ବାଣିଜ୍ୟ |

ଏନସିଏଲ୍‌ଏଟି ରାୟ ପ୍ରକାଶ;ଏଣିକି ଖସିପାରିବେନି କର୍ପୋରେଟ ଗ୍ୟାରେଣ୍ଟର

ଏନସିଏଲ୍‌ଏଟି ରାୟ ପ୍ରକାଶ;ଏଣିକି ଖସିପାରିବେନି କର୍ପୋରେଟ ଗ୍ୟାରେଣ୍ଟର

ନୂଆଦିଲ୍ଲୀ,୨୧-୧:  ଗ୍ରାମୀଣ ବିଦ୍ୟୁତିକରଣ କର୍ପୋରେଶନ(ଆରଇସି) ବିରୋଧରେ ଫେରୋ  ଆଲଏଜ ମାମଲାରେ ରାୟ ପ୍ରକାଶ କରି ରାଷ୍ଟ୍ରୀୟ କମ୍ପାନୀ ଆଇନ ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) କହିଛନ୍ତି ଯେ, ଦେବାଳିଆ ଆଇନ (ଆଇବିସି) ଅଧୀନରେ ଋଣଖିଲାପୀ କମ୍ପାନୀଙ୍କ ବିରୋଧରେ ଋଣ ସମାଧାନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଋଣପ୍ରଦାନକାରୀ ବ୍ୟାଙ୍କ ଅଥବା ସଂସ୍ଥା କର୍ପୋରେଟ ଗ୍ୟାରେଣ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ତିନି ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ଦର୍ଶାଇଛନ୍ତି ଯେ, କର୍ପୋରେଟ ଗ୍ୟାରେଣ୍ଟରମାନଙ୍କୁ ମଧ୍ୟ ଆର୍ଥିକ ଦୃଷ୍ଟିରୁ ଋଣଦାତା ଭାବେ ବିଚାର କରାଯିବ। ଖଣ୍ଡପୀଠ ମତରେ ମୂଳ ଋଣ ଖିଲାପକାରୀଙ୍କ ବିରୋଧରେ ଦେବାଳିଆ ସମାଧାନ ପ୍ରକ୍ରିୟା(ସିଆଇଆର୍‌ପି) ଆରମ୍ଭ କରିବା ପୂର୍ବରୁ କର୍ପୋରେଟ ଗ୍ୟାରେଣ୍ଟି ପ୍ରଦାନକାରୀଙ୍କ ବିରୋଧରେ କର୍ପୋରେଟ ଦେବାଳିଆ ସମାଧାନ ପ୍ରକ୍ରିୟା ଆରମ୍ଭ କରାଯାଇପାରେ। ଏନ୍‌ସିଏଲ୍‌ଏଟି ଅଧ୍ୟକ୍ଷ ବିଚାରପତି ଏସ୍‌.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ ରାୟ ଦେଇ କହିଛନ୍ତି ଯେ, ଆଇବିସିର ଧାରା ୭ ଅନୁସାରେ ଗୋଟିଏ ଅଥବା ଏକାଧିକ ଋଣପ୍ରଦାନକାରୀ ମିଶି କର୍ପୋରେଟ ଗ୍ୟାରେଣ୍ଟରଙ୍କ ବିରୋଧରେ ରାଷ୍ଟ୍ରୀୟ କମ୍ପାନୀ  ଆଇନ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି)ରେ ଦେବାଳିଆ ପ୍ରକ୍ରିୟା ଆରମ୍ଭ କରିବାର ଅଧିକାର ପାଇଛନ୍ତି। କମ୍ପାନୀ ପାଇଁ ସମାଧାନ ପ୍ରକ୍ରିୟା ଅଧିକାରୀ କିଏ ହେବ ତାହା ମଧ୍ୟ ସୁପାରିସ କରିବାର ଅଧିକାର ଋଣପ୍ରଦାନକାରୀଙ୍କ ହାତରେ ରହିଛି ବୋଲି ଉକ୍ତ ଧାରାରେ ଉଲ୍ଲେଖ କରାଯାଇଛି। ଆଇବିସି କୋଡ୍‌ରେ କର୍ପୋରେଟ ଗ୍ୟାରେଣ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ରୋକାଯାଇନି ବୋଲି ଖଣ୍ଡପୀଠ କହିଛନ୍ତି। ସୂଚନାଥାଉ କି, ଏନ୍‌ସିଏଲ୍‌ଟିର କୋଲକାତା ବେଞ୍ଚ ଏ ସମ୍ପର୍କରେ ଏକ ରାୟ ଦେବା ପରେ ଏନ୍‌ସିଏଲ୍‌ଏଟିରେ ଏକାଧିକ ମାମଲା ଦାୟର କରାଯାଇଥିଲା। କୋଲକାତା ବେଞ୍ଚ ରାଷ୍ଟ୍ରାୟତ୍ତ ଗ୍ରାମୀଣ ବିଦ୍ୟୁତିକରଣ କର୍ପୋରେଶନ(ଆର୍‌ଇସି)କୁ ଫେରୋ ଆଲଏଜ କର୍ପୋରେଶନ ବିପକ୍ଷରେ ପଦକ୍ଷେପ ନେବାକୁ ଅନୁମତି ଦେଇଥିଲେ। ସୂଚନାଥାଉ କି, ୨୦୦୯ ମେ’ରେ ଫାକର ପାଓ୍ବାରକୁ ୫୧୭.୯୦ କୋଟି ଟଙ୍କା ଋଣ ଦେଇଥିଲା। ଏଥିପାଇଁ ଫାକର ଆଲଏଜ କର୍ପୋରେଟ ଗ୍ୟାରେଣ୍ଟର ସାଜିଥିଲା। ପରେ ଆଲଏଜ ପକ୍ଷରୁ ୧୯.୮୦ କୋଟି ଶେୟାର ପ୍ରଦାନ କରାଯାଇଥିଲା। କିନ୍ତୁ ଫାକର ପାଓ୍ବାର ଋଣ ଫେରସ୍ତ କରି ନ ଥିଲା ଏବଂ ଋଣ ପ୍ରଦାନ ଅର୍ଥକୁ ଏନ୍‌ପିଏ ଭାବେ ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆଇଇସି ଫେରୋ ଆଲଏଜକୁ କର୍ପୋରେଟ ଗ୍ୟାରେଣ୍ଟି ବାବଦରେ  ୨୦୧୫ ସେପ୍ଟେମ୍ବର ୩୦ ସୁଦ୍ଧା ୫୬୪.୬୩ କୋଟି ଟଙ୍କା ପରିଶୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ୨୦୧୭ ଜୁଲାଇ ୬ରେ ଟ୍ରିବ୍ୟୁନାଲ ଆର୍‌ଇସିର ମାମଲାକୁ ଗ୍ରହଣ କରିଥିଲା। ତେବେ ଏହାକୁ ଫେରୋ ଆଲଏଜ ଏନ୍‌ସିଏଲ୍‌ଏଟିରେ ଚ୍ୟାଲେଞ୍ଜ କରିଥିଲା। 

All Right Reserved By

ବାଣିଜ୍ୟ |

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ ଜାରି କରିଛନ୍ତି। 

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ଜେଟ୍‌ ଏୟାରଓ୍ବେଜ ପୁନରୁଦ୍ଧାର ଆଶା କ୍ଷୀଣ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜର ପୁନରୁଦ୍ଧାର ଆଶା କ୍ଷୀଣ ହେବାରେ ଲାଗିଛି। ଏହାର ବିମାନ ପୁଣିଥରେ ଉଡ଼ିବାର ସମ୍ଭାବନା ନ ଥିଲା ଭଳି ମନେ ହେଉଛି। 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ଆସିଲା ହୋଣ୍ଡାର ନୂଆ ଆମେଜ୍‌ ଭିଏକ୍ସ ସିଭିଟି 

ନୂଆଦିଲ୍ଲୀ,୨୪-୪:ପ୍ରମୁଖ ଅଟୋମୋବାଇଲ ମାନୁଫାକ୍‌ଚରର ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ନୂଆ ଆମେଜ୍‌ ଭିକ୍ସ ସିଭିଟି ବଜାରକୁ ଆସିଛି। 

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। 

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ରେନୋ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୪-୪: ୟୁରୋପୀୟ ଅଟୋମୋଟିଭ୍‌ ବ୍ରାଣ୍ଡ ରେନୋ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ସମର ସର୍ଭିସ କ୍ୟାମ୍ପର ଶୁଭାରମ୍ଭ ଘୋଷଣା କରାଯାଇଛି। ମାସ ୨୨ ଏପ୍ରିଲଠାରୁ ୨୮ ଏପ୍ରିଲ ଯାଏ କମ୍ପାନୀର ସର୍ଭିସ ଫାସିଲିଟିଗୁଡିକରେ ଅନୁଷ୍ଠିତ ହେବ। 

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

ଜେଏମ୍‌ଜି ହିରୋରେ ଗ୍ରାହକ ସମ୍ମିଳନୀ

କଟକ,୨୪-୪:ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଲିମିଟେଡର ଅଧିକୃତ ବିକ୍ରେତା ଜେଏମ୍‌ଜି ହିରୋ ପକ୍ଷରୁ ଗୁଡ୍‌ ଲାଇଫ ଗ୍ରାହକମାନଙ୍କୁ ନେଇ ଏକ  ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। 

ଆଧାର ଏକ ପରିଚୟ ପତ୍ର: ନିଲେକାନି

ଆଧାର ଏକ ପରିଚୟ ପତ୍ର: ନିଲେକାନି

ବେଙ୍ଗାଲୁରୁ,୨୪-୪: ଆଧାର କୌଣସି ବ୍ୟକ୍ତିର ଗୋପନୀୟତା ବା ତାଙ୍କ ଉପରେ ନଜର ରଖିବାର ମାଧ୍ୟମ ନୁହେଁ, ବରଂ ଏହା ଏକ ପରିଚୟ ମାତ୍ର ବୋଲି ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ତଥା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକାନି କହିଛନ୍ତି। 

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

୨୬ରୁ ସ୍ପାଇସଜେଟ୍‌ ଉଡ଼ାଇବ ୨୮ ବିମାନ

ନୂଆଦିଲ୍ଲୀ,୨୪-୪: ଆସନ୍ତା ୨୬ରୁ ଘରୋଇ ନେଟଓ୍ବାର୍କରେ ସ୍ପାଇସଜେଟ୍‌ ନୂଆଦିଲ୍ଲୀ ଏବଂ ମୁମ୍ବାଇରୁ ଅନ୍ୟ ସହରକୁ ଦୈନିକ ୨୮ ନୂଆ ବିମାନ ଉଡ଼ାଇବ ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି।

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ଅନ୍ୟ ବୃହତ୍‌ ଦେଶରୁ ତେଲ କିଣାଯିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୨୪-୪: ଆସନ୍ତା ମେ’ ୨ ପରେ ଭାରତ ସମେତ ୮ଟି ଦେଶ ଇରାନରୁ ଅଶୋଧିତ ତେଲ କିଣିପାରିବେ ନାହିଁ। ଏ ସଂକ୍ରାନ୍ତରେ ପୂର୍ବରୁ ଆମେରିକା କଟକଣା କୋହଳ କରିଥିଲା। 

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ଜେଟ୍‌ର ୪୧୦ ପାଇଲଟ ଦେଇସାରିଛନ୍ତି ଇସ୍ତଫା

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେଜ ପୁଣିଥରେ ଉଡ଼ିବା ନେଇ ସଂଶୟ ରହିଛି। ଗତ ୭ ମାସ ମଧ୍ୟରେ ୪୧୦ ଜଣ ପାଇଲଟ ଓ କ୍ୟାପ୍ଟେନ ଚାକିରି ଛାଡ଼ିଛନ୍ତି। ଏବେ ଜେଟ୍‌ ନିକଟରେ ୧୫୨୭ ପାଇଲଟ ରହିଛନ୍ତି  ବୋଲି ଏୟାରଲାଇନର ପାଇଲଟ ସଂଘ, ନ୍ୟାଶନାଲ ଏଭିଏଟର୍ସ ଗିଲ୍ଡ କହିଛି। 

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ଗ୍ରାହକଙ୍କୁ ଦେଲାନି ଜିଏସ୍‌ଟି ଫାଇଦା;ପି ଆଣ୍ଡ ଜି ଖାଇଗଲା ୨୫୦ କୋଟି

ନୂଆଦିଲ୍ଲୀ,୨୪-୪: ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଅଧୀନରେ ଗ୍ରାହକଙ୍କୁ ଫାଇଦା ନ ଦେଇ ଆମେରିକାର ମଲ୍ଟି ନ୍ୟାଶନାଲ ଏଫ୍‌ଏମ୍‌ସିଜିି କମ୍ପାନୀ ପ୍ରକ୍ଟର ଆଣ୍ଡ ଗ୍ୟାମ୍ବଲ(ପି ଆଣ୍ଡ ଜି) ୨୫୦ କୋଟି ଟଙ୍କା ଚଳୁ କରିଦେଇଛି ବୋଲି ଜିଏସ୍‌ଟି ଲାଭ ଯାଞ୍ଚ କରୁଥିବା ଏଜେନ୍ସି ଧରିଛି।

ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ଅନ୍ୟ କମ୍ପାନୀକୁ ଜେଟ୍‌ର ସ୍ଲଟ୍‌ ପ୍ରଦାନ ଅସ୍ଥାୟୀ: ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୪-୪: ଜେଟ୍‌ ଏୟାରଓ୍ବେର ସ୍ଲଟକୁ ନେଇ ବିଭିନ୍ନ ବିବାଦ ଉପୁଜୁଥିବା ବେଳେ ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିଜର ପ୍ରତିକ୍ରିୟା ରଖିଛି। ବିମାନ କମ୍ପାନୀର ସ୍ଲଟକୁ ଅସ୍ଥାୟୀ ଭାବେ ଅନ୍ୟ ସଂସ୍ଥାକୁ ଦିଆଯାଉଛି ବୋଲି ମନ୍ତ୍ରଣାଳୟ ପ୍ରକାଶ କରିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri