ବାଣିଜ୍ୟ |

କୁମ୍ଭ ମେଳାରୁ ମିଳିବ ୧.୨ ଲକ୍ଷ କୋଟି ରାଜସ୍ବ: ସିଆଇଆଇ

କୁମ୍ଭ ମେଳାରୁ ମିଳିବ ୧.୨ ଲକ୍ଷ କୋଟି ରାଜସ୍ବ: ସିଆଇଆଇ

ନୂଆଦିଲ୍ଲୀ,୨୧-୧:  ଗତ ୧୫ ତାରିଖରୁ ଉତ୍ତରପ୍ରଦେଶରେ ଆରମ୍ଭ ହୋଇଥିବା କୁମ୍ଭ ମେଳା ପାଇଁ ରାଜ୍ୟ ସରକାର ବଡ଼ ଧରଣର ଖର୍ଚ୍ଚ କରିଛନ୍ତି। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ତେବେ ଉଦ୍ୟୋଗ ଜଗତର ପ୍ରତିନିଧି କନଫେଡ଼େରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି(ସିଆଇଆଇ) ଏ ସଂକ୍ରାନ୍ତରେ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ, କୁମ୍ଭ ମେଳା ଆୟୋଜନ ମାଧ୍ୟମରେ ପ୍ରାୟ ୧.୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ମିଳିବାକୁ ଯାଉଛି। ଏହି ଆଧାମତ୍ିକ ତଥା ଧାର୍ର୍ମିକ ଆୟୋଜନ ଯୋଗୁ ପ୍ରାୟ ୬ ଲକ୍ଷ ବ୍ୟକ୍ତି ପ୍ରତ୍ୟକ୍ଷ ତଥା ପରୋକ୍ଷ ନିଯୁକ୍ତି ପାଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସୂଚନାଥାଉ କି, ଉତ୍ତର ପ୍ରଦେଶ ସରକାର ୫୦ ଦିନ ଧରି ଚାଲିଥିବା କୁମ୍ଭ ମେଳା ଲାଗି ପ୍ରାୟ ୪୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକି ୨୦୧୩ ମହାକୁମ୍ଭ ମେଳା ତୁଳନାରେ ୩ ଗୁଣ ଅଧିକ। ଆଜି ସୁଦ୍ଧା ଏହା ସର୍ବବୃହତ ମହଙ୍ଗା ମେଳା କୁହାଯାଉଛି। ସିଆଇଆଇ ରିପୋର୍ଟ ଅନୁଯାୟୀ, ହସ୍ପିଟାଲିଟି ସେକ୍ଟରରେ ୨.୫ ଲକ୍ଷ, ଏୟାରଲାଇନ୍ସ ଓ  ବିମାନବନ୍ଦରରେ ପ୍ରାୟ ୧.୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହାବ୍ୟତୀତ ଟୁର୍‌ ଅପରେଟରମାନେ ୪୫ ହଜାର ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିଭଳି ଇକୋ ଓ ମେଡିକାଲ ଟୁରିଜମ୍‌ରେ ୮୫ ହଜାର ନିଯୁକ୍ତି ପାଇଛନ୍ତି। ଏହାବ୍ୟତୀତ ଟୁର୍‌ ଗାଇଡ, ଟ୍ୟାକ୍ସି ଡ୍ରାଇଭର, ଉଦ୍ୟୋଗ ସହିତ ଜଡ଼ିତ ଅସଂଗଠିତ କ୍ଷେତ୍ରରେ ପ୍ରାୟ ୫୦ ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ଏହାଦ୍ୱାରା ସରକାରୀ ଏଜେନ୍ସି ଓ ବ୍ୟବସାୟୀଙ୍କ ଆୟ ବଢ଼ିବ। 

All Right Reserved By

ବାଣିଜ୍ୟ |

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୨: ଆୟକରଦାତାଙ୍କୁ ଉନ୍ନତ ସେବା ଯୋଗାଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ନୂଆଦିଲ୍ଲୀ,୧୫-୨:  ଏୟାରବସ୍‌ର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ। କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। 

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ନୂଆଦିଲ୍ଲୀ,୧୫-୨:  ପ୍ରାୟ ୯୧ ହଜାର କୋଟି ଟଙ୍କାର ଋଣରେ ବୁଡିରହିଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେଜ(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ବକେୟା ଫେରସ୍ତ ଦେବା ସ୍ଥିତିରେ ନାହିଁ। 

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ନୂଆଦିଲ୍ଲୀ,୧୫-୨:  ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ‘ଟ୍ରେନ୧୮’ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁକ୍ରବାର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ନୂଆଦିଲ୍ଲୀ,୧୫-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯିବ। ତେବେ ତାଙ୍କର ପ୍ରତ୍ୟର୍ପଣ ନ ହେଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବକେୟା ଋଣ  ଅସୁଲ ଲାଗି ବାଟ ବାହାର କରିସାରିଛି।

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ନୂଆଦିଲ୍ଲୀ,୧୫-୨:  ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଲିମିଟେଡର ଠକେଇ ମାମଲାରେ ଏହାର ୩ ପ୍ରମୋଟର  ନୀତିନ ଜୟନ୍ତୀଲାଲ ସନ୍ଦେସରା, ଚେତନକୁମାର ଜୟନ୍ତୀଲାଲ ସନ୍ଦେସରା ଏବଂ ଡିଚେତନ ସନ୍ଦେସରା ଗୁରୁବାର ନିଜ ଓକିଲଙ୍କ ମାଧ୍ୟମରେ ଦିଲ୍ଲୀର ଏକ କୋର୍ଟରେ ଏନ୍‌ବିଡବ୍ଲ୍ୟୁ ଖାରଜ କରିବା ଲାଗି ଆବେଦନ କରିଛନ୍ତି।

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ନୂଆଦିଲ୍ଲୀ,୧୫-୨:  ଇନ୍ଧନ ଏବଂ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଜାନୁୟାରୀରେ ହ୍ରାସ ପାଇ ୨.୭୬%ରେ ପହଞ୍ଚତ୍ଛି। 

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

ନୂଆଦିଲ୍ଲୀ,୧୫-୨:  ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାରଓ୍ବେଜର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୫୮୭.୭୭ କୋଟି ଟଙ୍କାର କ୍ଷତି ହୋଇଛି। ଗତ ବର୍ଷର ସମାନ ତ୍ରୈମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। 

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ନୂଆଦିଲ୍ଲୀ,୧୫-୨:  ଅର୍ଥମନ୍ତ୍ରୀ ଭାବେ ଅରୁଣ ଜେଟ୍‌ଲୀ ପୁନର୍ବାର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଗଲେଣି। ସେ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡର ୧୮ ତାରିଖ ବୈଠକ ପୂର୍ବରୁ ନିଜ ଦାୟିତ୍ୱ ସମ୍ଭାଳିବେ।

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଭୁବନେଶ୍ୱର,୧୫-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ସଂସ୍କରଣର ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ସମ୍ପର୍କରେ ଘୋଷଣା କରାଯାଇଛି। 

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର,୧୫-୨: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ବନ୍ଦ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। 

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ୱର,୧୫-୨: ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବାହାରିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟସାଇ ପ୍ରଶାନ୍ତି ନିଳୟନ ଯାଏ ଚଳାଚଳ କରିବ।