ରାଜ୍ୟ |

ଦଇତାପତି ନିଯୋଗ ନିର୍ବାଚନ: କାଏମ୍‌ ରହିଲା ୨୪ ନାମାଙ୍କନପତ୍ର

ପୁରୀ ଅଫିସ,୨୧ା୧: ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ଦଇତାପତି ନିଯୋଗ ନିର୍ବାଚନ। ଏଥିପାଇଁ ରବିବାର ନାମାଙ୍କନପତ୍ର ପ୍ରତ୍ୟାହାର ଓ ଯାଞ୍ଚ କରାଯାଇଥିଲା। ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇଥିଲା। ୬ଜଣ ଦଇତାପତି ସେବକ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ ଦଇତାପତି ପ୍ରେମାନନ୍ଦ ଦାସମହାପାତ୍ର ଓ ବିନାୟକ ଦାସମହାପାତ୍ର ରହିଥିବା ଜଣାପଡିଛି। ସେହିପରି ଯାଞ୍ଚ ସମୟରେ ୨ଜଣଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଫଳରେ ୨୪ ଜଣଙ୍କ ନାମାଙ୍କନପତ୍ର କାଏମ ରହିଛି। 

ତେବେ ନିବର୍ର୍ାଚନରେ ଲଢିବାକୁ ଥିବା ପ୍ରାର୍ଥୀମାନେ ହେଲେ ବାସୁଦେବ ଦାସମହାପାତ୍ର, ଭଗବାନ ଦାସମହାପାତ୍ର, ରବୀନ୍ଦ୍ର ଦାସମହାପାତ୍ର, ଦୁର୍ଗାପ୍ରସାଦ ଦାସମହାପାତ୍ର, ଗଣେଷ ଦାସମହାପାତ୍ର, ଗଣପତି ଦାସମହାପାତ୍ର, ଦେବୀପ୍ରସାଦ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ର, ସଞ୍ଜୟ ଦାସମହାପାତ୍ର, ରଘୁନାଥ ଦାସ ମହାପାତ୍ର, ଚନ୍ଦ୍ରଶେଖର ଦାସମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ଆର୍ତ୍ତତ୍ରାଣ ପତିମହାପାତ୍ର, ମଦନ ଦାସମହାପାତ୍ର, ବିଭୂପ୍ରସାଦ ଦାସମହାପାତ୍ର, ଶ୍ୟାମପ୍ରସାଦ ଦାସମହାପାତ୍ର, ଦୀନବନ୍ଧୁ ଦାସମହାପାତ୍ର, ଅମିତ ଦାସମହାପାତ୍ର, ଜିତେନ୍ଦ୍ର ଦାସମହାପାତ୍ର, କୀର୍ତ୍ତିପ୍ରକାଶ ଦାସମହାପାତ୍ର, ମଧୁସୂଦନ ଦାସମହାପାତ୍ର, ରାମକୃଷ୍ଣ ଦାସମହାପାତ୍ର, ନରସିଂହ ଦାସ ମହାପାତ୍ର ଓ ସୂର୍ଯ୍ୟନାରାୟଣ ସ୍ବାଇଁ ମହାପାତ୍ର।

ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହର କରି ନେଇଥିବା ବରିଷ୍ଠ ଦଇତାପତି ବିଶ୍ୱାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଆଗକୁ ମହାପ୍ରଭୁଙ୍କ ରଥଯାତ୍ରା ଆସୁଛି। ଠାକୁରଙ୍କ କାମ ସମସ୍ତେ ମିଳିମିଶି କରିବୁ। ଯୁବ ଦଇତାପତିମାନଙ୍କୁ ଆଗକୁ ଛାଡିବା ଲାଗି ନାମାଙ୍କନପତ୍ର ପ୍ରତ୍ୟାହାର କରିଛି। ଯୁବଗୋଷ୍ଠୀଙ୍କ ପଛରେ ରହି ସେମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ, ସହଯୋଗ ଏବଂ ପରାମର୍ଶ ଦେବି ବୋଲି ସେ କହିଛନ୍ତି।

ସୂଚନାଥାଉ କି, ୧୫ ଜଣଙ୍କୁ ନିର୍ବାଚିତ କରିବା ଲାଗି ଆସନ୍ତା ୨୮ ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ହେବ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଶୀତତାପ ପ୍ରକୋଷ୍ଠରେ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତାଦାନ କରିବେ ୧୨୦ ମତଦାତା। ସେହିଦିନ ଅପରାହ୍ନ ୪ଟାରେ ଫଳାଫଳ ଘୋଷଣା ହେବ।

All Right Reserved By

ରାଜ୍ୟ |

ଓଟିଭି ବିରୋଧରେ ଅଭିଯୋଗ:  ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଓଟିଭି ବିରୋଧରେ ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଭାଜପା ପ୍ରଚାରରେ ବେଆଇନ ହୋଡିର୍ଂ ବ୍ୟବହାର ଏବଂ ଭାଜପାର ପେଡ୍‌ ନ୍ୟୁଜ ପ୍ରସାରଣ କରୁଥିବା ଅଭିଯୋଗ ଆଣି ଓଟିଭି ଚ୍ୟାନେଲ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜୁ ଜନତା ଦଳ। ଏହି ସବୁ ଗୁରୁତର ମାମଲାରେ ନିର୍ବାଚନ କମିଶନଙ୍କ ନିରବତାକୁ ଦଳ ପ୍ରଶ୍ନ କରିବା ସହ କାଳବିଳମ୍ବ ନକରି କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି।

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ଫାଣ୍ଡି ସମ୍ମୁଖରେ କଙ୍ଗାରୁ କୋର୍ଟ : ଦୁର୍ବୃତ୍ତଙ୍କୁ ୩ ଲକ୍ଷ ଟଙ୍କା ଜରିମାନା

ନୟାଗଡ଼ ଅଫିସ,୧୮।୪- ନୟାଗଡ଼ ଜିଲା ସଦର ଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ସମ୍ମୁଖରେ ଗୁରୁବାର କଙ୍ଗାରୁ କୋର୍ଟ ବସିଥିବା ଜଣାପଡିଛି। କଙ୍ଗାରୁ କୋର୍ଟ ମାଧ୍ୟମରେ ୪ ଜଣ ବ୍ୟକ୍ତିଙ୍କୁ ୩ ଲକ୍ଷ ୪୦ ହଜାର ଟଙ୍କା ଜରିମାନା କରାଯାଇଛି, ଯାହା ପୋଲିସର ପାରିଲାପଣିଆ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।  

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି, ପରିବର୍ତ୍ତନ ଲୋଡ଼ା

ବଇଣ୍ଡା,୧୮।୪(ଡି.ଏନ.ଏ.)- ରାଜ୍ୟରେ ଦୀର୍ଘ ୧୯ ବର୍ଷ ସରକାରର ଏକଛତ୍ରବାଦ ଶାସନ ଚାଲିଛି। ଅପରାଧ ବଢିବାସହ ସରକାରୀ ଯୋଜନାକୁ ବାଟ ମାରଣା କରାଯାଉଛି। କେନ୍ଦ୍ରୀୟ ଯୋଜନାକୁ  ଠିକ୍‌ ଭାବେ ପ୍ରଚଳନ କରୁ ନ ଥିବାବେଳେ  ଗରିବ ଲୋକଙ୍କୁ  ଯୋଜନାରୁ  ବଞ୍ଚିତ କରାଯାଉଛି। 

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ଦାବି: ଜାରିଙ୍ଗଠାରେ ଚାଷୀଙ୍କ ରାସ୍ତାରୋକୋ

ଜୁନାଗଡ,୧୮।୪(ଡି.ଏନ.ଏ.): ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ପାଣି ଛାଡିବା ପାଇଁ ଜାରିଙ୍ଗ ଡ୍ରିଷ୍ଟିବ୍ୟୁଟାରୀର ଚାଷୀମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜାରିଙ୍ଗ ଛକ ୨୬ନଂ. ଜାତୀୟ ରାଜପଥ ଉପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ସାଢେ ୧୧ଟା ଦେଢ ଘଣ୍ଟା ଧରି ଚାଷୀମାନେ ରାସ୍ତାରୋକୋ କରିଥିଲେ। ଫଳରେ ରାସ୍ତାରେ ଶତାଧିକ ଯାନବାହନ ଅଟକି ରହିଥିଲା। 

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଅବହେଳିତ କଣ୍ଡରାଗଡିଆ ଗ୍ରାମ: ଭୋଟବର୍ଜନ ଲାଗି ଗ୍ରାମବାସୀଙ୍କ ଚେତାବନୀ

ଖଇରା, ୧୮।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ଅଧୀନ କଣ୍ଡରାଗଡିଆ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ। ଘରପୋଡି ବେଳେ ଦମକଳ ଗାଡିଟିଏ ଗଁାକୁ ପଶିପାରୁନି। 

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

୬ ବୁଥ୍‌ରେ ମତଦାନ ହୋଇପାରିଲାନି: ଦୋଷୀ ପୋଲିଂ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଇଭିଏମ୍‌ରେ ତ୍ରୁଟି ପରିଲଖିତ ହେବା ଯୋଗୁ ମତଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ୬ଟି ବୁଥ୍‌ରେ ଇଭିଏମ୍‌  ତ୍ରୁଟି ଏବଂ ପୋଲିଂ କର୍ମଚାରୀଙ୍କ ଅବହେଳା ଯୋଗୁ ନିର୍ବାଚନକୁ ବାତିଲ କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ଶୋ’ ବେଳେ ଦୁର୍ଘଟଣା, ଜଣେ କର୍ମୀ ଆହତ

ଭୁବନେଶ୍ୱର/ ଖୋର୍ଦ୍ଧା ଅଫିସ, ୧୮।୪(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଖୋର୍ଦ୍ଧା ଜିଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍‌ ଶୋ’ କରିଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ କର୍ମୀ ଆହତ ହୋଇଛନ୍ତି। 

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ: ୫ଟା ସୁଦ୍ଧା ୬୪% ମତଦାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ):  ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୫ ଲୋକ ସଭା ଓ ୩୫ ବିଧାନସଭା ଲାଗି ମତଦାନ ହୋଇଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ମୋଟ ୬୪ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ବିଜେଡିର ହିଂସାକୁ ରାଜ୍ୟବାସୀ ଭୋଟରେ ଜବାବ ଦେବେ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୧୮।୪(ବ୍ୟୁରୋ): ପରାଜୟର ଭୟରେ ବିଜେଡି ହିଂସାର ମାର୍ଗ ଆପଣେଇଛି। ଭାଜ୍ୟବାସୀ ଭୋଟରେ ଏହାର ଜବାବ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏପରି କହିଛନ୍ତି। 

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ଼ରେ ନିର୍ବାଚନୀ ହିଂସା: ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇ, ଖବରଦାତାଙ୍କ ଉପରେ ଭାଜପା ସମର୍ଥକଙ୍କ ଆକ୍ରମଣ ଅଭିଯୋଗ; ୪ ଗିରଫ

ସୁନ୍ଦରଗଡ , ୧୮।୪ (ଡି.ଏନ୍‌.ଏ.): ଭୋଟଗ୍ରହଣ ପୂର୍ବରୁ ବୁଧୁବାର ସନ୍ଧ୍ୟା ଓ ବିଳମ୍ବିତ ରାତିରେ ପୃଥକ ଭାବେ ୨ଟି ସ୍ଥାନରେ ନିର୍ବାଚନୀ ହିଂସା ହୋଇଛି। ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ସାଲେପାଲି ଓ ରାଏବଗା ଗ୍ରାମରେ ପୂର୍ବତନ ବିଧାୟକ ତଥା ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ  ଭାଇ ଓ ସମର୍ଥକଙ୍କ ସମେତ ଜଣେ ଖବରଦାତାଙ୍କ ଉପରେ ପ୍ରତିପକ୍ଷ ଭାଜପା ବିଧାୟକ ପ୍ରାର୍ଥୀନୀ କୁସୁମ ଟେଟେଙ୍କ ସମର୍ଥକ ମାନେ  ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ  ହୋଇଛି। 

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

ବିଜେଡି ଜିଲା ସଭାପତିଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ଘଟଣା, ଥାନା ଘେରିଲେ ସମର୍ଥକ

କଟକରୋଡ,୧୮।୪(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଧୀନ ଚିନ୍ତାମଣିଶ୍ୱର ଛକ ନିକଟରେ ଥିବା ବିଜେଡି  ଭୁବନେଶ୍ୱର ଜିଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ହୋଇଥିବା ବୋମାମାଡ଼ ଘଟଣାରେ ପୋଲିସ ଗୁରୁବାର ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। 

ବାଲିଗୁଡା ବ୍ଲକର ୪ ଗ୍ରାମର  ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟରଙ୍କ ଭୋଟ ବର୍ଜନ

ବାଲିଗୁଡ଼ା, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ବାଲିଗୁଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିଗୁଡ଼ା ବ୍ଲକର ୪ ଗ୍ରାମର ୬ଶହରୁ ଊର୍ଦ୍ଧ୍ୱ ଭୋଟର ଗୁରୁବାର ଭୋଟ ବର୍ଜନ କରିଛନ୍ତି।  


Model This Week

କ୍ରିଷ୍ଣା
Why Dharitri