ବାଣିଜ୍ୟ |

ଷ୍ଟେଶନରେ ପୁଣି ମିଳିିବ ମାଟିପାତ୍ରରେ ଚା’

ଷ୍ଟେଶନରେ ପୁଣି ମିଳିିବ ମାଟିପାତ୍ରରେ ଚା’

ନୂଆଦିଲ୍ଲୀ,୨୧-୧:  ଦୀର୍ଘ ୧୫ ବର୍ଷ ପରେ ରେଳ ଷ୍ଟେଶନରେ ପୁଣି ମାଟି ପାତ୍ର ଚା’ ମିଳିବ। ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ତାଙ୍କ କାର୍ଯ୍ୟକାଳରେ ଏହି ବ୍ୟବସ୍ଥା ଆରମ୍ଭ କରିଥିଲେ। କିନ୍ତୁ କିଛି ଦିନ ପରେ ଏହାର ସ୍ଥାନ ନେଇଥିଲା ପେପର ଓ ପ୍ଲାଷ୍ଟିକ କପ୍‌।

ଉତ୍ତର ଓ ଉତ୍ତର-ପୂର୍ବ ରେଲଓ୍ବେର ମୁଖ୍ୟ ବାଣିଜି୍ୟକ ମାନେଜରଙ୍କୁ ରେଲଓ୍ବେ ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ପତ୍ର ପଠାଯାଇଛି। ରେଳମନ୍ତ୍ରୀ ପୀୟୂଷ ଗୋୟଲ ବାରାଣସୀ ଓ ରାୟବରେଲି ଷ୍ଟେଶନରେ ମାଟିରେ ତିଆରି ପାତ୍ର, ଗ୍ଲାସ ଓ ପ୍ଲେଟ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରେଲଓ୍ବେର ଏହି ପଦକ୍ଷେପ ଯୋଗୁ ଯାତ୍ରୀମାନେ ମାଟିପାତ୍ରରେ ଚା’ ପିଇବାର ମଜା ଉଠାଇପାରିବେ ଏବଂ ଏହାଦ୍ୱାରା ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ଲାଗି ସଂଘର୍ଷ କରୁଥିବା କୁମ୍ଭାରମାନଙ୍କୁ ବଡ଼ ବଜାର ମିଳିଯିବ। ଜୋନାଲ ରେଲଓ୍ବେ ଓ ଆଇଆରସିଟିସିକୁ ତୁରନ୍ତ ଏହା ଲାଗୁ କରିବାକୁ ପତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ ଓ ଷ୍ଟେଶନରେ ଯାତ୍ରୀଙ୍କୁ ପରଷା ଯାଉଥିବା ଭୋଜନ, ପାନୀୟ ଆଦି ପାଇଁ ପରିବେଶ ଅନୁକୂଳ ମାଟିରେ ତିଆରି ସାମଗ୍ରୀ ବ୍ୟବହାର କରିବାକୁ କୁହାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ(କେଭିଆଇସି) ଅଧ୍ୟକ୍ଷ ବି.କେ. ସାକ୍‌ସେନା ଗତ ବର୍ଷ ସେପ୍ଟେମ୍ବରରେ ଉକ୍ତ ପ୍ରସ୍ତାବ ଦେଇଥିଲେ। ସେ ରେଳମନ୍ତ୍ରୀ ଗୋୟଲଙ୍କୁ ପତ୍ର ଲେଖି ଷ୍ଟେଶନ ଆଖପାଖରେ ବସବାସ କରୁଥିବା କୁମ୍ଭାରଙ୍କୁ ରୋଜଗାର ଦେବା ପାଇଁ ଉକ୍ତ ପଦକ୍ଷେପ ନିଆଯିବା ଜରୁରୀ। ସେ କହିଛନ୍ତି ଯେ, ବିଜୁଳିରେ ଚାଲୁଥିବା ଚକ ସାହାଯ୍ୟରେ ଦିନକୁ ୧୦୦ରୁ ୬୦୦ ମାଟି କପ୍‌ ତିଆରି କରାଯାଇପାରିବ। ଏଭଳି ସ୍ଥିତିରେ ଏକ ବଡ଼ ବଜାର ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। 

All Right Reserved By

ବାଣିଜ୍ୟ |

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଆୟକର ଗେଜେଟେଡ ଅଧିକାରୀ ସଂଘର ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,୧୫-୨: ଆୟକରଦାତାଙ୍କୁ ଉନ୍ନତ ସେବା ଯୋଗାଣ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। 

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ

ନୂଆଦିଲ୍ଲୀ,୧୫-୨:  ଏୟାରବସ୍‌ର ସୁପରଜମ୍ବୋ ଡବଲଡେକର ଏ୩୮୦ ବିମାନ ନିର୍ମାଣ ବନ୍ଦ ହେବ। କମ୍ପାନୀ ପକ୍ଷରୁ ଗୁରୁବାର ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। 

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ଋଣ ସୁଝିପାରୁନି ଆଇଏଲ୍‌ଆଣ୍ଡଏଫ୍‌ଏସ;ବୁଡ଼ିଯିବାକୁ ବସିଛି ୨୦ ହଜାର କୋଟିର ପିଏଫ ଅର୍ଥ

ନୂଆଦିଲ୍ଲୀ,୧୫-୨:  ପ୍ରାୟ ୯୧ ହଜାର କୋଟି ଟଙ୍କାର ଋଣରେ ବୁଡିରହିଥିବା ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେଜ(ଆଇଏଲ୍‌ଆଣ୍ଡ୍‌ଏଫ୍‌ଏସ୍‌) ବକେୟା ଫେରସ୍ତ ଦେବା ସ୍ଥିତିରେ ନାହିଁ। 

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ଶୁଭାରମ୍ଭ

ନୂଆଦିଲ୍ଲୀ,୧୫-୨:  ଭାରତର ପ୍ରଥମ ସେମି ହାଇସ୍ପିଡ ଟ୍ରେନ କୁହାଯାଉଥିବା ‘ଟ୍ରେନ୧୮’ବା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁକ୍ରବାର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିବେ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ମାଲ୍ୟାଙ୍କ ଶେୟାର ବିକିବା ଲାଗି ଇଡିର ପ୍ଲାନ

ନୂଆଦିଲ୍ଲୀ,୧୫-୨:  ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରାଯିବ। ତେବେ ତାଙ୍କର ପ୍ରତ୍ୟର୍ପଣ ନ ହେଲେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବକେୟା ଋଣ  ଅସୁଲ ଲାଗି ବାଟ ବାହାର କରିସାରିଛି।

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ଷ୍ଟର୍ଲିଂ ବାୟୋଟେକ ମାମଲା;ଏନ୍‌ବିଡବ୍ଲ୍ୟୁ ଖାରଜ ଲାଗି ଅଦାଲତ ଗଲେ ପ୍ରମୋଟର

ନୂଆଦିଲ୍ଲୀ,୧୫-୨:  ବହୁଚର୍ଚ୍ଚିତ ଷ୍ଟର୍ଲିଂ ବାୟୋଟେକ ଲିମିଟେଡର ଠକେଇ ମାମଲାରେ ଏହାର ୩ ପ୍ରମୋଟର  ନୀତିନ ଜୟନ୍ତୀଲାଲ ସନ୍ଦେସରା, ଚେତନକୁମାର ଜୟନ୍ତୀଲାଲ ସନ୍ଦେସରା ଏବଂ ଡିଚେତନ ସନ୍ଦେସରା ଗୁରୁବାର ନିଜ ଓକିଲଙ୍କ ମାଧ୍ୟମରେ ଦିଲ୍ଲୀର ଏକ କୋର୍ଟରେ ଏନ୍‌ବିଡବ୍ଲ୍ୟୁ ଖାରଜ କରିବା ଲାଗି ଆବେଦନ କରିଛନ୍ତି।

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ପାଇକାରୀ ମୁଦ୍ରାସ୍ଫୀତି ୨.୭୬%

ନୂଆଦିଲ୍ଲୀ,୧୫-୨:  ଇନ୍ଧନ ଏବଂ ଅନ୍ୟ କେତେକ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ଜାନୁୟାରୀରେ ହ୍ରାସ ପାଇ ୨.୭୬%ରେ ପହଞ୍ଚତ୍ଛି। 

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

୫୮୮ କୋଟି କ୍ଷତି ପରେ;ସମାଧାନ ପ୍ରକ୍ରିୟାକୁ ଜେଟ୍‌ ଏୟାରଓ୍ବେଜର ମଞ୍ଜୁରୀ

ନୂଆଦିଲ୍ଲୀ,୧୫-୨:  ଋଣରେ ବୁଡ଼ି ରହିଥିବା ଜେଟ୍‌ ଏୟାରଓ୍ବେଜର ଚଳିତ ଆର୍ଥିକ ବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ୫୮୭.୭୭ କୋଟି ଟଙ୍କାର କ୍ଷତି ହୋଇଛି। ଗତ ବର୍ଷର ସମାନ ତ୍ରୈମାସରେ କମ୍ପାନୀ ୧୬୫.୨୫ କୋଟି ଟଙ୍କାର ଲାଭ ହାସଲ କରିଥିଲା। 

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ଆର୍‌ବିଆଇ ବୋର୍ଡ ବୈଠକରେ ଯୋଗ ଦେଇପାରନ୍ତି ଜେଟ୍‌ଲୀ

ନୂଆଦିଲ୍ଲୀ,୧୫-୨:  ଅର୍ଥମନ୍ତ୍ରୀ ଭାବେ ଅରୁଣ ଜେଟ୍‌ଲୀ ପୁନର୍ବାର ଦାୟିତ୍ୱ ନେବାକୁ ପ୍ରସ୍ତୁତ ହୋଇଗଲେଣି। ସେ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୋର୍ଡର ୧୮ ତାରିଖ ବୈଠକ ପୂର୍ବରୁ ନିଜ ଦାୟିତ୍ୱ ସମ୍ଭାଳିବେ।

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଜେଏସ୍‌ପିଏଲ୍‌ ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ପାଇଁ ଆବେଦନପତ୍ର ଆହ୍ବାନ

ଭୁବନେଶ୍ୱର,୧୫-୨: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ(ଜେଏସ୍‌ପିଏଲ୍‌)ର ସାମାଜିକ ଉତ୍ତରଦାୟିତ୍ୱ ଶାଖା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ତୃତୀୟ ସଂସ୍କରଣର ରାଷ୍ଟ୍ରୀୟ ସ୍ବୟଂସିଦ୍ଧ ସମ୍ମାନ ସମ୍ପର୍କରେ ଘୋଷଣା କରାଯାଇଛି। 

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ବିଏସ୍‌ଏସ୍‌ଏଲ୍‌ ଦେଲା ସ୍ପଷ୍ଟୀକରଣ;କମ୍ପାନୀ ବନ୍ଦ ନେଇ କୌଣସି ପ୍ରସ୍ତାବ ନାହିଁ

ଭୁବନେଶ୍ୱର,୧୫-୨: ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ ବନ୍ଦ ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହାକୁ ନେଇ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। 

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଦୁଇ ଦିନ ପ୍ରଶାନ୍ତ ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ

ଭୁବନେଶ୍ୱର,୧୫-୨: ଭୁବନେଶ୍ୱରରୁ ଶନିବାର ଏବଂ ରବିବାର ବାହାରିବାକୁ ଥିବା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ ସତ୍ୟସାଇ ପ୍ରଶାନ୍ତି ନିଳୟନ ଯାଏ ଚଳାଚଳ କରିବ।