ଖେଳ |

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋର ସମ୍ପ୍ରସିଦ୍ଧି ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ବ୍ରହ୍ମପୁର ଟାଇଗର୍ସକୁ ୫ ଉଇକେଟ୍‌ରେ ପରାସ୍ତ କରି ଟେଅକ୍‌ ଚିଲିକା ଇଲେଭେନ ଚଳିତ ବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ବ୍ରହ୍ମପୁର ୧୫ ଓଭରରେ ୯ ଉଇକେଟ୍‌ ହରାଇ ୧୪୪ ରନ କରିଥିଲା। ଜବାବରେ ଚିଲିକା ୧୪.୨ ଓଭରରେ ୫ ଉଇକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା। ୪୫ ବଲରୁ ୮୧ ରନ କରିଥିବା ଅଙ୍କିତ ଦାବସ ଉଭୟ ମ୍ୟାଚ୍‌ ଓ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଙ୍କିତ ଏହି ଟୁର୍ନାମେଣ୍ଟରେ ମୋଟ୍‌ ୨୬୫ ରନ କରିଥିଲେ। ପୂର୍ବରୁ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ଚିଲିକା ୨ ରନରେ ସମ୍ବଲପୁର ପାଇରେଟ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ଚିଲିକା ପକ୍ଷରୁ ଧାର୍ଯ୍ୟ ୧୮୨ ରନର ଟାର୍ଗେଟ୍‌କୁ ପିଛା କରି ସମ୍ବଲପୁର ୯ ଉଇକେଟ୍‌ ବିନିମୟରେ ୧୭୯ ରନ କରିପାରିଥିଲା। ସେହିପରି ୨ୟ ସେମିଫାଇନାଲରେ ବ୍ରହ୍ମପୁର ୪୮ ରନରେ ପୁରୀ ଲାୟନ୍ସକୁ ମାତ୍‌ ଦେଇଥିଲା। ଏହି ମ୍ୟାଚ୍‌ରେ ବ୍ରହ୍ମପୁର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୫ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। ଏହାର ପିଛା କରି ପୁରୀ ୬ ଉଇକେଟ୍‌ରେ ୧୨୭ ରନ କରିପାରିଥିଲା। ଆୟୋଜକ ଓଡ଼ିଶା ୟୁଥ୍‌ର ସଦସ୍ୟ ଭରତ ମହାପାତ୍ର, ଦେବେନ୍ଦ୍ର ଦାସ, ମନ୍ମଥ ରାୟ, ସୁନୀଲ କୁମାର ମଲିକ, ସଞ୍ଜୀବ ଦାଶ, ଆକାଶ ଦାଶ, ସୁନୀଲ କୁମାର ନାୟକ, ଗୋପୀନାଥ ବିଶ୍ୱାଳ, ଅରୁନ ଗୋଲ୍ଡେନ, ସୀତାଶୁଂ ମହାପାତ୍ର ପ୍ରମୁଖ ଟୁର୍ନାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

All Right Reserved By

ଖେଳ |

ଇରାନୀ କପ୍‌:  ଟାଇଟଲ ବଜାୟ ରଖିଲା ବିଦର୍ଭ

ଇରାନୀ କପ୍‌: ଟାଇଟଲ ବଜାୟ ରଖିଲା ବିଦର୍ଭ

ନାଗପୁର,୧୬।୨(ପି.ଟି.)- ରଣଜୀ ଚାମ୍ପିୟନ ବିଦର୍ଭ ଘରୋଇ କ୍ରିକେଟରେ ତା’ର ଶ୍ରେଷ୍ଠତା ବଜାୟ ରଖିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ଇରାନୀ କପ୍‌ରେ ବିଦର୍ଭ ତାରକା ଖଚିତ ଅବଶିଷ୍ଟ ଭାରତ ଦଳକୁ ହରାଇ ଟାଇଟଲ ହାସଲ କରିଛି। ଏଥି ସହିତ ବିଦର୍ଭ କ୍ରମାଗତ ଦ୍ୱିତୀୟଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ମୁମ୍ବାଇ ଓ କର୍ନାଟକ ପରେ ବିଦର୍ଭ ତୃତୀୟ ଦଳ ଭାେବେ କ୍ରମାଗତ ଭାବେ ଦ୍ୱିତୀୟ ଇରାନୀ କପ୍‌ ଟାଇଟଲ ହାସଲ କରିଛି। ପ୍ରଥମ ଇନିଂସରେ ୧୦୨ରନର ଶତକୀୟ ପାଳି ଖେଳି ବିଦର୍ଭକୁ ଅଗ୍ରଣୀ କରାଇଥିବା ଟେଲଏଣ୍ଡର ଅକ୍ଷୟ କର୍ନଓ୍ବୋର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌:  ଟାଇଟଲ ବଜାୟ ରଖିଲେ ସାଇନା,  ସୌରଭ ତୃତୀୟ ଥର ପାଇଁ ଚାମ୍ପିୟନ

ଜାତୀୟ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌: ଟାଇଟଲ ବଜାୟ ରଖିଲେ ସାଇନା, ସୌରଭ ତୃତୀୟ ଥର ପାଇଁ ଚାମ୍ପିୟନ

ଗୁଆହାଟୀ,୧୬।୨(ପି.ଟି.)- ଗତଥରର ଚାମ୍ପିୟନ ସାଇନା ନେହ୍ବାଲ ସ୍ଥାନୀୟ ଟିଆରପି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୮୩ତମ ଜାତୀୟ ବ୍ୟାଡିଣ୍ଟନ ଚାମ୍ପିୟନଶିପ୍‌ରେ ମହିଳା ବିଭାଗ ଟାଇଟଲ ହାସଲ କରିଛନ୍ତି। ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ସାଇନା ୨୧-୧୮, ୨୧-୧୫ରେ ପି.ଭି. ସିନ୍ଧୁଙ୍କୁ ହରାଇ ଚତୁର୍ଥଥର ପାଇଁ ଜାତୀୟ ଟାଇଟଲ ହାସଲ କରିଛନ୍ତି। ୩୦ ମିନିଟରୁ ସାମନ୍ୟ ଊର୍ଦ୍ଧ୍ୱ ସମୟରେ ସାଇନା ବିଜୟୀ ହୋଇଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ଦୁଇଥର ଚାମ୍ପିୟନ ହୋଇଥିବା ସିନ୍ଧୁ ଟାଇଟଲ ମୁକାବିଲାରେ ସାଇନାକୁ ରୋକିବାରେ ସଫଳ ହୋଇ ନ ଥିଲେ। ପୂର୍ବରୁ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନୀ ସାଇନା ଗତ ବର୍ଷ ମଧ୍ୟ ସିନ୍ଧୁଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ। ଗତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫାଇନାଲରେ ମଧ୍ୟ ସାଇନା ୨୦୧୬ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କୁ ହରାଇ ଚାମ୍ପିୟନ ହୋଇଥିଲେ।

ଗୋଟେ ମାସର ଦରମା ଦେବେ ବୀଜେନ୍ଦର

ଗୋଟେ ମାସର ଦରମା ଦେବେ ବୀଜେନ୍ଦର

ନୂଆଦିଲ୍ଲୀ,୧୬।୨- ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପରୀବାରବର୍ଗଙ୍କ ଲାଗି ହରିୟାଣା ପୋଲିସରେ କାର୍ଯ୍ୟରତ ଚାମ୍ପିୟନ ବକ୍ସର ବୀଜେନ୍ଦ୍ରର ସିଂ ଗୋଟେ ମାସର ଦରମା ପ୍ରଦାନ କରିବା ନେଇ କହିଛନ୍ତି।

ସୌରଭଙ୍କୁ ୩ୟ ଟାଇଟଲ

ସୌରଭଙ୍କୁ ୩ୟ ଟାଇଟଲ

ଗୁଆହାଟୀ,୧୬।୨(ପିଟି)- ଏଠାରେ ଚାଲିଥିବା ୮୩ତମ ସିନିୟର ନ୍ୟାଶନାଲ ଚାମ୍ପିୟନଶିପ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ  ସୌରଭ ବର୍ମା ଟାଇଟଲ ଜିତିଛନ୍ତି। 

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ଶହୀଦ ଯବାନଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୨(ପିଟି)- ପୁଲଓ୍ବାନା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ୍‌ଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ। 

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ଦୁଇ ହାତରେ ବୋଲିଂ କରୁଥିବା ବୋଲର

ନାଗପୁର,୧୬।୨- ବିଦର୍ଭ ବୋଲର ଅକ୍ଷୟ କାର୍ନଓ୍ବୋର ବର୍ତ୍ତମାନ ଭାରତୀୟ କ୍ରିକେଟରେ ସଫଳତାର ଶୀର୍ଷକୁ ସ୍ପର୍ଶ କରୁଛନ୍ତି। ଅସାଧାରଣତଃ ବୋଲିଂ ଷ୍ଟାଇଲ ଯୋଗୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଅକ୍ଷୟ।

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ଶହୀଦ ଯବାନଙ୍କୁ ସମ୍ମାନ ଜଣାଇଲେ କୋହଲି

ନୂଆଦିଲ୍ଲୀ,୧୬।୨- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆରପି-ଏସ୍‌ଜି ଇଣ୍ଡିଆନ ସ୍ପୋଟର୍‌ସ ସମ୍ମାନକୁ ବାତିଲ କରିଛନ୍ତି।

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଗୁପ୍‌ଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ

ଷ୍ଟଚର୍ଚ୍ଚ,୧୬।୨- ବିସ୍ଫୋରକ ଓପନର ମାର୍ଟିନ ଗୁପଟିଲଙ୍କ କ୍ରମାଗତ ଦ୍ୱିତୀୟ ଶତକ ବଳରେ ବାଂଲାଦେଶ ବିପକ୍ଷରେ ଏଠାରେ ଖଳାଯାଇଥିବା ୨ୟ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ୮ ଉଇକେଟରେ ବିଜୟ ହାସଲ କରିଛି। 

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ପଟିଆଲାରୁ ମୁମ୍ବାଇ ଇଣ୍ଡିଆନ୍ସ, ଭାରତୀୟ ଦଳ

ଚଣ୍ଡିଗଡ଼,୧୬।୨- କୋଚ୍‌ ପରାମର୍ଶ ଦେଇ ନ ଥିଲେ ସମ୍ଭବତଃ ମୟଙ୍କ ମାର୍କଣ୍ଡେ ଲେଗ୍‌ ସ୍ପିନ ଓ ରଙ୍ଗ ଓ୍ବାନ୍‌ସ ବୋଲିଂ କରି ନ ଥାନ୍ତେ। 

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଗୁରୁକୁଳ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ ଟେନିସ: ଅଂଶୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୧୬।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟରେ ଓଡ଼ିଶାର ଅଂଶୁ କୁମାର ଭୂୟାଁ ଦ୍ୱିମୁକୁଟ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ସାଥୀ ଖେଳାଳି ଚିନ୍ମୟ ପ୍ରଧାନଙ୍କୁ ୬-୧, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। 

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ମହିଳା ଫୁଟ୍‌ବଲ : ତୁର୍କୀରେ ଟୁର୍ନାମେଣ୍ଟ ଖେଳିବ ଭାରତ

ନୂଆଦିଲ୍ଲୀ, ୧୬ା୨ (ପି.ଟି.)-ଭାରତୀୟ ସିନିୟର ମହିଳା ଫୁଟ୍‌ବଲ ଦଳ ତୁର୍କୀରେ ଏକ ଫୁଟ୍‌ବଲ ଟୁର୍ନାମେଣ୍ଟ ଖେଳିବ। ଏଥିରେ ରୋମାନିଆ, ଉଜ୍‌ବେକିସ୍ତାନ ଓ ତୁର୍କମେନିସ୍ତାନ ସହ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛି।  ଗ୍ରୁପ୍‌ ବି’ରେ ଫ୍ରାନ୍ସ (ବି), ଜୋର୍ଡାନ, ନର୍ଦର୍ନ ଆୟର୍ଲାଣ୍ଡ ଏବଂ ଆୟୋଜକ ତୁର୍କୀ ରହିଛନ୍ତି। ଭାରତ ଫେବୃୟାରୀ ୨୦ରେ ଦେଶ ଛାଡ଼ିବ। 

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଓଡ଼ିଶା ଦଳ ଘୋଷିତ

କଟକ ଅଫିସ, ୧୬।୨-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ହେବାକୁ ଥିବା ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଶୁକ୍ରବାର ରାଜ୍ୟ ଦଳ ଘୋଷଣା କରାଯାଇଛି।