ର ମିଳିତ ଆନୁକୂଲ୍ୟରେ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେଶନ ପ୍ରଯୋଜନାରେ ରବିବାର ସନ୍ଧ୍ୟରେ ରାଜ୍ୟ ବଡ଼ି ବିଲ୍ଡିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ:  ଅମିତଙ୍କ ଚମକ; ଭାରତକୁ ୫ ପଦକ ମିଳିବା ନିଶ୍ଚିତ

ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ: ଅମିତଙ୍କ ଚମକ; ଭାରତକୁ ୫ ପଦକ ମିଳିବା ନିଶ୍ଚିତ

ନୂଆଦିଲ୍ଲୀ, ୧୮।୨(ପି.ଟି.)- ବୁଲଗେରିଆ ରାଜଧାନୀ ସୋଫିଆଠାରେ ଚାଲିଥିବା ୭୦ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତର ଅମିତ୍‌ ପୋଙ୍ଘାଲ୍‌ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଗୁଣନିଧି କପ୍‌ ଫୁଟ୍‌ବଲ: ସେମିରେ ଶବର ସ୍ପୋର୍ଟିଂ

ଗୁଣନିଧି କପ୍‌ ଫୁଟ୍‌ବଲ: ସେମିରେ ଶବର ସ୍ପୋର୍ଟିଂ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.)- ପୁରୁଣା ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଡିଏଭି ସ୍କୁଲ ଖେଳପଡିଆରେ ଚାଲିଥିବା ଗୁଣନିଧି କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଖୋର୍ଦ୍ଧାର ଶବର ସ୍କୋର୍ଟିଂ କ୍ଳବ ସେମିଫାଇନାଲରେ ପ୍ରବେଶ କରିଛି। 

ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ଉଦ୍‌ଯାପିତ:  ଓଡ଼ିଶା ପ୍ରଥମଥର ଚାମ୍ପିୟନ

ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫି ଉଦ୍‌ଯାପିତ: ଓଡ଼ିଶା ପ୍ରଥମଥର ଚାମ୍ପିୟନ

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ରେଲ୍‌ଓ୍ବେ ଷ୍ଟାଡିୟମ୍‌ରେ ଟେନିସ୍‌ କ୍ରିକେଟ ଚାମ୍ପିୟନ୍ସ ଟ୍ରଫିର ଦ୍ୱିତୀୟ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ତାମିଲନାଡ଼ୁକୁ ୬ ଉଇକେଟରେ ହରାଇ  ଓଡ଼ିଶା ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି।

ଓଡ଼ିଶାରେ ଟେନିସ୍‌ କ୍ରିକେଟ ଏସିଆ କପ୍‌ ସମ୍ଭାବନା

ଓଡ଼ିଶାରେ ଟେନିସ୍‌ କ୍ରିକେଟ ଏସିଆ କପ୍‌ ସମ୍ଭାବନା

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାରେ ଚାମ୍ପିୟନ୍ସ ଟ୍ରଫି ଟେନିସ୍‌ କ୍ରିକେଟ ଆୟୋଜନରେ ଅଭୀଭୂତ ଟେନିସ କ୍ରିକେଟ ଆସୋସିଏଶନ ଅଫ୍‌ ଇଣ୍ଡିଆର ସାଧାରଣ ସମ୍ପାଦକ କହ୍ନେୟା ଗୁର୍ଜର। 

ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ: କଟକ ସ୍ପୋଟର୍‌ସ   ହଷ୍ଟେଲ ଚାମ୍ପିୟନ

ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ: କଟକ ସ୍ପୋଟର୍‌ସ ହଷ୍ଟେଲ ଚାମ୍ପିୟନ

ସୋନପୁର,୧୮।୨(ନି.ପ୍ର.)-ସ୍ଥାନୀୟ ସୋନପୁର ଗାନ୍ଧୀ ପଡିଆଠାରେ ଚାଲିଥିବା ୧୩ତମ ଅଲ ୍ଓ ଡ଼ିଶା ରବି ଆଣ୍ଡ୍‌ ଅନାଦି ମେମୋରିଆଲ ଫୁଟ୍‌ବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। 

ରାଜ୍ୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

ରାଜ୍ୟ ଟେନିସ୍‌ ଭଲିବଲ ଚାମ୍ପିୟନଶିପ୍‌ ଉଦ୍‌ଯାପିତ

କଟକ ଅଫିସ,୧୮ା୨- ଢେଙ୍କାନାଳ କାମାକ୍ଷାନଗରସ୍ଥିତ ସଂସ୍କାର ସ୍କୁଲଠାରେ ତୃତୀୟ ରାଜ୍ୟ ସିନିୟର ଟେନିସ ଭଲିବଲ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି । ପୁରୁଷ ବିଭାଗରେ ଭଦ୍ରକ ଦଳ ୨-୧ ସେଟ୍‌ରେ ପାରାଦୀପକୁ ପରାସ୍ତ କରି ଚାମ୍ପିୟନ ହୋଇଥିବା ବେଳେ ମହିଳା ବିଭାଗରେ କେନ୍ଦୁଝର ୨-୧ ସେଟ୍‌ରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଥିଲା। 

ଯୁବା ବାସ୍କେଟବଲ ଉଦ୍‌ଯାପିତ: ଓଏସ୍‌ସି ଚାମ୍ପିୟନ

ଯୁବା ବାସ୍କେଟବଲ ଉଦ୍‌ଯାପିତ: ଓଏସ୍‌ସି ଚାମ୍ପିୟନ

ଭୁବନେଶ୍ୱର, ୧୮।୨(କ୍ରୀଡ଼ା ପ୍ରତିନିଧି)- ଇମ୍ଫା ପାର୍କରେ ଯୁବା ବାସ୍କେଟବଲ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାର ଫାଇନାଲରେ ଓଏସ୍‌ସି ୬୭-୫୧ ପଏଣ୍ଟରେ ମାମ୍ବା ବୟେଜ(ମଦର୍ସ କ୍ଲବ)କୁ ହରାଇ ଚାମ୍ପିୟନ ହୋଇଛି। 

ରିୟଲ କଶ୍ମୀରକୁ ୩ ପଏଣ୍ଟ ମିଳିଲେ କୋର୍ଟ ଦ୍ୱାରସ୍ଥ ହେବ ମିନର୍ଭା

ରିୟଲ କଶ୍ମୀରକୁ ୩ ପଏଣ୍ଟ ମିଳିଲେ କୋର୍ଟ ଦ୍ୱାରସ୍ଥ ହେବ ମିନର୍ଭା

ନୂଆଦିଲ୍ଲୀ,୧୮ା୨ (ପି.ଟି.)-ରିୟଲ କଶ୍ମୀରକୁ ଯଦି ୩ ପଏଣ୍ଟ ମିଳେ ତେବେ  ମିନର୍ଭା ପଞ୍ଜାବ ଏଫ୍‌ସି କୋର୍ଟଙ୍କ ଦ୍ୱାରସ୍ଥ ହେବ। ଶ୍ରୀନଗରରେ ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଗତଥର ଚାମ୍ପିୟନ ମିନର୍ଭା ପଞ୍ଜାବ ସେଠାରେ ରିୟଲ କଶ୍ମୀର ବିପକ୍ଷ ଆଇ-ଲିଗ୍‌ ମ୍ୟାଚ ଖେଳିବା ଲାଗି ରାଜି ହେଉନାହିଁ।