ରାଜ୍ୟ | ଉପକୂଳ ଓଡିଶା

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଠିକାରେ ଚାଲିଛି ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୨୧ା୧(ବ୍ୟୁରୋ):ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓଏସ୍‌ଓୟୁ) ସମ୍ପର୍କିତ ବିଲ୍‌ ବିଧାନସଭାରେ ଗୃହୀତ ହେଲା। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉକ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲା। ହେଲେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର ସାଢେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହାର  ନିଜସ୍ବ ଗୃହ, ଲାବୋରେଟୋରି ଏବଂ ସ୍ଥାୟୀ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତ ହୋଇନାହାନ୍ତି। ଠିକାରେ କେତେଜଣ କର୍ମଚାରୀଙ୍କୁ ନେଇ ଯେନତେନ ପ୍ରକାରେଣ କାମଚଳା ନୀତିରେ ମୁକ୍ତ ବିଶ୍ୱବିଦ୍ୟାଳୟ ଚାଲିଛି। ବର୍ତ୍ତମାନ ଏହି ମୁକ୍ତ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୦,୦୦୦ରୁ ଅଧିକ ଛାତ୍ରୀଛାତ୍ର ପଢୁଛନ୍ତି। ୧୨ଟି ବିଭାଗରେ ଏହା ସ୍ନାତକୋତ୍ତର ଶିକ୍ଷା ସହିତ ଅନ୍ୟ ୪୨ଟି କାର୍ଯ୍ୟକ୍ରମରେ ପିଜି ଡିପ୍ଲୋମା, ଡିପ୍ଲୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସାରା ରାଜ୍ୟର ୩୦ଟି ଜିଲାରେ ଏହାର ୫୦ଟି ଶିକ୍ଷା କେନ୍ଦ୍ର ରହିଛି। ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ଏହି ପାଠ୍ୟକ୍ରମ ଗୁଡ଼ିକର ଶିକ୍ଷାଦାନ କରାଯାଉଛି। ହେଲେ ଏହି ଶୈକ୍ଷିକ ସଫଳତା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏହାକୁ ପ୍ରତିଷ୍ଠା କରି ବୈମାତୃକ ମନୋଭାବ ପୋଷଣ କରିଚାଲିଥିବା ଅଭିଯୋଗ ହେଉଛି। ମୁକ୍ତ ବିଶ୍ୱବିଦ୍ୟାଳୟ ୨୦୧୫ ଜୁନ୍‌ରେ ପ୍ରତିଷ୍ଠା ହୋଇଥିଲା। କିଛି ମାସ ପରେ ଏହି ପ୍ରତିଷ୍ଠାକୁ  ୪ବର୍ଷ ବିତିବାକୁ ଯାଉଛି। 

ଓଏସ୍‌ଓୟୁ ମୁଖ୍ୟାଳୟ ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଏକ ଛୋଟିଆ କୋଠାରେ ଚାଲିଛି। ପ୍ରାୟ ୩ ବର୍ଷ ହେଲାଣି ଗୋଟାଏ ଲମ୍ବା ହଲରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ଚାଲିଛି। ଆଶ୍ଚର୍ଯ୍ୟଜନକ ବିଷୟ ଏହି କି ଯେ, କୁଳପତି ଏବଂ କୁଳସଚିବଙ୍କ ପାଇଁ ସ୍ଥାୟୀ ଅଫିସ୍‌ ପ୍ରକୋଷ୍ଠଟିଏ ନାହିଁ। ଏହି କ୍ୟାମ୍ପସ ଅସ୍ଥାୟୀ ଭାବେ ଚାଲୁଥିବାରୁ ସେଠାରୁ ସ୍ଥାନାନ୍ତର କରିବାକୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୫ ମାସ ପୂର୍ବେ ଓଏସ୍‌ଓୟୁକୁ ନୋଟିସ୍‌ ଦେଇସାରିଛନ୍ତି। ବିଶ୍ୱବିଦ୍ୟାଳୟକୁ ନିଜର କ୍ୟାମ୍ପସ ନିର୍ମାଣ ପାଇଁ ଜମି ଖଣ୍ଡେ ମିଳିପାରି ନାହିଁ। ଆଇଆଇଏମ୍‌ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ଅତିରିକ୍ତ ଜାଗା ସରକାର ଦେଇଥିବା ବେଳେ ମୁକ୍ତ ବିଶ୍ୱବିଦ୍ୟାଳୟକୁ ଗୋଟେ ଗୁଣ୍ଠ ଜମି ବି ଦେଇନାହାନ୍ତି। ଜମି କେବେ ମିଳିବ ଓ କେବେ ବିଶ୍ୱବିଦ୍ୟାଳୟ ଘର ପ୍ରତିଷ୍ଠା ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ମୁକ୍ତ ବିଶ୍ୱବିଦ୍ୟାଳୟ ସଙ୍ଗରେ ଏକାଥରେ ପ୍ରତିଷ୍ଠା ହୋଇଥିବା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ବିଭିନ୍ନ ପଦବୀ ମଞ୍ଜୁର ଦେବା ସହ ବିଭିନ୍ନ କ୍ଷେତ୍ର ପାଇଁ ଅନୁଦାନ ମିଳିଛି। ଏପରିକି ଏହି ତିନୋଟି ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗ ତପତ୍ରତା ପ୍ରକାଶ କରିଛି। ହେଲେ ମୁକ୍ତ ବିଶ୍ୱବିଦ୍ୟାଳୟ ବେଳକୁ ସେହି ତତ୍ପରତା ଦେଖିବାକୁ ମିଳିନାହିଁ। 

ଓଏସ୍‌ଓୟୁରେ ନିଯୁକ୍ତି ନିମନ୍ତେ କୌଣସି ପଦବୀ ପାଇଁ ଉଚ୍ଚଶିକ୍ଷା ବିଭାଗ ମଞ୍ଜୁରୀ ଦେଇନାହିଁି। ବିଶ୍ୱବିଦ୍ୟାଳୟ ଏ ନେଇ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖିଥିବା ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ବୀକାର କରିଛନ୍ତି। ହେଲେ ପଦବୀ ମଞ୍ଜୁୁର  ନ ହେବାର କାରଣ ଉଲ୍ଲେଖ କରିନାହାନ୍ତି। ବର୍ତ୍ତମାନର କୁଳପତି ଶ୍ରୀକାନ୍ତ ମହାପାତ୍ର ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ରୁ ଡେପୁଟେଶନରେ ଆସିଥିବା ବେଳେ କୁଳସଚିବ ଉଚ୍ଚଶିକ୍ଷା ବିଭାଗରୁ ଡେପୁଟେଶନରେ ଆସିଛନ୍ତି।  ଜାତୀୟ ଅନୁଷ୍ଠାନ ଇଗ୍ନୋ ଭଳି ସଂସ୍ଥାରେ ଇଂଲିଶ ଏବଂ ହିନ୍ଦୀରେ ଶିକ୍ଷାଦାନକୁ ଗୁରୁତ୍ୱ ଦିଆଯାଇଥାଏ। ହେଲେ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଶିକ୍ଷାଦାନ ସହ ପାଠ୍ୟକ୍ରମ ଯୋଗାଇ ଦିଆଯାଉଛି। ଆଉ ଏଥିପାଇଁ କାର୍ଯ୍ୟରେ ନିୟୋଜିତ ଥାଇ ମଧ୍ୟ ଅନେକ ଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇଥାନ୍ତି। ଏଠାରେ କମ୍‌ ଖର୍ଚ୍ଚରେ  ସ୍ନାତକୋତ୍ତର ଶିକ୍ଷା ପାଇଁ ଦୁଇ ବର୍ଷକୁ ବିଶ୍ୱବିଦ୍ୟାଳୟ ମାତ୍ର ୧୦,୦୦୦ ଟଙ୍କା  ନିଆଯାଉଛି। ଏଥିସହିତ ପାଠ୍ୟପୁସ୍ତକ, ପରୀକ୍ଷା, ଖାତା ଦେଖା, ଭିଡିଓ କ୍ଲାସ୍‌ ଏବଂ ଅଡ଼ିଓ କ୍ଲାସ୍‌ ପରି ବ୍ୟବସ୍ଥା ରହିଛି। ତେଣୁ ସରକାରଙ୍କ ଅନୁଦାନ ବିନା କେବଳ ଛାତ୍ରୀଛାତ୍ରଙ୍କ ନାମଲେଖା ଅର୍ଥରେ  ବିଶ୍ୱବିିଦ୍ୟାଳୟ ଚାଲିବା କଷ୍ଟକର  ବୋଲି ପରୋକ୍ଷରେ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଦିଲୀପ ନାୟକ ସ୍ବୀକାର କରିଛନ୍ତି। ହେଲେ ଏହିସବୁ ଅଭିଯୋଗ ଉପରେ କୌଣସି ନିର୍ଦ୍ଦିଷ୍ଟ ଟିପ୍ପଣୀ ଦେବାକୁ ସେ ଉତ୍ତରଦାୟୀ ନୁହନ୍ତି ବୋଲି କହି ଏଡାଇ ଯାଇଛନ୍ତି।  ଏସଂକ୍ରାନ୍ତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ମତାମତ ଭାଇ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ହେଲେ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଅପରପକ୍ଷରେ ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ତାଙ୍କର ତଳପାହ୍ୟା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ କହି ପ୍ରସଙ୍ଗକୁ ଏଡାଇଯାଇଛନ୍ତି।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ;  ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନାକୁ ବନ୍ଦ ହେବାକୁ ଦେବି ନାହିଁ; ପ୍ରତାପ, ଅନୁଭବଙ୍କୁ ଭୋଟ ଦେଇ ବିଜୟୀ କରନ୍ତୁ: ମୁଖ୍ୟମନ୍ତ୍ରୀ

ମାହାଙ୍ଗା,୨୩ା୪(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଟକ ଜିଲାର ମାହାଙ୍ଗା ନିର୍ବାଚନମଣ୍ଡଳୀ ଗସ୍ତରେ ଆସି ଜେ.ଏନ. କଲେଜ ପଡ଼ିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ। 

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

ବାରୁଅ ବିଜୟ ସଙ୍କଳ୍ପ ସମାବେଶରେ ବର୍ଷିଲେ ମୋଦି: କହିଲେ ନବୀନ ଭଲରେ ବିଦାୟ ନିଅନ୍ତୁ ବୋଲି ଚାହୁଁଥିଲି, ହେଲେ ଏଥର ସେ ବିଦା ହେବା ନିଶ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୨୩।୪- କେନ୍ଦ୍ରାପଡ଼ା ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସମସ୍ତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଗାଦି ଛାଡିବା ସମୟ ଆସିଗଲାଣି ବୋଲି କହିଥିବା ବେଳେ ରାଫେଲ ପ୍ରସଙ୍ଗକୁ ନେଇ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି।

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧% ମତଦାନ, ୨ ବୁଥ୍‌ରେ ମତଦାନ ସ୍ଥଗିତ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ୬ ଲୋକ ସଭା ଓ ୪୨ ବିଧାନସଭା ଆସନ ଲାଗି ମଙ୍ଗଳବାର ମତଦାନ କରାଯାଉଛି। ସକାଳ ୭ଟାରେ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। 

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଆସନ୍ତା ୨୫ରେ ୯ ବୁଥ୍‌ରେ ହେବ ସାନି ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଆସନ୍ତା ୨୫ରେ ରାଜ୍ୟର ୯ଟି ବୁଥ୍‌ରେ ସାନି ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଉକ୍ତ ବୁଥ୍‌ଗୁଡ଼ିକରେ ବିଭିନ୍ନ କାରଣ ନେଇ ମତଦାନ ସ୍ଥଗିତ ରହିଥିଲା। 

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ଇଭିଏମ୍‌ରେ ତ୍ରୁଟି ଯୋଗୁ ସତ୍ୟବାଦୀରେ ମତଦାନ ବିଳମ୍ବିତ

ସାକ୍ଷୀଗୋପାଳ, ୨୩।୪(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ୧୦୯ ବିଧାନସଭା ଓ ୧୭  ପୁରୀ ଲୋକ ସଭା ନିର୍ବାଚନ ନିମନ୍ତେ ମଙ୍ଗଳବାର ସକାଳୁ ସତ୍ୟବାଦୀ ବ୍ଲକର ୧୧୨ଟି କେନ୍ଦ୍ରରେ ମତଦାନ ଚାଲିଛି। 

କେନ୍ଦୁଝରରେ  ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ  ୩୭%

କେନ୍ଦୁଝରରେ ୧ଟା ପର୍ଯ୍ୟନ୍ତ ୩୫.୧୫% ମତଦାନ: ପାଟଣା ନିର୍ବାଚନମଣ୍ଡଳୀରେ ୩୭%

ପାଟଣା,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ବିଧାନସଭା ନିର୍ବାଚନମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ପାଇଁ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୭୩ଟି ବୁଥ୍‌ରେ ମତଦାନ ଚାଲୁ ରହିଛି। 

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ସହରର ବିଭିନ୍ନ ବୁଥ୍‌ରେ ଅବ୍ୟବସ୍ଥା ଯୋଗୁ ମତଦାନରେ ବିଳମ୍ବ

ପୁରୀ ଅଫିସ, ୨୩।୪: ପୁରୀ ସହରର ବିଭିନ୍ନ ବୁଥରେ ବ୍ୟାପକ ଅବ୍ୟବସ୍ଥା  ସୃଷ୍ଟି ହୋଇଛି। ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କେତେକ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବରେ ଆରମ୍ଭ ହୋଇଥିବା ସୂଚନା ମିଳିଛି। 

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଜିଲାରେ ୧ଟା ସୁଦ୍ଧା ୨୭.୧୭% ମତଦାନ: ଜଟଣୀ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୩.୯୫%

ଖୋର୍ଦ୍ଧା ଅଫିସ,୨୩ା୪(ଡି.ଏନ୍‌.ଏ.): ମଙ୍ଗଳବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲୁରହିଛି।

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ  ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ମତଦାନ କେନ୍ଦ୍ରରେ ପଣାହାଣ୍ଡିରେ ଶଙ୍ଖଚିହ୍ନ ମାରି ପଣା ବଣ୍ଟନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲୁ ରହିଛି।

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର /ଆନନ୍ଦପୁର,୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri