ରାଜ୍ୟ |

ଦିନରେ ମାଡ଼ିଆସିଲା ଘନ କୁହୁଡ଼ି

ଦିନରେ ମାଡ଼ିଆସିଲା ଘନ କୁହୁଡ଼ି

କୋଣାର୍କ,  ୨୧ା୧(ଡି.ଏନ୍‌.ଏ.):ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ରାମଚଣ୍ଡୀରେ ରବିବାର ଅପରାହ୍ନ ୩ ଘଟିକା ସମୟରେ ହଠାତ୍‌ ଘନ କୁହୁଡ଼ି ମାଡ଼ିଆସିଥିଲା। ରାମଚଣ୍ଡୀ ସମୁଦ୍ର ପଟୁ କୁହୁଡ଼ି ଧୀରେ ଧୀରେ କୋଣାର୍କ ଆଡ଼କୁ ଯାଇଥିଲା। କୁହୁଡ଼ି ଯୋଗୁ ଏକପ୍ରକାର ଅନ୍ଧକାରମୟ ପରିବେଶ ସୃଷ୍ଟି ହୋଇଯାଇଥିଲା। ଫଳରେ  ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତାଘାଟରେ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅଚାନକ ଏଭଳି ଘନ କୁହୁଡ଼ି ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇ ଉକ୍ତ ସ୍ଥାନ ଛାଡି ଚାଲିଯାଉଥିବା ଦେଖିବାକୁ ମିଳିଥିଲା। ଘନ କୁହୁଡ଼ିରେ ସୂଯର୍‌ୟମନ୍ଦିର ସମ୍ପୂର୍ଣ୍ଣ ଭାବେ ଘୋଡ଼େଇ ହେବା ଯୋଗୁ ପଯର୍‌ୟଟକମାନେ ମନ୍ଦିରର କଳାକୃତି ଦେଖିପାରି ନ ଥିଲେ। କୁହୁଡ଼ି ଯୋଗୁ ସନ୍ଧ୍ୟା ୬ଟା ୩୦ରେ ଅନୁଷ୍ଠିତ ହେଉଥିବା ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’କୁ ବନ୍ଦ କରିଦିଆଯାଇଥିଲା। ଶୋ ବନ୍ଦ ହେବାରୁ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକ ନିରାଶ ହୋଇ ଫେରିଥିଲେ। କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପର୍ଯ୍ୟଟକଙ୍କୁ ଟିକେଟ ମୂଲ୍ୟ ଫେରାଇ ଦିଆଯାଇଥିଲା। କୁହୁଡ଼ି ଏତେ ଘନ ଥିଲା ଯେ ଦିନ ଦ୍ୱିପ୍ରହର ରାତି ଭଳି ଲାଗିଥିଲା। ଏପରିକି ୧୦୦ମିଟର ଦୂରରୁ ମଧ୍ୟ ସୂର୍ଯ୍ୟମନ୍ଦିର ଦେଖାଯାଉ ନ ଥିଲା। ସ୍ଥାନୀୟ ବ୍ୟବସାୟୀମାନେ କୁହୁଡ଼ି ଦେଖି ଭୟରେ ଦୋକାନ ବଜାର ବନ୍ଦ କରିଦେଇଥିଲେ। କୁହୁଡ଼ି ଯୋଗୁ ରାସ୍ତା ଦେଖାଯାଉ ନ ଥିବାରୁ ବାହାରୁ ଆସିଥିବା ପର୍ଯ୍ୟଟକ ଗାଡ଼ିଗୁଡ଼ିକ ରାସ୍ତାରେ ଦୀର୍ଘ ସମୟ ଧରି ଅଟକି ରହିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ଏଭଳି ଘଟଣା କେବେ ଦେଖାଯାଇ ନ ଥିଲା।

All Right Reserved By

ରାଜ୍ୟ |

ଶହୀଦ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଶହୀଦ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୧୬।୨(ବ୍ୟୁରୋ)- ଜାମ୍ମୁ ଓ କଶ୍ମୀରର ଫୁଲୱାମା ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଶା ବୀର ସୈନିକଙ୍କ ମରଶରୀର ଓଡ଼ିଶାରେ ପହଞ୍ଚିଛି।

ଫୁଲନଖରାରେ ଶହୀଦ ମନୋଜଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲନଖରାରେ ଶହୀଦ ମନୋଜଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲନଖରା, ୧୬।୨(ଡି.ଏନ୍‌.ଏ.)-ଜମ୍ମୁ-କଶ୍ମୀରରେ ସିଆରପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ୨ଓଡ଼ିଆ ଯବାନଙ୍କ ମଧ୍ୟରୁ କଟକ ଜିଲା ନିଆଳିର ଶହୀଦ ମନୋଜ ବେହେରାଙ୍କ ମରଶରୀରକୁ ଶନିବାର ଫୁଲନଖରା ଛକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

୨ ଓଡ଼ିଆ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଏମ୍‌ପି, ବିଧାୟକ

୨ ଓଡ଼ିଆ ଶହୀଦଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଏମ୍‌ପି, ବିଧାୟକ

କାକଟପୁର,୧୬।୨(ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ  ଆକ୍ରମଣରେ ୨ ଓଡ଼ିଆ ଯବାନ ଶହୀଦ ହୋଇଥିଲେ। ଏ ନେଇ ଜଗତ୍‌ସିଂହପୁର ଏମ୍‌ପି  କୁଳମଣି ସାମଲ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ପୁରୀ ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ  ପ୍ରମୁଖ ଶନିବାର ଶହୀଦଙ୍କ ଜନ୍ମମାଟିକୁ ଯାଇଥିଲେ। 

୨ ଓଡ଼ିଆ  ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର

୨ ଓଡ଼ିଆ ଶହୀଦ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି ଘୋଷଣାକଲେ ସରକାର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଶହୀଦ ୨ ଓଡ଼ିଆ  ଯବାନଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ୧୦ଲକ୍ଷରୁ ୨୫ ଲକ୍ଷ ଟଙ୍କାକୁ ଶନିବାର ବୃଦ୍ଧି କରିଛନ୍ତି।

ବିମାନ ବନ୍ଦରରେ ପହଞ୍ଚିଲା  ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର

ବିମାନ ବନ୍ଦରରେ ପହଞ୍ଚିଲା ୨ ଓଡ଼ିଆ ଶହୀଦ ଯବାନଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପୁଲ୍‌ଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ୨ ଓଡ଼ିଆ  ବୀର ଯବାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର  ବିମାନବନ୍ଦରରେ  ଶନିବାର ପହଞ୍ଚିଛି।  

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଲା ଫଳକ: ହୋଇପାରିଲାନି ଶିଳାନ୍ୟାସ

ତିହିଡ଼ି,୧୬।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅଧୀନ ଗୋବିନ୍ଦପୁର ପଞ୍ଚାୟତରେ ଶନିବାର ୩ ପ୍ରକଳ୍ପ ଉଦ୍‌ଘାଟନ ଓ ବିଭିନ୍ନ ଶିଳାନ୍ୟାସ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିଲା।

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ: ୨ ବଖରା ଜଳିଗଲା, ୩ ଗୁରୁତର

ଛେଣ୍ଡିପଦା, ୧୬।୨(ସ୍ବ.ପ୍ର): ଅନୁଗୋଳ  ଜିଲା ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀଧରପୁର ବାହାଳସାହିରେ ଗ୍ୟାସ ଲିକ୍‌ ହୋଇଯିବାରୁ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇ ବଖରା ଚାଳଘର ପୋଡି ଜଳିଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଖଇରା ନାଳପୋଲ ନିକଟରେ ବସ୍‌ ଦୁର୍ଘଟଣା: ଶିଶୁ ମୃତ, ୫ ଗୁରୁତର

ଖଇରା ନାଳପୋଲ ନିକଟରେ ବସ୍‌ ଦୁର୍ଘଟଣା: ଶିଶୁ ମୃତ, ୫ ଗୁରୁତର

କଟକ ଅଫିସ,୧୬।୨: କଟକ ଜିଲା ଜଗତପୁର ଥାନା ଅନ୍ତର୍ଗତ ଖଇରା ନାଳପୋଲ ନିକଟରେ ଶନିବାର ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

ହଠାତ୍‌ ବର୍ଷା ବଢ଼ାଇଦେଲା ନାଲି ଚା’ର ଚାହିଦା

କେନ୍ଦୁଝର,୧୬।୨(ସ୍ବ.ପ୍ର.): ରାଜ୍ୟରେ ଶୀତ କମି ଆସୁଥିବା ଯୋଗୁ କିଛିଦିନ ଧରି ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିଲା। ମାତ୍ର ଶନିବାର ପାଣିପାଗରେ ପରିବର୍ତ୍ତନ ଘଟି ହଠାତ୍‌ ବର୍ଷା ହୋଇଛି। ଏହି ଉପଲକ୍ଷେ  କେନ୍ଦୁଝର ସହରବାସୀ ନାଲି ଚା’ର ମଜା ଉଠାଇଛନ୍ତି।

 ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

ମାଟ୍ରିକ ପରୀକ୍ଷା ନେଇ ପ୍ରଶାସନିକ ପ୍ରସ୍ତୁତି

କେନ୍ଦୁଝର,୧୬।୨(ସ୍ବ.ପ୍ର.): ଆସନ୍ତା ୨୨ ତାରିଖରୁ  ହେବାକୁଥିବା ମାଟ୍ରିକ ପରୀକ୍ଷାରେ କେନ୍ଦୁଝର ଜିଲାର ୨୩,୨୩୩ ଜଣ ରେଗୁଲାର ଓ ୧,୨୨୧ ଜଣ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୧୨୩ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିବାକୁ ନିଷ୍ପତ୍ତି ନିଆଯାଇଛି।  

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଇକିଆରେ ୨ ମିନିଟ ନୀରବ ପ୍ରାର୍ଥନା

ରାଇକିଆ,୧୬।୨(ଡି.ଏନ୍‌ଏ.): ଜମ୍ମୁ-କଶ୍ମୀର ପୁଲଓ୍ବାମାଠାରେ ଆତଙ୍କବାଦୀ  ସଂଗଠନ ଦ୍ୱାରା ହୋଇଥିବା ଆକ୍ରମଣରେ ବୀର ଯବାନ ଶହୀଦ ହୋଇଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ରାଇକିଆ ବିଜୟ ହାଇସ୍କୁଲଠାରେ ଶନିବାର ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।