ସମ୍ପାଦକୀୟ |

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଯେଭଳି ରଣହୁଙ୍କାର ଦେଇଛନ୍ତି, ତାହାକୁ ହାଲୁକା ଭାବେ ନେବା କଥା ନୁହେଁ। ଜାତୀୟ ଦଳ କଂଗ୍ରେସ, ବିଏସ୍‌ପି, ଏନ୍‌ସିପି, ତୃଣମୂଳ କଂଗ୍ରେସ ସହ ଆଞ୍ଚଳିକ ଦଳଗୁଡ଼ିକର ନେତା ଏକାଠି ହୋଇ ବିଭିନ୍ନ ଦିଗରୁ ଭାଜପା ସରକାରକୁ ଟାର୍ଗେଟ କରିଛନ୍ତି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ସାମ୍ପ୍ରତିକ ପରିସ୍ଥିତିରେ ସ୍ଥାନୀୟ ସମସ୍ୟା ଓ ପ୍ରସଙ୍ଗକୁ ନେଇ ରାଜ୍ୟସ୍ତରରେ ନିର୍ବାଚନ ହେଉଥିବାରୁ ଆଞ୍ଚଳିକ ଦଳଗୁଡ଼ିକ ନିଶ୍ଚିତ ଗୁରୁତ୍ୱ ବହନ କରିବେ। ଏତଦ୍‌ବ୍ୟତୀତ ନିକଟରେ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାର ପରାଜୟ ଓ ଦେଶବ୍ୟାପୀ ଏହି ଦଳ ପ୍ରତି ଜନସାଧାରଣଙ୍କ ଅସନ୍ତୋଷ ଯେଭଳି ବଢ଼ିଚାଲିଛି, ଆଗାମୀ ସାଧାରଣ ନିର୍ବାଚନରେ ମୋଦିଙ୍କ ଶାସନ ବିରୋଧରେ ସେହି ସ୍ବର ପ୍ରତିଫଳିତ ହେବାର ଚିନ୍ତାଧାରା ସୁଦୃଢ଼ ହୋଇଛି। କୋଲକାତା ସମାବେଶରେ ବିରୋଧୀଙ୍କ ଆକାର ଦେଖି ମୋଦି ଭୟଭୀତ ହେବା ଭଳି ଜଣାପଡ଼ିଲେଣି। କାରଣ ସେ ଉକ୍ତ ରାଲିକୁ କେବଳ ମୋଦିଙ୍କ ବିରୋଧରେ ନୁହେଁ, ସମଗ୍ର ଦେଶ ବିରୋଧରେ ବୋଲି କହିବାକୁ ପଛାଇ ନାହାନ୍ତି। ନିଜ ସପକ୍ଷରେ ସମବେଦନା ଗୋଟାଇବା ଲକ୍ଷ୍ୟରେ ସେ ଦେଶବାସୀଙ୍କ କଥା କହି ଚତୁରତା ଦେଖାଇଛନ୍ତି ବୋଲି କୁହାଯାଉଛି।

୨୦୧୪ ନିର୍ବାଚନ ପୂର୍ବରୁ ମୋଦିଙ୍କର ସ୍ବପ୍ନ ଦେଖାଇବାର ଦକ୍ଷତା ଦେଶବାସୀ ଭୁଲିନାହାନ୍ତି। ବହୁଳ ପରିମାଣରେ ଆସନ ଜିଣି ଲୋକ ସଭାରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସତ୍ତ୍ୱେ,  ମୋଦିଙ୍କ ତୁଣ୍ଡ ଚୁପ୍‌ ପଡ଼ିଲାନାହିଁ। ରେଡିଓରେ ‘ମନ୍‌ କି ବାତ୍‌’, ଟେଲିଭିଜନରେ ନିତିଦିନ ବିଭିନ୍ନ ସ୍ଥାନରୁ ସିଧା ପ୍ରସାରଣ ଏବଂ ବାସ୍ତବରେ ଦେଶ ଭିତରେ ଓ ବାହାରେ ଗସ୍ତ କରି ମୋଦିଙ୍କର ବକ୍ତବ୍ୟ ଆଜି ତାଙ୍କର କାଳ ହେବାକୁ ବସିଲାଣି ବୋଲି ସ୍ପଷ୍ଟ ଜଣାପଡ଼ୁଛି। ‘ଗାତର ଦୋଷ’ ଗଳ୍ପ ଭଳି କ୍ଷମତା ବାହାରେ ଥିବା ମୋଦିଙ୍କ ଗଣତାନ୍ତ୍ରିକ ଆଭିମୁଖ୍ୟ ସହିତ କ୍ଷମତାରେ ରହି ଅଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ମନୋଭାବରେ କାର୍ଯ୍ୟ କରିବା ଖାପ ଖାଇଲା ନାହିଁ। ବିଦେଶରୁ କଳାଧନ ଫେରାଇଆଣିବା, ସୀମା ଆରପଟୁ ଆକ୍ରମଣ ହେଲେ ଭାରତ ତରଫରୁ, ଅନ୍ୟତ୍ର ନ ଯାଇ, ପାକିସ୍ତାନକୁ ଆକ୍ରମଣ କରିବା ଭଳି କଥା କହିବା ସହିତ ଆଧାର ଏବଂ ଜିଏସ୍‌ଟି ଯୋଜନାଗୁଡ଼ିକୁ ମଧ୍ୟ ମୋଦି ବିରୋଧ କରିଥିଲେ। କିନ୍ତୁ, କ୍ଷମତାକୁ ଆସିବା ପରେ, ମୋଦି ସେହି ଗାତରେ ପଶି ଗରିବ ଜନସାଧାରଣ ବିରୋଧୀ ପାଲଟିଗଲେ। ତାଙ୍କ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ହେଲା ବିମୁଦ୍ରୀକରଣ। ଗୋ-ରକ୍ଷକଙ୍କ ତାଣ୍ଡବଲୀଳା ଯୋଗୁ ଗ୍ରାମାଞ୍ଚଳର ଭାରତୀୟ ଯେତିକି କଷ୍ଟ ପାଇଲା, ତା’ଠାରୁ ଅଧିକ କଷ୍ଟ ବିମୁଦ୍ରୀକରଣ ମାଧ୍ୟମରେ ଘଟିଥିବା ଆର୍ଥିକ କ୍ଷତି ଗରିବ ନାଗରିକକୁ ପ୍ରବଳ ଦୁଃଖ ଦେଇଛି। ଭାରତର ଶିକ୍ଷିତ ସମାଜରେ ଅସହିଷ୍ଣୁତା, ଅସାମ୍ବିଧାନିକ ଭାବେ ସରକାରୀ କାର୍ଯ୍ୟ, ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କ ତୁଟିଯିବାଠାରୁ ଆରମ୍ଭ କରି ଆରବିଆଇ, ସିବିଆଇ ଏପରି କି ସଂସଦୀୟ ବ୍ୟାପାରରେ ମୋଦିଙ୍କ ସିଧାସଳଖ ହସ୍ତକ୍ଷେପ ଏହି ଶ୍ରେଣୀକୁ ବ୍ୟସ୍ତ କରିଛି।

ହାତଗଣତି ବ୍ୟବସାୟୀଙ୍କ ପରିବାରକୁ ମୋଦିଙ୍କ ଅନୁକମ୍ପା ସମସ୍ତଙ୍କ ଦୃଷ୍ଟିଗୋଚର ହୋଇଛି। ଏହା ସ୍ବୀକାରଯୋଗ୍ୟ ଯେ, ମୋଦିଙ୍କ କର୍ପୋରେଟ ପ୍ରୀତି ଖୋଲାଖୋଲି ବୁଝାପଡ଼ିଲା। କିନ୍ତୁ ସାମାଜିକ ଅସ୍ଥିରତା ଓ ଅର୍ଥନୈତିକ ବାତାବରଣକୁ ଅଶାନ୍ତ କରିବାରେ ମଧ୍ୟ ମୋଦିଙ୍କର ପ୍ରମୁଖ ଭୂମିକା ଦେଶରେ ପୁଞ୍ଜି ବିନିଯୋଗ କରାଇବାରେ ସହାୟକ ହେଲା ନାହିଁ। ଯେହେତୁ ପୁଞ୍ଜି ଲାଗିଲା ନାହିଁ, ସେହେତୁ ନୂଆ କଳକାରଖାନା ଗଢ଼ିଉଠିଲା ନାହିଁ। ଏହାଫଳରେ ନିଯୁକ୍ତି ସୁଯୋଗ ବଢ଼ିବାର କୌଣସି ସମ୍ଭାବନା ମୋଦିଙ୍କ ଦ୍ୱାରା ସୃଷ୍ଟି କରାଗଲା ନାହିଁ।

ଏଭଳି ଏକ ବିରାଟକାୟ ବିଫଳତାର ଅନେକ କାରଣ ଥାଇପାରେ। ଆମେ ଜାଣିବାରେ କେତେକ ମୁଖ୍ୟ କାରଣ ଉଲ୍ଲେଖ କରାଯାଇପାରିବ। ପ୍ରଥମେ, ମୋଦି ଜଣେ ଅତ୍ୟନ୍ତ ଦୃଢ଼ ଏବଂ ଶକ୍ତିଶାଳୀ ଆଞ୍ଚଳିକ ନେତା ହୋଇପାରନ୍ତି। ତେବେ ଏକ ଜାତୀୟସ୍ତର ନେତା ହେବାର ସୁଯୋଗ ପାଇଲେ ମଧ୍ୟ ଭାରତର ସାମାଜିକ, ଧାର୍ମିକ ଏବଂ ଭାଷା ବିବିିଧତାକୁ ହୃଦୟଙ୍ଗମ କରିବାରେ ତାଙ୍କର ସକ୍ଷମତା ନାହିଁ ବୋଲି ସ୍ପଷ୍ଟ ବୁଝାପଡ଼ୁଛି। ଦ୍ୱିତୀୟରେ ହିନ୍ଦୀ-ହିନ୍ଦୁ ଚିନ୍ତାଧାରାରେ ଯାଇ ମୋଦି ମାଡ଼ ଖାଇଯାଉଛନ୍ତି। ତୃତୀୟ ବିଷୟ ପୂର୍ବରୁ ଯାହା ଉଲ୍ଲେଖ କରିଛେ ତାହା ହେଲା ମୋଦିଙ୍କ ଅନର୍ଗଳ ଭାଷଣ ଦେବାର ପ୍ରେମ। ଏହା ସ୍ବୀକାର କରିବାକୁ ହେବ ଯେ ନେତାଙ୍କର ସମ୍ପୂର୍ଣ୍ଣ ନୀରବ ରହିବା ଯେତିକି ମାରାତ୍ମକ, ଅଯଥାରେ ବକରବକର ହେବା ମଧ୍ୟ ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଅନ୍ତ ନୁହେଁ କିନ୍ତୁ ଚତୁର୍ଥରେ, ଏକ ବିରାଟବଡ଼ କ୍ଷତିକାରକ ଚରିତ୍ର, ଯାହା ମୋଦିଙ୍କୁ ଧୂଳିସାତ୍‌ କରିଦେଇପାରେ, ତାହାହେଲା ସବୁଥିରେ ଆଙ୍ଗୁଠି ଗେଞ୍ଜିବା। ୮୦୦ ବର୍ଷର ଜଣାଶୁଣା ମୁସଲମାନ ଶାସନ, ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗୋରା ଶାସନ ସହିଥିବା ଭାରତ ଅନେକ ଶାସକଙ୍କ ଯିବାଆସିବା ଦେଖିଛି। ସକାରାତ୍ମକ ଆଭିମୁଖ୍ୟ ରଖିଥିବା ବ୍ୟକ୍ତି କିଛି ଅଧିକ ବର୍ଷ କ୍ଷମତାରେ ରହିଯାଆନ୍ତି। ନକାରାତ୍ମକ ଚିନ୍ତା ପ୍ରବେଶ କରିବାମାତ୍ରେ କ୍ଷମତାରୁ ଦୂରେଇଯିବା ସୁନିଶ୍ଚିତ। ମୋଦି ଭୁଲିଗଲେ ଯେ ତାଙ୍କର ଶାସନ ଜୀବନକାଳ ଇତିହାସରେ କ୍ଷଣକ ପାଇଁ। ସେହି ସମୟରେ ଅଧିକରୁ ଅଧିକ ସହାନୁଭୂତି ଏବଂ ଶାନ୍ତି ସୃଷ୍ଟି କରିବାରେ ସମୟ ଦେଇଥିଲେ ତାଙ୍କ ପାଇଁ ଆଜିର ଏହି ଟଳମଳିଆ ପରିସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା। ସମସ୍ୟା ହେଉଛି କ୍ଷମତା ଆଣିଦିଏ ଉଚ୍ଚକୋଟୀର ଅହଂଭାବ। ମୋଦି ଭୁଲିଗଲେ ଯେ, ୨୦୧୪ରେ କଂଗ୍ରେସର ସ୍କାମ୍‌ ଏବଂ ମୌନ ମୋହନ ସିଂଙ୍କ ଚରିତ୍ର ଦେଶବାସୀଙ୍କୁ ଅତିଷ୍ଠ କରିଥିଲା। ଆମ ବୁଝିବାରେ ଦେଶବାସୀ ମୋଦିଙ୍କୁ ଜିତାଇବା ପରିବର୍ତ୍ତେ କଂଗ୍ରେସକୁ ହରାଇବାରେ ଅଧିକ ଗୁରୁତ୍ୱ ଦେଇଥିଲେ। ସେହି ବାସ୍ତବ ସତ୍ୟକୁ ମନେରଖି ନିଜର ଶାସନକୁ ନରମ ରଖିଥିଲେ ମୋଦିଙ୍କ କ୍ଷମତାକୁ ଫେରିବା ନେଇ ଆଜି ଯେଉଁ ସନ୍ଦେହ ସୃଷ୍ଟି ହେଉଛି, ସମ୍ଭବତଃ ତାହା ହୋଇ ନ ଥାଆନ୍ତା।

All Right Reserved By

ସମ୍ପାଦକୀୟ |

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..

 ବୁଦ୍ଧିଆ ପ୍ରାଣୀ ଛେଳି

ବୁଦ୍ଧିଆ ପ୍ରାଣୀ ଛେଳି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜଣେ ବ୍ୟକ୍ତି ଏକ କଂସେଇଖାନାରୁ ଗୋଟିଏ ଅଣ୍ଡିରା ଛେଳିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଦେଲେ। ଆମେ ତାକୁ ମୁକ୍ତ ଭାବରେ ପରିସରରେ ଦୌଡ଼ିବା ପାଇଁ ଅନୁମତି ଦେଲୁ। ଦେଖାଗଲା ଅଳ୍ପ ସମୟ ଭିତରେ ସେ ଦଳେ କୁକୁରଙ୍କର ଦଳପତି ହୋଇଗଲା ଏବଂ କୁକୁରମାନେ ସମ୍ମାନଜନକ ଦୂରତାରେ ରହି ତାକୁ ଅନୁସରଣ କରିବାକୁ ଲାଗିଲେ।..

ଆଦିବାସୀ ମେଳା

ଆଦିବାସୀ ମେଳା

ବିଚିତ୍ର ବିଶ୍ୱାଳ

ନିକଟ ଅତୀତରେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଯୋଗୁ କିଛି ସମୟ ପାଇଁ ରାଜଧାନୀର ପ୍ରଦର୍ଶନୀପଡ଼ିଆ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରେ। ରାଜଧାନୀର ବଡ଼ବଡ଼ିଆ ବାବୁମାନେ ମେଳା ବୁଲିବୁଲି ଆଦିବାସୀମାନଙ୍କୁ ଦେଖନ୍ତି ଓ ସେମାନଙ୍କ ଉପତ୍ାଦିତ ସାମଗ୍ରୀ କିଣିଥାନ୍ତି। ଏହି ମେଳାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ପାଇଁ ଘର ତିଆରି କରି ଲୋକଙ୍କ ଦର୍ଶନ ପାଇଁ ସେମାନଙ୍କୁ ଯେମିତି ରଖାଯାଇଥାଏ, ଦୂ..

 ପ୍ରେମ ଏକ ପାଟମଠାଶାଢ଼ି

ପ୍ରେମ ଏକ ପାଟମଠାଶାଢ଼ି

ଡ. ଭାଗ୍ୟଲିପି ମଲ୍ଲ

ଆଜି ଭାଲେଣ୍ଟାଇନ୍‌ ଡ଼େ’। ପ୍ରେମ ଦିବସ। ପ୍ରେମର ସ୍ମୃତିରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ। ତେବେ ପ୍ରେମର ଜନ୍ମ କ’ଣ ଆଜି ଓ ଆଜି ହିଁ ତା’ର ମୃତ୍ୟୁ? ପ୍ରେମକୁ ନେଇ କେତେ କଥା। ପ୍ରେମ କାଳେ ପ୍ରାପ୍ତିରେ ମିଳେନା, ମିଳେ ଅପ୍ରାପ୍ତିରେ। ପୁଣି ମିଳନଠୁ ବେଶି ମିଳେ ବିରହରେ। ପୂର୍ଣ୍ଣତା ଅପେକ୍ଷା ଶୂନ୍ୟତାରେ ହୁଏ ଅଧିକ ଗାଢ଼ ଏବଂ ଏହି ପ୍ରେ..

ଏଇ ଭାରତରେ

ଏଇ ଭାରତରେ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି, ଯେଉଁଠି ଏହାର  ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ  ହୋଇରହିଛି। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ। ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ  ଏହାକୁ ଢାଙ୍କି ଦିଆଯାଏ। ପରବର୍ତ୍ତୀ ଦିନ ସକାଳେ ପୁଣି  ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ। କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱ..