ରାଜ୍ୟ | ଉପକୂଳ ଓଡିଶା

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଆଜି ଶ୍ରୀନୀଳମାଧବ ଜୀଉଙ୍କ ଦେବାଭିଷେକ: ସୁନାବେଶ ପାଇଁ ନୀତି ନିର୍ଘଷ୍ଟ

ଖଣ୍ଡପଡ଼ା,୨୧ା୧(ସ୍ବ.ପ୍ର.)- କଣ୍ଟିଲୋ ଶ୍ରୀ ନୀଳମାଧବଜୀଉଙ୍କ ଦେବାଭିଷେକ ତଥା ସୁନାବେଶ ୨୧ ତାରିଖ ପୌଷ ପୂର୍ଣ୍ଣମୀ ତିଥିରେ ପାରମ୍ପରିକ ରୀତିରେ ପାଳିତ ହେବ ା ଏଥିପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଷ୍ଟ ସ୍ଥିର ହୋଇଛି ା ଠାକୁରଙ୍କୁ ସୁନା ଅଳଙ୍କାର ଲାଗି ହେବାର କାର୍ଯ୍ୟକ୍ରମ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ ଯୋଗୁ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।  ସକାଳ  ୫ଟାରେ ପହଡ଼ ଖୋଲା, ସ୫.୧୫ରେ ମଙ୍ଗଳ ଆଳତୀ, ୫.୩୦ସ୍ନାନ ଅବକାଶ ଓ ବେଶ, ୫.୪୫ରେ ରୋଷହୋମ, ୬ଟାରେ  ସୂର୍ଯ୍ୟ ପୂଜା, ୬.୩୦ରେ  ବଲ୍ଲଭ, ପୂର୍ବାହ୍ନ ୮ଟାରେ ସକାଳ ଧୂପ, ସାଢେ ୮ଟାରେ ଭଣ୍ଡ ଧୂପ, ୯ଟାରେ ପୂର୍ଣ୍ଣାହୁତି, ୧୦ଟାରେ ସ୍ନାନ ଅବକାଶ ଓ  ସାଢ଼େ ୧୦ଟା ପରେ ଶ୍ରୀ ଜୀଉଙ୍କ ବେଶ ଆରମ୍ଭ ହେବ ା ପରେ ଠାକୁରଙ୍କ ଶୋଭାଯାତ୍ରା ଓ ମା’ମହାଲକ୍ଷ୍ମୀଙ୍କୁ ବରଣ କରାଯାଇ ସାଢେ ୧୧ଟାରେ ଦିପ୍ରହର ଧୂପ ଅନୁଷ୍ଠିତ ହେବ ା  ଅମୃତ କୁଡ଼ୁଆ ପୂଜା ୧୧.୩୫ରେ ଅନୁଷ୍ଠିତ ହେବ ା ମା’ ଲକ୍ଷ୍ମୀଙ୍କ ଉପସ୍ଥିତରେ ଶ୍ରୀଜୀଉଙ୍କ ସୁନାବେଶ ସମ୍ପନ୍ନ ହୋଇ ୧୨ଟାରେ ସାହାଣମେଲାରେ ଶ୍ରୀଜୀଉ ସୁନାବେଶରେ ସର୍ବସାଧାରଣଙ୍କୁ ଦର୍ଶନ ଦେବାସହ ରାତି ୯ଟା ପଯର୍‌ୟନ୍ତ ସାହାଣ ମେଲା ରହିବ ା ୧.୧୦ରେ ଦ୍ୱି ପ୍ରହର ଧୂପ, ଅପରାହ୍ନ ୪ଟାରେ ପହଡ ଲାଗି ଓ ୫ ଟାରେ ପହଡ ଖୋଲା ନୀତି ସମ୍ପନ୍ନ ହେବ ା ସନ୍ଧ୍ୟା ଆଳତୀ ସନ୍ଧ୍ୟା ୮ଟାରେ ହେବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଦେବୋତ୍ତର ପରିଚାଳକ ହରିହର ଦାଶ ସୂଚନା ଦେଇଛନ୍ତି ା  ଏହି ଅବସରରେ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦଙ୍କ ସ୍ମୃତିରେ ଜି. ଉଦୟଗିରି ବନ୍ଦ: ୨ ମିନିଟ୍‌ ନୀରବ ପ୍ରାର୍ଥନା

ଜି. ଉଦୟଗିରି,୧୮।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା  ଜି. ଉଦୟଗିରି ସହରର ବ୍ୟବସାୟୀ ସଂଘ ଆନୁକୂଲ୍ୟରେ ଜମ୍ମୁ-କଶ୍ମୀର ପୁୁଲୱାମାଠାରେ ଶହୀଦ ହୋଇଥିବା ବୀର ଯବାନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସୋମବାର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି। 

 ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ଗାଁ ଦାଣ୍ଡରେ ମାରଣାସ୍ତ୍ରରେ ଯୁବକଙ୍କୁ ହାଣି ହତ୍ୟା: ଅଭିଯୁକ୍ତ ଫେରାର

ବେଗୁନିଆ/ବୋଲଗଡ଼,୧୮।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ ଅଧୀନ ଦେଉଳି ଗ୍ରାମରେ ସୋମବାର ଏକ ଭିଭତ୍ସ ହତ୍ୟାକାଣ୍ଡ ଘଟିଛି।

 ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ବ୍ୟବସାୟୀ

ଖୋର୍ଦ୍ଧା ଅଫିସ,୧୮।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ୍‌ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲା ବ୍ୟବସାୟ ପ୍ରତିଷ୍ଠାନ ସୋମବାର ବନ୍ଦ ରହଛି।

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

ଶହୀଦଙ୍କ ସ୍ମୃତିରେ ଦୋକାନ ବଜାର ବନ୍ଦ

କେନ୍ଦୁଝର (ସ୍ବ.ପ୍ର.) ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ମୃତ ଶହୀଦଙ୍କ ସ୍ମୃତିରେ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। 

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ରାଲିରେ ସାମିଲ ହେଲେ ସଂଖ୍ୟାଧିକ ମୁସଲିମ ଯୁବକ

ପାଟଣା,୧୮।୨(ସ୍ବ.ପ୍ର.):ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ମହୋଦଧିରେ ବିସର୍ଜନ ହେଲା ଶହୀଦଙ୍କ ଚିତାଭସ୍ମ

ପୁରୀ ଅଫିସ,୧୮।୨: ଜମ୍ମୁ-କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଦୁଇ ଓଡ଼ିଆ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରାଙ୍କ ଚିତାଭସ୍ମ ମହୋଦଧିରେ ବିସର୍ଜନ ହୋଇଛି। 

 ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି: ବ୍ରହ୍ମପୁରର ୩୦ଟି ବଜାର ବନ୍ଦ

ବ୍ରହ୍ମପୁର ଅଫିସ,୧୮ା୨: ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଛନ୍ତି।   ଏହି ଆକ୍ରମଣକୁ ନେଇ ସାରା ଦେଶରେ କ୍ଷୋଭ ଏବଂ ଶୋକର ମାହୋଲ ଦେଖାଦେଇଛି। ସବୁଆଡୁ ଘଟଣାକୁ ନିନ୍ଦା କରାଯାଉଛି। 

୩ ଜିଲାରେ ବର୍ଷା ସମ୍ଭାବନା

୩ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୮ା୨(ବ୍ୟୁରୋ): ଥଣ୍ଡା କମିବାରେ ଲାଗିଥିବାବେଳେ ଦିନରେ ତାପମାତ୍ରା ବଢ଼ି ଚାଲିଛି। ସକାଳେ ଅଧିକାଂଶ ସ୍ଥାନରେ କୁହୁଡ଼ି ଦେଖାଯାଉଛି। ଏପରିସ୍ଥଳେ ଦୁଇଦିନ ହେଲା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ସାମାନ୍ୟ ବର୍ଷା ସହ ପବନ ବହୁଛି। 

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଆଶାୟୀଙ୍କୁ ଅଡ଼ୁଆ ଏକାଧିକ ଚୟନ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ସାଧାରଣ ନିର୍ବାଚନ ଘୋଷଣାକୁ ଅଳ୍ପ କିଛିଦିନ ବାକି ରହିଛି। ଏହାପୂର୍ବରୁ କଂଗ୍ରେସ ଦଳ ହିଁ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରଥମେ ଅଣ୍ଟା ଭିଡ଼ିଛି। ଇତିମଧ୍ୟରେ ୧୧ ଲୋକ ସଭା ଓ ୭୭ ବିଧାନସଭା ଆସନ ନେଇ ସ୍କ୍ରିନିଂ କମିଟି ବୈଠକ ସରିଯାଇଛି। 

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଅନିଶ୍ଚିତତା ଭିତରେ ମହାମେଣ୍ଟ

ଭୁବନେଶ୍ୱର,୧୮ା୨(ବ୍ୟୁରୋ):ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଓ ଭାଜପାକୁ ଶାସନ ଗାଦିରେ ବସାଇ ନ ଦେବା ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ ମିଳିବା ପରେ ରାଜ୍ୟର ସମଭାବାପନ୍ନ ଦଳଗୁଡିକ ସହ ମେଣ୍ଟ କରିବାକୁ ଯୋଜନା ଚାଲିଛି। 

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକରେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ:‘ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇନି’

ଭଦ୍ରକ ଅଫିସ, ୧୮ା୨:ଓଡ଼ିଶାରେ ୧୯ ବର୍ଷର ସ୍ଥାୟୀ ସରକାର ସତ୍ତ୍ବେ ବିକାଶ ହୋଇପାରିନାହିଁ। ରାଜ୍ୟର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ। ଭାଜପା ହିଁ ଏହାର ଏକମାତ୍ର ବିକଳ୍ପ। ଏଣୁ ବୁଥ୍‌ସ୍ତରରୁ ଦଳୀୟ ସୈନିକମାନେ ସଂକଳ୍ପ ନେବା ଆବଶ୍ୟକ। ମୋଦିଙ୍କ ବିକାଶମୂଳକ ଯୋଜନା ଘରେ ଘରେ ପହଞ୍ଚାଇବା ଆବଶ୍ୟକ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ରବିବାର ଭଦ୍ରକ ଜିଲା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।  

ଅତି ଚାଲାକି ମହଙ୍ଗା ପଡିଲା

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.):ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି ।