ସମ୍ପାଦକୀୟ |

ବାସିପାଣିରେ ପଚରା

ବାସିପାଣିରେ ପଚରା

ଡ. କୁଳାଙ୍ଗାର

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଓଡ଼ିଆ ଘରକୁ ଅତିଥି ଆସିଲେ ସଜପାଣି ଢାଳଟିଏ ବଢେଇ ଦେବାର ବ୍ୟବସ୍ଥା ପ୍ରଚଳିତ। କିନ୍ତୁ ଏବେ ଆମେ କରୁଛେ କ’ଣ? ବନ୍ଧୁଟିଏ ଘରକୁ ଆସିଲେ ବାସିପାଣିରେ ପଚାରିବାଟା ଏବେ ପରମ୍ପରା ପାଲଟିଗଲାଣି। ପରେ ପରେ ବୋତଲ ଓ ଗିଲାସ ଢାଳର ସ୍ଥାନ ଗ୍ରହଣ କରିଛନ୍ତି। ରହିଲା ପାଣି! ଏବେ ଘରକୁ ଆସିଲେ ଆମେ ଦୋକାନକୁ ଧାଇଁଯାଉଚେ ଅବା ଘରେ ମହଜୁଦ୍‌ ଥିଲେ ଥଣ୍ଡା(ମୃଦୁପାନୀୟ) କିମ୍ବା ପ୍ୟାକେଜ୍‌ଡ ପାଣି ବୋତଲଟିଏ ଆଣି ଥୋଇଦେଉଛେ। ଉଭୟ ବାସି।

ମୃଦୁପାନୀୟ, ଯାହାର ଡାକନାମ ଥଣ୍ଡା, ଏବେ ଆମର ଜାତୀୟ ପାନୀୟ! କାରଣ ଏହାକୁ ଜାତି, ଧର୍ମ, ରୋଜଗାର ଓ ଦଳ ନିର୍ବିଶେଷରେ ସମସ୍ତେ ପିଅନ୍ତି। ଛୋଟରୁ ବଡ଼ ସବୁ ଦୋକାନରେ ଏହା ଉପଲବ୍ଧ। ରାସ୍ତାକଡ଼ରେ ଛିଡାହୋଇ ଥଣ୍ଡାଟେ ପିଇବାଟାକୁ ଅନେକେ ପ୍ରେଷ୍ଟିଜ୍‌ ବୋଲି ମନେ କରନ୍ତି। ଆଜିର ମଣିଷ ପାଇଁ ଶରୀରଠାରୁ ସମ୍ମାନ ବଡ଼। ତେଣୁ ଶରୀର ପାଇଁ କ୍ଷତିକାରକ ହେଲେ ମଧ୍ୟ ସମ୍ମାନ ବଢିବ ବୋଲି ଲୋକେ ଢକ ଢକ କରି ପିଇଯାଆନ୍ତି। ଥଣ୍ଡାର ନାନା ଦୁର୍ଗୁଣ ଅଛି ବୋଲି ବାରମ୍ବାର ପ୍ରକାଶ ପାଉଥିଲେ ମଧ୍ୟ ପ୍ରିୟଜନଟିଏ ହାବୁଡିଲେ ଆମେ ତାକୁ ଥଣ୍ଡା ନ ପିଆଇ ଛାଡୁନାହଁୁ! ଥଣ୍ଡାରେ କୀଟନାଶକ ଅଛି ବୋଲି ଅନେକେ କହିଥାଆନ୍ତି, ସେଇ ପ୍ରସଙ୍ଗକୁ ନେଇ କଥାଟିଏ-

ଝିଅକୁ ବରପକ୍ଷ ଦେଖିବାକୁ ଆସିବେ! ସେମାନଙ୍କ ପାଇଁ ଦୋକାନରୁ ଥଣ୍ଡା କିଣି ଫେରୁଥିବା ବାପ-ପୁଅଙ୍କୁ ଦେଖି ଶିକ୍ଷକ ପଚାରିଲେ- ଏ କୀଟନାଶକ କ’ଣ କରିବା ପାଇଁ ନେଉଛନ୍ତି?

ବାପା କହିଲେ- କୀଟଙ୍କୁ ନାଶ କରିବା ପାଇଁ!

ହଉ ଭଲକଥା। କିନ୍ତୁ ଖର୍ଚ୍ଚବହୁଳ କହି ଶିକ୍ଷକ ଚାଲିଗଲେ।

ଏବେ କୁନିପୁଅ ପଚାରିଲା- ବାପା, ତୁମେ ଶିକ୍ଷକଙ୍କୁ ମିଛ କାହିଁକି କହିଲ? ଆମେ ତ କୀଟ ନୁହେଁ ବରଂ ଅପାକୁ ଦେଖିବାକୁ ଆସୁଥିବା ଅତିଥିଙ୍କ ପାଇଁ ନେଉଛେ!

ସିଏ ମନେମନେ ଭାବିଲା- ପୁଅ, ତୁ ବଡ଼ ହେଲେ ଜାଣିବୁ ଏ ବରପକ୍ଷଗୁଡାକ କୀଟଙ୍କଠାରୁ ବି ଆହୁରି ଭୟଙ୍କର!

ପୁଅ ପୁଣି ପଚାରିଲା- ବାପା, କ’ଣ ଭାବୁଚ? କହୁନ, ଆମେ ଅତିଥିଙ୍କୁ ଏ କୀଟନାଶକ ଗୁଡିକ କାହିଁକି ପିଇବାକୁ ଦେବା?

ସିଏ ବୁଝେଇଲା- ଅତିଥିଙ୍କର ମଙ୍ଗଳ ପାଇଁ, କାରଣ ୟାକୁ ପିଇଲେ ତାଙ୍କ ପେଟରେ ଥିବା କୀଟଗୁଡାକ ଖତମ୍‌ ହୋଇଯିବେ!

ପୁଅ କହିଲା- ବଢ଼ିଆ ହେଲା, ଏଥର ଦେହ ଖରାପ ହେଲେ ଆମେ ଔଷଧ ନ ଖାଇ ଥଣ୍ଡା ପିଇଦେବା!’

ସମସ୍ତ ଥଣ୍ଡା ବାସି। କମ୍ପାନୀରେ ବଟ୍‌ଲିଂ ହୋଇ ଖରାବର୍ଷା ଖାଇ ଦୋକାନ ଆଗରେ ପଡ଼ି ପଡ଼ି ପାଳି ପଡ଼ିଲେ ରେଫ୍ରିଜରେଟରରେ ପଶନ୍ତି। ତା’ପରେ ଆମ ତଣ୍ଟିରେ ଢଳା ହୁଅନ୍ତି। ତେଣୁ ଆମେ ଅତିଥିଙ୍କୁ ଏହା ପିଇବାକୁ ଦେଇ ବାସିପାଣିରେ ପଚାରିଥାଉ। ଖାଲି କ’ଣ ଅତିଥି, ଓଷାବ୍ରତରେ ବ୍ରତଧାରୀଏ ପିଇ ଦିଅନ୍ତି, ପଣ୍ଡିତେ ଯଜ୍ଞବେଦିରେ ଦି ଢୋକ ମାରିଦେଇ ଉପଦେଶ ଦିଅନ୍ତି- ଥଣ୍ଡାରେ ମାରା ନାଇଁ!

ପାଣି କହିଲେ ଲୋକେ ଆଉ କୂଅ, ପୋଖରୀ କି ନଈର ପାଣିକୁ ନୁହେଁ ବରଂ ବୋତଲ ପାଣିକୁ ମନେପକାନ୍ତି। ଅନେକଙ୍କର ବଦ୍ଧମୂଳ ଧାରଣା ଏୟା କି, ଯେ କୌଣସି କମ୍ପାନୀର ହୋଇଥାଉ ପଛେ ବୋତଲରେ ଥାଇ ବିକ୍ରି ହେଉଥିବା ପାଣି ହିଁ ବିଶୁଦ୍ଧ। ପୂର୍ବରୁ ଥିଲା- ପାଣି ପିଇବ ଛାଣି, ପଇସା ନେବ ଗଣି। ଏବେ ଦୁଇଟି ଯାକ ବାକ୍ୟ ମିଶି ଗୋଟିଏ ହୋଇଯାଇଛି- ପାଣି ପିଇବ ଗଣି! ମାନେ ପଇସା ଗଣିଦିଅ, ପିଇବା ପାଇଁ ପାଣି ବୋତଲ କିଣିନିଅ! ସେ ବୋତଲରେ ପାଣି କୋଉଠୁ ଆସେ, କିଏ, କେବେ ତାକୁ ଭର୍ତ୍ତି କରିଥିଲା ସେଇଟା ଜାଣିବା ମୁସ୍କିଲ୍‌। ତଥାପି ବୋତଲ ପାଣି ପିଇବାଟାକୁ ବି ଆମେ ପ୍ରେଷ୍ଟିଜ୍‌ ଭାବରେ ଗ୍ରହଣ କରି ନେଲେଣି। ଶ୍ରାବଣ ମାସରେ ଅନେକ କାଉଡିଆ ଆଉ ଭାରରେ ଢାଳ ନ ଝୁଲେଇ ହାତରେ ଦୁଇଟା ବୋତଲ ଧରି ଶିବଙ୍କଠାରେ ଜଳଲାଗି କରିବାକୁ ଯାଉଛନ୍ତି।

ପାଣିର ପୁଣି ଭିନ୍ନ ଭିନ୍ନ ଦର ମଧ୍ୟ ରହିଛି! ଯେଉଁ ବୋତଲଟି ଯେତେ ଦାମୀ; ସେଥିରେ ଥିବା ପାଣି ସେତେ ନିର୍ମଳ ବୋଲି ଅନେକେ ବିଶ୍ୱାସ କରନ୍ତି। ଦାମୀ ହେଉ କି ଶସ୍ତା, ସମସ୍ତ ପାଣି ବୋତଲରେ ବାସିପାଣି ହିଁ ଥାଏ। ଅନେକ ଲୋକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ମଦ ପରି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ବୋତଲ ପାଣି ହିଁ ପିଇଥାଆନ୍ତି। ତାହା ବ୍ୟତିରେକ ଅନ୍ୟ କିଛି ସିଏ ପିଅନ୍ତି ନାହିଁ। ଦୁଃଖର କଥା ତାଙ୍କୁ ମଧ୍ୟ ରୋଗ ହୁଏ। 

ସତେଯେମିତି ଆମେ ପଣ କରିଛେ କି ଜୀବନରେ କେବେହେଲେ ସଜପାଣି ପିଇବା ନାହିଁ। ବୋତଲ ପାଣିର ଆଉ ଗୋଟେ ପରିଚୟ ହେଲା- ମିନେରାଲ୍‌ ୱାଟର। ସେଇ ପ୍ରସଙ୍ଗରେ କଥାଟିଏ-

ପ୍ରେମୀଯୁଗଳ ପ୍ରାକୃତିକ ଡେଟିଂରେ ଯାଇଥିଲେ। ଝରଣାରେ ଗାଧୋଇଲା ବେଳେ ପ୍ରେମିକ କହିଲା- ଶୋଷ ହେଲାଣି, କିନ୍ତୁ ତୁମକୁ ଛାଡିଯିବାକୁ ଇଚ୍ଛା ହେଉନି! ଯାଉଛି ଝରଣା ପାଣି ପିଇଦେବି।

ପ୍ରେମିକା କହିଲା- ଛି, ଦେହ ଖରାପ ହେବ! ମିନେରାଲ୍‌ ୱାଟର ପିଇବ ସିନା!

ପ୍ରେମିକ କହିଲା- ଏହା ତ ମିନେରାଲ୍‌ ୱାଟର।

ପ୍ରେମିକା କହିଲା- ମିଛୁ..!

ପ୍ରେମିକ କହିଲା- ସତ, ଦେଖ ଝରଣାଟି ପାହାଡ଼ରୁ ଝରିଛି ଆଉ ପାହାଡ଼ରେ ଅନେକ ମିନେରାଲ୍‌ ଅଛି, ଯାହା ଏଇ ପାଣିରେ ମିଶିଛି। ତେଣୁ ଏହା ହେଲା ମିନେରାଲ୍‌ ୱାଟର!

ବୋତଲର ସାନଭାଇ ହେଲା ପାଉଚ୍‌। ଏଇ ପାଉଚ୍‌ ହେଉଛି ଭୋଜିଭାତରେ ଅନ୍ୟତମ ଆଇଟମ୍‌। ଜରି ପୁଡିଆରେ ବାସିପାଣି ପିଇବାକୁ ପିଲାରୁ ବୁଢ଼ା ସମସ୍ତେ ବାୟା। ଯଦି ନ ଆସିଛି ତେବେ ଲୋକେ କହିବେ- ହଇରେ ଏତେ ଆୟୋଜନ କଲା, ଦି ଚାରିବସ୍ତା ପାଣି ପାଉଚ୍‌ ଆଣିପାରିଲାନି! ଅତଏବ ଆମେ ସମସ୍ତେ ଏବେ ବାସିପାଣିର ପ୍ରେମୀ। ତେଣୁ ସମସ୍ତେ ସମସ୍ତଙ୍କୁ ବାସି ପାଣିରେ ପଚାରିବାରେ ବ୍ୟସ୍ତ!

ଗାନ୍ଧୀ ପଣ୍ଡା କଳାଘର, ଅଲରା, ନରସିଂହପୁର, କଟକ, ମୋ- ୯୩୩୮୫୮୧୩୦୯, dr.kulangar@gmail.com

All Right Reserved By

ସମ୍ପାଦକୀୟ |

ମିଶ୍ରିତ ଦ୍ୱନ୍ଦ୍ୱ

ମିଶ୍ରିତ ଦ୍ୱନ୍ଦ୍ୱ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ)ର ଲେବର ସର୍ଭେ ରିପୋର୍ଟ ଏକ ଡ୍ରାଫ୍ଟ ମାତ୍ର, ଏହା ସର୍ବଶେଷ ରିପୋର୍ଟ ନୁହେଁ ବୋଲି ମୋଦି ସରକାର ଦାବି କରିବାର କେଇଦିନ ପରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭା..

ପ୍ରବାସୀ ଓ ଆପ୍ରବାସୀ

ପ୍ରବାସୀ ଓ ଆପ୍ରବାସୀ

ଶରତ ଚନ୍ଦ୍ର ମିଶ୍ର

ପ୍ରତ୍ୟେକ ଦେଶରେ ଅଳ୍ପବହୁତ ବିଦେଶାଗତ ବ୍ୟକ୍ତି ଥାଆନ୍ତି ଓ କେତେକ ସ୍ଥାନରେ ସେମାନେ ନାଗରିକତ୍ୱ ଲାଭକରି ପୁରୁଷାନୁକ୍ରମେ ସେଠାରେ ବାସ କରନ୍ତି। ଯେଉଁମାନେ ବିଦେଶରେ ଯାଇ ରହନ୍ତି ଆମେ ସେମାନଙ୍କୁ ପ୍ରବାସୀ କହୁ, ଆଉ ସେ ଦେଶର ଲୋକମାନେ ସେମାନଙ୍କୁ ଆପ୍ରବାସୀ କହନ୍ତି। ଧନୀ ଓ ଉନ୍ନତ ରାଷ୍ଟ୍ର, ବିକାଶଶୀଳ ଓ ଜନବହୁଳ ରାଷ୍ଟ୍ରଗୁଡ଼ିକର ଆପ୍ରବାସୀ..

ମହାଦାନୀ

ମହାଦାନୀ

ଶିବରାମ ଶତପଥୀ

ପୁରାଣ ପୃଷ୍ଠା ଓଲଟାଇଲେ ଆମେ କେତେଜଣ ମହାଦାନୀଙ୍କ ବିଷୟରେ ଅବଗତ ହେଉ। ସୂର୍ଯ୍ୟବଂଶର ପ୍ରାତଃସ୍ମରଣୀୟ ସମ୍ରାଟ୍‌ ହରିଶ୍ଚନ୍ଦ୍ର ନିଜର ରାଜ୍ୟ ସହ ସର୍ବସ୍ବ ଦାନ କରିବା ପରେ ଦକ୍ଷିଣା ଦେବା ପାଇଁ ନିଜର ପତ୍ନୀ ଓ ପୁତ୍ରକୁ ବିକ୍ରିକରି ପରିଶେଷରେ ନିଜକୁ ଚଣ୍ଡାଳ ହାତରେ ବିକିଦେଇ ଶ୍ମଶାନ ରକ୍ଷକ ସାଜିଥିଲେ। ବିଷ୍ଣୁଭକ୍ତ ବଳିରାଜା ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଉପଦେଶ ନ ମାନି ବାମନଙ୍କୁ ତ୍ରିପାଦ ଭୂମିଦାନ କରି ପାତାଳଗାମୀ ହୋଇଥିଲେ। ମହାରାଜା ଶିବି ଶରଣାଗତ କପୋତକୁ ରକ୍ଷା..

ଏଇ ଭାରତରେ

ଏଇ ଭାରତରେ

ଭାରତବର୍ଷ ଏକ ମନ୍ଦିରମାଳିନୀ ଦେଶ। ଅନେକ ମନ୍ଦିରରେ ଅଲୌକିକ ଘଟଣା ଘଟୁଥିବା ଦେଖିବାକୁ ମିଳେ। ଏଭଳି ଘଟଣାମାନ କାହିଁ କେତେ ବର୍ଷରୁ ଚଳିଆସୁଛି, ଯାହାର ଉତ୍ତର ଦେବାକୁ ଆଧୁନିକ ବିଜ୍ଞାନ ମଧ୍ୟ ସକ୍ଷମ ହୋଇପାରି ନାହିଁ। ଆମ ଦେଶରେ ଏପରି ମନ୍ଦିର ରହିଛି, ଯେଉଁଠାରେ ଏକ ଅଖଣ୍ଡ ଦୀପ ଦୀର୍ଘ ୫୫୦ ବର୍ଷ ଧରି ଜଳିଆସୁଛି। ମଧ୍ୟପ୍ରଦେଶର ମନାସା ସହରଠାରୁ ପ୍ରା..

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଆଜିର ଅର୍ଥନୀତି/ସନ୍ଦେହଘେରରେ ଟିକସଦାତା

ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ବାର୍ଷିକ ପାଞ୍ଚଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀମାନଙ୍କ ଆୟକରରେ ଯେଉଁ ରିହାତି ଘୋଷଣା କରିଥିଲେ ତାକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱ ୧୦ ଦିନ ପରେ ବି ଦୂର ହୋଇପାରିଲା ନାହିଁ। ଫେବୃୟାରୀ ପହିଲାରେ ଉପସ୍ଥାପିତ ଅନ୍ତରୀଣ ବଜେଟରେ ଗୋୟଲ ଘୋଷଣା କରିଥିଲେ ଯେ, ଯେଉଁମାନଙ୍କର ବ୍ୟକ୍ତିଗତ ବାର୍ଷିକ ମୋଟ ଆୟ ୫ ଲକ୍ଷ ଟଙ୍କାରୁ ଅଧିକ ହୋଇ ନ ଥିବ, ତାଙ୍କୁ ଆୟକରରେ ରିହାତି ମିଳିବ। ଏହି ଘୋଷଣା ପରେ କିଏ ପ୍ରକୃତରେ ଟିକସ ସୁବିଧା ପାଇବ ଓ କିଏ ପାଇବ ନା..

 ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ରାଜ୍ୟ ସରକାରଙ୍କ ଅନ୍ତରୀଣ ବଜେଟ

ଡ. ସନ୍ତୋଷ କୁମାର ମହାପାତ୍ର

ଫେବୃୟାରୀ ୭ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ଉପସ୍ଥାପନ କରିଛନ୍ତି। ବଜେଟରେ ମୋଟ ବ୍ୟୟ ଅଟକଳ ୧,୩୨,୬୬୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ବେଳେ ଏପ୍ରିଲରୁ ଜୁଲାଇ ୨୦୧୯ ପାଇଁ ୫୬,୯୨୧କୋଟି ଟଙ୍କାର ଲେଖାନୁଦାନ ଉପସ୍ଥାପନ କରାଯାଇଛି। ଏହା ବେହେରାଙ୍କ ଜୀବନର ଦ୍ୱିତୀୟ ବଜେଟ ହୋଇଥିଲା ବେଳେ ନିର୍ବାଚନ ପୂର୍ବର ଶେଷ ଅନ୍ତରୀଣ ବଜେଟ। ଅର୍ଥମନ୍ତ୍ରୀଙ୍କ କହିବା ଅନୁଯାୟୀ ଯେହେତୁ ନିର୍ବାଚନ ଆଗକୁ ଅଛି ତେଣୁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ନ କରି ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ବ୍ୟୟ ପାଇଁ ଲେଖାନୁଦାନ ଉପସ୍ଥାପ..

 ପ୍ରଶାସନିକ ନା ପ୍ରାଶାସନିକ

ପ୍ରଶାସନିକ ନା ପ୍ରାଶାସନିକ

ଡ. ସଦାନନ୍ଦ ନାୟକ

ଖବରକାଗଜ କେବଳ ଖବର ପରିବେଷଣ କରେନାହିଁ, ତାହା ସମ୍ପୃକ୍ତ ଭାଷାର ସମୃଦ୍ଧି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ନିର୍ଦ୍ଦିଷ୍ଟ ସମୟରେ ଭାଷା ଏତେସଂଖ୍ୟକ ପାଠକଙ୍କ ପାଖରେ ପହଞ୍ଚିବାର ଏହା ହେଉଛି ସର୍ବୋତ୍କୃଷ୍ଟ ମାଧ୍ୟମ। ଖବରକାଗଜର ଭାଷାକୁ ଲୋକମାନେ ମାନକ ଭାଷା ରୂପେ ଗ୍ରହଣ କରିଥାନ୍ତି। ଶବ୍ଦଜ୍ଞାନ ବୃଦ୍ଧି ନିମନ୍ତେ ଅନେକେ ଖବରକାଗଜକୁ ହିଁ ଆଶ୍ର..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାର୍ଥୀଙ୍କ ଜୀବନରେ ପରୀକ୍ଷା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପରୀକ୍ଷା ଦେବାରୁ ବଞ୍ଚତ୍ତ ହେଲେ ଗୋଟିଏ ବର୍ଷ ନଷ୍ଟ କରିବାକୁ ପଡେ। ତେଣୁ ସବୁ କିଛି ପ୍ରତିବନ୍ଧକକୁ ଏଡାଇ ପରୀକ୍ଷା ହଲ୍‌ରେ ପହଞ୍ଚତ୍ବା ଜରୁରୀ। ଜଣେ ବ୍ୟକ୍ତି ତାଙ୍କ ଝିଅକୁ ପରୀକ୍ଷାକେନ୍ଦ୍ରକୁ ନେଉଥିବା  ବେ..

 ବୁଦ୍ଧିଆ ପ୍ରାଣୀ ଛେଳି

ବୁଦ୍ଧିଆ ପ୍ରାଣୀ ଛେଳି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଜଣେ ବ୍ୟକ୍ତି ଏକ କଂସେଇଖାନାରୁ ଗୋଟିଏ ଅଣ୍ଡିରା ଛେଳିକୁ ଉଦ୍ଧାର କରି ସଞ୍ଜୟ ଗାନ୍ଧୀ ଆନିମଲ କେୟାର ସେଣ୍ଟରରେ ଦେଲେ। ଆମେ ତାକୁ ମୁକ୍ତ ଭାବରେ ପରିସରରେ ଦୌଡ଼ିବା ପାଇଁ ଅନୁମତି ଦେଲୁ। ଦେଖାଗଲା ଅଳ୍ପ ସମୟ ଭିତରେ ସେ ଦଳେ କୁକୁରଙ୍କର ଦଳପତି ହୋଇଗଲା ଏବଂ କୁକୁରମାନେ ସମ୍ମାନଜନକ ଦୂରତାରେ ରହି ତାକୁ ଅନୁସରଣ କରିବାକୁ ଲାଗିଲେ।..

ଆଦିବାସୀ ମେଳା

ଆଦିବାସୀ ମେଳା

ବିଚିତ୍ର ବିଶ୍ୱାଳ

ନିକଟ ଅତୀତରେ ରାଜଧାନୀ ଭୁବନେଶ୍ୱରରେ ସରକାରଙ୍କ ତରଫରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଯୋଗୁ କିଛି ସମୟ ପାଇଁ ରାଜଧାନୀର ପ୍ରଦର୍ଶନୀପଡ଼ିଆ ଆଦିବାସୀ ଗାଁର ଭ୍ରମ ସୃଷ୍ଟି କରେ। ରାଜଧାନୀର ବଡ଼ବଡ଼ିଆ ବାବୁମାନେ ମେଳା ବୁଲିବୁଲି ଆଦିବାସୀମାନଙ୍କୁ ଦେଖନ୍ତି ଓ ସେମାନଙ୍କ ଉପତ୍ାଦିତ ସାମଗ୍ରୀ କିଣିଥାନ୍ତି। ଏହି ମେଳାରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଆଦିବାସୀମାନଙ୍କ ପାଇଁ ଘର ତିଆରି କରି ଲୋକଙ୍କ ଦର୍ଶନ ପାଇଁ ସେମାନଙ୍କୁ ଯେମିତି ରଖାଯାଇଥାଏ, ଦୂ..

 ପ୍ରେମ ଏକ ପାଟମଠାଶାଢ଼ି

ପ୍ରେମ ଏକ ପାଟମଠାଶାଢ଼ି

ଡ. ଭାଗ୍ୟଲିପି ମଲ୍ଲ

ଆଜି ଭାଲେଣ୍ଟାଇନ୍‌ ଡ଼େ’। ପ୍ରେମ ଦିବସ। ପ୍ରେମର ସ୍ମୃତିରେ ସମଗ୍ର ବିଶ୍ୱ ପାଳନ କରୁଛି ଏହି ଦିବସ। ତେବେ ପ୍ରେମର ଜନ୍ମ କ’ଣ ଆଜି ଓ ଆଜି ହିଁ ତା’ର ମୃତ୍ୟୁ? ପ୍ରେମକୁ ନେଇ କେତେ କଥା। ପ୍ରେମ କାଳେ ପ୍ରାପ୍ତିରେ ମିଳେନା, ମିଳେ ଅପ୍ରାପ୍ତିରେ। ପୁଣି ମିଳନଠୁ ବେଶି ମିଳେ ବିରହରେ। ପୂର୍ଣ୍ଣତା ଅପେକ୍ଷା ଶୂନ୍ୟତାରେ ହୁଏ ଅଧିକ ଗାଢ଼ ଏବଂ ଏହି ପ୍ରେ..

ଏଇ ଭାରତରେ

ଏଇ ଭାରତରେ

ହରିଦ୍ୱାରରେ ଏପରି ଏକ ଆଶ୍ରମ ରହିଛି, ଯେଉଁଠି ଏହାର  ଯଜ୍ଞଶାଳାରେ ଦୀର୍ଘ ୪୫ ବର୍ଷ ଧରି ଅଖଣ୍ଡ ଅଗ୍ନି ପ୍ରଜ୍ୱଳିତ  ହୋଇରହିଛି। ଏଠାରେ ପ୍ରତିଦିନ ସକାଳେ ଦୁଇ ଘଣ୍ଟା ଧରି ଯଜ୍ଞ ହୋଇଥାଏ। ଯଜ୍ଞ ପରେ ଲୁହା ପ୍ଲେଟ୍‌ରେ  ଏହାକୁ ଢାଙ୍କି ଦିଆଯାଏ। ପରବର୍ତ୍ତୀ ଦିନ ସକାଳେ ପୁଣି  ଲୁହା ପ୍ଲେଟ୍‌କୁ ହଟାଇ ଦିଆଯାଇ ସେଥିରେ ଶୁଖିଲା କାଠ ରଖି ଦିଆଯାଏ। କାଠ ରଖାଯିବା ପରେ ସ୍ବତଃ ଅଗ୍ନି ପ୍ରଜ୍ୱ..