ବାଣିଜ୍ୟ |

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ଆୟକର ରିହାତି: ୫ଟି ବଜେଟ୍‌ରୁ କେତେ ମିଳିଛି

ନୂଆଦିଲ୍ଲୀ,୨୧-୧: ଅନ୍ତରୀଣ ବଜେଟ ୨୦୧୯ ଉପସ୍ଥାପନ ହେବାକୁ ଆଉ କେଇଟା ଦିନ ବାକି ରହିଛି। ଏଭଳି ସ୍ଥିତିରେ ଆୟକର କ୍ଷେତ୍ରରେ ଆଶ୍ୱସ୍ତି ମିଳିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି। ତେବେ ଗତ ୫ଟି ବଜେଟରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶବାସୀଙ୍କୁ କିଛି ପରିମାଣରେ ଆଶ୍ୱସ୍ତ କରିଛନ୍ତି ସତ ସେସ୍‌ ଓ ସରଚାର୍ଜ ଆଦି କେତେକ ନୂଆ ନିୟମ ମଧ୍ୟ ଲାଗୁ କରିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ଏହା ଶେଷ ବଜେଟ ହୋଇଥିବାରୁ ଆୟକର ଦୃଷ୍ଟିରୁ ଦେଶବାସୀଙ୍କୁ ଅଧିକ ଖୁସି ମିଳିବ ବୋଲି ଆଶାକରାଯାଉଛି। ଆୟକର ବାବଦରେ କ’ଣ ପରିବର୍ତ୍ତନ ହୋଇଛି ତାହା ନିମ୍ନରେ ଉଲ୍ଲେଖ କରାଯାଉଛି।

ବଜେଟ ୨୦୧୪ରେ କ’ଣ ମିଳିଥିଲା 

କ୍ଷମତାକୁ ଆସିବା ପରେ ଏନ୍‌ଡିଏ ସରକାର ୨୦୧୪ ଜୁଲାଇରେ ତାଙ୍କର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ। 

-ଆୟକର ଛାଡ଼ ସୀମାକୁ ବାର୍ଷିକ ୨ ଲକ୍ଷରୁ ବଢ଼ାଇ ୨.୫ ଲକ୍ଷ ଟଙ୍କା କରାଯାଇଥିଲା।

-ଆୟକର ଆଇନର ଧାରା ୮୦ସି ଅନ୍ତର୍ଗତରେ ଛାଡ଼ ସୀମା ୧ ଲକ୍ଷରୁ ବୃଦ୍ଧି ପାଇ ୧.୫ ଲକ୍ଷ ଟଙ୍କା ହୋଇଥିଲା।

-ଗୃହ ଋଣ ଉପରେ ଟିକସ ଛାଡ଼ସୀମାକୁ ୧.୫ ଲକ୍ଷରୁ ବଢ଼ାଇ ୨ ଲକ୍ଷ ଟଙ୍କା କରାଯାଇଥିଲା। ଏଥିରେ ମୂଳ ଟଙ୍କା ଲାଗି ଟିକସ ଛାଡ଼ସୀମା ୧.୫ ଲକ୍ଷ ଟଙ୍କା ଏବଂ ଗୃହ ଋଣ ଲାଗି ପ୍ରଦାନ କରାଯିବାକୁ ଥିବା ସୁଧ ଲାଗି ଟିକସ ଛାଡ଼ସୀମାକୁ ୨ ଲକ୍ଷ ଟଙ୍କା କରାଯାଇଥିଲା। ବରିଷ୍ଠ ନାଗରିକଙ୍କ ଲାଗି ଏହା ୩ ଲକ୍ଷ ଟଙ୍କା ଥିଲା। ୨୦୧୫ ବଜେଟରେ କ’ଣ ଦିଆଯାଇଥିଲା

- ଏନ୍‌ପିଏସ୍‌ରେ ଯୋଗଦାନ କରିବା ଉପରେ ଅତିରିକ୍ତ ୫୦ ହଜାର ଟଙ୍କା ଉପରେ ଟିକସ ଛାଡ଼ ସୁବିଧା।

-ସୁକନ୍ୟା ସମୃଦ୍ଧି ଯୋଜନାକୁ ସମ୍ପୂର୍ଣ୍ଣ ଟିକସମୁକ୍ତ କରାଯାଇଥିଲା।

-ସ୍ବାସ୍ଥ୍ୟ ବୀମା ପ୍ରିମିୟମ ଉପରେ ଛାଡ଼ସୀମାକୁ ୧୫ ହଜାର ଟଙ୍କାରୁ ବଢ଼ାଇ ୨୫ ହଜାର ଟଙ୍କା କରାଯାଇଥିଲା। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ଛାଡ଼ସୀମା ୫୦ ହଜାର ଟଙ୍କା ହୋଇଥିଲା। 

-ସମ୍ପତ୍ତି ଟିକସକୁ ପ୍ରତ୍ୟାହାର କରି ନିଆଯାଇଥିଲା।

୨୦୧୬ରେ କେନ୍ଦ୍ର କ’ଣ ଦେଇଥିଲା

-ଘରଭଡ଼ା ଦେଉଥିବା ମାଲିକଙ୍କ ଲାଗି ଟିକସ ଛାଡ଼ସୀମାକୁ ୨୪ ହଜାରରୁ ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। 

- ୫ଲକ୍ଷ ଟଙ୍କାରୁ କମ୍‌ ଆୟକାରୀ ବ୍ୟକ୍ତିଙ୍କ ଲାଗି ଟିକସ ରିବେଟ୍‌ ୨ ହଜାରରୁ ବଢ଼ାଇ ୫ ହଜାର ଟଙ୍କା କରିଦିଆଯାଇଥିଲା। 

-ନୂଆ ଘର କିଣୁଥିବା ବ୍ୟକ୍ତିଙ୍କୁ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପରିଶୋଧ କରିବା ଉପରେ ସୁଧରେ ଅତିରିକ୍ତ ୫୦ ହଜାର ଟଙ୍କା ଟିକସଛାଡ଼ କରାଯାଇଥିଲା। 

ବଜେଟ ୨୦୧୭

-୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଲାଗି ଆୟକର ହାରକୁ ୧୦ ପ୍ରତିଶତରୁ ୫%କୁ ହ୍ରାସ କରାଯାଇଥିଲା।

-ସମସ୍ତ ଟିକସଦାତାଙ୍କୁ ୧୨,୫୦୦ ଟଙ୍କାର ଟିକସ ରିବେଟ୍‌ ଦିଆଯାଇଥିଲା। 

ବଜେଟ ୨୦୧୮

-୧୫ ହଜାର ଟଙ୍କାର ମେଡିକାଲ ରିଇମ୍ବର୍ସମେଣ୍ଟ ଏବଂ ୧୯,୨୦୦ ଟଙ୍କାର ପରିବହନ ଭତ୍ତା ଉପରେ ଟିକସ ଛାଡ଼ କରିବା ବଦଳରେ ଚାକିରି କରିଥିବା ବ୍ୟକ୍ତିଙ୍କ ଲାଗି ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ଫେରାଇ ଅଣାଯାଇଥିଲା। 

-୧ ଲକ୍ଷ ଟଙ୍କାରୁ ଅଧିକ ଇକ୍ୱିଟିରେ ମିଳୁଥିବା ଏଲ୍‌ଟିସିଜି(ଦୀର୍ଘକାଳୀନ  ଆର୍ଥିକ ଲାଭ) ଉପରେ ୧୦ ପ୍ରତିଶତ ଟିକସ ଆଦାୟ କରାଗଲା।  

୧% ବଢ଼ିଲା ସେସ୍‌

୨୦୧୪-୧୫ରେ ଟିକସ ଉପରେ ୨% ଶିକ୍ଷା ସେସ୍‌ ଏବଂ ୧ ପ୍ରତିଶତ ସେକେଣ୍ଡାରୀ ଓ ହାୟାର ସେକେଣ୍ଡାରୀ ସେସ୍‌୍‌ ଲାଗୁ କରାଯାଇଥିଲା। ୨୦୧୮ ବଜେଟ୍‌ରେ ଜେଟ୍‌ଲୀ ଏହି ସେସ୍‌କୁ ଆହୁରି ୧% ବଢ଼ାଇ ୪ % କରିଦେଲେ। 

ବୃଦ୍ଧି ପାଇଲା ସରଚାର୍ଜ

ବଜେଟ୍‌ ୨୦୧୫ରେ ଅର୍ଥମନ୍ତ୍ରୀ ଜେଟ୍‌ଲୀ ୧ କୋଟିରୁ ଅଧିକ ଆୟକାରୀଙ୍କ ଲାଗି ସରଚାର୍ଜକୁ ୧୦ ପ୍ରତିଶତରୁ ୧୨ପ୍ରତିଶତକୁ ବୃଦ୍ଧି କଲେ। ୨୦୧୬ ବଜେଟ୍‌ରେ ଏହା ୧୫%କୁ ବୃଦ୍ଧି ପାଇଲା। ୨୦୧୭ ବଜେଟରେ ୫୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କ ଲାଗି ନୂଆ ୧୦ ପ୍ରତିଶତ ସରଚାର୍ଜ ଲାଗୁ କରାଯାଇଥିଲା। 

ଟିକସ ରିବେଟ୍‌

ବଜେଟ ୨୦୧୪-୧୫ରେ ଧାରା ୮୭ଏ ଅନ୍ତର୍ଗତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସଯୋଗ୍ୟ ଆୟ ଉପରେ ୨୦୦୦ ଟଙ୍କାର ଟିକସ କ୍ରେଡିଟ ହେଉଥିଲା। ଏଥିସହିତ ଏହି ଆୟ ପର୍ଯ୍ୟନ୍ତ ଟିକସ ରିବେଟ୍‌ ଦାବି କରାଯାଇପାରୁଥିଲା। କିନ୍ତୁ ଏବେ ଏହି ସୀମାକୁ ହ୍ରାସ କରି ୩.୫ ଲକ୍ଷ ଟଙ୍କା କରାଯାଇଛି। 

All Right Reserved By

ବାଣିଜ୍ୟ |

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୨: ଆୟକରଦାତାଙ୍କୁ ଉନ୍ନତ ସେବା ଯୋଗାଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ନୂଆଦିଲ୍ଲୀ,୧୫-୨:  ଏୟାରବସ୍‌ର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ। କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। 

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ନୂଆଦିଲ୍ଲୀ,୧୫-୨:  ପ୍ରାୟ ୯୧ ହଜାର କୋଟି ଟଙ୍କାର ଋଣରେ ବୁଡିରହିଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେଜ(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ବକେୟା ଫେରସ୍ତ ଦେବା ସ୍ଥିତିରେ ନାହିଁ। 

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ନୂଆଦିଲ୍ଲୀ,୧୫-୨:  ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ‘ଟ୍ରେନ୧୮’ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁକ୍ରବାର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ନୂଆଦିଲ୍ଲୀ,୧୫-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯିବ। ତେବେ ତାଙ୍କର ପ୍ରତ୍ୟର୍ପଣ ନ ହେଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବକେୟା ଋଣ  ଅସୁଲ ଲାଗି ବାଟ ବାହାର କରିସାରିଛି।

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ନୂଆଦିଲ୍ଲୀ,୧୫-୨:  ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଲିମିଟେଡର ଠକେଇ ମାମଲାରେ ଏହାର ୩ ପ୍ରମୋଟର  ନୀତିନ ଜୟନ୍ତୀଲାଲ ସନ୍ଦେସରା, ଚେତନକୁମାର ଜୟନ୍ତୀଲାଲ ସନ୍ଦେସରା ଏବଂ ଡିଚେତନ ସନ୍ଦେସରା ଗୁରୁବାର ନିଜ ଓକିଲଙ୍କ ମାଧ୍ୟମରେ ଦିଲ୍ଲୀର ଏକ କୋର୍ଟରେ ଏନ୍‌ବିଡବ୍ଲ୍ୟୁ ଖାରଜ କରିବା ଲାଗି ଆବେଦନ କରିଛନ୍ତି।

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ନୂଆଦିଲ୍ଲୀ,୧୫-୨:  ଇନ୍ଧନ ଏବଂ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଜାନୁୟାରୀରେ ହ୍ରାସ ପାଇ ୨.୭୬%ରେ ପହଞ୍ଚତ୍ଛି। 

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

ନୂଆଦିଲ୍ଲୀ,୧୫-୨:  ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାରଓ୍ବେଜର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୫୮୭.୭୭ କୋଟି ଟଙ୍କାର କ୍ଷତି ହୋଇଛି। ଗତ ବର୍ଷର ସମାନ ତ୍ରୈମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। 

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ନୂଆଦିଲ୍ଲୀ,୧୫-୨:  ଅର୍ଥମନ୍ତ୍ରୀ ଭାବେ ଅରୁଣ ଜେଟ୍‌ଲୀ ପୁନର୍ବାର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଗଲେଣି। ସେ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡର ୧୮ ତାରିଖ ବୈଠକ ପୂର୍ବରୁ ନିଜ ଦାୟିତ୍ୱ ସମ୍ଭାଳିବେ।

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଭୁବନେଶ୍ୱର,୧୫-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ସଂସ୍କରଣର ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ସମ୍ପର୍କରେ ଘୋଷଣା କରାଯାଇଛି। 

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର,୧୫-୨: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ବନ୍ଦ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। 

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ୱର,୧୫-୨: ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବାହାରିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟସାଇ ପ୍ରଶାନ୍ତି ନିଳୟନ ଯାଏ ଚଳାଚଳ କରିବ।