ସମ୍ପାଦକୀୟ |

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

ଇଂ. ମାୟାଧର ସ୍ବାଇଁ

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। ଏଠାରେ ବାୟୁମଣ୍ଡଳରେ କଣିକୀୟ ପଦାର୍ଥ (୨.୫ ପିଏମ୍‌) ପରିମାଣ ହେଉଛି ଘନମିଟର ପ୍ରତି ୧୭୩ ମାଇକ୍ରୋଗ୍ରାମ୍‌। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଅନୁଯାୟୀ, ଏହାର ନିରାପଦ ପରିମାଣ ହେଉଛି ୪୦ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅନୁସାରେ ଏହାର ସୀମା ହେଉଛି ୧୦। ଯେଉଁ କଣିକାର ଆକାର ୨.୫ ମାଇକ୍ରନ୍‌ (ଏକ ମାଇକ୍ରନ୍‌ ହେଉଛି ମିଟରର ନିୟୁତ ଭାଗରୁ ଏକ ଭାଗ) ବା ତାହାଠାରୁ କମ୍‌, ତାକୁ ୨.୫ ପିଏମ୍‌ (ପରକ୍ୟୁଲେଟ୍‌ ମ୍ୟାଟର) ବା କଣିକୀୟ ପଦାର୍ଥ କୁହାଯାଏ। ଏହା ତାପଜ ବିଦ୍ୟୁତ୍‌ କେନ୍ଦ୍ର, ଯାନବାହନ, ନିର୍ମାଣ କାର୍ଯ୍ୟ, ଜଙ୍ଗଲ ପୋଡ଼ି, ଶସ୍ୟ ଅବଶେଷ ପୋଡ଼ି ଏବଂ ଧୂଳି ଆଦିରୁ ବାୟୁମଣ୍ଡଳକୁ ଯାଇଥାଏ। ଏହା ଶ୍ୱାସ ପ୍ରକ୍ରିୟାରେ ଆମ ଶରୀର ଭିତରକୁ ଯାଇ ଫୁସ୍‌ଫୁସୀୟ ରୋଗ ସୃଷ୍ଟି କରିଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ କର୍କଟ ରୋଗ ଗବେଷଣା ସଂସ୍ଥା ୨୦୧୩ ମସିହାରେ ଏହି କଣିକୀୟ ପଦାର୍ଥକୁ କର୍କଟ ରୋଗର କାରକ ଭାବେ ଅଭିହିତ କରିଛି। ଗର୍ଭବତୀ ମହିଳାଙ୍କୁ ମଧ୍ୟ ଏହା ପ୍ରଭାବିତ କରିଥାଏ, ଯାହାଫଳରେ ଜନ୍ମବେଳକୁ ଶିଶୁର ଓଜନ କମ୍‌ ଥାଏ ଏବଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଶିଶୁ ଜନ୍ମ ହୋଇଥାଏ।

ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ପ୍ରକାଶ କରିଛି ଯେ, ଭାରତରେ ବର୍ଷକୁ ପ୍ରାୟ ୧୨.୪ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁବରଣ କରୁଛନ୍ତି। ପୁନଶ୍ଚ ଏହା ପ୍ରକାଶ କରିଛି ଯେ, ସ୍ବଚ୍ଛ ଓ ନିର୍ମଳ ବାୟୁ ପାଉଥିଲେ ଭାରତୀୟମାନଙ୍କର ବ୍ୟକ୍ତି ପିଛା ହାରାହାରି ଆୟୁଷ ୧.୭ ବର୍ଷ ବଢ଼ିଯାଆନ୍ତା। ଭାରତରେ ପ୍ରାୟ ୭୭ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି। ଯାନବାହନ ଉତ୍ସର୍ଜନରୁ ବିଭିନ୍ନ ରୋଗ ହେବା ସଙ୍ଗେସଙ୍ଗେ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ହେଉଛି ଜାଗତିକ ଉଷ୍ଣତା ବୃଦ୍ଧିର କାରଣ। ସମଗ୍ର ପୃଥିବୀରେ ମୋଟ ସବୁଜ ଗୃହ ଗ୍ୟାସ୍‌ ଉତ୍ସର୍ଜନର ୨୩ ପ୍ରତିଶତ ଯାନବାହନରୁ ନିର୍ଗତ ହୋଇଥାଏ।

ବାୟୁ ପ୍ରଦୂଷଣର ପ୍ରଭାବ ଅଧିକ ମାତ୍ରାରେ ସହରାଞ୍ଚଳରେ ଦେଖାଯାଏ। ଏହାର ମୁଖ୍ୟ କାରଣ ହେଉଛି ଯାନବାହନ। ଯାନବାହନରେ ପେଟ୍ରୋଲ ଓ ଡିଜେଲ ଆଦି ଜୀବାଶ୍ମ ଇନ୍ଧନ ଦହନ ପରେ ସେଥିରୁ କାର୍ବନ୍‌ ମନୋକ୍‌ସାଇଡ୍‌, ସଲ୍‌ଫର ଡାଇଅକ୍‌ସାଇଡ୍‌, ଅଙ୍ଗାରକାମ୍ଳ ଓ କଣିକୀୟ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହୋଇଥାଏ। ଦିନକୁ ଦିନ ସହରାଞ୍ଚଳରେ ବ୍ୟକ୍ତିଗତ ଯାନବାହନ ସଂଖ୍ୟା ବଢ଼ିଚାଲିଛି। ଅଫିସ ଆରମ୍ଭ ଓ ବନ୍ଦ ସମୟରେ ଭୁବନେଶ୍ୱର ମୁଖ୍ୟରାସ୍ତାରେ ଗାଡ଼ିର ଭିଡ଼ ଦେଖିଲେ ଏହା ଜଣାପଡ଼େ। ଏହାର ପ୍ରତିକାର ପାଇଁ ଯାନବାହନ ସଂଖ୍ୟାର ନିୟନ୍ତ୍ରଣ ଆବଶ୍ୟକ; କିନ୍ତୁ ଏହା କୌଣସି ଆଇନ ଦ୍ୱାରା ସମ୍ଭବ ନୁହେଁ। ଲୋକମାନେ ବ୍ୟକ୍ତିଗତ ଗାଡ଼ି ବଦଳରେ ବସ୍‌, ରେଳ ଆଦି ସାଧାରଣ ପରିବହନ ବ୍ୟବସ୍ଥାରେ ଯାତାୟାତ କରିବା ପାଇଁ ସଚେତନତା ଦରକାର। ଏଥିପାଇଁ ସରକାରୀ ସ୍ତରରେ ଅଧିକ ସଂଖ୍ୟକ ସାଧାରଣ ବସ୍‌ର ଚଳାଚଳ ଆବଶ୍ୟକ। ଦିଲ୍ଲୀରେ ଏପରି ବ୍ୟବସ୍ଥା ଥିଲେ ସୁଦ୍ଧା ବ୍ୟକ୍ତିଗତ ଗାଡ଼ି ସଂଖ୍ୟା ଏତେ ଅଧିକ ଯେ, ଦିଲ୍ଲୀ ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ମଝିରେ ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଥିବା ଗାଡ଼ି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ କାରଣରୁ ଏହାକୁ ମଧ୍ୟ ବିରୋଧ କରାଗଲା। ଅନ୍ୟ ଗୋଟିଏ ଉପାୟ ହେଉଛି ଅଧିକ ଦକ୍ଷତାବିଶିଷ୍ଟ ଇଞ୍ଜିନର ବ୍ୟବହାର। ଭାରତ ସରକାର ୨୦୧୭ ମସିହାରୁ ଦେଶରେ ୟୁରୋ-୬ ଭଳି ଭାରତ-୬ ମାନକ ଇଞ୍ଜିନର ବିକ୍ରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ ଆସନ୍ତାବର୍ଷ ଭାରତ-୭ ମାନକ ଇଞ୍ଜିନ ପ୍ରଚଳନ ପାଇଁ ମଧ୍ୟ ପ୍ରସ୍ତାବ ଅଛି। ଏ ସବୁରୁ ବାୟୁମଣ୍ଡଳକୁ ଟିକିଏ କମ୍‌ ପ୍ରଦୂଷକ ନିର୍ଗତ ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ସମାଧାନ ନୁହେଁ।

ଯାନବାହନ ଉତ୍ସର୍ଜନର ନିୟନ୍ତ୍ରଣ ପାଇଁ ନୀତି ଆୟୋଗ କିଛି ପ୍ରସ୍ତାବ ଦେଇଛି। କମ୍‌ ଦକ୍ଷତା ଥିବା ଓ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନବାହନ ଉପରେ ଅଧିକ କର ବସାଇବା ଏବଂ ଅଧିକ ଦକ୍ଷ ଗାଡିଗୁଡିକୁ ଟିକସରେ ରିହାତି ଦେବା ପାଇଁ ପ୍ରସ୍ତାବ ଅଛି। ଏହି ବ୍ୟବସ୍ଥା ଅଷ୍ଟ୍ରିଆ, ଡେନ୍‌ମାର୍କ, ଫ୍ରାନ୍ସ, ନେଦରଲାଣ୍ଡ, କାନାଡା ଓ ସିଙ୍ଗାପୁରରେ ପ୍ରଚଳିତ। ବ୍ୟକ୍ତିଗତ ଗାଡିର ବୀମା ଓ କର ବଢାଇବା, ପାର୍କିଙ୍ଗ ପାଇଁ ଅଧିକ ଅର୍ଥ ଆଦାୟ କରିବା ଏବଂ ସହରର ପ୍ରଦୂଷଣପ୍ରବଣ ଅଞ୍ଚଳକୁ ଗାଡିର ପ୍ରବେଶ ଉପରେ କଟକଣା କରିବାର ପ୍ରସ୍ତାବ ରହିଛି। ଅତି ପୁରୁଣା ଗାଡିଗୁଡିକର ପଞ୍ଜୀକରଣକୁ ନବୀକରଣ ନ କରି ଏଗୁଡିକୁ ବନ୍ଦ କରିଦେବା ପାଇଁ ପ୍ରସ୍ତାବ ଅଛି।

ସହରବାସୀଙ୍କୁ ବାୟୁ ପ୍ରଦୂଷଣ କବଳରୁ ରକ୍ଷା କରିବାକୁ ହେଲେ ପେଟ୍ରୋଲ ଓ ଡିଜେଲଚାଳିତ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇ ସବୁଜ ପରିବହନ ବ୍ୟବସ୍ଥା କରିବାକୁ ହେବ। ଏଥିପାଇଁ ବାୟୁ ପ୍ରଦୂଷଣ କରୁ ନ ଥିବା ବିକଳ୍ପ ଶକ୍ତିଉତ୍ସ ବାହାର କରିବାକୁ ପଡ଼ିବ। ସୁଯୋଗବଶତଃ ବିକଳ୍ପ ଭାବେ ବିଦ୍ୟୁତ୍‌ ଗାଡିର ବିକାଶ କରାଯାଇଛି। ଏଥିପାଇଁ ପ୍ରତି ଗାଡିରେ ଗୋଟିଏ ବ୍ୟାଟେରି ରହିବ ଏବଂ ବ୍ୟାଟେରିରୁ ବିଦ୍ୟୁତ୍‌ ଶକ୍ତି ନେଇ ଇଞ୍ଜିନ ଚାଲିବ। ବର୍ତ୍ତମାନ ସୀମିତ ଭାବେ କେତୋଟି ବିଦ୍ୟୁତ୍‌ ଗାଡି ଚଳପ୍ରଚଳ କରୁଛି। ଏହାର ବେଗ କମ୍‌ ଅଛି। ଏଣୁ ଏହାକୁ ବିଭିନ୍ନ କାର୍ଯ୍ୟାଳୟ ଓ କାରଖାନା ପରିସର, ରେଲଓ୍ବେ ଷ୍ଟେଶନ, ବିମାନ ଘାଟି ଆଦିରେ ବ୍ୟବହାର କରାଯାଉଛି। ସାର୍ବଜନୀନ ଭାବେ ବିଦ୍ୟୁତ୍‌ ଗାଡିର ବ୍ୟବହାର ପାଇଁ ବ୍ୟାଟେରି ପ୍ରଯୁକ୍ତି ବିଦ୍ୟାର ଅଧିକ ବିକାଶ ଦରକାର ଏବଂ ବିଭିନ୍ନ ପରୀକ୍ଷାଗାରରେ ଏଥିପାଇଁ ଗବେଷଣା ଚାଲିଛି।

କେନ୍ଦ୍ର ସରକାରଙ୍କ ସମସ୍ତ ସଂସ୍ଥା ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଜାଗାରେ ବିଦ୍ୟୁତ୍‌ଚାଳିତ ଗାଡି କିଣିବା ପାଇଁ ନୀତି ଆୟୋଗ ପ୍ରସ୍ତାବ ଦେଇଛି। ପୁନଶ୍ଚ ଦୁଇଚକିଆ ବାଇକ୍‌ ଓ ତିନିଚକିଆ ଅଟୋଗୁଡିକୁ ବିଦ୍ୟୁତ୍‌ ଦ୍ୱାରା ଚଳାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ୨୦୩୦ ମସିହା ପରେ ଦେଶରେ ଡିଜେଲ ଓ ପେଟ୍ରୋଲଚାଳିତ ଗାଡିଗୁଡିକର ଉତ୍ପାଦନ ଏବଂ ବିକ୍ରିକୁ ନିଷେଧ କରିବା ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ସବୁଜ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ନ ଦେଲେ ଶେଷରେ ଦିଲ୍ଲୀ ଭଳି ଅନ୍ୟ ସହରଗୁଡିକର ଅବସ୍ଥା ଅସମ୍ଭାଳ ହୋଇପଡିବ। ବେଳହୁଁ ସାବଧାନ ହେବା ଉଚିତ।

୭୦, ଲକ୍ଷ୍ମୀବିହାର, ଫେଜ୍‌-୧, 

ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪

All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ସମ୍ପାଦକୀୟ/ ନ୍ୟାୟାଳୟ ଉପରେ ଛିଟା

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ଆସନ ଉପରେ ପୁନର୍ବାର କଳାବାଦଲ ଘୋଟିଯାଇଛି। ବର୍ତ୍ତମାନର ପ୍ରଧାନ ବିଚାରପତି(ସିଜେଆଇ) ରଞ୍ଜନ ଗୋଗୋଇଙ୍କ ସମେତ ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଚେଲାମେଶ୍ୱର, ମଦନ ବି ଲକୁର ଏବଂ କୁରିୟନ ଯୋଶେଫ୍‌ ତତ୍‌କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମାମଲା ବଣ୍ଟନରେ ଅନି..

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ 

ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ବୋଧହୁଏ ସବୁଠୁ ଆଗରେ। ପୂର୍ବ ସରକାର ସମୟରେ ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ଗ୍ରାମ୍ୟ ପାନୀୟ ଜଳ କାର୍ଯ୍ୟକ୍ରମ ଓ ସମ୍ପୂର୍ଣ୍ଣ ପରିମଳ ଅଭିଯାନ ପାଇଁ ଏକ ବଳିଷ୍ଠ ତଥ୍ୟ ପ..

କିଏ ଏଇ ମା’

କିଏ ଏଇ ମା’

ସୁଧିରାଜ ରାଉତ

ବର୍ଷା ମାସ। ଇନ୍ଦ୍ରାବତୀ ଜଳଭଣ୍ଡାର ସାମର୍ଥ୍ୟଠାରୁ ଅଧିକ ଜଳରେ ପୂର୍ଣ୍ଣହୋଇ ମନେହେଉଥିଲା ସତେ ଅବା ଏକ ମାଟିଆ ସମୁଦ୍ର। କୂଳରେ ବନ୍ଧା ହୋଇଥିବା ଡଙ୍ଗାକୁ ଫିଟାଇଦେଇ ବନ୍ଧୁଙ୍କୁ କହିଲି ଭଲ ଫଟୋ ନେବାକୁ। ବନ୍ଧୁ ଫଟୋ ଉଠାଉଥାଏ କିନ୍ତୁ ମୋତେ ନେଇ ଡଙ୍ଗାଟି ଧୀରେ ଧୀରେ ଦୂରେଇ ଯାଉଥାଏ କୂଳରୁ। ରୋକିବାର ମୋ ସକଳ ପ୍ରୟାସକୁ ଉପହାସକରି ଡ୍ୟାମ୍‌ର ରିଟର୍ନ କରେଣ୍ଟରେ ଡଙ୍ଗାଟି କୂଳରୁ ପାଞ୍ଚଶହ ମିଟରରୁ ଅଧିକ ଦୂରକୁ ଚାଲିଗଲା। ମେଘ ହେବାର ସମ୍ଭାବନା, ଆଉ ପବନ ଲ..

ଏଇ ଭାରତରେ

ଏଇ ଭାରତରେ

ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜଣେ ବ୍ୟକ୍ତି ମତଦାନ କରି ଲୋକ ପ୍ରତିନିଧି ବାଛିବା ହେଉଛି ମୌଳିକ ଅଧିକାର। ଏହାକୁ  ଆଦୌ ଅଣଦେଖା କରିବା ଉଚିତ ନୁହେଁ। କିନ୍ତୁ କେତେକ ନାଗରିକ ଭୋଟଦାନରୁ ବିରତ ରହିବାକୁ ପସନ୍ଦ କରିଥାଆନ୍ତି। ସେ..

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ସମ୍ପାଦକୀୟ/ଦୀପାବଳି କି ଇଦ୍‌ ନୁହେଁ

ରାଜସ୍ଥାନ ବାର୍ମେର ଜିଲାର ଏକ ନିର୍ବାଚନ ସଭାରେ ଏପ୍ରିଲ ୨୧ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରି ଭୋଟ ମାଗିଛନ୍ତିି। ସେ କହିଛନ୍ତି, ଦିନେ ଛାଡ଼ି ଦିନେ ପାକିସ୍ତାନ ବାରମ୍ବାର କହିଆସୁଛି ଯେ, ତା’ ପାଖରେ ପରମାଣୁ ବୋମା ରହିଛି। କିନ୍ତୁ ପାକିସ୍ତାନ ମନେରଖିବା ଉଚିତ ଯେ, ଭାରତ ପାଖରେ ଥିବା ପରମାଣୁ ଅସ୍ତ୍ର ଦୀପାବଳି ପାଇଁ ସାଇତା ..

ଲୋକପ୍ରତିନିଧି କାହାନ୍ତି

ଲୋକପ୍ରତିନିଧି କାହାନ୍ତି

ସହଦେବ ସାହୁ

ବିଲାତକୁ ଗଣତନ୍ତ୍ରର ଜନନୀ କୁହାଯାଏ, କିନ୍ତୁ ତାହାର ଲିଖିତ ସମ୍ବିଧାନ ନାହିଁ, କନ୍‌ଭେନ୍‌ସନ୍‌ ବା ପରମ୍ପରା ସମ୍ବିଧାନର କାମ କରୁଛି: ରାଜା ବା ରାଣୀ ବଂଶାନୁକ୍ରମେ ରାଷ୍ଟ୍ରମୁଖ୍ୟ ହେଉଥିବାରୁ ବିଲାତ ରିପବ୍ଲିକ୍‌ ବା ସାଧାରଣତନ୍ତ୍ର ନୁହେଁ। ଆମ ସମ୍ବିଧାନ-ପ୍ରଣେତାମାନେ ବିଲାତ ଢାଞ୍ଚାର କ୍ୟାବିନେଟ ବା ସଂସଦୀୟ ଗଣତନ୍ତ୍ରକୁ ଅନୁକରଣ ..

ସବୁଥିରେ ପଲିଟିକ୍ସ

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ

ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ କବଳିତ କରିସାରିଲାଣି। ସବୁ କଥାରେ ରାଜନୀତି। ଚାଷୀ ମଲେ ରାଜନୀତି, ପୀଡିତା ଆତ୍ମହତ୍ୟା କଲେ ବି ରାଜନୀତି, ପେଟ୍ରୋଲ ଦର ବଢିଲେ ରାଜନୀତି ଆଉ ଆଦର୍ଶ ହେବାର ..

ଏଇ ଭାରତରେ

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ଉପହାର ସ୍ବରୂପ ସେ ନିଜ ଅଢ଼େଇ ବର୍ଷର ପୁଅକୁ ମଧ୍ୟ ସ୍ତ୍ରୀଙ୍କ ହାତରେ ଟେକି ଦେଇଛନ୍ତି। ଏହି ଘଟଣା ଏବେ ଭାଗଲପୁରରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଗାଁର ଅନେକ ଲୋକ ଏହି ବି..

କଲମ୍ବୋ ନିଆଁ

କଲମ୍ବୋ ନିଆଁ

ଦ୍ୱୀପ ଦେଶ ଶ୍ରୀଲଙ୍କାରେ ଦୀର୍ଘ ବର୍ଷ ପରେ ୨୧ ଏପ୍ରିଲ ୨୦୧୯ରେ ଭୟଙ୍କର ଆତଙ୍କ ଦେଖାଦେଇଛି। ରାଜଧାନୀ କଲମ୍ବୋ ଓ ଆଖପାଖ  ଅଞ୍ଚଳର କେତେକ ଚର୍ଚ୍ଚ ଓ ହୋଟେଲରେ ଲଗାତର ୮ଟି ବିସ୍ଫୋରଣରେ ୨୦୭ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ବେଳେ ୪୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୪୦ ବିଦେଶୀ ଥିବା ଖବର ମିଳିଛି। 

ଜୀବ ସୁରକ୍ଷା ପୃଥିବୀ ରକ୍ଷା

ଜୀବ ସୁରକ୍ଷା ପୃଥିବୀ ରକ୍ଷା

୨୦୧୯ର ଧରିତ୍ରୀ ଦିବସ ପାଳନ ଅବସରରେ ଦିଆଯାଇଥିବା ସଚେତନଧର୍ମୀ ଡାକରାଟା ହେଉଛି ‘ସବୁ ଜୀବଙ୍କୁ ସୁରକ୍ଷା ଦିଅ।’ ଆଠ ନିୟୁତ ଜୀବ ଜାତିର ପୃଥିବୀଟା ଆଜି ଜୀବ ବିଲୁପ୍ତି ପଥରେ ଅଗ୍ରସର। ସକଳ ଜୀବଙ୍କ ପ୍ରାଣସୂତ୍ର ପୃଥିବୀ ସେମାନଙ୍କ ପ୍ରାଣରକ୍ଷା ପାଇଁ ମଣିଷକୁ ଆହ୍ବାନ କରୁଛି। ତେବେ ମଣିଷ କ’ଣ ଜୀବ ବିଲୁପ୍ତିର କାରଣ ସାଜିଛି? ମଣିଷ ଆବିର୍ଭାବ ପୂର୍ବରୁ ତ ପୁଣି ପୃଥିବୀ ପାଞ୍ଚ ପାଞ୍ଚ ଥର ସମୂହ ବିଲୋପକୁ ସାମନା କରିଛି। 

କହିବା କାହାକୁ, ଶୁଣିବ କିଏ

କହିବା କାହାକୁ, ଶୁଣିବ କିଏ

ଯେଉଁ କଥାକୁ ଡର ଥିଲା ତାହା ହିଁ ହେଲା। ଆଶା ଥିଲା, ସରକାର ଆଉ କିଛି କରନ୍ତୁ ବା ନ କରନ୍ତୁ, ନିର୍ବାଚନ ସମୟରେ ମଦକୁ ନିଶ୍ଚିତ ନିଷିଦ୍ଧ କରିବେ। ହେଲେ, ହେଲା ଠିକ୍‌ ତା’ର ଓଲଟା। ସରକାରଙ୍କ ଅବକାରୀ ବିଭାଗ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ମଦ ଦୋକାନୀଙ୍କ ଲାଇସେନ୍ସକୁ ନବୀକରଣ କରି ଏ କ୍ଷେତ୍ରକୁ ସବୁଜ ସଙ୍କେତ(?) ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ନୂତନ ଭାବେ ଅବକାରୀ ନୀତି ପ୍ରସ୍ତୁତ କରିଛନ୍ତି। 

ଏଇ ଭାରତରେ

ଏଇ ଭାରତରେ

ଗୁଜରାଟର ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ଅନ୍ୟ ଗଁାଗୁଡ଼ିକଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ ପ୍ରଚାର କରାଯାଇ ନ ଥାଏ। ଗାଁ ଲୋକଙ୍କ ମତରେ ପ୍ରଚାର କରାଗଲେ ପରିବେଶରେ ଶବ୍ଦ ପ୍ରଦୂଷଣ ବୃଦ୍ଧିପାଇବ। ତେଣୁ ସେମାନେ କୌଣସି ପ୍ରଚାରଗାଡିକୁ ଗାଁ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥାନ୍ତି। 



Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri