ବାଣିଜ୍ୟ |

ସ୍ବାୟତ୍ତତା ନେଇ ଜଲାନଙ୍କ ମନ୍ତବ୍ୟ;ଦେଶରେ ରାଜନୈତିକ ସଂସ୍କାର ଜରୁରୀ

ସ୍ବାୟତ୍ତତା ନେଇ ଜଲାନଙ୍କ ମନ୍ତବ୍ୟ;ଦେଶରେ ରାଜନୈତିକ ସଂସ୍କାର ଜରୁରୀ

ନୂଆଦିଲ୍ଲୀ,୨୧-୧:  ନିର୍ବାଚନ କମିଶନ, କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି),ୟୁପିଏସ୍‌ସି ଭଳି ସଂସ୍ଥାଗୁଡିକୁ ଅଧିକ ସ୍ବାୟତ୍ତତା ପ୍ରଦାନ କରିବାକୁ ହେଲେ ଦେଶରେ ରାଜନୈତିକ ସଂସ୍କାର ଜରୁରୀ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ବିମଳ ଜଲାନ କହିଛନ୍ତି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଆର୍‌ବିଆଇ, ସିବିଆଇ, ନିର୍ବାଚନ କମିଶନର ସ୍ବାୟତ୍ତତା ନେଇ ଦେଶରେ ଚର୍ଚ୍ଚା ହେଉଛି। ସରକାରଙ୍କୁ ଏଥିପାଇଁ ସମାଲୋଚନା କରାଯାଉଛି। କେନ୍ଦ୍ର ସରକାରଙ୍କ ସହ ମତାନ୍ତର ପରେ ଡ.ଉର୍ଜିତ ପଟେଲ ଆର୍‌ବିଆଇ ଗଭର୍ନର ପଦରୁ ଇସ୍ତଫା ଦେଲେ ବୋଲି କୁହାଯିବାରୁ ସେ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବେ ସ୍ବତନ୍ତ୍ର। ସେ କହିଛନ୍ତି ଯେ, ଭାରତର ଆର୍ଥିକ ସ୍ଥିତି ଅତ୍ୟନ୍ତ ସୁଦୃଢ଼। ତଥାପି ଦାରିଦ୍ର୍ୟ ସୀମା ରେଖା ତଳେ ବିଶ୍ୱର ସର୍ବାଧିକ ଲୋକ ଭାରତରେ ବସବାସ କରୁଛନ୍ତି। ଦୁର୍ବଳ ପ୍ରଶାସନ ଓ ପ୍ରଶାସନିକ ଦକ୍ଷତା ଅଭାବରୁ ଆର୍ଥିକ କ୍ଷେତ୍ରରେ ଭାରତ ସେଭଳି ସଫଳତା ହାସଲ କରିପାରିନାହିଁ ବୋଲି ଜଲାନ କହିଛନ୍ତି। ପ୍ରଶାସନକୁ ସରକାରଙ୍କ ହିତ ଛାଡ଼ି ଜନ ହିତ ପ୍ରତି ଅଧିକ ଧ୍ୟାନ ଦେବାକୁ ହେବ ବୋଲି ପୂର୍ବତନ ଗଭର୍ନର କହିଛନ୍ତି। 

All Right Reserved By

ବାଣିଜ୍ୟ |

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୨: ଆୟକରଦାତାଙ୍କୁ ଉନ୍ନତ ସେବା ଯୋଗାଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ନୂଆଦିଲ୍ଲୀ,୧୫-୨:  ଏୟାରବସ୍‌ର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ। କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। 

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ନୂଆଦିଲ୍ଲୀ,୧୫-୨:  ପ୍ରାୟ ୯୧ ହଜାର କୋଟି ଟଙ୍କାର ଋଣରେ ବୁଡିରହିଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେଜ(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ବକେୟା ଫେରସ୍ତ ଦେବା ସ୍ଥିତିରେ ନାହିଁ। 

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ନୂଆଦିଲ୍ଲୀ,୧୫-୨:  ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ‘ଟ୍ରେନ୧୮’ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁକ୍ରବାର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ନୂଆଦିଲ୍ଲୀ,୧୫-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯିବ। ତେବେ ତାଙ୍କର ପ୍ରତ୍ୟର୍ପଣ ନ ହେଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବକେୟା ଋଣ  ଅସୁଲ ଲାଗି ବାଟ ବାହାର କରିସାରିଛି।

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ନୂଆଦିଲ୍ଲୀ,୧୫-୨:  ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଲିମିଟେଡର ଠକେଇ ମାମଲାରେ ଏହାର ୩ ପ୍ରମୋଟର  ନୀତିନ ଜୟନ୍ତୀଲାଲ ସନ୍ଦେସରା, ଚେତନକୁମାର ଜୟନ୍ତୀଲାଲ ସନ୍ଦେସରା ଏବଂ ଡିଚେତନ ସନ୍ଦେସରା ଗୁରୁବାର ନିଜ ଓକିଲଙ୍କ ମାଧ୍ୟମରେ ଦିଲ୍ଲୀର ଏକ କୋର୍ଟରେ ଏନ୍‌ବିଡବ୍ଲ୍ୟୁ ଖାରଜ କରିବା ଲାଗି ଆବେଦନ କରିଛନ୍ତି।

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ନୂଆଦିଲ୍ଲୀ,୧୫-୨:  ଇନ୍ଧନ ଏବଂ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଜାନୁୟାରୀରେ ହ୍ରାସ ପାଇ ୨.୭୬%ରେ ପହଞ୍ଚତ୍ଛି। 

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

ନୂଆଦିଲ୍ଲୀ,୧୫-୨:  ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାରଓ୍ବେଜର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୫୮୭.୭୭ କୋଟି ଟଙ୍କାର କ୍ଷତି ହୋଇଛି। ଗତ ବର୍ଷର ସମାନ ତ୍ରୈମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। 

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ନୂଆଦିଲ୍ଲୀ,୧୫-୨:  ଅର୍ଥମନ୍ତ୍ରୀ ଭାବେ ଅରୁଣ ଜେଟ୍‌ଲୀ ପୁନର୍ବାର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଗଲେଣି। ସେ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡର ୧୮ ତାରିଖ ବୈଠକ ପୂର୍ବରୁ ନିଜ ଦାୟିତ୍ୱ ସମ୍ଭାଳିବେ।

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଭୁବନେଶ୍ୱର,୧୫-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ସଂସ୍କରଣର ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ସମ୍ପର୍କରେ ଘୋଷଣା କରାଯାଇଛି। 

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର,୧୫-୨: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ବନ୍ଦ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। 

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ୱର,୧୫-୨: ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବାହାରିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟସାଇ ପ୍ରଶାନ୍ତି ନିଳୟନ ଯାଏ ଚଳାଚଳ କରିବ।